ଯୌନ ମନ୍ତ୍ରଣାଳୟରୁ ଶୌଚ ମନ୍ତ୍ରଣାଳୟ, ଏହିସବୁ ଦେଶରେ ଅଛି ଅଜବ ମନ୍ତ୍ରଣାଳୟ

ନୂଆଦିଲ୍ଲୀ,୧୩।୧୧: ବିଭିନ୍ନ ବିଷୟ ଉପରେ ଯୋଜନା ପ୍ରସ୍ତୁତ କରିବା ଏବଂ ସେଗୁଡିକୁ ଲୋକଙ୍କ ପାଖରେ ପହଞ୍ଚାଇବା ପାଇଁ ଯେକୌଣସି ଦେଶର ସରକାରରେ ମନ୍ତ୍ରଣାଳୟ ରହିଛି। ଉଦାହରଣ ସ୍ବରୂପ, ଭାରତ ସରକାରରେ ପ୍ରତିରକ୍ଷା ମନ୍ତ୍ରଣାଳୟ ସେନା ତଥା ଦେଶର ସୁରକ୍ଷା ସହ ଜଡିତ କାର୍ଯ୍ୟ କରିଥାଏ। ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ସ୍ବାସ୍ଥ୍ୟ ଯୋଜନା ପ୍ରସ୍ତୁତ କରି ଜନସାଧାରଣଙ୍କ ନିକଟରେ ପହଞ୍ଚାଇବା ପାଇଁ କାର୍ଯ୍ୟ କରିଥାଏ।

ସେହିଭଳି ବିଶ୍ୱର ବିଭିନ୍ନ ଦେଶର ସରକାରରେ ବିଭିନ୍ନ ପ୍ରକାରର ମନ୍ତ୍ରଣାଳୟ ରହିଛି। ତଥାପି, ଏପରି କିଛି ମନ୍ତ୍ରଣାଳୟ ରହିଛି ଯାହାର କାର୍ଯ୍ୟ ଏବଂ ନାମ ଉଭୟ ଅଜବ ଅଟେ। ଏହି ଦେଶଗୁଡିକରେ ଋଷିଆ, ଜାପାନ, ଭାରତ, ଆମେରିକା ଏବଂ ସଂଯୁକ୍ତ ଆରବ ଏମିରେଟ୍ସ ଭଳି ନାମ ଅନ୍ତର୍ଭୁକ୍ତ।

ନିକଟରେ ଋଷିଆର ପୁଟିନ ସରକାର ଏକ ନିଷ୍ପତ୍ତି ନେଇ ସମଗ୍ର ବିଶ୍ୱକୁ ଆଶ୍ଚର୍ଯ୍ୟ କରିଦେଇଛନ୍ତି। କହିରଖୁଛୁ କି, ଗତ ତିନିବର୍ଷ ଧରି ଋଷିଆ-ୟୁକ୍ରେନ ମଧ୍ୟରେ ଯୁଦ୍ଧ ଜାରି ରହିଛି। ବର୍ତ୍ତମାନ ଜନ୍ମ ହାର ହ୍ରାସକୁ ନେଇ ଚିନ୍ତାରେ ପଡିଛନ୍ତି ପୁଟିନ। ଏହି କାରଣରୁ ସେଠାରେ ଥିବା ସରକାର ଦେଶର ଜନସଂଖ୍ୟା ଉପରେ ଧ୍ୟାନ ଦେବା ପାଇଁ ଯୌନ ମନ୍ତ୍ରଣାଳୟ ଗଠନ କରିବେ ବୋଲି ନିଷ୍ପତ୍ତି ନେଇଛନ୍ତି।

ଆପଣ ଜାଣି ତାଜୁବ ହେବେ ଜାପାନରେ ୬୦ ମିଲିୟନ ଡଲାର ମୂଲ୍ୟର ଶୌଚାଳୟ ସଂଗ୍ରହାଳୟ ମଧ୍ୟ ଅଛ। ଏବେ ଜାପାନର ଶୌଚାଳୟ ମନ୍ତ୍ରଣାଳୟକୁ ଆସିବାକୁ ଯାଉଛି। ୨୦୧୪ରେ, ଜାପାନର ମହିଳା ସଶକ୍ତିକରଣ ମନ୍ତ୍ରୀ ହାରୁକୋ ଆରିମୁରା ତାଙ୍କ ନାମରେ ଏକ ଅନୌପଚାରିକ ପଦ ଯୋଡିଥିଲେ। ତାହା ହେଲା ଶୌଚାଳୟ ମନ୍ତ୍ରୀ। ସେ ଚିନ୍ତା କରୁଥିଲେ ଯେ ମହିଳାଙ୍କ ଉନ୍ନତି ପାଇଁ ସର୍ବସାଧାରଣ ସ୍ଥାନରେ ଶୌଚାଳୟର ଉନ୍ନତି ଗୁରୁତ୍ୱପୂର୍ଣ୍ଣ ଅଟେ।

୨୦୧୪ରେ ଯେତେବେଳେ ଦେଶରେ ନରେନ୍ଦ୍ର ମୋଦି ସରକାର ଗଠନ ହୋଇଥିଲା, ସେତେବେଳେ ସେ ତାଙ୍କ ସରକାରରେ ଏକ ନୂଆ ମନ୍ତ୍ରଣାଳୟ ଗଠନ କରିଥିଲେ। ତାହା ହେଉଛି ଯୋଗ ମନ୍ତ୍ରଣାଳୟ। ଯାହାକୁ ଆପଣ ଆୟୁଷ ମନ୍ତ୍ରଣାଳୟ ନାମରେ ପରିଚିତ।

ସଂଯୁକ୍ତ ଆରବ ଏମିରେଟ୍ସ ଫେବୃଆରୀ ୨୦୧୬ରେ ସୁଖ ମନ୍ତ୍ରଣାଳୟ ଗଠନ କରିଛି। ୟୁଏଇର ଲୋକଙ୍କ ଜୀବନକୁ ଖୁସି କରିବା ପାଇଁ ସୁଖ ମନ୍ତ୍ରଣାଳୟ ଗଠନ କରାଯାଇଛି। ଯାହାଦ୍ୱାରା, ୟୁଏଇ ସବୁଠୁ ଖୁସି ଦେଶ ତାଲିକାରେ ଅନ୍ତର୍ଭୁକ୍ତ ହୋଇପାରିବ।

ଆମେରିକାରେ ଦୀର୍ଘ ବର୍ଷ ଧରି ଚା ’ଏକ୍ସପର୍ଟ ବୋର୍ଡ ବା ଚା’ ମନ୍ତ୍ରଣାଳୟ ରହିଆସିଛି। ଏହାର କାମ ହେଉଛି ଅନ୍ୟ ଦେଶରୁ ଆସୁଥିବା ଚା’କୁ ପରୀକ୍ଷା କରିବା ଏବଂ ଏହାର ଗୁଣ ଭଲ କି ନୁହେଁ ତାହା ଜଣାଇବା। ଏହି ବୋର୍ଡ ବର୍ତ୍ତମାନ ମଧ୍ୟ ଚାଲୁଛି।


Enter your email to get our daily news in your inbox.

All Right Reserved By Dharitri.Com

ଭାରତ-ନ୍ୟୁଜିଲାଣ୍ଡ ଫାଇନାଲ ମ୍ୟାଚ୍‌: ହୋଟେଲ ରୁମ୍‌ ଭଡ଼ା ୪୦୦% ବୃଦ୍ଧି

ଅହମଦାବାଦ,୭।୩:  ନରେନ୍ଦ୍ର ମୋଦି ଷ୍ଟାଡିୟମରେ ରବିବାର ସନ୍ଧ୍ୟାରେ ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଟି୨୦ ବିଶ୍ୱକପ୍‌ ଫାଇନାଲ ମ୍ୟାଚ୍‌ ଖେଳାଯିବ। ଏଥିଲାଗି ସହରର ପ୍ରାୟତଃ ହୋଟେଲରେ ରୁମ୍‌…

ପଶ୍ଚିମବଙ୍ଗରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଅପମାନ: ମୋଦି-ମମତା ମୁହାଁମୁହିଁ, ଦୁର୍ଭାଗ୍ୟଜନକ କହି…

ନୂଆଦିଲ୍ଲୀ/କୋଲକାତା,୭।୩: ପଶ୍ଚିମବଙ୍ଗ ଗସ୍ତରେ ଥିବା ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ନେଇ ଏବେ ରାଜନୀତି ସରଗରମ ହୋଇଛି। ସିଲିଗୁଡ଼ିରେ ଆୟୋଜିତ ଆନ୍ତର୍ଜାତୀୟ ସାନ୍ତାଳ ସମ୍ମିଳନୀ ପାଇଁ ଉପଯୁକ୍ତ ସ୍ଥାନ…

ନିର୍ବାଚନ ପୂର୍ବରୁ ମମତାଙ୍କ ବଡ଼ ଘୋଷଣା

କୋଲକାତା,୭ା୩: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପୂର୍ବରୁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏକ ବଡ଼ ଘୋଷଣା କରିଛନ୍ତି। ରାଜ୍ୟରେ ସମସ୍ତ ଦଶମ ଶ୍ରେଣୀ ପାସ୍‌ ବେରୋଜଗାରୀ ଯୁବବର୍ଗଙ୍କୁ ମାସିକ…

ଦୁବାଇରେ ହଠାତ ଶସ୍ତା ହେଉଛି ସୁନା! ଇରାନ ସହ ଯୁଦ୍ଧ ମଧ୍ୟରେ ମୂଲ୍ୟରେ ବଡ଼ ହ୍ରାସ, ଭାରତ ଉପରେ ପଡ଼ିବ…

ଦୁବାଇ/ନୂଆଦିଲ୍ଲୀ,୭।୩: ବିଶ୍ୱର ସୁନା ବଜାର କୁହାଯାଉଥିବା ଦୁବାଇରୁ ଏବେ ଏକ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଛି। ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଚାଲିଥିବା ଭୟଙ୍କର ଯୁଦ୍ଧ ଯୋଗୁ…

କେନିଆରେ ବର୍ଷା ବିତ୍ପାତ: ଚାଲିଗଲା ୨୩ ଜୀବନ

ନାଇରୋବି,୭ା୩: କେନିଆ ରାଜଧାନୀ ନାଇରୋବିରେ ପ୍ରବଳ ବର୍ଷାରେ ୨୩ ଜଣଙ୍କ ମୃତ୍ୟୁ ଘଟିବା ସହ ବିମାନ ଚଳାଚଳ ବାଧାପ୍ରାପ୍ତ ହୋଇଛି। ଶନିବାର ରାସ୍ତାଘାଟ ଜଳାର୍ଣ୍ଣବ ହୋଇଥିବାରୁ ଗାଡ଼ିଚାଳକମାନେ…

ଇରାନ ଉପରେ ଆଜି ହେବ ‘ଭୟଙ୍କର’ ଆକ୍ରମଣ: ଟ୍ରମ୍ପଙ୍କ ଘୋଷଣା ପରେ ସାରା ବିଶ୍ୱରେ ହଇଚଇ, ପଡ଼ୋଶୀ ଦେଶକୁ…

ୱାଶିଂଟନ/ତେହେରାନ,୭।୩: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଯୁଦ୍ଧ ପ୍ରତିଦିନ ଭୟଙ୍କର ରୂପ ନେଉଛି। ମଧ୍ୟପ୍ରାଚ୍ୟର ଅନେକ ସହର ଏହି ସାମରିକ ସଂଘର୍ଷରେ ଛାରଖାର ହୋଇଯାଇଥିବା ବେଳେ,…

ଘରଭାଙ୍ଗି ଧାନ ଖାଇଲା ଦନ୍ତା

ନାକଟିଦେଉଳ, ୭ା୨(ବୈକୁଣ୍ଠନାଥ ସାହୁ): ସମ୍ବଲପୁର ଜିଲା ନାକଟିଦେଉଳ ବନାଞ୍ଚଳ ଅଧୀନ ଆଭ୍ୟନ୍ତରୀଣ ତଥା ପାହାଡ଼ ତଳି ଗ୍ରାମରେ ଗତ କିଛି ଦିନ ହେଲା ଦନ୍ତାହାତୀ ଉପଦ୍ରବ ଲାଗି…

ବୋହୂଙ୍କୁ ମାଡ଼ ମାରି ଲହୁଲୁହାଣ କଲେ ପୁଅ, ଥାନାରେ ପହଞ୍ଚି ଅଭିଯୋଗ କରିଦେଲେ ବାପା, ପୁରୁଷୋତ୍ତମଙ୍କୁ ବାନ୍ଧି…

ବୈଶିଙ୍ଗା,୭।୩(ରତନ ଦାଶ): ମୟୂରଭଞ୍ଜ ଜିଲାର ବୈଶିଙ୍ଗା ଥାନା ଅର୍ନ୍ତଗତ ନଡପୁର ଗ୍ରାମରେ ଜନୈକା ବିବାହିତା ମହିଳାଙ୍କୁ ମାଡ଼ ମାରି ଗୁରୁତର କରିଥିବା ଅଭିଯୋଗରେ ପୋଲିସ ସ୍ବାମୀଙ୍କୁ ଗିରଫ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri