ଟାର୍ଗେଟ ପୂରୁଛି, ଋଣ ମିଳୁନି

ପୁରୀ ଅଫିସ,୧୭।୬: ପୁରୀ ଜିଲା ଅର୍ଥନୀତି ମୁଖ୍ୟତଃ ପର୍ଯ୍ୟଟନ ଓ କୃଷି ଉପରେ ନିର୍ଭରଶୀଳ। ଉଦ୍ୟୋଗ ଭଳି କ୍ଷେତ୍ରରେ ପୁରୀ ଜିଲା ଅଗ୍ରଣୀ ହୋଇପାରିନାହିଁ। ଉଦ୍ୟୋଗ କ୍ଷେତ୍ରରେ ଜିଲାକୁ ଆଗକୁ ବଢ଼ାଇବା ପାଇଁ ଯେଉଁ ସାମଗ୍ରିକ ପ୍ରଚେଷ୍ଟା ଆବଶ୍ୟକ ତାହା ଦେଖିବାକୁ ମିଳିପାରୁନାହିଁ। ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ପ୍ରତିଷ୍ଠା ଲାଗି ଆଗ୍ରହୀ ଯୁବତୀଯୁବକମାନେ ଜିଲା ଶିଳ୍ପ କେନ୍ଦ୍ରରେ ଆବେଦନ କରୁଥିଲେ ମଧ୍ୟ ସବୁ କ୍ଷେତ୍ରରେ ଆର୍ଥିକ ସହାୟତା ପାଇପାରୁନାହାନ୍ତି। ଜିଲା ଶିଳ୍ପକେନ୍ଦ୍ର ପ୍ରତିବର୍ଷ ନିଜ ଟାର୍ଗେଟ ପୂରଣ କରୁଥିବା ଦାବି କରୁଥିଲେ ମଧ୍ୟ ଋଣ ମିଳିବାରେ ସମସ୍ୟା ହେଉଛି। ଫଳରେ ପ୍ରଧାନମନ୍ତ୍ରୀ ନିଯୁକ୍ତି ସୃଜନ କାର୍ଯ୍ୟକ୍ରମ (ପିଏମ୍‌ଇଜିପି)ର ସଫଳ ରୂପାୟନ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
ପୁରୀ ଜିଲାକୁ ଗତ ୨ବର୍ଷ (୨୦୨୦-୨୧ ଓ ୨୦୨୧-୨୨) ହେଲା ବର୍ଷକୁ ୩ଶହ ଲେଖାଏ ନୂଆ ଉଦ୍ୟୋଗକୁ ଋଣ ଅନୁମୋଦନ କରାଯିବାକୁ ଲକ୍ଷ୍ୟ ରଖାଯାଇଥିବା ବେଳେ ୩୨୦ରୁ ଊର୍ଦ୍ଧ୍ୱ ଉଦ୍ୟୋଗକୁ ଅନୁମୋଦନ ମିଳୁଛି ବୋଲି ଜିଲା ଶିଳ୍ପକେନ୍ଦ୍ରର ଜେନେରାଲ୍‌ ମ୍ୟାନେଜର ଅମୂଲ୍ୟ ରଥ କହିଛନ୍ତି। ତେବେ ଋଣ ଅନୁମୋଦନରେ ସମସ୍ୟା ହେଉ ନ ଥିଲେ ମଧ୍ୟ ବ୍ୟାଙ୍କଠାରୁ ଋଣ ମିଳିବାରେ ସମସ୍ୟା ହେଉଛି। ବ୍ୟାଙ୍କ ମ୍ୟାନେଜରମାନେ ବିନା ବନ୍ଧକରେ ଋଣ ଦେଉନାହାନ୍ତି। ବ୍ରହ୍ମଗିରିର ସରୋଜ ବରାଳ ନାମକ ଯୁବକ ପିଏମ୍‌ଇଜିପିରେ ଋଣ ସହାୟତା ଆଣି ବେକେରି ପ୍ରଡକ୍ଟ ଫ୍ୟାକ୍ଟ୍ରି କରିବା ପାଇଁ ଜିଲା ଶିଳ୍ପକେନ୍ଦ୍ରରେ ଆବେଦନ କରିଥିଲେ। ପରେ ସମ୍ପୃକ୍ତ ଋଣକୁ ଅନୁମୋଦନ ମିଳିଥିଲେ ମଧ୍ୟ ସ୍ଥାନୀୟ ବ୍ୟାଙ୍କରୁ ତାଙ୍କୁ ଋଣ ମିଳିପାରିଲା ନାହିଁ। ପରିବାରର ଆର୍ଥିକ ସ୍ଥିତି ଦୁର୍ବଳ ଓ ବନ୍ଧକ ରଖିବା ପାଇଁ ସ୍ଥାବର ସମ୍ପତ୍ତି ନ ଥିବାରୁ ଋଣ ମିଳିପାରିଲା ନାହିଁ ବୋଲି ଜଣାପଡ଼ିଛି। ଯଦି ବନ୍ଧକ ନ ରଖିଲେ ଋଣ ମିଳିବ ନାହିଁ ତେବେ ପିଏମ୍‌ଇଜିପିର ଉଦ୍ଦେଶ୍ୟ କିପରି ପୂରଣ ହେବ ବୋଲଇ ସରୋଜ ପ୍ରଶ୍ନ କରିିଛନ୍ତି। ଅନ୍ୟପକ୍ଷରେ ଏକ ରାଷ୍ଟ୍ରାୟତ୍ତ ବ୍ୟାଙ୍କର ଅଧିକାରୀ କହିଛନ୍ତି, କେନ୍ଦ୍ର ସରକାର ଋଣ ପ୍ରଦାନ ପାଇଁ କହୁଛନ୍ତି। କିନ୍ତୁ ଋଣ ଅସୁଲ ନ ହୋଇପାରିଲେ ବ୍ୟାଙ୍କ ଉପରେ ଆର୍ଥିକ ଚାପ ବଢ଼ୁଛି। ମୁଦ୍ରା ଯୋଜନାରେ ଆମେ ଶହ ଶହ ଲୋକଙ୍କୁ ଋଣ ଦେଲୁ। ଏବେ ମୁଦ୍ରା ଯୋଜନାରେ ଅନାଦାୟ ଋଣ (ଏନ୍‌ପିଏ) ତାଲିକା ବହୁତ ଲମ୍ବା। ଏହି ଋଣ ଅସୁଲ ପାଇଁ ବିଭାଗର ଚାପ ବଢ଼ୁଥିବାବେଳେ ସମ୍ପୃକ୍ତ ବ୍ୟକ୍ତିମାନଙ୍କୁ ଆମେ ଖୋଜି ପାଉନାହୁଁ। ଅଧିକାଂଶ ରାଜ୍ୟ ବାହାରେ ଥିବା ବିଭିନ୍ନ ସୂତ୍ରରୁ ଖବର ମିଳୁଛି। ଏଭଳି ସ୍ଥିତିରେ ଆମେ କାହାଠାରୁ ରଣ ଅସୁଲ କରିବୁ। ଅଣୁ, କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ ଉଦ୍ୟୋଗ ମନ୍ତ୍ରଣାଳୟ ପିଏମ୍‌ଇଜିପିରେ ଦେଉଥିବା ଋଣ ପରିମାଣ ଢ଼େର ଅଧିକ। ତେଣୁ ବାଧ୍ୟ ହୋଇ ବ୍ୟାଙ୍କ ଅଧିକାରୀମାନେ ବିନା ବନ୍ଧକରେ ଋଣ ଦେବାକୁ ପଛଘୁଞ୍ଚା ଦେଉଛନ୍ତି ବୋଲି ସେ କହିଛନ୍ତି। ଅନ୍ୟପକ୍ଷରେ ଉଦ୍ୟୋଗପତି ସୁଜିତ୍‌ ପାତ୍ର କହିଛନ୍ତି, ଉଦ୍ୟୋଗ ଶିଳ୍ପକୁ ଆଗକୁ ନେବାକୁ ହେଲେ ପ୍ରଥମେ ଉଦ୍ୟୋଗପତି ମାନସିକତା ତିଆରି କରିବାର ଆବଶ୍ୟକତା ରହିଛି। ଠିକ ଭାବେ କାଉନସେଲିଂ କରାଯାଇ ଯୁବତୀ ଯୁବକଙ୍କ କାର୍ଯ୍ୟ ଦକ୍ଷତା ଓ ଯୋଜନାର ମାପକ କରିବା ଆବଶ୍ୟକ। ଠିକ୍‌ ଯୋଜନା ପ୍ରସ୍ତୁତ କରି ଏକ ବ୍ୟବସ୍ଥିତ ଢ଼ଙ୍ଗରେ ବ୍ୟବସାୟ କରିବାକୁ ଆଗ୍ରହୀ ଥିବା ପିଲାଙ୍କୁ ଋଣ ଦେବା ପାଇଁ ବ୍ୟାଙ୍କକୁ ଜିଲା ଶିଳ୍ପ କେନ୍ଦ୍ର ସୁପାରିସ କରିବା ଦରକାର। ଯେକେହି ଉଦ୍ୟୋଗ ପ୍ରତିଷ୍ଠା ଲାଗି ଋଣ ନେବାକୁ ଆସିଲେ, ପ୍ରଥମେ ଉଦ୍ୟୋଗ ସମ୍ପର୍କରେ ସମ୍ପୃକ୍ତ ବ୍ୟକ୍ତିଙ୍କର କେତେ ଗଭୀର ଜ୍ଞାନ ଅଛି ତାହାର ପରୀକ୍ଷା ନିରୀକ୍ଷା ହେବା ଦରକାର। ବିଶେଷ ଭାବେ ଅଧିକାଂଶ ଆବେଦନ ୧୦ରୁ ୧୨ପ୍ରକାର ଉଦ୍ୟୋଗ ପାଇଁ କରାଯାଇଥାଏ। ଏଣୁ ପିଏମ୍‌ଇଜିପି ଅଧୀନରେ କେଉଁ କେଉଁ ଉଦ୍ୟୋଗର ବିକଳ୍ପ ରହିଛି ସେନେଇ ମଧ୍ୟ ବିସ୍ତୃତ ସୂଚନା ଆବେଦନକାରୀଙ୍କୁ ଦିଆଯିବା ଦରକାର ବୋଲି ପାତ୍ର ମତବ୍ୟକ୍ତ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭାରତରେ Google ଲଞ୍ଚ କଲା ପ୍ରଥମ କ୍ରେଡିଟ୍‌ କାର୍ଡ, ଲାଇଫଟାଇମ୍‌ ଯାଏ Free

ନୂଆଦିଲ୍ଲୀ,୧୯।୧୨: ଭାରତୀୟମାନଙ୍କ ଜୀବନକୁ ଆହୁରି ସହଜ କରିବା ପାଇଁ ଗୁଗଲ ନୂଆ ଡିଜିଟାଲ କ୍ରେଡିଟ କାର୍ଡ ‘ଫ୍ଲେକ୍ସ ବାଇ ଗୁଗଲ ପେ’ ଲଞ୍ଚ କରିଛି। ଏହା...

ଆନ୍ଧ୍ର କୋଟିଆର ମାଉସୀ ହୋଇ ରହୁ, ମା’ ହେବାକୁ ଚେଷ୍ଟା ନ କରୁ: ରାଜସ୍ବମନ୍ତ୍ରୀ

ପଟ୍ଟାଙ୍ଗି,୧୯ା୧୨(ଶରତ କୁମାର ଧଳ)-ରାଜ୍ୟ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍‌ ସୀମାନ୍ତ କୋଟିଆ ପଞ୍ଚାୟତକୁ ଶୁକ୍ରବାର ଗସ୍ତ...

ଫାଇନାଲରେ ଭାରତ, ପାକିସ୍ତାନ ସହ ହେବ ମୁକାବିଲା

ଦୁବାଇ,୧୯।୧୨:  ସିନିଅର୍‌ ମେନ୍ସ ଏସିଆ କପ୍‌ ୨୦୨୫ ପରେ ଏବେ ଅଣ୍ଡର-୧୯ ମେନ୍ସ ଏସିଆ କପ୍‌ ୨୦୨୫ରେ ମଧ୍ୟ ଭାରତ ପ୍ରବେଶ କରିଛି। ଦୁବାଇରେ ଚାଲିଥିବା...

ଛତୁଆ ବିଲ୍‌ କରିଦେବା ପାଇଁ ପୂର୍ବତନ ସିଡିପିଓ ମାଗିଥିଲେ୮୦ ହଜାର ଲାଞ୍ଚ : ଆସିଲା ବଡ଼ ରାୟ 

ଭବାନୀପାଟଣା,୧୯।୧୨(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକର ପୂର୍ବତନ ସିଡିପିଓ (ସମ୍ମନିତ ଶିଶୁ ବିକାଶ ସେବା ପ୍ରକଳ୍ପ ଅଧିକାରିଣୀ) ମୀନା ପାତ୍ର ୨୦୨୧ ମସିହାର...

ଆସିଲା ନିଷ୍ପତ୍ତି: ରବି ଚାଷ ପାଇଁ ଘୋଡ଼ାହାଡ଼ ଡ଼୍ୟାମରୁ …

ଦିଗପହଣ୍ଡି,୧୯।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଖମାରିି ଗାଁ ନିକଟ ଘୋଡ଼ାହାଡ଼ ଡ଼୍ୟାମରୁ ରବି ଚାଷ ନିମନ୍ତେ ପାଣି ଛଡାଯିବା ପାଇଁ ନିଷ୍ପତ୍ତି...

ସଶକ୍ତ ସମୃଦ୍ଧ କରିବା କେବିକେର ଲକ୍ଷ

ଭଞ୍ଜନଗର,୧୯।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର କୃଷି ବିଜ୍ଞାନ କେନ୍ଦ୍ରରେ ଶୁକ୍ରବାର ଜିଲାର ଅଗ୍ରଣୀ ଚାଷୀ ଏବଂ କୃଷକ ଉତ୍ପାଦକ ସଂଘର କର୍ମକର୍ତ୍ତାମାନଙ୍କୁ ନେଇ ଏକ...

ଭୋଜି ସାରି ଫେରୁଥିଲେ, ମୁହାଁମୁହିଁ ହେଲା ୨ ବାଇକ୍‌, ଆଉ ତା’ ପରେ…

ଭଞ୍ଜନଗର,୧୯ା୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଜଳଭଣ୍ଡାର ସେତୁ ନିକଟରେ ଶୁକ୍ରବାର ଅପରାହ୍ନରେ ଦୁଇ ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି। ଏଥିରେ ବାସୁ ଦାସ...

୬ ଫୁଟ୍‌ ଲମ୍ବର ଅଜଗର ଉଦ୍ଧାର, ଦେଖିବାକୁ ଲୋକଙ୍କ ଭିଡ଼

ଧର୍ମଶାଳା,୧୯।୧୨(ଶିବପ୍ରସାଦ ମହାନ୍ତି): ଯାଜପୁର ଜିଲା ଧର୍ମଶାଳା ବ୍ଲକ ଗଡମଧୁପୁର ନିକଟରୁ ଏକ ୬ଫୁଟ ଲମ୍ବର ଅଜଗର ଶୁକ୍ରବାର ଦିନ ଉଦ୍ଧାର କରାଯାଇଛି। ଗ୍ରାମରେ ଥିବା ଏକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri