ସସୀମରୁ ଅସୀମ

ଛତିଶଗଡ଼ ବିଳାସପୁର ନିକଟରେ ଅଛି ଛୋଟ ସହର ମହ୍ଲାର ଏବଂ ଏଠାରେ ଚାରି ବାହୁ ଥିବା ଜଣେ ସୈନିକଙ୍କ ମୂର୍ତ୍ତି ଦେଖିବାକୁ ମିଳେ। ସେ ହାତରେ ଶଙ୍ଖ, ଚକ୍ର ଓ ଗଦା ଧରିଛନ୍ତି। ଏହାଙ୍କୁ ବିଷ୍ଣୁଙ୍କ ପୁରାତନ ବିଗ୍ରହ ବୋଲି କୁହାଯାଉଛି। ଏଠାରେ ଥିବା ଖ୍ରୀଷ୍ଟପୂର୍ୱ ୨୦୦ର ଶିଳାଲେଖରେ ଦର୍ଶାଯାଇଛି, ସୌରାଷ୍ଟ୍ର ଅଞ୍ଚଳର ଗୁପ୍ତବଂଶ ଶାସକ ପର୍ଣ୍ଣଦତ୍ତଙ୍କ ସ୍ତ୍ରୀ ଭରଦ୍ୱଜାଙ୍କ ଦ୍ୱାରା ଏହି ମୂର୍ତ୍ତି ପ୍ରତିଷ୍ଠା ହୋଇଥିଲା। କଳା କ୍ଷେତ୍ରରେ ମହିଳାଙ୍କ ଅବଦାନର ଏହା ହେଉଛି ସର୍ୱପୁରାତନ ନିଦର୍ଶନ ତଥା ଦୃଷ୍ଟାନ୍ତ।
କୋଶାମ୍ୱିରୁ ପୁରୀ ପର୍ଯ୍ୟନ୍ତ ଏକ ପୁରାତନ ବାଣିଜ୍ୟ ପଥ ରହିଥିଲା। ଏହି ବାଟରେ ପଡ଼େ ମହ୍ଲାର। କହିବାକୁ ଗଲେ ଏହା ଥିଲା ପ୍ରଚୀନ ବାଣିଜ୍ୟ ଓ ସଂସ୍କୃତିର ଏକ କରିଡର। ସବୁ ଦିଗରୁ ଅନୁଧ୍ୟାନକଲେ ମହ୍ଲାରରେ ଥିବା ମୂର୍ତ୍ତି ସମ୍ଭବତଃ ବିଷ୍ଣୁଙ୍କ ବିଗ୍ରହ ହୋଇ ନ ପାରେ। ଏହା ହେଉଛନ୍ତି ମହାଭାରତର ବାସୁଦେବ-କୃଷ୍ଣଙ୍କ ମୂର୍ତ୍ତି, ଯିଏ କି ଅର୍ଜୁନଙ୍କୁ ତାଙ୍କ ଚତୁର୍ଭୁଜ ରୂପ ଦେଖାଇଥିଲେ। ମହ୍ଲାର ବିଷ୍ଣୁଙ୍କ ଶାନ୍ତ ମୂର୍ତ୍ତି ଅଜଣା ହୋଇ ରହିଛି। ଏହା ଏକ ପରିବର୍ତ୍ତନଶୀଳ କ୍ଷଣକୁ ଦର୍ଶାଏ, ଯେଉଁ ସମୟରେ ବୀର ବସୁଦେବ ଏବକାର ମନ୍ଦିରରେ ପୂଜା ପାଉଥିବା ଦିବ୍ୟ ବିଷ୍ଣୁରେ ପରିଣତ ହୋଇଥିଲେ।
ମହ୍ଲାର ବିଷ୍ଣୁଙ୍କୁ ଚିହ୍ନଟ କରାଯିବା ପର୍ଯ୍ୟନ୍ତ, ସର୍ୱପୁରାତନ କୃଷ୍ଣଙ୍କ ମୂର୍ତ୍ତି ଖ୍ରୀଷ୍ଟପୂର୍ୱ ୨୦୦ର ଆଫଗାନିସ୍ତାନରୁ ମିଳିଥିବା ଇଣ୍ଡୋ-ଗ୍ରୀକ୍‌ କ୍ଷୁଦ୍ର ମୁଦ୍ରାରେ ରହିଛି। ଏଥିରେ ଦୁଇମୂର୍ତ୍ତି ପାଖାପାଖି ଠିଆହୋଇଥିବା ଦେଖିବାକୁ ମିଳେ। ଜଣେ ଗଦା ଓ ଶଙ୍ଖ ଧାରଣ କରିଥିବାବେଳେ ଅନ୍ୟ ଜଣେ ହଳ ଓ ଗଦା ଧରିଛନ୍ତି। ଗ୍ରୀକ୍‌ର ବିଦ୍ୱାନ୍‌ମାନେ ସେହି ୨ଜଣଙ୍କୁ ଶଙ୍କର୍ଷଣ ଓ ବାସୁଦେବ ବୋଲି କହିଥାନ୍ତି। ଆଫଗାନିସ୍ତାନ ଓ ପଞ୍ଜାବରେ ଶାସନ କରୁଥିବା ଯବନ ରାଜା ସେତେବେଳେ ଭାରତୀୟଙ୍କ ବୀର ଦେବତାଙ୍କ ପ୍ରତି ଥିବା ଲୋକପ୍ରିୟତାକୁ ଲକ୍ଷ୍ୟ କରିଥିଲେ ଏବଂ ସମ୍ମାନ ଜଣାଇବା ସକାଶେ ସେମାନଙ୍କ ମୂର୍ତ୍ତିଥିବା ମୁଦ୍ରା ପ୍ରଚଳନ କରିଥିଲେ। ସେହି ସମୟରେ ମଧ୍ୟପ୍ରଦେଶର ହେଲିଓଡୋରୁସ ସ୍ତମ୍ଭଲେଖ ବାସୁଦେବ-ବିଷ୍ଣୁ ପ୍ରତି ଥିବା ଭକ୍ତିର ଗାଥା କହେ। ବିଷ୍ଣୁଙ୍କ ସମ୍ମାନାର୍ଥେ ଗ୍ରୀକ୍‌ ଆମ୍ୱାସାଡର ହେଲିଓଡୋରସ୍‌ ଖ୍ରୀଷ୍ଟପୂର୍ୱ ୨ରେ ସ୍ୟାଣ୍ଡଷ୍ଟୋନ୍‌ରେ ଏହି ସ୍ତମ୍ଭ ନିର୍ମାଣ କରିଥିଲେ। କହିବାକୁ ଗଲେ ୨,୨୦୦ ବର୍ଷ ପୂର୍ୱରୁ ବସୁଦେବ ଧୀରେ ଧୀରେ ବିଷ୍ଣୁ ହେବାର ପରମ୍ପରା ଆରମ୍ଭ ହୋଇଥିଲା।
ପ୍ରାୟ ଖ୍ରୀଷ୍ଟାବ୍ଦ ୧୦୦ରେ କୁଶାଣଙ୍କ ସମୟରେ, ଭାରତ ଦିବ୍ୟ ମୂର୍ତ୍ତିର ପରୀକ୍ଷାଗାର ପାଲଟିଯାଇଥିଲା। ସେହି ସମୟରେ କଳାକାରମାନେ ବହୁ ମୁଖ ଏବଂ ବହୁ ବାହୁ ଥିବା ମୂର୍ତ୍ତି ଗଢ଼ିବା ଆରମ୍ଭ କରିଦେଇଥିଲେ। ଏପରିକି କେତେଜଣ ଆକାଶରେ ଭ୍ରମଣ କରୁଥିବା ଆଠଟି ବାହୁ ବିଶିଷ୍ଟ ମୂର୍ତ୍ତି ଗଢ଼ିଥିଲେ। ଆଉ କେତେଜଣ ବାର୍‌ହା ମସ୍ତକ ଥିବା କିମ୍ୱା ତିନୋଟି ଶରୀର ଏକାଠି ହୋଇଥିବା ମୂର୍ତ୍ତି ତିଆରି କରିଥିଲେ। ତଥାପି ସେଗୁଡ଼ିକ ବିଷ୍ଣୁ ଥିଲେ କି ନାହିଁ ତାହା ଏଯାବତ ସ୍ଥିର ହୋଇନାହିଁ। ତେବେ କଳାକାରମାନେ ଦେବତାଙ୍କ ବିଭିନ୍ନ ରୂପକୁ ନେଇ ପରୀକ୍ଷା ନିରୀକ୍ଷା ଚଳାଇଥିଲେ। ଦିବ୍ୟଶକ୍ତି ସମ୍ପର୍କରେ ବୈଦିକ ସ୍ତୋସ୍ତ୍ରରେ କୁହାଯାଇଛି, ”ସେ ହେଉଛନ୍ତି ସେହି ଶକ୍ତି ଯିଏ ସାରା ବ୍ରହ୍ମାଣ୍ଡରେ ବିଚରଣ କରନ୍ତି।“ ସେହି ଦିବ୍ୟଶକ୍ତିକୁ ଦୃଶ୍ୟମାନ କରିବା ପାଇଁ କଳାକାରମାନେ ଏଭଳି ପ୍ରୟାସ ଆରମ୍ଭ କରିଥିଲେ।
ଖ୍ରୀଷ୍ଟାବ୍ଦ ୨୦୦ ସୁଦ୍ଧା ମଥୁରାର କର୍ମଶାଳାରେ କଳାକାରମାନେ କୃଷ୍ଣ ତାଙ୍କ ଭାଇ ଓ ଭଉଣୀଙ୍କୁ ଛିଡ଼ା ହୋଇଥିବା କିମ୍ୱା ଘୋଡ଼ା ରାକ୍ଷସ କେଶିନ୍‌ଙ୍କ ସହ ଯୁଦ୍ଧ କରୁଥିବା ଦୃଶ୍ୟ ଖୋଦେଇକରିଥିଲେ। କେତେଜଣ କଳାକାର ଭଗବଦ୍‌ ଗୀତାରେ ବର୍ଣ୍ଣନା କରାଯାଇଥିବା ଗଦା ଓ ଚକ୍ରଧାରୀ କୃଷ୍ଣଙ୍କୁ ଚତୁର୍ୱାହୁ ଦେବତା ଭାବେ ଦର୍ଶାଇଥିଲେ। ସେଠାରେ କୃଷ୍ଣଙ୍କ ବିଶ୍ୱରୂପ ମୂର୍ତ୍ତି ଦେଖିବାକୁ ମିଳେ, ଯେଉଁଥିରେ କୃଷ୍ଣଙ୍କ କଡ଼ରୁ ପ୍ରାଣୀଙ୍କ ମୁଣ୍ଡ ବାହାରିଥିବା ଲକ୍ଷ୍ୟ କରାଯାଏ। ସେହି ସମୟରେ କବିମାନଙ୍କ ଭାବନା ଥିଲା ଯେ, ଦେବତା ମାନବ ରୂପେ ଦୃଶ୍ୟମାନ ହେଉଥିଲେ ବି ସେ ନିଜକୁ ବ୍ରହ୍ମାଣ୍ଡ ଶକ୍ତି ବୋଲି ପ୍ରତିପାଦିତ କରିପାରନ୍ତି ।
ଏଭଳି ଧାରଣାକୁ ମଧ୍ୟ କଳାକାରମାନେ ମୂର୍ତ୍ତି ମାଧ୍ୟମରେ ପରିପ୍ରକାଶ କରିବାକୁ ଚେଷ୍ଟା କରୁଥିଲେ। ପାଖାପାଖି ଖ୍ରୀଷ୍ଟାବ୍ଦ ୪୦୦ରେ, ଗୁପ୍ତବଂଶ ଶାସନ ସମୟରେ, ଏଭଳି ପରୀକ୍ଷା ନୀରିକ୍ଷା ପରେ ବିଷ୍ଣୁଙ୍କର ଏକ ସାଧାରଣ ରୂପ ସାମ୍ନାକୁ ଆସିଥିଲା ଯେଉଁଥିରେ ଶଙ୍ଖ, ଚକ୍ର, ଗଦା ଓ ପଦ୍ମଧାରୀ ବିଷ୍ଣୁଙ୍କ ଶାନ୍ତ ରୂପକୁ ପ୍ରତିଫଳିତ କରାଯାଇଥିଲା। ମୁହଁ ଓ ଭଙ୍ଗୀ ଥିବା ଏକ ସାଧାରଣ ରୂପରେ ବିଷ୍ଣୁଙ୍କୁ ଦର୍ଶାଗଲା। ସେତେବେଳେ କବିଙ୍କ ଭାବନାକୁ ଆଧାରକରି ମୂର୍ତ୍ତିର ହାତ ମଧ୍ୟ ତିଆରି କରାଯାଇଥିଲା। ଫଳରେ ପୂର୍ୱରୁ ଯାହା କୃଷ୍ଣଙ୍କ ଆୟୁଧ ଥିଲା ତାହା ବିଷ୍ଣୁଙ୍କ ପାଖକୁ ଚାଲିଆସିଲା। ଉତ୍ତରପ୍ରଦେଶ ଦେଓଗଡ଼ରେ ଥିବା ଦଶ ଅବତାର ମନ୍ଦିର କାନ୍ଥରେ ସର୍ପ ଉପରେ ବିରାଜିତ ଏକ ଚତୁର୍ୱାହୁ ବିଷ୍ଣୁ ଏବଂ ଗରୁଡ଼ ଉପରେ ବସିଥିବା ଅନ୍ୟ ଏକ ବିଷ୍ଣୁଙ୍କ ମୂର୍ତ୍ତି ଦେଖିବାକୁ ମିଳେ। ବିଷ୍ଣୁଙ୍କ ଏଭଳି ସବୁ ମୂର୍ତ୍ତି ସହ ଆମେ ସମସ୍ତେ ପରିଚିତ।
ଏହି ପରିବର୍ତ୍ତନକୁ ଶାସ୍ତ୍ରଗୁଡ଼ିକ ବି ସମର୍ଥନ କରନ୍ତି। ହରିବଂଶରେ ଉଲ୍ଲେଖ କରାଯାଇଛି ଯେ, ଗୋପାଳକ କୃଷ୍ଣ ନିଜକୁ ବିଷ୍ଣୁ ଭାବେ ପରିପ୍ରକାଶ କରିଛନ୍ତି। ବାଲ୍‌କୃଷ୍ଣଙ୍କ ମାତାପିତା ଅଛନ୍ତି। ହେଲେ ବିଷ୍ଣୁ ସ୍ୱୟଂ ସୃଷ୍ଟ। ଏହିଭଳି ଧାରଣାକୁ ମୂର୍ତ୍ତିଗୁଡ଼ିକରେ ପ୍ରତିପାଦିତ ମଧ୍ୟ କରାଯାଇଥିଲା। ଯୁବକ ତଥା ଦୁଇବାହୁ ବିଶିଷ୍ଟ କୃଷ୍ଣ ରାକ୍ଷସଙ୍କ ସହିତ ଯୁଦ୍ଧକରିବା ଏବଂ ପର୍ୱତ ଉଠାଇବା ଭଳି ସିଦ୍ଧାନ୍ତକୁ ମୂର୍ତ୍ତିଗୁଡ଼ିକରେ ଦର୍ଶାଯାଇଥିଲା। ସେହିଭଳି ବ୍ରହ୍ମାଣ୍ଡକୁ ସଞ୍ଚାଳନ କରୁଥିବା ଚତୁର୍ୱାହୁ ବିଷ୍ଣୁଙ୍କ ମୂର୍ତ୍ତି କରାଯାଇଥିଲା। କୃଷ୍ଣ ସମୀମ ମରଣଶୀଳ ଅବତାର ଥିଲାବେଳେ ବିଷ୍ଣୁ ଥିଲେ ଅସୀମ ଓ ଅମର। କୃଷ୍ଣଙ୍କ ଅନେକ ସାହସିକ କାର୍ଯ୍ୟ ମଧ୍ୟରୁ ଗିରିଗୋବର୍ଦ୍ଧନ ଉଠାଇବା ମୂର୍ତ୍ତି ଅତ୍ୟନ୍ତ ଲୋକପ୍ରିୟ। ଇନ୍ଦ୍ର ଝଡ଼ ସୃଷ୍ଟିକରି ଯେତେବେଳେ ଗୋପାଳକଙ୍କୁ ଦଣ୍ଡିତ କରିଥିଲେ , ସେତେବେଳେ କୃଷ୍ଣ ତାଙ୍କ କାଣି ଅଙ୍ଗୁଳିରେ ପର୍ୱତ ଉଠାଇ ଲୋକଙ୍କୁ ତା’ ତଳେ ଆଶ୍ରୟ ଦେଇଥିଲେ। କୃଷ୍ଣଙ୍କ ବ୍ରହ୍ମାଣ୍ଡ ରୂପ ଏବଂ ତିନି ପାଦରେ ସାରା ପୃଥିବୀକୁ ଭ୍ରମଣ କରିଥିବା ବୈଦିକ ବିଷ୍ଣୁଙ୍କ ପ୍ରତିରୂପକୁ ଏହା ସୂଚିତକରେ। ଏଥିରେ ବୃନ୍ଦାବନର ହିରୋଙ୍କୁ ବୈଦିକ ଦେବତା ସହ ଏକାଠି କରାଯାଇଛି।
କୃଷ୍ଣଙ୍କ ପର୍ୱତ ଉଠାଇବା କାହାଣୀ ପୂର୍ୱ ଉପକୂଳ ଅଞ୍ଚଳକୁ ବ୍ୟାପିବା ପରେ କାମ୍ୱୋଡ଼ିଆରେ ପହଞ୍ଚିଥିଲା। ପାଖାପାଖି ଖ୍ରୀଷ୍ଟାବ୍ଦ ୭୦୦ରେ ତାମିଲନାଡୁର ମହାବଳିପୁରମରେ କଳାକାରମାନେ ଗ୍ରାନାଇଟ୍‌ ଚଟାଣରେ କୃଷ୍ଣ ଗୋବର୍ଦ୍ଧନ ପର୍ୱତ ଉଠାଇଥିବା ଏକ ବିଶାଳ ମୂର୍ତ୍ତି ଖୋଦେଇ କରିଥିଲେ। ଏହି ଚିତ୍ରଫଳକରେ ମଧ୍ୟ ଖୋଦିତ ଗାଈ ବାଛୁରୀ ମୂର୍ତ୍ତି ରହିଛି। ଆମ ପାଖରେ ଏହା ପୂର୍ୱର କେବଳ ଚୂଳଥିବା ଷଣ୍ଢଙ୍କ ମୂର୍ତ୍ତି ଥିଲା। ଏହି ଚିତ୍ରଫଳକ ବା ଶିଳା କଳାକୃତି ହେଉଛି ବ୍ରହ୍ମାଣ୍ଡ ‘ଗାଈ’ଙ୍କ ସ୍ୱର୍ଗ ଭାବେ ଜଣାଶୁଣା ଗୋ-ଲୋକର ପୁରାତନ ଧାରଣାକୁ ସୂଚିତକରେ। ବାସୁଦେବରୁ କିଭଳି ବିଷ୍ଣୁଙ୍କ ପରିପ୍ରକାଶ ହୋଇଛି ତାହା କଳା ଐତିହାସିକମାନେ ଏବେ ଦର୍ଶାଉଛନ୍ତି । କ୍ଷୁଦ୍ର ଇଣ୍ଡୋ-ଗ୍ରୀକ୍‌ ମୁଦ୍ରାଠାରୁ ଆରମ୍ଭକରି ମହ୍ଲାର, ମଥୁରା ଓ ମହାବଳିପୁରମର ପଥର ଚଟାଣ ପର୍ଯ୍ୟନ୍ତ ସବୁଥିରେ ମହାଭାରତର ଜଣେ ଗୋପାଳକ ବୀର କିଭଳି ବ୍ରହ୍ମାଣ୍ଡ ରକ୍ଷକ ପାଲଟିଛନ୍ତି ତାହା ଆମେ ଲକ୍ଷ୍ୟ କରିପାରିବା।

ଦେବଦତ୍ତ ପଟ୍ଟନାୟକ

-devduttofficial@gmail.com


Enter your email to get our daily news in your inbox.

All Right Reserved By Dharitri.Com

ମାଥ୍ୟୁ ହେଡେନଙ୍କୁ ମିଳିଲା ଗୁରୁଦାୟିତ୍ୱ

ଅହମଦାବାଦ,୧୦ା୩: ଅଷ୍ଟ୍ରେଲିଆର ପୂର୍ବତନ ଓପନର ମାଥ୍ୟୁ ହେଡେନଙ୍କୁ ମଙ୍ଗଳବାର ଆଗାମୀ ଆଇପିଏଲ୍‌ ସିଜନ ଲାଗି ଗୁଜରାଟ ଟାଇଟନ୍ସ ପକ୍ଷରୁ ବ୍ୟାଟିଂ କୋଚ୍‌ ଭାବେ ନିଯୁକ୍ତ କରାଯାଇଛି। ଦୁଇ…

ଯୁଦ୍ଧ ଭିତରେ ଚାଇନାର ଭୟଙ୍କର ପ୍ଲାନ! ବିଶ୍ୱରେ ପଡିଲା ଚହଳ

ବେଜିଂ,୧୦।୩: ବିଶ୍ୱର ସବୁଠାରୁ ଶକ୍ତିଶାଳୀ ରାଷ୍ଟ୍ର, ଯୁକ୍ତରାଷ୍ଟ୍ର, ଇରାନ ସହିତ ଚାଲିଥିବା ସଂଘର୍ଷ ପାଇଁ ତାର ସମସ୍ତ ଶକ୍ତି ଲଗାଇ ଦେଇଥିବା ବେଳେ, ଚାଇନା ଏକ ଭୟଙ୍କର…

ଇନ୍‌ଷ୍ଟାଗ୍ରାମରେ ପୋଷ୍ଟ କରି ଚମକାଇଲେ ରିଙ୍କୁ ସିଂ, କହିଦେଲେ…

ଅହମଦାବାଦ,୧୦ା୩: ଫାଇନାଲରେ ନ୍ୟୁଜିଲାଣ୍ଡକୁ ହରାଇ ଭାରତ ଚାମ୍ପିୟନ ହେବା ପରେ ଭାରତୀୟ ଦଳର ଷ୍ଟାର ରିଙ୍କୁ ସିଂ ତାଙ୍କ ସ୍ବର୍ଗତ ବାପା ଖାନଚାନ୍ଦ ସିଂଙ୍କ ଲାଗି ଏକ…

ଆଶ୍ରମ ବିଦ୍ୟାଳୟ ଛାତ୍ରଙ୍କ ସନ୍ଦେହଜନକ ମୃତ୍ୟୁ: ତଥ୍ୟରେ ତାଳମେଳ ନ ଥିବାରୁ ବଢୁଛି ଉତ୍ତେଜନା, ବାହୁନି କାନ୍ଦୁଛନ୍ତି ମା’  

ପଟ୍ଟାଙ୍ଗି/ସୁନାବେଡା, ୧୦।୩ (ଶରତ କୁମାର ଧଳ/କୃତ୍ତିବାସ ପ୍ରଧାନ): ଜବାହାର ନବୋଦୟ ବିଦ୍ୟାଳୟର ତିନି ଛାତ୍ରଙ୍କ ମୃତ୍ୟୁ ଘଟଣାର ମାତ୍ର ତିନି ଦିନ ପରେ ପୁଣି ଜଣେ ଆଶ୍ରମ…

ଅର୍ଶଦୀପଙ୍କୁ ଜରିମାନା, ଜାଣନ୍ତୁ କାହିଁକି…

ଦୁବାଇ, ୧୦ା୩: ଅହମଦାବାଦରେ ଅନୁଷ୍ଠିତ ଆଇସିସି ପୁରୁଷ ଟି୨୦ ବିଶ୍ୱକପ୍‌ ଫାଇନାଲ ସମୟରେ ନ୍ୟୁଜିଲାଣ୍ଡ ବ୍ୟାଟ୍ସମ୍ୟାନ ଡେରିଲ ମିଚେଲଙ୍କୁ ଲକ୍ଷ୍ୟ କରି ଅକ୍ରମଣାତ୍ମକ ଢଙ୍ଗରେ ବଲ୍‌ ଫିଙ୍ଗିଥିବାରୁ…

ରାଉରକେଲା IGHରେ ଅଭାବନୀୟ ଘଟଣା: ଟଏଲେଟ୍‌ ପ୍ୟାନ୍‌ ଭିତରୁ ନବଜାତକର ମୃତଦେହ ଉଦ୍ଧାର, ବଢ଼ିଲା ଚର୍ଚ୍ଚା

ରାଉରକେଲା, ୧୦।୩ (ସଂଗୀତା ଜେନା): ରାଉରକେଲା ଇସ୍ପାତ ଜେନେରାଲ ହସ୍ପିଟାଲ (IGH) ପରିସରରେ ଏକ ହୃଦୟ ବିଦାରକ ତଥା ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି। ହସ୍ପିଟାଲର ଜରୁରୀକାଳୀନ…

ଓଡ଼ିଶାରେ ଗ୍ୟାସ ସିଲିଣ୍ଡରକୁ ନେଇ ସରକାର ବଡ଼ ଘୋଷଣା, କାଲିଠୁ…

ଭୁବନେଶ୍ୱର,୧୦।୩: ଓଡ଼ିଶାରେ ରନ୍ଧନ ଗ୍ୟାସ (LPG) ସଙ୍କଟକୁ ନେଇ ଚାଲିଥିବା ଚର୍ଚ୍ଚା ମଧ୍ୟରେ ରାଜ୍ୟ ସରକାର ଏକ ବଡ଼ ଆଶ୍ୱସ୍ତି ପ୍ରଦାନ କରିଛନ୍ତି। ବିଶେଷ କରି ପଶ୍ଚିମ…

ଏଲପିଜି ସଙ୍କଟ: ଏସବୁ ରାଜ୍ୟରେ ବଢିଯିବ ଗ୍ୟାସଦର! ଓଡ଼ିଶାରେ…

ନୂଆଦିଲ୍‌ଲୀ,୧୦।୩: ବର୍ତ୍ତମାନ ପଶ୍ଚିମ ଏସିଆରେ ଚାଲିଥିବା ଇରାନ-ଇସ୍ରାଏଲ-ଆମେରିକା ଯୁଦ୍ଧ ଯୋଗୁଁ ଭାରତରେ ଏଲପିଜି (LPG) ବା ରନ୍ଧନ ଗ୍ୟାସ ଯୋଗାଣରେ ସମସ୍ୟା ଦେଖାଦେଇଛି। ମଧ୍ୟପ୍ରାଚ୍ୟରେ ଉତ୍ତେଜନା ବୃଦ୍ଧି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri