Posted inଫୁରସତ

ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରା: କୌସାନୀ

ଉତ୍ତରାଖଣ୍ଡର ବାଗେଶ୍ୱର ଜିଲା ଅନ୍ତର୍ଗତ ଏକ ସୌନ୍ଦର୍ଯ୍ୟପୂର୍ଣ୍ଣ ଗାଁ ହେଉଛି କୌସାନୀ। ଅପୂର୍ବ ପ୍ରାକୃତିକ ସୌନ୍ଦର୍ଯ୍ୟ ପାଇଁ ଏହାକୁ ହିଲ୍‌ ଷ୍ଟେଶନର ମାନ୍ୟତା ମଧ୍ୟ ମିଳିଛି। ଏଠାରେ ପର୍ଯ୍ୟଟକ ବିଭିନ୍ନ ଆଧ୍ୟାତ୍ମିକ ପୀଠ, ଚା’ ବଗିଚା ତଥା ଅନ୍ୟାନ୍ୟ ଆକର୍ଷଣୀୟ ପର୍ଯ୍ୟଟନସ୍ଥଳୀମାନ ଦେଖିପାରିବେ। କୋଳାହଳରୁ ଦୂରରେ ଥିବା ଏହି ସ୍ଥାନରେ ନିରୋଳାରେ ଟିକେ ସମୟ ବିତାଇବା ପାଇଁ ବର୍ଷସାରା ଏଠାରେ ପର୍ଯ୍ୟଟକଙ୍କର ଗହଳି ଲାଗି ରହିଥାଏ।

 

ଉତ୍ତରାଖଣ୍ଡର ବାଗେଶ୍ୱର ଜିଲା ଅନ୍ତର୍ଗତ ଏକ ସୌନ୍ଦର୍ଯ୍ୟପୂର୍ଣ୍ଣ ଗାଁ ହେଉଛି କୌସାନୀ। ଅପୂର୍ବ ପ୍ରାକୃତିକ ସୌନ୍ଦର୍ଯ୍ୟ ପାଇଁ ଏହାକୁ ହିଲ୍‌ ଷ୍ଟେଶନର ମାନ୍ୟତା ମଧ୍ୟ ମିଳିଛି। ଏଠାରେ ପର୍ଯ୍ୟଟକ ବିଭିନ୍ନ ଆଧ୍ୟାତ୍ମିକ ପୀଠ, ଚା’ ବଗିଚା ତଥା ଅନ୍ୟାନ୍ୟ ଆକର୍ଷଣୀୟ ପର୍ଯ୍ୟଟନସ୍ଥଳୀମାନ ଦେଖିପାରିବେ। କୋଳାହଳରୁ ଦୂରରେ ଥିବା ଏହି ସ୍ଥାନରେ ନିରୋଳାରେ ଟିକେ ସମୟ ବିତାଇବା ପାଇଁ ବର୍ଷସାରା ଏଠାରେ ପର୍ଯ୍ୟଟକଙ୍କର ଗହଳି ଲାଗି ରହିଥାଏ।

ଉତ୍ତରାଖଣ୍ଡର କୌସାନୀ ହେଉଛି ଏକ ଆକର୍ଷଣୀୟ ପର୍ଯ୍ୟଟନସ୍ଥଳୀ। ଏହା ଏକ ହିଲ୍‌ଷ୍ଟେଶନ ମଧ୍ୟ। ପର୍ଯ୍ୟଟକ ଏଠାରେ ବିଭିନ୍ନ ଆଧ୍ୟାତ୍ମିକ ପୀଠ ବୁଲି ଦେଖିବା ସହ ଏଠାରେ ଥିବା ଚା’ ବଗିଚାରେ ମଧ୍ୟ ବୁଲିବାର ଆନନ୍ଦ ଲଭିପାରିବେ। କେବଳ ଏତିକି ନୁହେଁ ଏଠାରେ ଅନେକ ପାର୍କ, ପାହାଡ, ପର୍ବତ, ଆଶ୍ରମ, ତଥା ଆଧ୍ୟାତ୍ମିକ ପୀଠ ବି ପର୍ଯ୍ୟଟକ ବୁଲି ଦେଖିପାରିବେ। ତା’ଛଡ଼ା ଏଠାକାର ସୂର୍ଯ୍ୟୋଦୟ ତଥା ସୂର୍ଯ୍ୟାସ୍ତର ଦୃଶ୍ୟ ବି ବେଶ୍‌ ମନୋରମ ଲାଗିଥାଏ ଦେଖିବାକୁ। କୋଳାହଳ ପରିବେଶରୁ ଦୂରରେ ଥିବା ଏହି ସ୍ଥାନରେ ଖାସ୍‌ ଛୁଟି କଟାଇବାକୁ ବର୍ଷକ ବାରମାସ ଏଠାରେ ପର୍ଯ୍ୟଟକଙ୍କର ଭିଡ଼ ଦେଖିବାକୁ ମିଳିଥାଏ।
କ’ଣ ସବୁ ରହିଛି ଏଠାରେ
କୌସାନୀର ନିକଟବର୍ତ୍ତୀ ଅଞ୍ଚଳରେ ପର୍ଯ୍ୟଟକଙ୍କ ଦେଖିବା ନିମନ୍ତେ ରହିଛି ଅନେକ ଆକର୍ଷଣୀୟ ପର୍ଯ୍ୟଟନସ୍ଥଳୀ। ଯେମିତିକି: ବୈଜନାଥ ଲେକ୍‌, ଅନଶକ୍ତି ଆଶ୍ରମ, ମାଉଣ୍ଟେନ୍‌ ରେଞ୍ଜ, ଆରତି ରୁମ୍‌, ସନ୍‌ରାଇଜ୍‌ ଓ ସନ୍‌ସେଟ୍‌ ପଏଣ୍ଟ, କଫାରି, ରୁଦ୍ରାହରି କେଭ୍‌, ସୁନ୍ଦର ଧୁଙ୍ଗା ଟ୍ରେକ୍‌ ତଥା କୋଟେ ମାଇ ମନ୍ଦିର, କ୍ରିଷ୍ଣା ଗରି, ଲୁବାଞ୍ଜ ଭିଲେଜ୍‌, ଅଙ୍ଗ୍ୟାରି ମନ୍ଦିର, ପଞ୍ଚୁଲି ପିକ୍‌, ଚା’ ବଗିଚା, ଜଙ୍କଲ୍‌ ପାର୍କ ଇତ୍ୟାଦି ହେଉଛି ସ୍ଥାନୀୟ କେତେକ ପ୍ରମୁଖ ପର୍ଯ୍ୟଟନସ୍ଥଳୀ।
ଆଉ କ’ଣ ଖାସ୍‌ ରହିଛି ଏଠାରେ
କଳା ସଂସ୍କୃତିକୁ ଭଲ ପାଉଥିବା କୌସାନୀବାସୀ ବି ବେଶ୍‌ ନାଟକପ୍ରେମୀ ହୋଇଥାନ୍ତି। ସେଥିପାଇଁ ଏଠାରେ ଅନେକ ଥିଏଟର୍‌ ବି ରହିଛି। ପର୍ଯ୍ୟଟକ ଚାହିଁଲେ ଉକ୍ତ ଥିଏଟର୍‌ ଆଡ଼େ ବି ବୁଲି ଯାଇପାରିବେ। ସେହିପରି ବହୁ ଅଡିଟୋରିୟମ୍‌ ବି ଏଠାରେ ଅଛି। ଅନ୍ୟପକ୍ଷେ ଶପିଂ ପାଇଁ ବି ଏଠାରେ ଅନେକ ମଲ୍‌ ତଥା ମାର୍କେଟ୍‌ ବି ରହିଛି; ଯେଉଁଠାରୁ ପର୍ଯ୍ୟଟକ ନିଜ ପସନ୍ଦ ମୁତାବକ ଜିନିଷ ବେଶ୍‌ ସୁଲଭ ମୂଲ୍ୟରେ କିଣି ପାରିବେ।
କୌସାନୀର ଅର୍ଥନୀତି
ସୂଚନାନୁଯାୟୀ, କୌସାନୀରେ କୁଆଡ଼େ ଚା’ ଚାଷ ଭଲ ହୋଇଥାଏ। ଏଠାକାର ଅର୍ଥନୀତି ବି ଏହା ଉପରେ ନିର୍ଭର କରେ। ତା’ଛଡ଼ା ପର୍ଯ୍ୟଟନରୁ ବି ଏଠାରୁ ଭଲ ରୋଜଗାର ହୁଏ। ସେହିପରି ହ୍ୟାଣ୍ଡଲୁମ୍‌ କାରୁକାର୍ଯ୍ୟରେ ବି ଏଠାକାର ଅଧିବାସୀ ଖୁବ୍‌ ନିପୁଣ। ସେଥିରୁ ବି ସେମାନେ ଭଲ ଦି ପଇସା ରୋଜଗାର କରିଦେଇଥାନ୍ତି। ତା’ଛଡ଼ା ଏଠାକାର ଅନେକ ଲୋକ ଉଚ୍ଚ ଶିକ୍ଷା ଲାଭ କରି ଭଲ ପଦପଦବୀରେ ମଧ୍ୟ ଅବସ୍ଥାନ କରିଛନ୍ତି।
କେବେ ଓ କେମିତି ଯିବେ
ବର୍ଷର ସବୁ ସମୟରେ ଏଠାକୁ ବୁଲିଯିବା ପାଇଁ ସୁବିଧା ରହିଛି। ଏପରିକି ବର୍ଷାଦିନେ ବି ଏଠାକୁ ବୁଲି ଗଲେ ଅପୂର୍ବ ପ୍ରାକୃତିକ ସୌନ୍ଦର୍ଯ୍ୟକୁ ଉପଭୋଗ କରିହେବ। ସେହିପରି ଏଠାକୁ ଯିବା ପାଇଁ ଗମନାଗମନର ବି ଭଲ ବ୍ୟବସ୍ଥା ରହିଛି। ଟ୍ରେନ୍‌ ହେଉ ଅବା ବସ୍‌ ଅଥବା ପ୍ଲେନ୍‌ ପର୍ଯ୍ୟଟକଙ୍କୁ ଯେଉଁଥିବରେ ସୁବିଧା ସେଥିରେ ଯାଇ ଆରାମରେ ଏଠାରେ ପହଁଞ୍ଚତ୍ ବୁଲିପାରିବେ।
କ’ଣ ଖାଇବେ ଓ କ’ଣ କିଣିବେ
ଏଠାରେ ଇଣ୍ଡିଆନ୍‌, ଚାଇନିଜ୍‌ ଖାଦ୍ୟର ଖୁବ୍‌ ଚାହିଦା ରହୁଥିବା ଦେଖିବାକୁ ମିଳେ। ତା’ଛଡ଼ା ବିଭିନ୍ନ ସୁସ୍ବାଦୁ ଷ୍ଟ୍ରିଟ୍‌ ଫୁଡ୍‌ ବି ଏଠାକୁ ବୁଲି ଆସୁଥିବା ପର୍ଯ୍ୟଟକଙ୍କର ମନ ମୋହି ନେଇଥାଏ। ସେହିପରି ପର୍ଯ୍ୟଟକ ଏଠାରୁ ଫେରିଲାବେଳେ ସାଙ୍ଗରେ ସୁଲଭ ଦରରେ ଚା’ ତଥା ବିଭିନ୍ନ ପ୍ରକାରର ହ୍ୟାଣ୍ଡଲୁମ୍‌ ଜିନିଷ ମଧ୍ୟ କିଣି ଆଣିପାରିବେ।


Enter your email to get our daily news in your inbox.

All Right Reserved By Dharitri.Com

LPG ପରେ ଆଉ ଏକ ବଡ଼ ସଙ୍କଟ; ୧୦ରୁ ୧୫ ପ୍ରତିଶତ ଯାଏ ବଢିପାରେ ଦର…

ନୂଆଦିଲ୍ଲୀ,୨୭।୩: LPG ସଙ୍କଟ ଭିତରେ ଜନତାଙ୍କୁ ବହୁ ଜଲଦି ଆଉ ଏକ ଝଟକା ଲାଗିବାକୁ ଯାଉଛି । ପଶ୍ଚିମ ଏସିଆରେ ଚାଲୁଥିବା ଏହି ଯୁଦ୍ଧ ଯୋଗ ବର୍ତ୍ତମାନ…

ଚଳନ୍ତା ଟ୍ରେନ୍‌ରୁ ଡେଇଁ ପଡ଼ିଲେ ଯୁବକ, ଆଉ ତା’ପରେ…

ଛତ୍ରପୁର,୨୭ା୩(ଦିଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ନିକଟରେ ଚଳନ୍ତା ଟ୍ରେନରୁ ଖସିପଡି ଜଣେ ଯୁବକ ଆହତ ହୋଇଛନ୍ତି। ସେ ହେଲେ କେନ୍ଦୁଝର ଜିଲା ଗୁଣ୍ଠପୁର ଅଞ୍ଚଳର ବିକ୍ରମ…

ରାସ୍ତାକଡ଼ ବୁଦା ଭିତରୁ ମିଳିଲା ପୁଳାପୁଳା ସରକାରୀ ଔଷଧ, ଏକ୍ସପାଏରୀ ଡେଟ୍‌ ଥିଲେ ସୁଦ୍ଧା କିଏ ଫିଙ୍ଗିଲା ସେ ନେଇ…

ସୁନ୍ଦରଗଡ଼, ୨୭।୩(ଜୟ ନାରାୟଣ ମେଣ୍ଡୁଳି): ସରକାର ଗରିବ ଲୋକଙ୍କୁ ମାଗଣାରେ ସ୍ବାସ୍ଥ୍ୟସେବା ଓ ଔଷଧ ଯୋଗାଇବା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ, ସୁନ୍ଦରଗଡ଼ରେ…

ବିଦ୍ୟୁତ୍‌ କାଟ୍‌କୁ ନେଇ ବଢୁଛି ଅସନ୍ତୋଷ

ଶେରଗଡ଼,୨୭ା୩(ସୂର୍ଯ୍ୟ ନାରାୟଣ ଦାଶ): ଶେରଗଡ଼ରେ ବିଦ୍ୟୁତ୍‌ ବିଭ୍ରାଟ ଦିନକୁ ଦିନ ବଢ଼ିବାରେ ଲାଗିଛି। ମେଣ୍ଟେନାନ୍ସ ଆଳରେ ଏପରି ବିଦ୍ୟୁତ୍‌ କାଟ କରାଯାଉଥିବା ଅଭିଯୋଗ ହେଉଛି। ଏପରି ଦିନକୁ…

୩ୟ ବିଶ୍ୱଯୁଦ୍ଧର ଭୟଙ୍କର ରୂପ! ଆମେରିକା ସହ ଯୁଦ୍ଧ କରିବେ ୧୨ବର୍ଷର ପିଲା

ତେହରାନ,୨୭।୩: ଇରାନ-ଇସ୍ରାଏଲ ବିବାଦ ମଧ୍ୟରେ, ଯେତେବେଳେ ଆମେରିକା ଗୋଟିଏ ମୋର୍ଚ୍ଚାରେ ଇରାନରେ ତାର ସୈନ୍ୟ ମୁତୟନ କରିବାକୁ ପ୍ରସ୍ତୁତ ହେଉଛି, ଅନ୍ୟପଟେ ଇରାନ ଏବେ ତାର ସୈନ୍ୟବାହିନୀକୁ…

ଏପ୍ରିଲ ୧ରୁ ଆରମ୍ଭ ହେବ ମାରାଗୁଡ଼ା ଲୋକମହୋତ୍ସବ

ନୂଆପଡ଼ା,୨୭ା୩(ମକାରୁ ବେମାଲ): ନୂଆପଡ଼ା ଜିଲାର ଐତିହ୍ୟ, ଲୋକକଳା ଓ ସଂସ୍କୃତିର ମହାପାର୍ବଣ ମାରାଗୁଡ଼ା ଲୋକମହୋତ୍ସବ ଆସନ୍ତା ଏପ୍ରିଲ ୧ରୁ ୫ ତାରିଖ ପର୍ଯ୍ୟନ୍ତ ନୂଆପଡ଼ାର ନ୍ୟାଶନାଲ ମହାବିଦ୍ୟାଳୟ…

ଖେଳାଳିଙ୍କ ଗସ୍ତ ଉପରେ କଟକଣା ଲଗାଇଲା ଇରାନ

ତେହେରାନ,୨୭ା୩: ଇରାନ ଶତ୍ରୁରାଷ୍ଟ୍ର ଭାବେ ବିବେଚନା ଦେଶଗୁଡ଼ିକୁ ଖେଳାଳିଙ୍କ ଗସ୍ତ ଉପରେ କଟକଣା ଜାରି କରିଛି। ସାଉଦି ଆରବରେ ଟ୍ରାକ୍ଟର ଏଫ୍‌ସି ବିପକ୍ଷ ଗେମ୍‌ ପୂର୍ବରୁ ଇରାନ…

ଓଡିଶାର ଶ୍ରେଷ୍ଠ ପୋଲିସ ଥାନା ଘୋଷଣା: ବାଜିମାରିଲା ଏହି ଥାନା

ଛତ୍ରପୁର, ୨୭/୩ (ଦିଲ୍ଲୀପ ସାମଲ): ଭାରତ ସରକାରଙ୍କ ଗୃହ ମନ୍ତ୍ରଣାଳୟ ଦ୍ୱାରା ଗଞ୍ଜାମ ପୋଲିସ ଜିଲାର ବଡ଼ଗଡ଼ ପୋଲିସ ଥାନା ୨୦୨୫ ବର୍ଷ ପାଇଁ ଓଡ଼ିଶାର ଶ୍ରେଷ୍ଠ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri