ଆଜିଠାରୁ ଭାରତ-ଅଷ୍ଟ୍ରେଲିଆ ମୁକ୍ତ ବାଣିଜ୍ୟ, ୬ ହଜାରରୁ ଅଧିକ ଉତ୍ପାଦ ରପ୍ତାନି ଶୁଳ୍କ ମୁକ୍ତ…

ନୂଆଦିଲ୍ଲୀ,୨୯।୧୨ : ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ମଧ୍ୟବର୍ତ୍ତୀ ମୁକ୍ତ ବାଣିଜ୍ୟ ଚୁକ୍ତି (ଏଫଟିଏ) ଗୁରୁବାର ଠାରୁ କାର୍ଯ୍ୟକାରୀ ହେଉଛି। ଏହା ପରେ ଅଷ୍ଟ୍ରେଲିଆକୁ ଭାରତର ଛଅ ହଜାରରୁ ଅଧିକ ଉତ୍ପାଦ ରପ୍ତାନି ଉପରେ କୌଣସି ଶୁଳ୍କ ରହିବ ନାହିଁ। ୨ ଏପ୍ରିଲ ୨୦୨୨ରେ ଏହି ଚୁକ୍ତିନାମା ସ୍ବାକ୍ଷରିତ ହୋଇଥିଲା।

ଏହା ଅଷ୍ଟ୍ରେଲୀୟ ବଜାରକୁ ହଜାର ହଜାର ଘରୋଇ ଜିନିଷ ଯଥା ବସ୍ତ୍ର, ଚମଡା ଇତ୍ୟାଦି ପାଇଁ ଡ୍ୟୁଟିମୁକ୍ତ ସୁବିଧା ଯୋଗାଇବ। ରପ୍ତାନିକାରୀ ଏବଂ ଶିଳ୍ପାନୁଷ୍ଠାନର ଭେଟେରାନଙ୍କ ଅନୁଯାୟୀ ଏହି ଚୁକ୍ତି ଦ୍ୱିପାକ୍ଷିକ ବାଣିଜ୍ୟକୁ ପ୍ରାୟ ପାଞ୍ଚ ବର୍ଷ ମଧ୍ୟରେ ୪୫-୫୦ ବିଲିୟନ ଡ଼ଲାରରେ ପହଞ୍ଚାଇବାରେ ସାହାଯ୍ୟ କରିବ।

ଅର୍ଥନୈତିକ ସହଯୋଗ ଏବଂ ବାଣିଜ୍ୟ ଚୁକ୍ତିନାମା (ଇସିଟିଏ) ଟେକ୍ସଟାଇଲ, ଚମଡା, ଆସବାବପତ୍ର, ଅଳଙ୍କାର ଏବଂ ଯନ୍ତ୍ରପାତି ସମେତ ୬ ହଜାରରୁ ଅଧିକ ସେକ୍ଟରରୁ ଭାରତୀୟ ରପ୍ତାନିକାରୀଙ୍କୁ ଅଷ୍ଟ୍ରେଲିଆ ବଜାରରେ ଡ୍ୟୁଟିମୁକ୍ତ ସୁବିଧା ପ୍ରଦାନ କରିବ । ଏହା ଟେକ୍ସଟାଇଲ ଏବଂ ପୋଷାକ, କୃଷି ଏବଂ ମତ୍ସ୍ୟ ଉତ୍ପାଦ, ଚମଡା, ପାଦୁକା, ଆସବାବପତ୍ର, ଖେଳ ସାମଗ୍ରୀ, ଅଳଙ୍କାର, ଯନ୍ତ୍ରପାତି ଏବଂ ବୈଦ୍ୟୁତିକ ସାମଗ୍ରୀ ସମେତ ଶ୍ରମ-ସମ୍ବଳ କ୍ଷେତ୍ରଗୁଡିକ ପାଇଁ ବହୁତ ଲାଭ ଆଣିବ।

ଫେଡେରେଶନ ଅଫ ଇଣ୍ଡିଆନ ରପ୍ତାନି ସଂଗଠନ (ଏଫଆଇଇଓ) ର ଉପାଧ୍ୟକ୍ଷ ଖାଲିଦ ଖାନ କହିଛନ୍ତି ଯେ ଭାରତୀୟ ରପ୍ତାନିକାରୀମାନଙ୍କ ପାଇଁ ଅଷ୍ଟ୍ରେଲିଆ ଅନ୍ୟତମ ପ୍ରମୁଖ ବଜାର ଅଟେ। ସେ କହିଛନ୍ତି, ଏହି ଚୁକ୍ତି କାର୍ଯ୍ୟକାରୀ ହେବା ଦିନଠାରୁ ଅ ଆମ ପାଇଁ ଅପାର ସୁଯୋଗ ଉପଲବ୍ଧ ହେବ।

ଏଫଟିଏ ଅଧୀନରେ ଅଷ୍ଟ୍ରେଲିଆ ପ୍ରଥମ ଦିନରୁ ପ୍ରାୟ ୯୬.୪ ପ୍ରତିଶତ ରପ୍ତାନି ଶୂନ-ଡ୍ୟୁଟି ପ୍ରବେଶ ପ୍ରଦାନ କରୁଛି। ଏଥିରେ ଅନେକ ଉତ୍ପାଦ ଅନ୍ତର୍ଭୂକ୍ତ ହୋଇଛି ଯେଉଁଥିରେ ଅଷ୍ଟ୍ରେଲିଆ ବର୍ତ୍ତମାନ ପାଞ୍ଚ ପ୍ରତିଶତ ପର୍ଯ୍ୟନ୍ତ କଷ୍ଟମ୍ସ ଡ୍ୟୁଟି ଲାଗୁ କରୁଛି।
୨୦୨୧-୨୨ ମସିହାରେ ଭାରତ ଅଷ୍ଟ୍ରେଲିଆକୁ ୮.୩ ବିଲିୟନ ଡଲାରର ସାମଗ୍ରୀ ରପ୍ତାନି କରିଛି।

 


Enter your email to get our daily news in your inbox.

All Right Reserved By Dharitri.Com

ଟ୍ରମ୍ପଙ୍କ ଅଲ୍ଟିମେଟମ୍‌: ଆଜି ରାତିରେ ଗୋଟିଏ ସଭ୍ୟତାର ବିନାଶ ନିଶ୍ଚିତ, ବିଶ୍ୱରେ ଚହଳ

ୱାଶିଂଟନ/ତେହେରାନ,୭।୪: ହର୍ମୁଜ ପ୍ରଣାଳୀ ଖୋଲିବାକୁ ନେଇ ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ବିବାଦ ଏବେ ଚରମ ସୀମାରେ ପହଞ୍ଚିଛି। ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ବିସ୍ଫୋରକ…

ସିଜିମାଳି ଖଣିରେ ରାସ୍ତା ନିର୍ମାଣକୁ ନେଇ ତୁମୁଳକାଣ୍ଡ: ଗ୍ରାମବାସୀ-ପୋଲିସ ମୁହାଁମୁହିଁ, ୧୦୦ରୁ ଊର୍ଦ୍ଧ୍ୱ ଆହତ,ଗିରଫ ଭୟରେ…

ରାୟଗଡ଼ା,୭।୪(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ଜିଲା ସିଜିମାଳି ପାହାଡରେ ରାସ୍ତା ନିର୍ମାଣକୁ ନେଇ ସମଗ୍ର ଅଞ୍ଚଳ ଅଶାନ୍ତ ହୋଇପଡିଛି। ରାସ୍ତା ନିର୍ମାଣ କାର୍ଯ୍ୟକୁ ବିରୋଧ କରି କାଶୀପୁର…

ଜବରଦସ୍ତ Family Pack, କରିବାକୁ ପଡିବନି ଅଲଗା ଅଲଗା ରିଚାର୍ଜ! ଗୋଟିଏ ପ୍ଲାନରେ ସବୁ ଫ୍ରି….

ଆପଣ କ’ଣ ଆପଣଙ୍କ ପରିବାରର ଚାରି ଜଣ ସଦସ୍ୟଙ୍କ ପାଇଁ ପୃଥକ ପୃଥକ ରିଚାର୍ଜ କରୁଛନ୍ତି? ପ୍ରତି ମାସରେ ୧୫୦୦ରୁ ୨୦୦୦ ଟଙ୍କା ଖର୍ଚ୍ଚ କରୁଛନ୍ତି? ପ୍ରତ୍ୟେକ…

ସୀମାରେ ସାପ-କୁମ୍ଭୀର ଛାଡିବ ଭାରତ! ଶୁଣିକି ଛାନିଆ ହେଲା ପାକ୍‌-ବାଂଲାଦେଶ

ନୂଆଦିଲ୍ଲୀ,୭।୪: ଭାରତ-ବାଂଲାଦେଶ ସୀମାରେ ଅବୈଧ ଅନୁପ୍ରବେଶକୁ ରୋକିବା ପାଇଁ ବିଏସଏଫ ଏକ ଅଭିନବ ପଦ୍ଧତି ପ୍ରସ୍ତୁତ କରିଛି। ସୋମବାର ଅଧିକାରୀମାନେ ପ୍ରକାଶ କରିଛନ୍ତି ଯେ ସୀମା ସୁରକ୍ଷା…

କେଉଁ ବୋତଲରେ ପାଣି ପିଇବା ଉଚିତ୍‌: ଜାଣନ୍ତୁ କ’ଣ ରହିଛି…

ଜଳ ହିଁ ଜୀବନ । ପାଣି ପିଇବା ପାଇଁ କିଏ ପ୍ଲାଷ୍ଟିକ୍‌ ବଟଲ ବ୍ୟବହାର କରନ୍ତି ତ ଆଉ କିଏ ତମ୍ବା ନ ହେଲେ ଷ୍ଟିଲ୍‌। ଘରୁ…

୮ ଏପ୍ରିଲରୁ ଏୟାର ଇଣ୍ଡିଆର ଯାତ୍ରା ହେବ ମହଙ୍ଗା! ଜାଣନ୍ତୁ କେତେ ବଢ଼ିବ

ନୂଆଦିଲ୍ଲୀ,୭।୪: ଟାଟା ଗ୍ରୁପ୍ ନେତୃତ୍ୱରେ ପରିଚାଳିତ ବିମାନ କମ୍ପାନୀ ଏୟାର ଇଣ୍ଡିଆ ଯାତ୍ରୀମାନଙ୍କୁ ଏକ ଝଟକା ଦେଇଛି । ବଢି଼ପାରେ ଭଡ଼ା । କମ୍ପାନୀ ୮ ଏପ୍ରିଲରୁ…

ନବୀନ ପଟ୍ଟନାୟକଙ୍କୁ ନେଇ ଏମିତି କହିଦେଲେ ମନମୋହନ: ଆମ ଦ୍ୱାର ସବୁବେଳେ ଖୋଲା…

ଭୁବନେଶ୍ୱର,୭।୪: ବିରୋଧୀ ଦଳ ନେତା ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ପଞ୍ଚାୟତରାଜ ନିର୍ବାଚନ ପୂର୍ବରୁ ବିଭିନ୍ନ ଜିଲା ଗସ୍ତ କରିବେ ବୋଲି ଜଣାପଡ଼ିଛି। ନବୀନଙ୍କ ଜିଲା…

ହୃଦୟ ବିଦାରକ… ପ୍ରେମିକ ସହିତ ଧରାପଡ଼ିଲେ ସ୍ତ୍ରୀ, ପୋଲିସ ଉପସ୍ଥିତିରେ ଗଳା କାଟି ହତ୍ୟା କଲେ ସ୍ବାମୀ

ହାଇଦ୍ରାବାଦ,୭।୪: ତେଲେଙ୍ଗାନାର ସାଙ୍ଗାରେଡ୍ଡି ଜିଲାର ଜାହିରାବାଦରୁ ଏକ ହୃଦୟ ବିଦାରକ ଖବର ସାମ୍ନାକୁ ଆସିଛି । ଜଣେ ସ୍ୱାମୀ ପୋଲିସ ଉପସ୍ଥିତିରେ ଚଳନ୍ତା ଗାଡ଼ି ଭିତରେ ତାଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri