ଉଚ୍ଛେଦ ପାଇଁ ସଜବାଜ

ଅନୁଗୋଳ ଅଫିସ, ୨୬।୭ ଅନୁଗୋଳ ସହର ରାଜା ଛକରୁ ଥାନା ଛକ ରାସ୍ତା ପାର୍ଶ୍ୱକୁ ଜବରଦଖଲ କରି ବ୍ୟବସାୟ କରୁଥିବା ବ୍ୟବସାୟୀଙ୍କ ମଧ୍ୟରେ ପଶିଛି ଛନକା। ଏହି ଜବରଦଖଲ କାରଣରୁ ରାସ୍ତାରେ ଟ୍ରାଫିକ ସମସ୍ୟା ସୃଷ୍ଟି ହେଉଛି। ଏପରି କି ଏହି ରାସ୍ତା ପାର ହେବାକୁ ସନ୍ଧ୍ୟା ସମୟରେ ପ୍ରାୟ ଅଧଘଣ୍ଟା ଲାଗିଯାଉଥିବା ନେଇ ଗତ ୨୪ ତାରିଖ ‘ଧରିତ୍ରୀ’ରେ ଖବର ପ୍ରକାଶ ପରେ ପ୍ରଶାସନର ଚେତା ପଶିଛି। ଏଠାରେ ଜବରଦଖଲ ଉଚ୍ଛେଦ ପାଇଁ ପୌର ପ୍ରଶାସନ ପକ୍ଷରୁ ସଜବାଜ ଆରମ୍ଭ ହୋଇଥିବାରୁ ଜବରଦଖଲକାରୀ ତାହାକୁ ରୋକିବାକୁ ଜୋରଦାର ଉଦ୍ୟମ କରୁଥିବା ଚର୍ଚ୍ଚା ହେଉଛି।
ପ୍ରକାଶ ଯେ, ରାଜା ଛକରୁ ଥାନା ଛକ ପର୍ଯ୍ୟନ୍ତ ରାସ୍ତାର ଉଭୟ ପାର୍ଶ୍ୱରେ ଥିବା ସରକାରୀ ଜାଗାକୁ କେତେଜଣ ମୁଷ୍ଟିମେୟ ବ୍ୟକ୍ତି ଓ ରାଜନେତା ନିଜ ଅକ୍ତିଆରରେ ରଖି ତାହାକୁ ଦଲାଲଙ୍କ ଜରିଆରେ ବ୍ୟବସାୟୀଙ୍କୁ ଭଡ଼ାରେ ଦେଇଛନ୍ତି। ଫଳରେ ଏହି ରାସ୍ତାରେ ଟ୍ରାଫିକ ଯନ୍ତ୍ରଣା ଦେଖାଦେବା ସହ ସାଧାରଣ ଲୋକ ଓ ଆମ୍ବୁଲାନ୍ସ ଯାତାୟାତରେ ସମସ୍ୟା ଉପୁଜୁଛି। ତେଣୁ ଉକ୍ତ ରାସ୍ତାରୁ ଜବରଦଖଲ ଉଚ୍ଛେଦ କରିବାକୁ ବିଭିନ୍ନ ମହଲରୁ ଦାବି କରାଯାଇଥିଲା। ଏଭଳି କି ସେଠାରେ ଜବରଦଖଲ କରି ସରକାରୀ ଜାଗାକୁ ରଖିଥିବା ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି ବଢ଼ୁଥିଲା। ଏ ନେଇ ଅନୁଗୋଳ ପୌରପାଳିକା ପକ୍ଷରୁ ମଧ୍ୟ ପ୍ରସ୍ତୁତି ଆରମ୍ଭ ହୋଇଛି। ଉକ୍ତ ସରକାରୀ ଜାଗାରେ ଥିବା ଜବରଦଖଲକୁ ବରଦାସ୍ତ କରାଯିବ ନାହିଁ। ଏହି ସ୍ଥାନରେ ଥିବା ଦୋକାନକୁ ଉଚ୍ଛେଦ କରାଯିବ ବୋଲି ଅନୁଗୋଳ ପୌର ନିର୍ବାହୀ ଅଧିକାରୀ ଗିରିଜା ଶଙ୍କର ମଲ୍ଲିକ ସୂଚନା ଦେଇଛନ୍ତି। ଥାନା ଛକ ଠାରୁ ରାଜା ଛକ ପର୍ଯ୍ୟନ୍ତ ଥିବା ରାସ୍ତାରେ ସ୍ବତନ୍ତ୍ର ପ୍ରକଳ୍ପ କରାଯାଇ ସୌନ୍ଦର୍ଯ୍ୟକରଣ କରାଯିବ। ସହରର ପ୍ରବେଶ ପଥ ହୋଇଥିବାରୁ ସେଠାରେ ଆଖି ଝଲସିବା ଭଳି ଉନ୍ନତିକରଣ ହେବ। ଏ ନେଇ ସେଠାରେ ଥିବା ବ୍ୟବସାୟୀଙ୍କୁ ଉଠିବାକୁ କୁହାଯାଇଛି। ଯଦି ସେମାନେ ଜାଗା ଖାଲି ନ କରନ୍ତି, ତେବେ ଉକ୍ତ ସ୍ଥାନରୁ ଉଚ୍ଛେଦ କରାଯିବ ବୋଲି ଚେତାବନୀ ଦିଆଯାଇଥିବା ନିର୍ବାହୀ ଅଧିକାରୀ କହିଛନ୍ତି। ସେଠାରେ ବ୍ୟବସାୟ କାରଣରୁ ଅପରିଷ୍କାର ପରିବେଶ ସୃଷ୍ଟି ହେଉଛି। ଏହାକୁ ଦୃଷ୍ଟିରେ ରଖି ଉକ୍ତ ସ୍ଥାନକୁ ରାଜସ୍ବ ବିଭାଗକୁ କହି ମାପଚୁପ କରାଯାଇଛି। ଖୁବ୍‌ଶୀଘ୍ର ଉକ୍ତ ରାସ୍ତାର ସୌନ୍ଦର୍ଯ୍ୟକରଣ ପାଇଁ ଟେଣ୍ଡର ବାହାରିବ। ଏହାପରେ ସେଠାରୁ ଯଦି ବ୍ୟବସାୟୀ ଉଠି ନ ଥିବେ, ଦୋକାନଗୁଡ଼ିକୁ ଉଚ୍ଛେଦ କରାଯିବ ବୋଲି ନିର୍ବାହୀ ଅଧିକାରୀ ଗିରିଜା ଶଙ୍କର ମଲ୍ଲିକ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପୂର୍ବତନ ବିଧାୟକ, ପୂର୍ବତନ ଏମ୍‌ପିଙ୍କୁ ବିଜେଡିରୁ କରାଗଲା ନିଲମ୍ବନ , ଜାଣନ୍ତୁ କାହିଁକି ଏମିତି କାର୍ଯ୍ୟାନୁଷ୍ଠାନ ନେଲେ ନବୀନ

ବାସୁଦେବପୁର,୬।୪(କାଳୀପଦ ରାୟ): ଭଦ୍ରକ ଜିଲା ବାସୁଦେବପୁରର ପୂର୍ବତନ ବ୍ଲକ ଅଧ୍ୟକ୍ଷ ତଥା ଧାମନଗରର ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ, ଭଦ୍ରକର ପୂର୍ବତନ ଏମ୍‌ପି ମଞ୍ଜୁଲତା ମଣ୍ଡଳଙ୍କୁ ଦଳ…

କାଳବୈଶାଖୀର ତାଣ୍ଡବ: ବର୍ଷା ପବନରେ ଉଡିଗଲା ରାବଣର ମୁଣ୍ଡ

ନୟାଗଡ,୬।୪(ଲୋକନାଥ ମିଶ୍ର): ଭାରତ ପ୍ରସିଦ୍ଧ ଲଙ୍କାପୋଡି ଯାତ୍ରାର ଲଙ୍କାପୋଡି ପୂର୍ବରୁ ୩୫ ଫୁଟ କାଠର ରାବଣର ମୁଣ୍ଡ ଉଡି ଯାଇ କିଛି ଦୂରରେ ପଡିଛି। ଅପରାହ୍ନରେ ଦଶପଲ୍ଲାରେ…

ଥୁଆମୂଳ ରାମପୁରରେ ‘ଆଦିବାସୀ ସଂସ୍କୃତି ଭବନ’ ପାଇଁ ପ୍ରକ୍ରିୟା ଆରମ୍ଭ, ଅଧାପନ୍ତରିଆ ସଂଗ୍ରହାଳୟର ଭବିଷ୍ୟତ କ’ଣ?

ଥୁଆମୂଳ ରାମପୁର,୬।୪(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁରରେ ଆଦିବାସୀ ସଂସ୍କୃତିର ସଂରକ୍ଷଣ ପାଇଁ ସରକାର ନୂତନ ‘ଆଦିବାସୀ ସଂସ୍କୃତି ଭବନ’ ନିର୍ମାଣ ନିମନ୍ତେ ପ୍ରକ୍ରିୟା ଆରମ୍ଭ…

କୋରାପୁଟ ବିଧାୟକଙ୍କୁ ନୂଆ ଦାୟିତ୍ବ,ଜିଲାପାଳଙ୍କ ଉପସ୍ଥିତିରେ….

କୋରାପୁଟ,୬।୪(ଅମିତାଭ ବେହେରା ): କୋରାପୁଟ ଜିଲା ଯୋଜନା କମିଟି ଅଧ୍ୟକ୍ଷ ଭାବେ କୋରାପୁଟ ବିଧାୟକ ରଘୁରାମ ମାଛ ସୋମବାର ଦାୟିତ୍ବ ଗ୍ରହଣ କରିଛନ୍ତି । ସୋମବାର କୋରାପୁଟ…

ଭାଜପାର ପ୍ରତିଷ୍ଠା ଦିବସ, ଖଲ୍ଲିକୋଟ ବିଧାୟକ…

ପୁରୁଷୋତ୍ତମପୁର,୬ା୪(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ବ୍ଲକ ଅନ୍ତର୍ଗତ ଜଳେଶ୍ବରଖଣ୍ଡି ଠାରେ ଆଛୁଲି ମଣ୍ଡଳ ପକ୍ଷରୁ ଭାଜପାର ୪୭ତମ ପ୍ରତିଷ୍ଠା ଦିବସ ପାଳନ ହୋଇଯାଇଛି । ରାଜ୍ଯକାର୍ଯ୍ଯକାରିଣୀ…

ଭଗବାନ ମୁଦୁଲିଙ୍କୁ ଗୁରୁଦାୟିତ୍ୱ: ଉନ୍ନୟନ ପରିଷଦ ଅଧ୍ୟକ୍ଷ ମନୋନୀତ

ନନ୍ଦପୁର,୬।୪(ତୁଷାର କାନ୍ତ ମହାନ୍ତି): ରାଜ୍ୟ ସରକାର ରାଜ୍ୟର ୨୩ ଆଦିବାସୀ ବହୁଳ ଜିଲା ନିମନ୍ତେ ସ୍ବତନ୍ତ୍ର ଉନ୍ନୟନ ପରିଷଦର ନବ କଳେବର କରି ଅଧକ୍ଷ ଓ ଉପାଧ୍ୟକ୍ଷଙ୍କ…

କୂଅରେ ପଡି ଚାଲିଗଲା ଶିକ୍ଷକଙ୍କ ଜୀବନ, ପକ୍ଷାଘାତ ରୋଗ….

ଗୁଣପୁର,୬।୪(ସୁଜାତା ପାଢ଼ୀ): ରାୟଗଡ଼ା ଜିଲା ଗୁଣପୁର ପୌର ପରିଷଦ ଅନ୍ତର୍ଗତ ଶିବ ଶକ୍ତି ନଗରରେ ଅଭାବନୀୟ ଘଟଣା । କୂଅରେ ପଡି ଶିକ୍ଷକଙ୍କ ମୃତ୍ୟୁ । ମୃତ…

ରନ୍ଧନ ଗ୍ୟାସ୍‌ ବିକ୍ରି କଟକଣା: ଛାତ୍ରୀଛାତ୍ର, କର୍ମଜୀବୀ, ଶ୍ରମିକ ଚିନ୍ତାରେ

ଖୋଲା ବଜାରରେ ଖୁଚୁରାରେ ବିକ୍ରି ହେଉଥିବା ରନ୍ଧନ ଗ୍ୟାସ୍‌ ଆଉ ମିଳିବ ନାହିଁ। ହିତାଧିକାରୀ ଠିକ୍‌ ସମୟରେ ଗ୍ୟାସ୍‌ ପାଉ ନ ଥିବାବେଳେ ବେଆଇନ କାରବାର ବୃଦ୍ଧି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri