Posted inଜାତୀୟ

ଉନ୍ମାଦର ଅଗ୍ନିକୁଣ୍ଡ

ପାଟନା/କୋଲକାତା/ନୂଆଦିଲ୍ଲୀ,୩ା୪: ମାର୍ଚ୍ଚ ୩୦ ଓ ୩୧, ରାମନବମୀ। ସାରା ଦେଶ ଉତ୍ସବ ପାଳୁଥିବାବେଳେ ପଶ୍ଚିମବଙ୍ଗ, ବିହାର, ମହାରାଷ୍ଟ୍ର, ଗୁଜରାଟ ଓ ଝାଡ଼ଖଣ୍ଡରେ ଦେଖିବାକୁ ମିଳିଥିଲା ସାମ୍ପ୍ରଦାୟିକ ହିଂସା। ସବୁଠି ଗୋଷ୍ଠୀ ସଂଘର୍ଷ ସହ ଭଙ୍ଗାରୁଜା, ଜଳାପୋଡ଼ା, ଲୁଟ୍‌ପାଟ୍‌, ପୋଲିସ ଉପରକୁ ଟେକାମାଡ଼ ହୋଇଥିଲା। ଏହି ହିଂସାରେ ୨ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ଅନେକେ ଆହତ ହୋଇଛନ୍ତି। ସ୍ଥିତି କ୍ରମଶଃ ଶାନ୍ତ ହେବାରେ ଲାଗିଥିବାବେଳେ ରାଜନୈତିକ ବୟାନବାଜି ଉନ୍ମାଦର ଅଗ୍ନିକୁଣ୍ଡରେ ଘିଅ ଢାଳିବା ଭଳି କାମ କରୁଛି। ବିଶେଷକରି ତୃଣମୂଳ କଂଗ୍ରେସ (ଟିଏମ୍‌ସି) ଶାସିତ ପଶ୍ଚିମବଙ୍ଗର ହାଓଡା ଓ ସଂଯୁକ୍ତ ଜନତା ଦଳ (ଜେଡିୟୁ) ନେତୃତ୍ୱାଧୀନ ମହାମେଣ୍ଟ ସରକାର ଚାଲିଥିବା ବିହାରର ନାଳନ୍ଦା ଜିଲାରେ ଲାଗିଥିବା ସାମ୍ପ୍ରଦାୟିକ ନିଅଁା ଏବେ ଲିଭିବା ଆରମ୍ଭ ହୋଇଛି। କିନ୍ତୁ ଏହି ଦୁଇ ସହରରୁ ଉଠୁଥିବା ଧୂଅଁାକୁ ଫୁଙ୍କି ପୁଣି ଥରେ ଜଳାଇବା ପାଇଁ ଅପଚେଷ୍ଟା ଚାଲିଛି। ଏହି ପ୍ରସଙ୍ଗ କେବଳ ଦୁଇ ରାଜ୍ୟରେ ସୀମିତ ନ ରହି ଜାତୀୟ ରାଜନୀତିରେ ଉଷ୍ମତା ଭରିଦେଇଛି। କାରଣ ମମତା ବାନାର୍ଜୀଙ୍କ ପଶ୍ଚିମବଙ୍ଗ ଓ ନୀତୀଶ କୁମାରଙ୍କ ବିହାରକୁ ଦଖଲ କରିବା ପାଇଁ ଭାଜପା କୌଣସି ସୁଯୋଗ ହାତଛଡ଼ା କରିବାକୁ ଚାହୁଁନାହିଁ। ଶତାଧିକ ଉପଦ୍ରବୀଙ୍କ ଗିରଫଦାରି, ପୋଲିସର କଡ଼ା ପ୍ରହରା ସତ୍ତ୍ୱେ ପୁନର୍ବାର କାଣ୍ଡ ଭିଆଇବାକୁ ସୁଯୋଗ ଉଣ୍ଡୁଛନ୍ତି ସାମ୍ପ୍ରଦାୟିକ ତତ୍ତ୍ୱ। ମୋଟାମୋଟି ଭାବେ ଦେଖିଲେ ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ଏହି ଦୁଇ ଗୁରୁତ୍ୱପୂର୍ଣ୍ଣ ରାଜ୍ୟକୁ ଧ୍ରୁବୀକରଣର ପ୍ରୟୋଗଶାଳା ଭାବେ ବ୍ୟବହାର କରାଯାଉଥିବା ମନେହେଉଛି ।

ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ଗୃହଜିଲା ହେଉଛି ନାଳନ୍ଦା। ଏହାର ସଦର ମହକୁମା ବିହାରଶରିଫ୍‌ରେ ଶନିବାର ରାତିରେ ଦୁଇଗୋଷ୍ଠୀ ମଧ୍ୟରେ ସଂଘର୍ଷ ଘଟିଛି। ଏହା ହେଉଛି ରାମନବମୀ ହିଂସାର ବର୍ଦ୍ଧିତ ସଂସ୍କରଣ, ଯହିଁରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ଟେକାମାଡ଼ ସାଙ୍ଗକୁ ବୋମାମାଡ଼ ନାଳନ୍ଦା ଓ ରୋହତାସ୍‌ ଜିଲାର ସାସାରାମରେ ଅଶାନ୍ତ ପରିବେଶ ସୃଷ୍ଟି କରିଛି। ଅଦ୍ୟାବଧି ୧୧୨ ଜଣଙ୍କୁ ଗିରଫ କରାଯାଇଛି। ଫରେନ୍‌ସିକ୍‌ ସାଇନ୍ସ ଲାବରେଟୋରି (ଏଫ୍‌ଏସ୍‌ଏଲ୍‌) ଟିମ୍‌ ବୋମା ବିସ୍ଫୋରଣକୁ ନେଇ ତନାଘନା ଚଳାଇଛି। ଶାନ୍ତିଶୃଙ୍ଖଳା ବଜାୟ ରଖିବା ପାଇଁ ପୋଲିସର ଫ୍ଲାଗ୍‌ମାର୍ଚ୍ଚ ଓ ପାଟ୍ରୋଲିଂ କାମ କରୁନାହିଁ। ଅନେକ ଗାଡ଼ି, ଘର ଓ ଦୋକାନକୁ ଉପଦ୍ରବୀମାନେ ଜାଳିପୋଡ଼ି ଛାରଖାର କରିଦେଇଛନ୍ତି। ଇଣ୍ଟରନେଟ୍‌ ସେବା ବାତିଲ କରାଯାଇଥିବାବେଳେ ସମସ୍ତ ସରକାରୀ ଓ ଘରୋଇ ସ୍କୁଲକୁ ଏପ୍ରିଲ ୪ ପର୍ଯ୍ୟନ୍ତ ବନ୍ଦ କରାଯାଇଛି। ପ୍ରଭାବିତ ଲୋକେ ଆତଙ୍କିତ ହୋଇ ଅନ୍ୟତ୍ର ପଳାୟନ କରିବାକୁ ବାଧ୍ୟ ହେଉଛନ୍ତି। ଦୁଇ ଜିଲାରେ ୧୪୪ ଧାରା ଜାରି କରାଯାଇଛି। ଇତିମଧ୍ୟରେ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ବିହାର ରାଜ୍ୟପାଳ ରାଜେନ୍ଦ୍ର ବିଶ୍ୱନାଥ ଆର୍ଲେକରଙ୍କଠାରୁ ସ୍ଥିତି ସମ୍ପର୍କରେ ପଚାରି ବୁଝିଛନ୍ତି। ରାଜ୍ୟକୁ ଅତିରିକ୍ତ କେନ୍ଦ୍ରୀୟ ସୁରକ୍ଷା ବଳ ପଠାଇବା ପାଇଁ ସେ ନିଷ୍ପତ୍ତି ନେଇଛନ୍ତି।

ସଶସ୍ତ୍ର ସୀମା ବଳ (ଏସ୍‌ଏସ୍‌ବି)ର ପାଟନାସ୍ଥିତ ମୁଖ୍ୟାଳୟକୁ ଶାହାଙ୍କ ଗସ୍ତ କାର୍ଯ୍ୟକ୍ରମ ବାତିଲ କରାଯାଇଛି। ତେବେ ରବିବାର ନଓ୍ବାଦା ଜିଲାରେ ପହଞ୍ଚତ୍ ଶାହା ନୀତୀଶଙ୍କୁ ଟାର୍ଗେଟ କରିଛନ୍ତି। ହିସୁଆରେ ଏକ ସଭାକୁ ସମ୍ବୋଧନ କରି ସ୍ବରାଷ୍ଟ୍ରମନ୍ତ୍ରୀ କହିଛନ୍ତି, ରାମନବମୀ ହିଂସା ରୋକିବାରେ ନୀତୀଶ ସରକାର ସମ୍ପୂର୍ଣ୍ଣ ବିଫଳ ହୋଇଛନ୍ତି। ସାସାରାମରେ ଲୋକଙ୍କୁ ହତ୍ୟା କରାଯାଉଥିବାରୁ ସେ ସେଠାକୁ ଏବେ ଯିବେ ନାହିଁ। ଜଙ୍ଗଲରାଜର ସୂତ୍ରଧର ତଥା ରାଷ୍ଟ୍ରୀୟ ଜନତା ଦଳ (ଆର୍‌ଜେଡି) ମୁଖ୍ୟ ଲାଲୁ ପ୍ରସାଦ ଯାଦବଙ୍କ ସମର୍ଥନରେ ଚାଲିଥିବା ଏହି ମହାମେଣ୍ଟ ସରକାର ସହ ଏନେଇ ଆଲୋଚନା କରାଯାଇପାରିବ ନାହିଁ। ୨୦୨୫ ବିହାର ବିଧାନସଭା ନିର୍ବାଚନରେ ଭାଜପା କ୍ଷମତାକୁ ଆସିଲେ ବିହାରଶରିଫ୍‌ ଓ ସାସାରାମର ଦଙ୍ଗାକାରୀଙ୍କୁ ଟାଙ୍ଗି ଝୁଲାଇ ଦିଆଯିବ। ୨୦୨୪ ସାଧାରଣ ନିର୍ବାଚନରେ ରାଜ୍ୟର ସମସ୍ତ ୪୦ ଲୋକ ସଭା ଆସନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପଦ୍ମ ଫୁଟିବ ବୋଲି ଶାହା ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି। ଅନ୍ୟପକ୍ଷେ ନୀତୀଶ ପାଟନାରେ ଥାଇ ଦିଲ୍ଲୀ ଦରବାରକୁ ଚ୍ୟାଲେଞ୍ଜ କରିଛନ୍ତି। ରାଜ୍ୟର ହିଂସା ପାଇଁ ସେ ବାହାର ଲୋକଙ୍କୁ ଦାୟୀ କରିଛନ୍ତି।

ହାଓଡା ଜିଲାସ୍ଥିତ ଶିବପୁର ଓ କାଜିପୁରା ଅଞ୍ଚଳରେ ଘଟିଥିବା ରାମନବମୀ ହିଂସାର ନିଅଁ। ରବିବାର ହୁଗୁଳି ଜିଲାକୁ ବ୍ୟାପିଛି। ହାଓଡାରୁ ୪୦ କି.ମି. ଦୂର ହୁଗୁଳିରେ ଭାଜପା ପକ୍ଷରୁ ଶୋଭାଯାତ୍ରା କରାଯାଉଥିବାବେଳେ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଦେଖିବାକୁ ମିଳିଛି। ଭାଜପା ରାଷ୍ଟ୍ରୀୟ ଉପାଧ୍ୟକ୍ଷ ଦିଲୀପ ଘୋଷ ଏହି ଶୋଭାଯାତ୍ରାରେ ସାମିଲ ହୋଇଥିଲେ। ଶୋଭାଯାତ୍ରୀମାନେ ଟେକାମାଡ଼ କରୁଥିବା ଦୃଶ୍ୟ ସାମାଜିକ ଗଣମାଧ୍ୟମରେ ଦେଖିବାକୁ ମିଳିଛି। ପଶ୍ଚିମବଙ୍ଗ ରାଜ୍ୟ ଭାଜପା ସଭାପତି ସୁକାନ୍ତ ମଜୁମଦାର ହାଓଡା ଯାଉଥିବାବେଳେ ପୋଲିସ ତାଙ୍କୁ ଅଟକ ରଖିଛି। ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କହିଛନ୍ତି, ଭାଜପା ଓ ଅନ୍ୟ ଦକ୍ଷିଣପନ୍ଥୀ ସଙ୍ଗଠନଗୁଡ଼ିକ ଏହି ହିଂସା ଭିଆଇଛନ୍ତି। ଅନ୍ୟପକ୍ଷେ ଭାଜପା ଏହି ଅଭିଯୋଗକୁ ଖଣ୍ଡନ କରିବା ସହ ଜାତୀୟ ତଦନ୍ତକାରୀ ସଂସ୍ଥା (ଏନ୍‌ଆଇଏ) ଦ୍ୱାରା ତଦନ୍ତ ଦାବି କରିଛି। ଶାହା ଶୁକ୍ରବାର ରାଜ୍ୟପାଳ ସିଭି ଆନନ୍ଦ ବୋଷଙ୍କ ସହ ଆଲୋଚନା କରିଥିଲେ। ରବିବାର ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀ ଏହି ପ୍ରସଙ୍ଗରେ କଥା ହୋଇଛନ୍ତି। ପ୍ରଭାବିତ ଅଞ୍ଚଳରେ ରାପିଡ୍‌ ଆକ୍ସନ ଫୋର୍ସ (ଆର୍‌ଏଏଫ୍‌) ପକ୍ଷରୁ ଫ୍ଳାଗ୍‌ମାର୍ଚ୍ଚ କରାଯାଇଛି। ଉତ୍ତର ଦିନାଜପୁର ଜିଲାର ଡାଲଖୋଲା ସହରରେ ଗୁରୁବାର ଦୁଇଗୋଷ୍ଠୀ ମଧ୍ୟରେ ସଂଘର୍ଷ ଘଟି ଜଣଙ୍କ ମୃତ୍ୟୁ ଘଟିଥିଲା। ଦୁଇଟି ମାମଲାରେ ୩୮ ଜଣଙ୍କୁ ଗିରଫ କରାଯାଇଛି। ରାମନବମୀ ହିଂସାକାଣ୍ଡର ତଦନ୍ତ ଭାର ରାଜ୍ୟର କ୍ରାଇମ୍‌ ଇନ୍‌ଭେଷ୍ଟିଗେଶନ୍‌ ଡିପାର୍ଟମେଣ୍ଟ (ସିଆଇଡି)କୁ ଦିଆଯାଇଛି।

ବଡ଼ୋଦରାରେ ରାମନବମୀ ହିଂସା ନ ଥମୁଣୁ ଗିରସୋମନାଥ ଜିଲା ଉନା ସହରରେ ପୁଣି ଅନୁରୂପ ସ୍ଥିତି ଉପୁଜିଛି। ଶନିବାର ରାତିରେ ଉନାରେ ଦୁଇ ଗୋଷ୍ଠୀ ମଧ୍ୟରେ ହିଂସାକାଣ୍ଡ ଦେଖିବାକୁ ମିଳିଥିଲା। ରବିବାର ଘୃଣା ମନ୍ତବ୍ୟ ଦେବା ଅଭିଯୋଗରେ ଦକ୍ଷିଣପନ୍ଥୀ ମହିଳା ସଙ୍ଗଠନ ‘କାଜଲ ହିନ୍ଦୁସ୍ଥାନୀ’ ର ୫୦ରୁ ଊର୍ଦ୍ଧ୍ୱ କର୍ମୀଙ୍କୁ ଅଟକ ରଖାଯାଇଛି। ସ୍ଥାନୀୟ ଅଞ୍ଚଳରେ ଦୋକାନବଜାର ବନ୍ଦ ରହିଛି। ମ୍ୟୁନିସିପାଲିଟିର ସମ୍ବେଦନଶୀଳ ଅଞ୍ଚଳଗୁଡ଼ିକରେ ବ୍ୟାପକ ପୋଲିସ ମୁତୟନ କରାଯାଇଛି। ଝାଡ଼ଖଣ୍ଡର ସାହିବଗଞ୍ଜ ଜିଲାରେ ଶନିବାର ରାତିରେ ଦୁର୍ଗା ମୂର୍ତ୍ତି ବିସର୍ଜନ ବେଳେ ଟେକାମାଡ଼ ହୋଇଥିଲା। ରାଜଧାନୀ ରାଞ୍ଚତ୍ରୁ ୪୦୦ କି.ମି. ଦୂର ସାହିବଗଞ୍ଜରେ ଦୁଇ ସମ୍ପ୍ରଦାୟ ମଧ୍ୟରେ ସଂଘର୍ଷ ଘଟିବାରୁ ଅନେକେ ଆହତ ହୋଇଛନ୍ତି। ଦୋକାନଗୃହଗୁଡ଼ିକୁ ଜାଳି ଦିଆଯାଇଛି। ଅଭିଯୁକ୍ତମାନଙ୍କୁ ଧରିବା ପାଇଁ ପୋଲିସ ସିସିଟିଭି ଫୁଟେଜ୍‌ ଅଣ୍ଡାଳୁଛି। ମହାରାଷ୍ଟ୍ରର ଔରଙ୍ଗାବାଦ(ଛତ୍ରପତି ସମ୍ଭାଜୀନଗର)ରେ ରାମନବମୀ ହିଂସା ଉଗ୍ରରୂପ ଧାରଣ କରିଥିଲା। ପୋଲିସ ଗାଡ଼ି ଜାଳି ଦିଆଯାଇଥିଲା। ଏହି ହିଂସାର ଧୂଅଁ। ଏବେ ବି ଉଠୁଛି। କିନ୍ତୁ ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେ ସେଥିପ୍ରତି ଧ୍ୟାନଦେବା ପରିବର୍ତ୍ତେ ନିଜକୁ ହିନ୍ଦୁତ୍ୱବାଦୀ ଏବଂ ବିନାୟକ ଦାମୋଦର ସାବରକରଙ୍କ ଅନୁଗାମୀ ଦର୍ଶାଇବାକୁ ଯାଇ ଠାଣେ ସହରରେ ଗୌରବ ଯାତ୍ରାର ନେତୃତ୍ୱ ନେଇଛନ୍ତି। କାରଣ କଂଗ୍ରେସ ନେତା ରାହୁଲ ଗାନ୍ଧୀ କହିଥିଲେ, ମୁଁ ଗାନ୍ଧୀ। ସାବରକର ନୁହେଁ ଯେ କ୍ଷମା ମାଗିବି।

 


Enter your email to get our daily news in your inbox.

All Right Reserved By Dharitri.Com

୨୦୨ ରନ୍‌ର ଟାର୍ଗେଟ୍ ମାତ୍ର ୧୫.୪ ଓଭରରେ ଶେଷ! ଆଇପିଏଲ୍‌ରେ ଆରସିବିର ନୂଆ ରେକର୍ଡ

ବେଙ୍ଗାଲୁର,୨୮।୩: ଆଇପିଏଲ୍‌ ୨୦୨୬ର ଶୁଭାରମ୍ଭ ଅତି ଜବରଦସ୍ତ ଶୈଳୀରେ ହୋଇଛି। ଟୁର୍ନାମେଣ୍ଟର ପ୍ରଥମ ମ୍ୟାଚ୍‌ରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (RCB) ସନରାଇଜର୍ସ ହାଇଦ୍ରାବାଦ (SRH) ବିପକ୍ଷରେ ଏକ…

ରୁଷିଆ ପାଇଁ ଆମେରିକାକୁ ଡ଼ରୁନାହିଁ ଇରାନ, ହଟିବାକୁ ନାରାଜ ମୋଜତାବା, ଆମେରିକା ପାଇଁ ବିପଦର ଘଣ୍ଟି!

ମସ୍କୋ/ତେହେରାନ,୨୮।୩: ବିଶ୍ୱ ରାଜନୀତିରେ ଏକ ନୂଆ ସମୀକରଣ ଦେଖିବାକୁ ମିଳିଛି। ପାଶ୍ଚାତ୍ୟ ଦେଶଗୁଡ଼ିକର କଠୋର ପ୍ରତିବନ୍ଧକ ସତ୍ତ୍ୱେ ରୁଷିଆ ଏବଂ ଇରାନ ମଧ୍ୟରେ ବନ୍ଧୁତା ଦିନକୁ ଦିନ…

ହର୍ମୁଜରେ ଯୁଦ୍ଧର କାଉଣ୍ଟଡାଉନ୍‌: ପୁରା ଆରବକୁ ମାଟିରେ ମିଶାଇଦେବ ଇରାନ? ମୋଜତାବାଙ୍କ ଚେତାବନୀରେ ଥରିଲା ଦୁନିଆ

ତେହେରାନ/ୱାଶିଂଟନ,୨୮।୩: ମଧ୍ୟପ୍ରାଚ୍ୟରେ ବିଶ୍ୱଯୁଦ୍ଧର ପଦଧ୍ୱନି ଶୁଣାଗଲାଣି। ଆମେରିକାର ‘ଗ୍ରାଉଣ୍ଡ ଅପରେଶନ’ ଘୋଷଣା ପରେ ଇରାନ ଏହାର ଭୟଙ୍କର ଜବାବୀ ରଣନୀତି ପ୍ରସ୍ତୁତ କରିଛି। ଇରାନର ସର୍ବୋଚ୍ଚ ନେତା…

ରାମ ନବମୀ ଶୋଭାଯାତ୍ରାରେ ଟିଟିଲାଗଡ଼ ବିଧାୟକଙ୍କ ଗୁଳିଚାଳନା, ସୁରକ୍ଷା ବ୍ୟବସ୍ଥା ଉପରେ…

ବଲାଙ୍ଗୀର,୨୮।୩(ସୁନୀଲ କୁମାର ମହାନ୍ତି): ଟିଟିଲାଗଡ଼ ସହରରେ ପବିତ୍ର ରାମ ନବମୀ ତିଥିରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଏକ ଆଧ୍ୟାତ୍ମିକ ଶୋଭାଯାତ୍ରା ଚାଲିଥିବା ସମୟରେ ସର୍ବସମ୍ମୁଖରେ…

ବ୍ରହ୍ମବରଦା ଥାନାରୁ ଅଭିଯୁକ୍ତ ଚମ୍ପଟ ଘଟଣା: ଏଏସ୍‌ଆଇଙ୍କ ସମେତ ୩ ପୋଲିସ କର୍ମଚାରୀ ସସ୍‌ପେଣ୍ଡ

ଧର୍ମଶାଳା, ୨୮।୩(ଶିିବ ପ୍ରସାଦ ମହାନ୍ତି): ଯାଜପୁର ଜିଲା ବ୍ରହ୍ମବରଦା ଥାନାରୁ ଜଣେ ଅଭିଯୁକ୍ତ ଚମ୍ପଟ ମାରିବା ଘଟଣାରେ ଜିଲା ଆରକ୍ଷୀ ଅଧୀକ୍ଷକ (ଏସ୍‌ପି) କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ…

ସରକାରଙ୍କ ବିରୋଧରେ ଗର୍ଜିଲା କଂଗ୍ରେସ

ବଞ୍ଚୋ,୨୮ା୩(ପ୍ରଦୋଷ କୁମାର ବିଶ୍ୱାଳ): କେନ୍ଦୁଝର ଜିଲାର ଆନନ୍ଦପୁର ଉପଖଣ୍ଡ ହାଟଡିହୀ ବ୍ଲକ ଅନ୍ତର୍ଗତ ମରେଇଗାଁ ପଡ଼ିଆରେ କଂଗ୍ରେସ ଦଳର ଡାକରାରେ ଏକ ବିଶାଳ ଜନସମାବେଶ ଅନୁଷ୍ଠିତ ହୋଇଯାଇଛି।…

୧୦ ମାସ ତଳେ ବିବାହ କରିଥିଲେ ଅନୁପମା, ବେକରେ ଦାଗ ଦେଖି ବାପଘର ଲୋକେ ଆଣିଲେ ହତ୍ୟା ଅଭିଯୋଗ

ବଲାଙ୍ଗୀର,୨୮ା୩(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ତୁଷୁରା ଥାନା ମହିପୁର ଗାଁରେ ଜଣେ ନବବଧୂକୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ୧୦ ମାସ ତଳେ ବାହା ହୋଇଥିବା…

ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହେଲେ ହିମାଂଶୁ-ଦେବେନ୍ଦ୍ର, କାର୍ଯ୍ୟଭାର ନେବା ପରେ…

ବରପାଲି,୨୮ା୩(ଚିତ୍ତରଞ୍ଜନ ସାହୁ): ଶନିବାର ବରପାଲି ଓକିଲ ସଂଘର ନୂତନ କର୍ମକର୍ତ୍ତା ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି। ଚଳିତ ବର୍ଷ ପାଇଁ ସଭାପତି ହିମାଂଶୁ ଶେଖର ସାହୁ ଓ ସମ୍ପାଦକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri