ନୂଆ ନିୟମ ଆଣିବ ଏଫ୍‌ଏସ୍‌ଏସ୍‌ଏଆଇ

ଭୁବନେଶ୍ୱର,୮।୭(ଅନୁରାଧା ମହାରଣା):ଭାରତୀୟ ଖାଦ୍ୟ ନିରାପତ୍ତା ଏବଂ ମାନକ ପ୍ରାଧିକରଣ(ଏଫ୍‌ଏସ୍‌ଏସ୍‌ଏଆଇ) ପ୍ୟାକେଜ ଖାଦ୍ୟ ସାମଗ୍ରୀ ବିକ୍ରୟ କରୁଥିବା କମ୍ପାନୀଗୁଡିକ ପାଇଁ ନୂତନ ନିର୍ଦ୍ଦେଶାବଳୀ ଜାରି କରିବାକୁ ନିଷ୍ପତ୍ତି ନେଇଛି। ବୋଲ୍ଡ ଅକ୍ଷରରେ ପ୍ୟାକେଜ ଖାଦ୍ୟ ପଦାର୍ଥରେ ଲୁଣ, ଚିନି ଏବଂ ସାଚୁରେଟେଡ୍‌ ଫ୍ୟାଟ୍‌ ବିଷୟରେ ସୂଚନା ମୁଦ୍ରଣ କରିବା ବାଧ୍ୟତାମୂଳକ କରିବାକୁ ଏଫ୍‌ଏସ୍‌ଏସ୍‌ଏଆଇ ଯୋଜନା କରୁଛି। ଏନେଇ ଆୟୋଜିତ ସ୍ବତନ୍ତ୍ର ବୈଠକରେ ଏଫ୍‌ଏସ୍‌ଏସ୍‌ଏଆଇ ନିଷ୍ପତ୍ତି ନେଇଛି ଯେ, ବର୍ତ୍ତମାନ ପୁଷ୍ଟିକର ଖାଦ୍ୟ ସମ୍ବନ୍ଧୀୟ ସାମଗ୍ରୀରେ ଲୁଣ, ଚିନି ଇତ୍ୟାଦି ପରିମାଣର ପୁଷ୍ଟିକର ସୂଚନାକୁ ଠିକ୍‌ ଭାବରେ ସୂଚିତ କରିବାର ଆବଶ୍ୟକତା ରହିଛି। ଏଫ୍‌ଏସ୍‌ଏସ୍‌ଏଆଇ ଏହା ସ୍ପଷ୍ଟ କରିଛି ଯେ, ପୁଷ୍ଟିକର ସମ୍ବନ୍ଧୀୟ ସୂଚନାକୁ ବୋଲ୍ଡ ଅକ୍ଷରରେ ଛାପିବା ସହିତ ବର୍ତ୍ତମାନ କମ୍ପାନୀଗୁଡ଼ିକୁ ଏହାକୁ ବଡ଼ ଫଣ୍ଟରେ ପ୍ରିଣ୍ଟ କରିବାକୁ ପଡିବ। ଏଥିପାଇଁ ଏଫ୍‌ଏସ୍‌ଏସ୍‌ଏଆଇ ଦ୍ୱାରା ଏକ ଡ୍ରାଫ୍ଟ ବିଜ୍ଞପ୍ତି ଜାରି କରାଯିବ । ଏହି ପ୍ରସଙ୍ଗରେ ସମସ୍ତ ପକ୍ଷଙ୍କଠାରୁ ପରାମର୍ଶ ଗ୍ରହଣ କରାଯିବ। ଏହି ପରିପ୍ରେକ୍ଷୀରେ, ଖାଦ୍ୟ ନିୟାମକ ଏକ ଡ୍ରାଫ୍ଟ ବିଜ୍ଞପ୍ତି ଜାରି କରି ସମସ୍ତ ପକ୍ଷଙ୍କଠାରୁ ପରାମର୍ଶ ଲୋଡିବେ। ଏହା ପରେ ଏକ ବିଜ୍ଞପ୍ତି ଜାରି କରାଯିବ ଏବଂ ଏହା ଏକ ଆଇନ ହେବ। ଏହାର ୪୪ ତମ ବୈଠକରେ ଚେୟାରମ୍ୟାନ ଅପୂର୍ବଚନ୍ଦ୍ରଙ୍କ ଉପସ୍ଥିତିରେ ଏଫଏସ୍‌ଏସ୍‌ଏଆଇ ଏହି ନିଷ୍ପତ୍ତି ନେଇଛି। ଗ୍ରାହକଙ୍କ ଆଗ୍ରହକୁ ଦୃଷ୍ଟିରେ ରଖି ନିୟମରେ ପରିବର୍ତ୍ତନ କରାଯାଉଛି। ଏହା ଗ୍ରାହକଙ୍କ ଯେକୌଣସି ଦ୍ରବ୍ୟର ପୁଷ୍ଟିକର ମୂଲ୍ୟ ବୁଝିବାରେ ସାହାଯ୍ୟ କରିବ। ଏହାଦ୍ୱାରା ଗ୍ରାହକମାନେ ସେମାନେ ଖାଦ୍ୟପଦାର୍ଥ ସମ୍ପର୍କିତ ସବିଶେଷ ତଥ୍ୟ ପାଇପାରିବେ ଏବଂ ତାହା କିଣିବେ କି ନାହିଁ ବିଚାର କରିପାରିବେ। ସୂଚନାଯୋଗ୍ୟ ଯେ ଗତ କିଛି ମାସ ମଧ୍ୟରେ ପ୍ୟାକେଜ ଖାଦ୍ୟ ସାମଗ୍ରୀରେ ଲୁଣ ଏବଂ ଚିନି ପରିମାଣକୁ ନେଇ ବିବାଦ ଲାଗି ରହିଥିଲା। ଦୀର୍ଘ ସମୟ ଧରି ଏକ ଚାହିଦା ଥିଲା ଯେ ପ୍ୟାକେଜ ଖାଦ୍ୟ ସାମଗ୍ରୀ ଉପରେ ବୋଲ୍ଡ ଅକ୍ଷରରେ ଚିନି, ଲୁଣ ଏବଂ ଟ୍ରାନ୍ସ ଫ୍ୟାଟ ଭଳି ଗୁରୁତ୍ୱପୂର୍ଣ୍ଣ ସୂଚନା ଉଲ୍ଲେଖ କରିବା ଉଚିତ। ଏହା ଗ୍ରାହକମାନଙ୍କୁ ଖାଦ୍ୟ ସାମଗ୍ରୀର ପୁଷ୍ଟିକର ମୂଲ୍ୟ ବିଷୟରେ ସୂଚନା ପାଇବାରେ ସାହାଯ୍ୟ କରିବ।


Enter your email to get our daily news in your inbox.

All Right Reserved By Dharitri.Com

ବିଶ୍ୱଶାନ୍ତି ମହାଯଜ୍ଞ ଆରମ୍ଭ: କଳସ ଯାତ୍ରାରେ ସାମିଲ ହେଲେ ବିଧାୟକ, ଆସନ୍ତା ୨୦ରେ ହେବ…

ଗଞ୍ଜାମ,୯।୨(ବିଦ୍ୟାଧର ସାହୁ ): ଗଞ୍ଜାମ ବ୍ଳକ ହୁମା ପଞ୍ଚାୟତ ଅନ୍ତର୍ଗତ ବୋରିଗାଁସ୍ଥିତ ରାଣୀବର ପାହାଡ଼ଠାରେ ଅବସ୍ଥିତ ବାବା ଝାଡେଶ୍ୱର ମନ୍ଦିର ଠାରେ ଦୀର୍ଘ ୧୧ ଦିନ ବ୍ୟାପି…

ବରଡୋଲ ଜୈନ ପୋଲି ଫେଵରେ ନିଆଁ: ସାରା ଅଞ୍ଚଳ ଧୂଆଁମୟ

ବରଗଡ଼,୯।୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ସହର ଉପକଣ୍ଠ ବରଡୋଲସ୍ଥିତ ଜୈନ ପୋଲି ଫେବ୍ ବସ୍ତା ଫ୍ୟାକ୍ଟ୍ରିରେ ସୋମବାର ଅପରାହ୍ନରେ ଅଗ୍ନିକାଣ୍ଡ ଘଟିଛି। ଅଗ୍ନିକାଣ୍ଡରେ ଫ୍ୟାକ୍ରିର ବିଭିନ୍ନ ସାମଗ୍ରୀ ନଷ୍ଟ…

ଧରିତ୍ରୀ ପ୍ରଭାବ: ତତ୍ପରତା ଦେଖାଇଲା ବିଦ୍ୟୁତ ବିଭାଗ

ଦାରିଙ୍ଗବାଡି, ୯।୨(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଶ୍ରାନିକେତା ପଞ୍ଚାୟତ ଡାବୁଲୁମାହାଠାରୁ ତେରବାଡିକୁ ସଂଯୋଗ କରୁଥିବା ଗ୍ରାମ୍ୟ ଉନ୍ନୟନ ବିଭାଗର ରାସ୍ତା ଉପରେ ବିଦ୍ୟୁତ ତାର…

ଅସମ୍ମାନ ! ଡାଇନିଂ ଟେବୁଲରେ ବସିଲେ, ଚପଲ ପିନ୍ଧି ମହାପ୍ରସାଦ ଖାଇଲେ

ପୁରୀ୯।୨( ଅଜିତ୍ କୁମାର ମହାନ୍ତି ): ପୁଣି ମହାପ୍ରସାଦକୁ ଅପମାନ । ଡାଇନିଂ ଟେବୁଲରେ ଚପଲ ପିନ୍ଧି ବସି ଖାଉଥିବାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ…

ସରକାରୀ କର୍ମଚାରୀଙ୍କ ପାଇଁ ଖୁସିଖବର, ଏତିକି ବୃଦ୍ଧି ପାଇବ DA!

ନୂଆଦିଲ୍ଲୀ,୯।୨: ହୋଲି ପୂର୍ବରୁ କେନ୍ଦ୍ର ସରକାରୀ କର୍ମଚାରୀ ଏବଂ ପେନସନଭୋଗୀମାନେ କିଛି ଆଶ୍ୱସ୍ତି ପାଇପାରନ୍ତି। ମହଙ୍ଗା ଭତ୍ତା (DA) ଏବଂ ମହଙ୍ଗା ରିଲିଫ (DR) ୨% ବୃଦ୍ଧି…

ଏବେଠୁ ଘାରିଲାଣି ଜଙ୍ଗଲ ନିଆଁ ନିୟନ୍ତ୍ରଣ ଚିନ୍ତା: ଘୁମୁସର ଉତ୍ତର ବନଖଣ୍ଡରେ…

ଭଞ୍ଜନଗର,୯।୨(ବାବୁଲା ପ୍ରଧାନ )-ରାଜ୍ୟର କେତେକ ବନଖଣ୍ଡରେ ବର୍ତ୍ତମାନ ଜଙ୍ଗଲ ନିଆଁ ଲାଗିଲାଣି। ଆଗକୁ ଅନ୍ୟ ବନଖଣ୍ଡ ଗୁଡ଼ିକରେ ମଧ୍ୟ ନିଆଁ ଲାଗିବା ସମ୍ଭାବନା ରହିଛି। ଏହାପୂର୍ବରୁ ରାଜ୍ୟ…

ନବୀନଙ୍କୁ କଡ୍ଡା କାଉଣ୍ଟର କଲେ ବାବୁ , ଲୋକହସା କଥା କହି…

ଭୁବନେଶ୍ୱର,୯।୨: ରାଜ୍ୟରେ କୃଷକଙ୍କ ସମସ୍ୟା ନେଇ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ  ଚିଠି ଲେଖିଛନ୍ତି । ଏ ନେଇ ବାବୁ ସିଂ…

ଦିଅରଙ୍କ ବିବାହ ଠିକ୍‌ ହେବାରୁ ଜୀବନ ହାରିଦେଲେ ଭାଉଜ, ବଡ଼ ଖୁଲାସା କରି ସ୍ବାମୀ କହିଲେ…

ଲକ୍ଷ୍ନୌ,୯।୨: ଉତ୍ତର ପ୍ରଦେଶର ଇଟାୱା ଜିଲାର ଅହିଭରନପୁରା ଗାଁରେ ଜଣେ ମହିଳା ନିଜ ଦିଅରଙ୍କ ବିବାହ ଠିକ୍‌ ହେବାରୁ ଅସନ୍ତୋଷ ପ୍ରକାଶ କରିଥିଲେ। ତା’ପରେ ସେ ଆତ୍ମହତ୍ୟା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri