Posted inଫୁରସତ

ସ୍କେଲ ନା ବିବାହ କାର୍ଡ ! ମେନୁ ଦେଖି ଲୋକେ…

ଦୁନିଆରେ କିଛି ସ୍ବତନ୍ତ୍ର ଘଟଣା ଘଟିଲେ ସୋସିଆଲ ମିଡିଆରେ ତାର ଚର୍ଚ୍ଚା ନିହାତି ଭାବେ ହୋଇଥାଏ। ବେଳେବେଳେ ସେଥିରୁ କିଛି ହୃଦୟସ୍ପର୍ଶୀ ହୋଇଥିବା ବେଳେ କିଛି ଆଶ୍ଚର୍ଯ୍ୟ କରିଥାଏ। ଏହି କ୍ରମରେ ଏବେ ସୋସିଆଲ ମିଡିଆରେ ଚର୍ଚ୍ଚାର କାରଣ ପାଲଟିଛି ଏକ ବିବାହ କାର୍ଡ। କାରଣ ଏହି ବିବାହ କାର୍ଡଟି ସାଧାରଣ ନୁହେଁ। ବରଂ ଲୋକଙ୍କ ଦୃଷ୍ଟି ଆକର୍ଷଣ କରିବା ପାଇଁ ଏହାକୁ ଆକର୍ଷଣୀୟ କରାଯାଇଛି।

ବିବାହ ପୂର୍ବରୁ ଅତିଥିମାନଙ୍କୁ ନିମନ୍ତ୍ରଣ କରିବା ପାଇଁ କାର୍ଡ ଛପା ଯାଇଥାଏ। ହେଲେ ଆଜିକାଲି ବିବାହ କାର୍ଡକୁ ସ୍ବତନ୍ତ୍ର କରାଯାଉଛି। କେହି ଡ୍ରାଏ ଫ୍ରୁଟ୍‌ସ ଥିବା ଓ୍ବେଡିଂ କାର୍ଡ ଛାପୁଥିବା ବେଳେ କିଛି ଅଜବ ଜିନିଷ ଉପରେ ନିମନ୍ତ୍ରଣ ପତ୍ର ଛପାଇଥାନ୍ତି। ସେହିଭଳି ଏହି ବିବାହ କାର୍ଡ ସ୍କେଲରେ ଛପା ଯାଇଛି। ଚିତ୍ରକୁ ଦେଖିଲେ ଲାଗୁଛି ଯେପରି ଜଣେ ବଙ୍ଗୀୟ ଦମ୍ପତି ବିବାହ କରୁଛନ୍ତି। ବିବାହରେ ଅତିଥିମାନଙ୍କ ପାଇଁ ଛପା ଯାଇଥିବା ମେନୁ କାର୍ଡର ସୃଜନଶୀଳତାକୁ ଦେଖି ଲୋକମାନେ ଆଶ୍ଚର୍ଯ୍ୟ ହେଉଛନ୍ତି। ମେନୁ କାର୍ଡ ୩୦ ସେମି ଲମ୍ବ ଏକ କାଠ ଉପରେ ମୁଦ୍ରିତ ହୋଇଛି। ବିବାହରେ ପରିବେଷଣ କରାଯାଉଥିବା ଖାଦ୍ୟର ତାଲିକା ସେଥିରେ ରହିଛି। ଖାଦ୍ୟରେ ମାଛ କାଲିଆ, ଭଜା ଚାଉଳ, ମଟନ ମସାଲା ଏବଂ ଆମ୍ବ ଚଟଣି ଅନ୍ତର୍ଭୁକ୍ତ ରହିଛି।

କୁହାଯାଉଛି ଯେ ଏହି କାର୍ଡ ପୁରୁଣା, କିନ୍ତୁ ଆଜିକାଲି ସୋସିଆଲ ମିଡିଆରେ ଏନେଇ ଆଲୋଚନା ହେଉଛି। ଏହି ଚିତ୍ର ଟ୍ବିଟରରେ ‘@ବାବୁମୋଶୋଇ’ ନାମକ ଏକ ଆକାଉଣ୍ଟରୁ ଶେୟାର କରାଯାଇଛି। ଚିତ୍ର ସହିତ ବଙ୍ଗଳାରେ କ୍ୟାପଶନ ଲେଖାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଘର ନିର୍ମାଣ କରିବାକୁ କହି ମହିଳାଙ୍କଠାରୁ ଟଙ୍କା ଠକେଇ

ବ୍ରହ୍ମପୁର,୨୬।୧୨(ସୁବାସ ଚନ୍ଦ୍ର ପାଢ଼ୀ): ଘର ନିର୍ମାଣ କରିବାକୁ କହି ଜଣେ ଠିକାଦାର ସୌନ୍ଦର୍ଯ୍ୟନଗର ଅଞ୍ଚଳର ଜଣେ ମହିଳାଙ୍କଠାରୁ ୮୦ ହଜାର ଟଙ୍କା ଠକି ନେଇଛନ୍ତି। ଏ...

ପ୍ରତିଶ୍ରୁତି ଭୁଲିଯାଇଛି ଭାଜପା: ପ୍ରତିଷ୍ଠା ଦିବସରେ ଗର୍ଜିଲା ବିଜେଡି

ଭଞ୍ଜନଗର,୨୬।୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲ୍ଲା ଭଞ୍ଜନଗର ବ୍ଲକ ବାଉଁଶଲୁଣ୍ଡି ବିଜୁ ସ୍ମୃତି ଭବନ ଠାରେ ଶୁକ୍ରବାର ବିଜେଡିର ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ଏଥିରେ ବିଜେଡି ବ୍ଲକ...

ଖୁବଶୀଘ୍ର BSNL ବନ୍ଦ କରିଦେବ ଏହି ସର୍ଭିସ, ଲକ୍ଷଲକ୍ଷ ୟୁଜର୍ସଙ୍କ ଉପରେ ପଡିବ ପ୍ରଭାବ

ନୂଆଦିଲ୍ଲୀ,୨୬।୧୨: ଦେଶର ସରକାରୀ ଟେଲିକମ କମ୍ପାନୀ ଭାରତ ସଞ୍ଚାର ନିଗମ ଲିମିଟେଡ (BSNL) ଏହାର 3G ସେବା ବନ୍ଦ କରିବାକୁ ନିଷ୍ପତ୍ତି ନେଇଛି। ଆଗାମୀ କିଛି...

ସ୍କୁଲ୍‌ ପିଲାଙ୍କ ପାଇଁ ଖୁସିଖବର: ଏଣିକି ଆଉ ଦେବାକୁ ପଡିବନି ବସ୍‌ ଭଡ଼ା

ଭୁବନେଶ୍ୱର,୨୬।୧୨: ରାଜ୍ୟରେ ସ୍କୁଲ ପିଲାଙ୍କ ପାଇଁ ଆରମ୍ଭ ହେବ ମାଗଣା ବସ୍‌ ସେବା। ମୁଖ୍ୟମନ୍ତ୍ରୀ ବସ ସେବା ଯୋଜନାରେ ପିଲାଙ୍କୁ ମାଗଣା ବସ ସେବା ଯୋଗାଇ...

ୟୁନୁସ ସରକାରଙ୍କ କ୍ଲାସ୍‌ ନେଲା ଭାରତ: ଆମେ ଅଣଦେଖା କରିପାରିବୁ ନାହିଁ…

ଢାକା,୨୬।୧୨: ବାଂଲାଦେଶରେ ଚାଲିଥିବା ରାଜନୈତିକ ସଙ୍କଟ ଏବଂ ସଂଖ୍ୟାଲଘୁ ହିନ୍ଦୁଙ୍କ ଉପରେ ଅତ୍ୟାଚାର ସମ୍ପର୍କରେ ଭାରତ ସରକାର ଏକ ବିବୃତ୍ତି ଜାରି କରିଛନ୍ତି। ବୈଦେଶିକ ମନ୍ତ୍ରଣାଳୟର...

ମାତ୍ର ୫୬ ବଲରେ କମାଲ୍‌ କରିଦେଲେ ରିଙ୍କୁ ସିଂ: ଟି-୨୦ ବିଶ୍ୱକପ୍‌ ପୂର୍ବରୁ…

ନୂଆଦିଲ୍ଲୀ,୨୬।୧୨: ବିଜୟ ହଜାରେ ଟ୍ରଫିରେ ଚଣ୍ଡିଗଡ଼ ବିପକ୍ଷରେ ଉତ୍ତର ପ୍ରଦେଶର ଅଧିନାୟକ ରିଙ୍କୁ ସିଂହ ଏକ ଚମତ୍କାର ଶତକ ହାସଲ କରିଥିଲେ। ଏହା ପୂର୍ବରୁ, ୟୁପି...

୨୦୨୬ରେ ତୁଳା ରାଶିରେ ଶନିଙ୍କ ଗୋଚରରେ ହେବ ଧନହାନୀ, ସିଂହ ରାଶି ପାଇବେ ଚାକିରି, ମିଳିବ ବଡ଼ ପଦବୀ!

୨୦୨୬ ତୁଳା ରାଶି ପାଇଁ ସନ୍ତୁଳିତ, ବିଚକ୍ଷଣ ଏବଂ ଜ୍ଞାନୀ ନିଷ୍ପତ୍ତିର ବର୍ଷ ହେବ। ଏହି ବର୍ଷ ଆପଣଙ୍କୁ ଶିଖାଇବ ଯେ ସବୁବେଳେ ଶୀଘ୍ର ନିଷ୍ପତ୍ତି...

କେରଳରେ ଇତିହାସ ରଚିଲା ଭାଜପା: ଘଟିଲା ବଡ଼ ରାଜନୈତିକ ପରିବର୍ତ୍ତନ

ଥିରୁଭାନନ୍ତପୁରମ୍‌,୨୬।୧୨: କେରଳରେ ଭାଜପା ଇତିହାସ ସୃଷ୍ଟି କରିଛି। ଶୁକ୍ରବାର ଭାଜପା ନେତା ଭିଭି ରାଜେଶ ତିରୁଭାନନ୍ତପୁରମର ମେୟର ଭାବରେ ଶପଥ ଗ୍ରହଣ କରି ରାଜ୍ୟ ରାଜନୀତିରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri