ଟାର୍ଗେଟ ପୂରୁଛି, ଋଣ ମିଳୁନି

ପୁରୀ ଅଫିସ,୧୭।୬: ପୁରୀ ଜିଲା ଅର୍ଥନୀତି ମୁଖ୍ୟତଃ ପର୍ଯ୍ୟଟନ ଓ କୃଷି ଉପରେ ନିର୍ଭରଶୀଳ। ଉଦ୍ୟୋଗ ଭଳି କ୍ଷେତ୍ରରେ ପୁରୀ ଜିଲା ଅଗ୍ରଣୀ ହୋଇପାରିନାହିଁ। ଉଦ୍ୟୋଗ କ୍ଷେତ୍ରରେ ଜିଲାକୁ ଆଗକୁ ବଢ଼ାଇବା ପାଇଁ ଯେଉଁ ସାମଗ୍ରିକ ପ୍ରଚେଷ୍ଟା ଆବଶ୍ୟକ ତାହା ଦେଖିବାକୁ ମିଳିପାରୁନାହିଁ। ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ପ୍ରତିଷ୍ଠା ଲାଗି ଆଗ୍ରହୀ ଯୁବତୀଯୁବକମାନେ ଜିଲା ଶିଳ୍ପ କେନ୍ଦ୍ରରେ ଆବେଦନ କରୁଥିଲେ ମଧ୍ୟ ସବୁ କ୍ଷେତ୍ରରେ ଆର୍ଥିକ ସହାୟତା ପାଇପାରୁନାହାନ୍ତି। ଜିଲା ଶିଳ୍ପକେନ୍ଦ୍ର ପ୍ରତିବର୍ଷ ନିଜ ଟାର୍ଗେଟ ପୂରଣ କରୁଥିବା ଦାବି କରୁଥିଲେ ମଧ୍ୟ ଋଣ ମିଳିବାରେ ସମସ୍ୟା ହେଉଛି। ଫଳରେ ପ୍ରଧାନମନ୍ତ୍ରୀ ନିଯୁକ୍ତି ସୃଜନ କାର୍ଯ୍ୟକ୍ରମ (ପିଏମ୍‌ଇଜିପି)ର ସଫଳ ରୂପାୟନ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
ପୁରୀ ଜିଲାକୁ ଗତ ୨ବର୍ଷ (୨୦୨୦-୨୧ ଓ ୨୦୨୧-୨୨) ହେଲା ବର୍ଷକୁ ୩ଶହ ଲେଖାଏ ନୂଆ ଉଦ୍ୟୋଗକୁ ଋଣ ଅନୁମୋଦନ କରାଯିବାକୁ ଲକ୍ଷ୍ୟ ରଖାଯାଇଥିବା ବେଳେ ୩୨୦ରୁ ଊର୍ଦ୍ଧ୍ୱ ଉଦ୍ୟୋଗକୁ ଅନୁମୋଦନ ମିଳୁଛି ବୋଲି ଜିଲା ଶିଳ୍ପକେନ୍ଦ୍ରର ଜେନେରାଲ୍‌ ମ୍ୟାନେଜର ଅମୂଲ୍ୟ ରଥ କହିଛନ୍ତି। ତେବେ ଋଣ ଅନୁମୋଦନରେ ସମସ୍ୟା ହେଉ ନ ଥିଲେ ମଧ୍ୟ ବ୍ୟାଙ୍କଠାରୁ ଋଣ ମିଳିବାରେ ସମସ୍ୟା ହେଉଛି। ବ୍ୟାଙ୍କ ମ୍ୟାନେଜରମାନେ ବିନା ବନ୍ଧକରେ ଋଣ ଦେଉନାହାନ୍ତି। ବ୍ରହ୍ମଗିରିର ସରୋଜ ବରାଳ ନାମକ ଯୁବକ ପିଏମ୍‌ଇଜିପିରେ ଋଣ ସହାୟତା ଆଣି ବେକେରି ପ୍ରଡକ୍ଟ ଫ୍ୟାକ୍ଟ୍ରି କରିବା ପାଇଁ ଜିଲା ଶିଳ୍ପକେନ୍ଦ୍ରରେ ଆବେଦନ କରିଥିଲେ। ପରେ ସମ୍ପୃକ୍ତ ଋଣକୁ ଅନୁମୋଦନ ମିଳିଥିଲେ ମଧ୍ୟ ସ୍ଥାନୀୟ ବ୍ୟାଙ୍କରୁ ତାଙ୍କୁ ଋଣ ମିଳିପାରିଲା ନାହିଁ। ପରିବାରର ଆର୍ଥିକ ସ୍ଥିତି ଦୁର୍ବଳ ଓ ବନ୍ଧକ ରଖିବା ପାଇଁ ସ୍ଥାବର ସମ୍ପତ୍ତି ନ ଥିବାରୁ ଋଣ ମିଳିପାରିଲା ନାହିଁ ବୋଲି ଜଣାପଡ଼ିଛି। ଯଦି ବନ୍ଧକ ନ ରଖିଲେ ଋଣ ମିଳିବ ନାହିଁ ତେବେ ପିଏମ୍‌ଇଜିପିର ଉଦ୍ଦେଶ୍ୟ କିପରି ପୂରଣ ହେବ ବୋଲଇ ସରୋଜ ପ୍ରଶ୍ନ କରିିଛନ୍ତି। ଅନ୍ୟପକ୍ଷରେ ଏକ ରାଷ୍ଟ୍ରାୟତ୍ତ ବ୍ୟାଙ୍କର ଅଧିକାରୀ କହିଛନ୍ତି, କେନ୍ଦ୍ର ସରକାର ଋଣ ପ୍ରଦାନ ପାଇଁ କହୁଛନ୍ତି। କିନ୍ତୁ ଋଣ ଅସୁଲ ନ ହୋଇପାରିଲେ ବ୍ୟାଙ୍କ ଉପରେ ଆର୍ଥିକ ଚାପ ବଢ଼ୁଛି। ମୁଦ୍ରା ଯୋଜନାରେ ଆମେ ଶହ ଶହ ଲୋକଙ୍କୁ ଋଣ ଦେଲୁ। ଏବେ ମୁଦ୍ରା ଯୋଜନାରେ ଅନାଦାୟ ଋଣ (ଏନ୍‌ପିଏ) ତାଲିକା ବହୁତ ଲମ୍ବା। ଏହି ଋଣ ଅସୁଲ ପାଇଁ ବିଭାଗର ଚାପ ବଢ଼ୁଥିବାବେଳେ ସମ୍ପୃକ୍ତ ବ୍ୟକ୍ତିମାନଙ୍କୁ ଆମେ ଖୋଜି ପାଉନାହୁଁ। ଅଧିକାଂଶ ରାଜ୍ୟ ବାହାରେ ଥିବା ବିଭିନ୍ନ ସୂତ୍ରରୁ ଖବର ମିଳୁଛି। ଏଭଳି ସ୍ଥିତିରେ ଆମେ କାହାଠାରୁ ରଣ ଅସୁଲ କରିବୁ। ଅଣୁ, କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ ଉଦ୍ୟୋଗ ମନ୍ତ୍ରଣାଳୟ ପିଏମ୍‌ଇଜିପିରେ ଦେଉଥିବା ଋଣ ପରିମାଣ ଢ଼େର ଅଧିକ। ତେଣୁ ବାଧ୍ୟ ହୋଇ ବ୍ୟାଙ୍କ ଅଧିକାରୀମାନେ ବିନା ବନ୍ଧକରେ ଋଣ ଦେବାକୁ ପଛଘୁଞ୍ଚା ଦେଉଛନ୍ତି ବୋଲି ସେ କହିଛନ୍ତି। ଅନ୍ୟପକ୍ଷରେ ଉଦ୍ୟୋଗପତି ସୁଜିତ୍‌ ପାତ୍ର କହିଛନ୍ତି, ଉଦ୍ୟୋଗ ଶିଳ୍ପକୁ ଆଗକୁ ନେବାକୁ ହେଲେ ପ୍ରଥମେ ଉଦ୍ୟୋଗପତି ମାନସିକତା ତିଆରି କରିବାର ଆବଶ୍ୟକତା ରହିଛି। ଠିକ ଭାବେ କାଉନସେଲିଂ କରାଯାଇ ଯୁବତୀ ଯୁବକଙ୍କ କାର୍ଯ୍ୟ ଦକ୍ଷତା ଓ ଯୋଜନାର ମାପକ କରିବା ଆବଶ୍ୟକ। ଠିକ୍‌ ଯୋଜନା ପ୍ରସ୍ତୁତ କରି ଏକ ବ୍ୟବସ୍ଥିତ ଢ଼ଙ୍ଗରେ ବ୍ୟବସାୟ କରିବାକୁ ଆଗ୍ରହୀ ଥିବା ପିଲାଙ୍କୁ ଋଣ ଦେବା ପାଇଁ ବ୍ୟାଙ୍କକୁ ଜିଲା ଶିଳ୍ପ କେନ୍ଦ୍ର ସୁପାରିସ କରିବା ଦରକାର। ଯେକେହି ଉଦ୍ୟୋଗ ପ୍ରତିଷ୍ଠା ଲାଗି ଋଣ ନେବାକୁ ଆସିଲେ, ପ୍ରଥମେ ଉଦ୍ୟୋଗ ସମ୍ପର୍କରେ ସମ୍ପୃକ୍ତ ବ୍ୟକ୍ତିଙ୍କର କେତେ ଗଭୀର ଜ୍ଞାନ ଅଛି ତାହାର ପରୀକ୍ଷା ନିରୀକ୍ଷା ହେବା ଦରକାର। ବିଶେଷ ଭାବେ ଅଧିକାଂଶ ଆବେଦନ ୧୦ରୁ ୧୨ପ୍ରକାର ଉଦ୍ୟୋଗ ପାଇଁ କରାଯାଇଥାଏ। ଏଣୁ ପିଏମ୍‌ଇଜିପି ଅଧୀନରେ କେଉଁ କେଉଁ ଉଦ୍ୟୋଗର ବିକଳ୍ପ ରହିଛି ସେନେଇ ମଧ୍ୟ ବିସ୍ତୃତ ସୂଚନା ଆବେଦନକାରୀଙ୍କୁ ଦିଆଯିବା ଦରକାର ବୋଲି ପାତ୍ର ମତବ୍ୟକ୍ତ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦମଦାର ବିଜୟ ସହ ସିଜିନ୍‌ ଆରମ୍ଭ କଲା ରାଜସ୍ଥାନ ରୟାଲ

ଗୁଆହାଟୀ,୩୦।୩: ରାଜସ୍ଥାନ ରୟାଲ୍ସ ଏକ ଦମଦାର ବିଜୟ ସହିତ IPL 2026 ସିଜିନ ଆରମ୍ଭ କରିଛି। ଗୁଆହାଟୀରେ ଖେଳାଯାଇଥିବା ସେମାନଙ୍କର ପ୍ରଥମ ମ୍ୟାଚରେ ରାଜସ୍ଥାନ ରୟାଲ୍ସ ସମ୍ପୂର୍ଣ୍ଣ…

ଅଙ୍ଗନୱାଡ଼ି ସୁପରଭାଇଜରଙ୍କ ବଦଳି ଦାବିରେ ଧାରଣା: ପ୍ରଶାସନର ଏଭଳି ପ୍ରତିଶ୍ରୁତି ପରେ ହଟିଲା…

ଦେବଗଡ଼, ୩୦।୩ (ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ଜିଲା ରିଆମାଳ ବ୍ଲକ ଅଙ୍ଗନୱାଡ଼ି ସୁପରଭାଇଜରଙ୍କ ବଦଳି ଦାବିରେ ଅଙ୍ଗନୱାଡି କର୍ମୀ ବ୍ଲକ ସମ୍ମୁଖରେ ଦେଉଥିବା ଧାରଣାସ୍ଥଳରେ ସୋମବାର…

୧୫ କିଲୋ ଗଞ୍ଜେଇ ସହ ଯୁବକଙ୍କୁ ବାନ୍ଧିଲା ପୋଲିସ

ନନ୍ଦପୁର,୩୦।୩( ତୁଷାର କାନ୍ତ ମହାନ୍ତି): ନନ୍ଦପୁର ଅବକାରୀ ଦଳ ସୋମବାର ଜଣେ ଯୁବକଙ୍କୁ ୧୫ କିଲୋ ୨୦୦ ଗ୍ରାମ ଗଞ୍ଜେଇ ସହ ଗିରଫ କରିଛି। ନନ୍ଦପୁର ଅଞ୍ଚଳରୁ…

ଡାକ୍ତରଙ୍କ ପାଖକୁ ଯାଆନ୍ତୁ ନିଶିକାନ୍ତ ଦୁବେ: ବର୍ଷିଲେ ନବୀନ

ଭୁବନେଶ୍ୱର, ୩୦।୩: ଏମ୍‌ପି ନିଶିକାନ୍ତ ଦୁବେଙ୍କ ଦ୍ୱାରା ବିଜୁ ବାବୁଙ୍କ ବାବଦରେ ରବିବାର ରଖାଯାଇଥିବା ବିବୃତ୍ତି ଶୁଣି ଆଶ୍ଚର୍ଯ୍ୟ ହେଲି। ତାଙ୍କର ଏଭଳି ମନ୍ତବ୍ୟକୁ ନିନ୍ଦା କରୁଛି।…

ହଠାତ୍‌ ଭାରସାମ୍ୟ ହରାଇ ଷ୍ଟ୍ରିଟଲାଇଟ ଖୁଣ୍ଟକୁ ଧକ୍କା ଦେଲା କାର୍‌: ଘଟଣାସ୍ଥଳରେ…

ଦେବଗଡ,୩୦ା୩(ଶଶାଙ୍କ ଶେଖର ଝାଙ୍କର): ସୋମବାର ଅପରାହ୍ନରେ ଦେବଗଡ ପୌରାଞ୍ଚଳ ମୋହିନୀପୁର ଛକ ନିକଟସ୍ଥ ୫୩ ନମ୍ବର ଜାତୀୟ ରାଜପଥରେ ଏକ କାର୍‌ ଦୁର୍ଘଟଣାଗ୍ରସ୍ତ ହୋଇଥିବା ଜଣାପଡିଛି ।…

ଅପସାରିତ ପୌରାଧ୍ୟକ୍ଷାଙ୍କୁ ପୁନଃ ଅବସ୍ଥାପିତ ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ, ତୁରନ୍ତ…

ଦେବଗଡ,୩୦ା୩(ଶଶାଙ୍କ ଶେଖର ଝାଙ୍କର): ୨୦୨୫ ଜାନୁଆରୀ ୨୮ ତାରିଖରେ ରାଜ୍ୟ ସରକାରଙ୍କ ଦ୍ୱାରା ଗାଦିଚ୍ୟୁତ ହୋଇଥିବା ଦେବଗଡ ପୌର ପରିଷଦ ଅଧ୍ୟକ୍ଷା ଶାନ୍ତି ମଞ୍ଜରୀ ଦେଈଙ୍କୁ ଏହି…

ବିଜୁ ପଟ୍ଟନାୟକଙ୍କ ଉପରେ ଅସମ୍ମାନଜନକ ମନ୍ତବ୍ୟକୁ ନେଇ ମୁହଁ ଖୋଲିଲେ ବୈଜୟନ୍ତ ପଣ୍ଡା: କହୁ କହୁ କହିଦେଲେ…

ଭୁବନେଶ୍ୱର,୩୦।୩: ଭାଜପା ଏମ୍‌ପି ନିଶିକାନ୍ତ ଦୁବେ ସ୍ବର୍ଗତଃ ବିଜୁ ପଟ୍ଟନାୟକଙ୍କୁ ଉପରେ ଦେଇଥିବା ମନ୍ତବ୍ୟକୁ ନେଇ ରାଜନୀତି ଜୋର ଧରିଛି। ବିଜୁ ବାବୁଙ୍କ ପ୍ରତି ମନ୍ତବ୍ୟ ନେଇ…

ଅନ୍ତର୍ଜାତୀୟ ବଡ଼ି ଲିଫ୍ଟ ପ୍ରତିଯୋଗିତାରେ ଦିଗପହଣ୍ଡିର ଶଙ୍କର ପୁରସ୍କୃତ, ଚାରିଆଡୁ ଛୁଟୁଛି ଶୁଭେଚ୍ଛା

ଦିଗପହଣ୍ଡି,୩୦।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି ୩ ନଂ ୱାର୍ଡ ନୂଆସାହିରେ ରହୁଥିବା ନନ୍ଦୁ ଓରଫ ଶଙ୍କର ବେହେରା ଅନ୍ତର୍ଜାତୀୟ ବଡି ଲିଫ୍ଟ ପ୍ରତିଯୋଗିତାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri