ପୂର୍ଣ୍ଣକାଳୀନ ମୁଖ୍ୟ ପ୍ରଶାସକ ନିଯୁକ୍ତି ହେଲାନି, ସୁପ୍ରିମକୋର୍ଟ କ୍ଷୁବ୍ଧ

ନୂଆଦିଲ୍ଲୀ,୩୦ା୩ : ପୁରୀ ଶ୍ରୀମନ୍ଦିରରେ ଭକ୍ତଙ୍କ ପାଇଁ ଶୃଙ୍ଖଳିତ ଦର୍ଶନ ଓ ଉତ୍ତମ ବ୍ୟବସ୍ଥା ନିମନ୍ତେ ସୁପ୍ରିମକୋର୍ଟ ୪ ନଭେମ୍ବର ୨୦୧୯ରେ ୨୨ଟି ନିର୍ଦ୍ଦେଶ ଦେଇଥିଲେ। ରାଜ୍ୟ ସରକାର ଓ ଶ୍ରୀମନ୍ଦିର ପ୍ରଶାସନ ଏହାକୁ କେତେ ଅନୁପାଳନ କରିଛନ୍ତି ସେନେଇ ସର୍ବୋଚ୍ଚ ଅଦାଲତଙ୍କୁ ଏବେ ଯାଏ ଅବଗତ କରାଯାଇନାହିଁି। ବିଶେଷକରି ପୂର୍ଣ୍ଣକାଳୀନ ମୁଖ୍ୟ ପ୍ରଶାସକ ନିଯୁକ୍ତି ପାଇଁ ଦେଇଥିବା ନିର୍ଦ୍ଦେଶ କାର୍ଯ୍ୟକାରୀ ହୋଇ ନ ଥିବାରୁ ସୁପ୍ରିମକୋର୍ଟ ବୁଧବାର ରାଜ୍ୟ ସରକାରଙ୍କ ଉପରେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। କେଉଁ ସବୁ ନିର୍ଦ୍ଦେଶ ପାଳନ ହୋଇଛି ଏବଂ କ’ଣ ହୋଇନାହିଁ ତାହାର ଷ୍ଟାଟସ୍‌ ରିପୋର୍ଟ ୪ ସପ୍ତାହ ମଧ୍ୟରେ ଦାଖଲ କରିବାକୁ ଜଷ୍ଟିସ୍‌ ଏମ୍‌.ଆର୍‌. ଶାହା ଏବଂ ସି.ଟି. ରବିକୁମାରଙ୍କୁ ନେଇ ଗଠିତ ଖଣ୍ଡପୀଠ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ଶ୍ରୀମନ୍ଦିର ସଂସ୍କାର ମାମଲାରେ ଦିଆଯାଇଥିବା ୨୨ଟି ନିର୍ଦ୍ଦେଶକୁ କିଭଳି ପାଳନ କରାଯାଇଛି ତାହାର ପ୍ରୋଗ୍ରେସ୍‌ ରିପୋର୍ଟ ରାଜ୍ୟ ସରକାରଙ୍କ ପକ୍ଷରୁ ଦାଖଲ କରାଯାଇ ନ ଥିବା ନେଇ ସୁପ୍ରିମକୋର୍ଟକୁ ଆମିକସ୍‌ କ୍ୟୁରି ଭାବେ ସହଯୋଗ କରୁଥିବା ବରିଷ୍ଠ ଆଇନଜୀବୀ ରଞ୍ଜିତ କୁମାର ଅବଗତ କରାଇଥିଲେ। ଏହାକୁ ଗମ୍ଭୀରତାର ସହ ନେଇ ଖଣ୍ଡପୀଠ ରାଜ୍ୟ ସରକାରଙ୍କୁ ୪ ସପ୍ତାହ ମଧ୍ୟରେ ଏକ ବିସ୍ତୃତ ଅନୁପାଳନ ରିପୋର୍ଟ ଦାଖଲ କରିବାକୁ ବୁଧବାର ନିର୍ଦ୍ଦେଶ ଦେଇଛନ୍ତି। ଉକ୍ତ ରିପୋର୍ଟର ଏକ ନକଲ ଆମିକସ୍‌ କ୍ୟୁରିଙ୍କୁ ଆଗୁଆ ପ୍ରଦାନ କରିବେ। ଏହି ପ୍ରସଙ୍ଗରେ ମେ’ ୧ରେ ପରବର୍ତ୍ତୀ ଶୁଣାଣି କରିବାକୁ ଖଣ୍ଡପୀଠ ଧାର୍ଯ୍ୟ କରିଛନ୍ତି।

୨୦୧୯ରେ ସୁପ୍ରିମକୋର୍ଟ ଶ୍ରୀମନ୍ଦିର ବ୍ୟାପାର ପରିଚାଳନା ଲାଗି ଜଣେ ମୁଖ୍ୟ ପ୍ରଶାସକଙ୍କୁ ନିଯୁକ୍ତ କରିବାକୁ ଓଡ଼ିଶା ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏଥିସହ ଭକ୍ତମାନେ ଯେପରି ଶାନ୍ତିଶୃଙ୍ଖଳାର ସହ ଶ୍ରୀଜୀଉଙ୍କୁ ଦର୍ଶନ କରିପାରିବେ ତା’ର ବ୍ୟବସ୍ଥା ସହ ସେମାନଙ୍କୁ ସୁବିଧା ଯୋଗାଇଦେବାକୁ ମଧ୍ୟ ଶୀର୍ଷ ଅଦାଲତଙ୍କ ନିର୍ଦ୍ଦେଶ ରହିଥିଲା। ସେବାୟତମାନଙ୍କ ପିଲାଙ୍କ ପାଠପଢ଼ା ପାଇଁ ସ୍କୁଲ ପ୍ରତିଷ୍ଠା କରିବା ନିମନ୍ତେ ଏକ ଉପଯୁକ୍ତ ସ୍ଥାନ ଯୋଗାଇଦେବାକୁ ମଧ୍ୟ ମନ୍ଦିର ପରିଚାଳନା କମିଟିକୁ ନିର୍ଦ୍ଦେଶ ଦିଆଯାଇଥିଲା।

ଶ୍ରଦ୍ଧାଳୁ ଓ ପର୍ଯ୍ୟଟକଙ୍କ ଦର୍ଶନ ସୁବିଧା ଲାଗି ବିଶେଷଜ୍ଞଙ୍କ ସହଯୋଗ ନେଇ ରୋଡ୍‌ମ୍ୟାପ୍‌ ପ୍ରସ୍ତୁତ କରିବାକୁ ଶ୍ରୀମନ୍ଦିର ପ୍ରଶାସନ ଓ ରାଜ୍ୟ ସରକାରଙ୍କୁ କୁହାଯାଇଥିଲା। ଭକ୍ତମାନେ ଜଗନ୍ନାଥ ମନ୍ଦିରରେ କିପରି ଅସୁବିଧା ଭୋଗୁଛନ୍ତି ଏବଂ ସେବାୟତମାନେ ସେମାନଙ୍କୁ କିଭଳି ଶୋଷଣ କରୁଛନ୍ତି ସେନେଇ ଆବେଦନକାରୀ ମୃଣାଳିନୀ ପାଢ଼ୀ ନିଜ ପିଟିଶନରେ ଉଲ୍ଲେଖ କରିଥିଲେ।

ତାଙ୍କ ଆବେଦନର ଶୁଣାଣି କରି ସର୍ବୋଚ୍ଚ ଅଦାଲତ ଏହି ନିର୍ଦ୍ଦେଶ ଦେଇଛନ୍ତି। ଇତିମଧ୍ୟରେ ରାଜ୍ୟ ସରକାର ପୂର୍ଣ୍ଣକାଳୀନ ପ୍ରଶାସକ ନିଯୁକ୍ତି ପାଇଁ ଅଧିକ ସମୟ ଦେବାକୁ ଅଦାଲତଙ୍କୁ ନିବେଦନ କରିଛନ୍ତି। ରାଜ୍ୟ ସରକାରଙ୍କ ପକ୍ଷରୁ ମାମଲା ପରିଚାଳନା କରୁଥିବା ଆଇନଜୀବୀ ଖଣ୍ଡପୀଠଙ୍କୁ ଜଣାଇଥିଲେ ଯେ, ବର୍ତ୍ତମାନ ପୂର୍ତ୍ତ ବିଭାଗ ସଚିବ ପରିଚାଳନା ବ୍ୟାପାର ବୁଝୁଛନ୍ତି। ଖଣ୍ଡପୀଠ କହିଥିଲେ, ସରକାର ପୂର୍ତ୍ତ ସଚିବଙ୍କୁ ଜଣେ ପରାମର୍ଶଦାତା ଭାବେ ରଖିପାରିବେ କିମ୍ବା ତାଙ୍କୁ ପୂର୍ଣ୍ଣକାଳୀନ ପ୍ରଶାସକ ଭାବେ ନିଯୁକ୍ତ କରିବେ। ଶ୍ରୀମନ୍ଦିର କମିଟି ଷ୍ଟାଫ୍‌ ଓ ସେବାୟତମାନଙ୍କ ପାଇଁ ଆଇ-କାର୍ଡ (ପରିଚୟପତ୍ର) ଜାରି କରିବାକୁ ଖଣ୍ଡପୀଠ ନିର୍ଦ୍ଦେଶ ଦେଇଛନ୍ତି। ଭକ୍ତଙ୍କ ପାଇଁ ଏକ ଆଶ୍ରୟ ଗୃହ ନିର୍ମାଣ କରିବାକୁ ମଧ୍ୟ ଦୁଇଜଣିଆ ଖଣ୍ଡପୀଠଙ୍କ ନିର୍ଦ୍ଦେଶ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ପାକିସ୍ତାନ ସହ ତିକ୍ତତା ପରେ ବି ଇମ୍ରାନଙ୍କ ପାଇଁ ଚିଠି ଲେଖିଲେ ସୁନିଲ ଗାଭାସ୍କର, କପିଳ ଦେବଙ୍କ ସହ ୧୪ କ୍ୟାପଟେନ

ନୂଆଦିଲ୍ଲୀ,୧୭।୨: ଜେଲରେ ଥିବା ପୂର୍ବତନ ପାକିସ୍ତାନ ଅଧିନାୟକ ଏବଂ ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ସ୍ବାସ୍ଥ୍ୟାବସ୍ଥା ଖରାପ ହେବା ନେଇ ୧୪ଜଣ ପୂର୍ବତନ ଅଧିନାୟକ ପାକିସ୍ତାନ ସରକାରଙ୍କୁ…

ICUରେ ସଲିମ ଖାନ, ପିତାଙ୍କୁ ଦେଖିବାକୁ ହସ୍ପିଟାଲରେ ପହଞ୍ଚିଲେ ସଲମାନ

ମୁମ୍ବାଇ,୧୭।୨: ବରିଷ୍ଠ ସ୍କ୍ରିନ ରାଇଟର ଏବଂ ସୁପରଷ୍ଟାର ସଲମାନ ଖାନଙ୍କ ପିତା ସଲିମ ଖାନଙ୍କୁ ମୁମ୍ବାଇର ଲୀଳାବତୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସଲିମ ଖାନଙ୍କ ସ୍ବାସ୍ଥ୍ୟାବସ୍ଥା ହଠାତ…

ଆଉ ୨ଦିନ କଲବଲ କରିବ କୁହୁଡ଼ି

ଭୁବନେଶ୍ୱର,୧୭।୨: ପାଣିପାଗ କେନ୍ଦ୍ର ପକ୍ଷରୁ ମଙ୍ଗଳବାର ଏକ ବଡ଼ ସୂଚନା ଜାରି କରାଯାଇଛି। ରାଜ୍ୟର ବିଭିନ୍ନ ଜିଲାରେ ଆଉ ୨ ଦିନ ପର୍ଯ୍ୟନ୍ତ ଘନ କୁହୁଡ଼ି ରହିବ…

ପାକିସ୍ତାନ କ୍ରିକେଟରଙ୍କ ଉପରେ ନିଜ ସନ୍ତାନଙ୍କୁ ହତ୍ୟା ଭଳି ଅଭିଯୋଗ ଆଣିଲେ ପୂର୍ବତନ ପତ୍ନୀ, ଦ୍ୱିତୀୟ ବିବାହ…

ଇସଲାମାବାଦ,୧୭।୨: ପାକିସ୍ତାନ କ୍ରିକେଟ ଦଳର ଅଲରାଉଣ୍ଡର ଇମାଦ ୱାସିମ ପୁଣିଥରେ ଖବରର ଶିରୋନାମାରେ ଅଛନ୍ତି, କିନ୍ତୁ ଏଥର କାରଣ ପଡ଼ିଆରେ ତାଙ୍କର ପ୍ରଦର୍ଶନ ନୁହେଁ, ବରଂ ତାଙ୍କ…

ଦଶମ ଶ୍ରେଣୀ ଦିବ୍ୟାଙ୍ଗ ଛାତ୍ରଙ୍କ ବୋର୍ଡ ପରୀକ୍ଷାକୁ ନେଇ ଅନିଶ୍ଚିତତା, କର୍ତ୍ତୃପକ୍ଷଙ୍କୁ ଦୃଷ୍ଟି ଦେବାକୁ ଦାବୀ           

ଦିଗପହଣ୍ଡି,୧୭।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଖଲିଙ୍ଗି ଗ୍ରାମ ସରକାରୀ ହାଇସ୍କୁଲର ୧୦ମ ଶ୍ରେଣୀ ଛାତ୍ର ଗୌତମ ମହାନ୍ତିଙ୍କ ମାଟ୍ରିକ ପରୀକ୍ଷାକୁ ନେଇ ଅନିଶ୍ଚିତତା…

ଇତିହାସ ରଚିଲେ କାନାଡା ଯୁବରାଜ, T20 World Cupରେ କଲେ ଏମିତି ରନ ବର୍ଷା ବନିଗଲେ…

ନୂଆଦିଲ୍ଲୀ,୧୭।୨: କାନାଡାର ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ ଯୁବରାଜ ସାମରା ୨୦୨୬ ଟି-୨୦ ବିଶ୍ୱକପରେ ଏକ ଐତିହାସିକ ଶତକ ହାସଲ କରିଛନ୍ତି। ନ୍ୟୁଜିଲାଣ୍ଡ ବିପକ୍ଷରେ ଏକ ନିଶ୍ଚିତ ବିଜୟୀ ମ୍ୟାଚରେ…

ରକ୍ତରେ ଭିଜିଲା ସପ୍ତାମାତୃକା ଶୈବପୀଠ, ଶହ ଶହ ପଶୁପକ୍ଷୀଙ୍କୁ ଦିଆଗଲା ବଳି

ତୁଣ୍ଡଲା,୧୭।୨(ଫିରୋଜ କୁମାର ଦାଶ): କଳାହାଣ୍ଡି ଜିଲାର କେସିଙ୍ଗା ବ୍ଲକ ବେଲଖଣ୍ଡି ସ୍ଥିତ ତେଲ ଓ ଉତେଇ ନଦୀର ସଙ୍ଗମରେ ଥିବା ସର୍ବପୁରାତନ ତଥା ଐତିହାସିକ ସପ୍ତମାତୃକା ଶୈବପୀଠ…

AI Impact Summit 2026: ଭାରତ ମଣ୍ଡପମରେ ଝଲସିଲା ‘AI ମହାକୁମ୍ଭ’, ଦିଶିଲା ଭବିଷ୍ୟତର ଝଲକ

ନୂଆଦିଲ୍ଲୀ,୧୭।୨: ନୂଆଦିଲ୍ଲୀର ଭାରତ ମଣ୍ଡପମରେ ଅନୁଷ୍ଠିତ AI ପ୍ରImpact Summit 2026କୁ ପ୍ରଯୁକ୍ତି ଜଗତର AI ମହାକୁମ୍ଭ ବୋଲି କୁହାଯାଉଛି। ଏହି ସମ୍ମିଳନୀରେ, ପ୍ରମୁଖ ଭାରତୀୟ ଏବଂ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri