Posted inଫୁରସତ

ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରା: କୌସାନୀ

ଉତ୍ତରାଖଣ୍ଡର ବାଗେଶ୍ୱର ଜିଲା ଅନ୍ତର୍ଗତ ଏକ ସୌନ୍ଦର୍ଯ୍ୟପୂର୍ଣ୍ଣ ଗାଁ ହେଉଛି କୌସାନୀ। ଅପୂର୍ବ ପ୍ରାକୃତିକ ସୌନ୍ଦର୍ଯ୍ୟ ପାଇଁ ଏହାକୁ ହିଲ୍‌ ଷ୍ଟେଶନର ମାନ୍ୟତା ମଧ୍ୟ ମିଳିଛି। ଏଠାରେ ପର୍ଯ୍ୟଟକ ବିଭିନ୍ନ ଆଧ୍ୟାତ୍ମିକ ପୀଠ, ଚା’ ବଗିଚା ତଥା ଅନ୍ୟାନ୍ୟ ଆକର୍ଷଣୀୟ ପର୍ଯ୍ୟଟନସ୍ଥଳୀମାନ ଦେଖିପାରିବେ। କୋଳାହଳରୁ ଦୂରରେ ଥିବା ଏହି ସ୍ଥାନରେ ନିରୋଳାରେ ଟିକେ ସମୟ ବିତାଇବା ପାଇଁ ବର୍ଷସାରା ଏଠାରେ ପର୍ଯ୍ୟଟକଙ୍କର ଗହଳି ଲାଗି ରହିଥାଏ।

 

ଉତ୍ତରାଖଣ୍ଡର ବାଗେଶ୍ୱର ଜିଲା ଅନ୍ତର୍ଗତ ଏକ ସୌନ୍ଦର୍ଯ୍ୟପୂର୍ଣ୍ଣ ଗାଁ ହେଉଛି କୌସାନୀ। ଅପୂର୍ବ ପ୍ରାକୃତିକ ସୌନ୍ଦର୍ଯ୍ୟ ପାଇଁ ଏହାକୁ ହିଲ୍‌ ଷ୍ଟେଶନର ମାନ୍ୟତା ମଧ୍ୟ ମିଳିଛି। ଏଠାରେ ପର୍ଯ୍ୟଟକ ବିଭିନ୍ନ ଆଧ୍ୟାତ୍ମିକ ପୀଠ, ଚା’ ବଗିଚା ତଥା ଅନ୍ୟାନ୍ୟ ଆକର୍ଷଣୀୟ ପର୍ଯ୍ୟଟନସ୍ଥଳୀମାନ ଦେଖିପାରିବେ। କୋଳାହଳରୁ ଦୂରରେ ଥିବା ଏହି ସ୍ଥାନରେ ନିରୋଳାରେ ଟିକେ ସମୟ ବିତାଇବା ପାଇଁ ବର୍ଷସାରା ଏଠାରେ ପର୍ଯ୍ୟଟକଙ୍କର ଗହଳି ଲାଗି ରହିଥାଏ।

ଉତ୍ତରାଖଣ୍ଡର କୌସାନୀ ହେଉଛି ଏକ ଆକର୍ଷଣୀୟ ପର୍ଯ୍ୟଟନସ୍ଥଳୀ। ଏହା ଏକ ହିଲ୍‌ଷ୍ଟେଶନ ମଧ୍ୟ। ପର୍ଯ୍ୟଟକ ଏଠାରେ ବିଭିନ୍ନ ଆଧ୍ୟାତ୍ମିକ ପୀଠ ବୁଲି ଦେଖିବା ସହ ଏଠାରେ ଥିବା ଚା’ ବଗିଚାରେ ମଧ୍ୟ ବୁଲିବାର ଆନନ୍ଦ ଲଭିପାରିବେ। କେବଳ ଏତିକି ନୁହେଁ ଏଠାରେ ଅନେକ ପାର୍କ, ପାହାଡ, ପର୍ବତ, ଆଶ୍ରମ, ତଥା ଆଧ୍ୟାତ୍ମିକ ପୀଠ ବି ପର୍ଯ୍ୟଟକ ବୁଲି ଦେଖିପାରିବେ। ତା’ଛଡ଼ା ଏଠାକାର ସୂର୍ଯ୍ୟୋଦୟ ତଥା ସୂର୍ଯ୍ୟାସ୍ତର ଦୃଶ୍ୟ ବି ବେଶ୍‌ ମନୋରମ ଲାଗିଥାଏ ଦେଖିବାକୁ। କୋଳାହଳ ପରିବେଶରୁ ଦୂରରେ ଥିବା ଏହି ସ୍ଥାନରେ ଖାସ୍‌ ଛୁଟି କଟାଇବାକୁ ବର୍ଷକ ବାରମାସ ଏଠାରେ ପର୍ଯ୍ୟଟକଙ୍କର ଭିଡ଼ ଦେଖିବାକୁ ମିଳିଥାଏ।
କ’ଣ ସବୁ ରହିଛି ଏଠାରେ
କୌସାନୀର ନିକଟବର୍ତ୍ତୀ ଅଞ୍ଚଳରେ ପର୍ଯ୍ୟଟକଙ୍କ ଦେଖିବା ନିମନ୍ତେ ରହିଛି ଅନେକ ଆକର୍ଷଣୀୟ ପର୍ଯ୍ୟଟନସ୍ଥଳୀ। ଯେମିତିକି: ବୈଜନାଥ ଲେକ୍‌, ଅନଶକ୍ତି ଆଶ୍ରମ, ମାଉଣ୍ଟେନ୍‌ ରେଞ୍ଜ, ଆରତି ରୁମ୍‌, ସନ୍‌ରାଇଜ୍‌ ଓ ସନ୍‌ସେଟ୍‌ ପଏଣ୍ଟ, କଫାରି, ରୁଦ୍ରାହରି କେଭ୍‌, ସୁନ୍ଦର ଧୁଙ୍ଗା ଟ୍ରେକ୍‌ ତଥା କୋଟେ ମାଇ ମନ୍ଦିର, କ୍ରିଷ୍ଣା ଗରି, ଲୁବାଞ୍ଜ ଭିଲେଜ୍‌, ଅଙ୍ଗ୍ୟାରି ମନ୍ଦିର, ପଞ୍ଚୁଲି ପିକ୍‌, ଚା’ ବଗିଚା, ଜଙ୍କଲ୍‌ ପାର୍କ ଇତ୍ୟାଦି ହେଉଛି ସ୍ଥାନୀୟ କେତେକ ପ୍ରମୁଖ ପର୍ଯ୍ୟଟନସ୍ଥଳୀ।
ଆଉ କ’ଣ ଖାସ୍‌ ରହିଛି ଏଠାରେ
କଳା ସଂସ୍କୃତିକୁ ଭଲ ପାଉଥିବା କୌସାନୀବାସୀ ବି ବେଶ୍‌ ନାଟକପ୍ରେମୀ ହୋଇଥାନ୍ତି। ସେଥିପାଇଁ ଏଠାରେ ଅନେକ ଥିଏଟର୍‌ ବି ରହିଛି। ପର୍ଯ୍ୟଟକ ଚାହିଁଲେ ଉକ୍ତ ଥିଏଟର୍‌ ଆଡ଼େ ବି ବୁଲି ଯାଇପାରିବେ। ସେହିପରି ବହୁ ଅଡିଟୋରିୟମ୍‌ ବି ଏଠାରେ ଅଛି। ଅନ୍ୟପକ୍ଷେ ଶପିଂ ପାଇଁ ବି ଏଠାରେ ଅନେକ ମଲ୍‌ ତଥା ମାର୍କେଟ୍‌ ବି ରହିଛି; ଯେଉଁଠାରୁ ପର୍ଯ୍ୟଟକ ନିଜ ପସନ୍ଦ ମୁତାବକ ଜିନିଷ ବେଶ୍‌ ସୁଲଭ ମୂଲ୍ୟରେ କିଣି ପାରିବେ।
କୌସାନୀର ଅର୍ଥନୀତି
ସୂଚନାନୁଯାୟୀ, କୌସାନୀରେ କୁଆଡ଼େ ଚା’ ଚାଷ ଭଲ ହୋଇଥାଏ। ଏଠାକାର ଅର୍ଥନୀତି ବି ଏହା ଉପରେ ନିର୍ଭର କରେ। ତା’ଛଡ଼ା ପର୍ଯ୍ୟଟନରୁ ବି ଏଠାରୁ ଭଲ ରୋଜଗାର ହୁଏ। ସେହିପରି ହ୍ୟାଣ୍ଡଲୁମ୍‌ କାରୁକାର୍ଯ୍ୟରେ ବି ଏଠାକାର ଅଧିବାସୀ ଖୁବ୍‌ ନିପୁଣ। ସେଥିରୁ ବି ସେମାନେ ଭଲ ଦି ପଇସା ରୋଜଗାର କରିଦେଇଥାନ୍ତି। ତା’ଛଡ଼ା ଏଠାକାର ଅନେକ ଲୋକ ଉଚ୍ଚ ଶିକ୍ଷା ଲାଭ କରି ଭଲ ପଦପଦବୀରେ ମଧ୍ୟ ଅବସ୍ଥାନ କରିଛନ୍ତି।
କେବେ ଓ କେମିତି ଯିବେ
ବର୍ଷର ସବୁ ସମୟରେ ଏଠାକୁ ବୁଲିଯିବା ପାଇଁ ସୁବିଧା ରହିଛି। ଏପରିକି ବର୍ଷାଦିନେ ବି ଏଠାକୁ ବୁଲି ଗଲେ ଅପୂର୍ବ ପ୍ରାକୃତିକ ସୌନ୍ଦର୍ଯ୍ୟକୁ ଉପଭୋଗ କରିହେବ। ସେହିପରି ଏଠାକୁ ଯିବା ପାଇଁ ଗମନାଗମନର ବି ଭଲ ବ୍ୟବସ୍ଥା ରହିଛି। ଟ୍ରେନ୍‌ ହେଉ ଅବା ବସ୍‌ ଅଥବା ପ୍ଲେନ୍‌ ପର୍ଯ୍ୟଟକଙ୍କୁ ଯେଉଁଥିବରେ ସୁବିଧା ସେଥିରେ ଯାଇ ଆରାମରେ ଏଠାରେ ପହଁଞ୍ଚତ୍ ବୁଲିପାରିବେ।
କ’ଣ ଖାଇବେ ଓ କ’ଣ କିଣିବେ
ଏଠାରେ ଇଣ୍ଡିଆନ୍‌, ଚାଇନିଜ୍‌ ଖାଦ୍ୟର ଖୁବ୍‌ ଚାହିଦା ରହୁଥିବା ଦେଖିବାକୁ ମିଳେ। ତା’ଛଡ଼ା ବିଭିନ୍ନ ସୁସ୍ବାଦୁ ଷ୍ଟ୍ରିଟ୍‌ ଫୁଡ୍‌ ବି ଏଠାକୁ ବୁଲି ଆସୁଥିବା ପର୍ଯ୍ୟଟକଙ୍କର ମନ ମୋହି ନେଇଥାଏ। ସେହିପରି ପର୍ଯ୍ୟଟକ ଏଠାରୁ ଫେରିଲାବେଳେ ସାଙ୍ଗରେ ସୁଲଭ ଦରରେ ଚା’ ତଥା ବିଭିନ୍ନ ପ୍ରକାରର ହ୍ୟାଣ୍ଡଲୁମ୍‌ ଜିନିଷ ମଧ୍ୟ କିଣି ଆଣିପାରିବେ।


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ଘଟଣାରେ ଭାଜପା ନେତାଙ୍କ ପରଲୋକ

ଭଞ୍ଜନଗର,୨୧।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାର ଆସୋସିଏଶନ ଯୁବ ଆଇନଜୀବୀ ତଥା ଭାଜପା ନେତା ଅରୁଣ ପ୍ରଧାନଙ୍କ ରବିବାର ରାତିରେ ତାରସିଂ ଥାନା ଅନ୍ତର୍ଗତ...

ଆର୍ଥିକ ସଙ୍କଟରେ ପାକିସ୍ତାନ ହକି ଖେଳାଳି

କରାଚୀ, ୨୧ା୧୨: ପାକିସ୍ତାନ ହକି ଖେଳାଳିମାନେ ଆର୍ଥିକ ସମସ୍ୟା ସହିତ ଜଡ଼ିତ ଅଛନ୍ତି। କାରଣ ସେମାନଙ୍କର ଲକ୍ଷ ଲକ୍ଷ ଟଙ୍କା ବକେୟା ପାଉଣା ପଡ଼ି ରହିଛି।...

ଖସଡ଼ା ଜଳପ୍ରପାତକୁ ସଫା କରି ସମାଜକୁ ଦେଲେ ନିଆରା ବାର୍ତ୍ତା, ପର୍ଯ୍ୟଟନସ୍ଥଳୀର ସୁରକ୍ଷା ନିମନ୍ତେ ଅଣ୍ଟା ଭିଡ଼ିଲେ….

ମୋହନା,୨୧/୧୨( ମନ୍ମଥ ମିଶ୍ର ): ନୂଆବର୍ଷ ପାଖେଇ ଆସୁଥିବା ବେଳେ ଦିନକୁ ଦିନ ବଣଭୋଜି ପାଇଁ ବିଭିନ୍ନ ଦର୍ଶନୀୟ ସ୍ଥାନରେ ଜନ ସମାଗମ ଦେଖିବାକୁ ମିଳୁଛି...

ଭଞ୍ଜନଗରରେ ୩ଟି ଦୁର୍ଘଟଣା, ଜଣେ ମୃତ ୨ ଗୁରୁତର

ଭଞ୍ଜନଗର,୨୧/୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅଞ୍ଚଳରେ ରବିବାର ଅପରାହ୍ନରେ ଦୁଇଟି ଦୁର୍ଘଟଣା ଘଟିଛି। ଏଥିସହ ଶନିବାର ବିଳମ୍ବିତ ରାତିରେ ତାରସିଂ ଥାନା ଅଞ୍ଚଳରେ ଆଉ...

ହ୍ୟୁମାନ ମୃତ୍ୟୁ: ଏତଲାରେ ବୋହୂଙ୍କ ନାଁ, ଆବେଗଭରା ମନ୍ତବ୍ୟ ଦେଇ କହିଲେ ଅର୍ପିତା ଚୌଧୁରୀ….

କଟକ,୨୧ା୧୨: ହ୍ୟୁମାନ ସାଗରଙ୍କ ମୃତ୍ୟୁକୁ ଦିନ ପରେ ଦିନ ଗଡିଯାଉଥିବା ବେଳେ ସସପେନ୍ସ ଉପରୁ ପରଦା ଉଠିପାରୁ ନାହିଁ । ଆଜି ମା ଶେଫାଳି ସୁନା...

ବଡ଼ଦିନ ପୂର୍ବରୁ ଅଘଟଣ, ନାଳକୁ ଲୁଗା ସଫା କରିବାକୁ ଯାଇଥିବା ବେଳେ ସାପ କାମୁଡ଼ାରେ ମହିଳାଙ୍କ ମୃତ୍ୟୁ

ଗଜପତି୨୧/୧୨ (ଗିରିଧାରୀ ପରିଛା): ନଦୀକୁ ଲୁଗାପଟା ସଫା କରିବାକୁ ଯାଇ ସାପ କାମୁଡ଼ାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ଆଜି ଏମିତି ଏକ ହୃଦୟ...

ଅଜଣା ଗାଡି ଧକ୍କାରେ ୨ ମୃତ, କ୍ଷତିପୂରଣ ଦାବିରେ ହରଡଖୋଲରେ ଏନଏଚ ଅବରୋଧ

ସୋନପୁର,୨୧/୧୨(ମୃତ୍ୟୁଞ୍ଜୟ ଶତପଥୀ): ସୋନପୁର ଥାନା ଅଧିନସ୍ଥ ୫୭ ନମ୍ବର ଜାତୀୟ ରାଜପଥର ହରଡ଼ଖୋଲ୍ ନିକଟରେ ରବିବାର ସନ୍ଧ୍ୟା ୬ଟାରେ ଏକ ମର୍ମନ୍ତୁଦ ସଡ଼କ ଦୁ୍ର୍ଘଟଣା ଘଟିଛି...

୫୦ ଫୁଟ ତଳକୁ ଖସିଲା ପିକନିକ୍ ବସ୍, ଜଣେ ମୃତ ୪ ଗୁରୁତର

ପାତ୍ରପୁର ୨୧/୧୨(ଉମା ଚରଣ ନେପାକ): ଗଞ୍ଜାମ ଜିଲା ଜରଡା ଥାନା ଅନ୍ତର୍ଗତ ବୁରାତାଲ୍ ପଞ୍ଚାୟତ ସାପୁଆଖତ ଠାରେ ବ୍ରହ୍ମପୁର ଏକ ଘୋରଇ ସ୍କୁଲ୍ ବସ ଦୁର୍ଘଟଣା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri