ସରପଞ୍ଚରୁ ଆଇଟିଆଇର ସହକାରୀ ଟ୍ରେନିଂ ଅଫିସର: ରାଜନୀତି ଛାଡ଼ି ଶିକ୍ଷାନୀତିରେ ସାମିଲ ହେଲେ ପ୍ରିୟଙ୍କା

ଭବାନୀପାଟଣା,୧।୧୦(ଉତ୍ତମ କୁମାର ଦାଶ):ଭବାନୀପାଟଣା ସଦର ବ୍ଲକ ଅନ୍ତର୍ଗତ ଗୁଡି଼ଆଳିପଦର ପଞ୍ଚାୟତର ସରପଞ୍ଚ ପ୍ରିୟଙ୍କା ମହାଖୁଡ଼ ନିଜ ପଦବୀରୁ ଇସ୍ତଫା ଦେଇ ସରକାରୀ ଚାକିରୀରେ ଯୋଗ ଦେଇଛନ୍ତି। ଗତ ପଞ୍ଚାୟତ ନିର୍ବାଚନରେ ଜନସାଧାରଣଙ୍କ ସହଯୋଗରେ ସେ ସରପଞ୍ଚ ହୋଇ ପଞ୍ଚାୟତର ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟକରି ଲୋକପ୍ରିୟତା ଅର୍ଜନ କରିଥିଲେ। ନିଜ ଭବିଷ୍ୟତକୁ ନେଇ ଚିନ୍ତା କରିବା ସହ ସରକାରୀ ଚାକିରୀ ପାଇଁ ଏକ ସାକ୍ଷତକାର ଦେଇ ସରକାରୀ ଆଇଟିଆଇର ସହକାରୀ ଟ୍ରେନିଂ ଅଧିକାରୀ ଭାବେ ନିଯୁକ୍ତି ପାଇଥିଲେ। ନିୟମାନୁଯାୟୀ ସେ ସରପଞ୍ଚ ପଦବୀରୁ ଇସ୍ତଫା ଦେଇଥିଲେ। ଗତ ୨୮ ତାରିଖରେ ଗୁଡ଼ିଆଳିପଦର ପଞ୍ଚାୟତ କାର୍ଯ୍ୟାଳୟଠାରେ ସରପଞ୍ଚ ପ୍ରିୟଙ୍କାଙ୍କୁ ପଞ୍ଚାୟତ ପକ୍ଷରୁ ବିଦାୟକାଳୀନ ସମ୍ବର୍ଦ୍ଧନା ଜଣାଇବା ପାଇଁ ଏକ ସଭାର ଆୟୋଜନ କରାଯାଇଥିଲା। ନାଏବ ସରପଞ୍ଚ ସତ୍ୟନାରାୟଣ ସାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ଏଡିଇଓ ଚନ୍ଦ୍ରମଣି ନାଏକ, ପଞ୍ଚାୟତ ନିର୍ବାହୀ ଅଧୁକାରୀ ଗୌରାଙ୍ଗ ମାଝୀ, ୱାର୍ଡ ସଭ୍ୟ କନ୍ଦର୍ପ ତାଣ୍ଡି, ଲୋକନାଥ ମିଶ୍ର ଓ ୱାର୍ଡ ସଭ୍ୟା ଅହଲ୍ୟା ଶବର ମଞ୍ଚରେ ଉପସ୍ଥିତ ଥିଲେ। ଅନ୍ୟମାନଙ୍କ ମଧ୍ୟରେ ବିଭିନ୍ନ ୱାର୍ଡର ସଭ୍ୟାସଭ୍ୟା, ଜନସାଧାରଣ ଓ ଗଣମାଧ୍ୟମ ପ୍ରତିନିଧ ଉପସ୍ଥିତ ଥିଲେ। ଅତିଥିମାନେ ତାଙ୍କ ବିଭିନ୍ନ କାର୍ଯ୍ୟାବଳୀ ବିଷୟରେ ଆଲୋଚନା କରିବା ସହ ତାଙ୍କ ଉଜ୍ୱଳ ଭବିଷ୍ୟତ କାମନା କରିଥିଲେ। ବିଦାୟୀ ସରପଞ୍ଚ ମହାଖୁଡ ପଞ୍ଚାୟତର ଜନସାଧାରଣ, ବ୍ଲକ ଅଧିକାରୀ, ୱାର୍ଡ ମେମ୍ବରମାନଙ୍କ ଭଲପାଇବା ଓ ସହକର୍ମୀଙ୍କ ସହଯୋଗ ପାଇଁ କୃତଜ୍ଞତା ଜଣାଇଥିଲେ। ଶେଷରେ ଏଡିଇଓ ଚନ୍ଦ୍ରମଣି ନାଏକ ଧନ୍ୟବାଦ ଅର୍ପଣ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ହଳଦିଆପଦର ସଡ଼କ ଦୁର୍ଘଟଣା, ମୃତକଙ୍କ ପରିବାରକୁ ଭେଟିଲେ ପରିବହନ ମନ୍ତ୍ରୀ

ଦିଗପହଣ୍ଡି,୧|୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ବ୍ରହ୍ମପୁର ସହର ଉପକଣ୍ଠ ହଳଦିଆପଦର ଓଭରବ୍ରିଜ ନିକଟରେ ଶନିବାର ଘଟିଥିବା ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ହୋଇଥିଲା। ଏଥିରେ ପ୍ରାଣ ହରାଇଥିବା…

PCBର ଅଜବ ନିଷ୍ପତ୍ତି: T20 ବିଶ୍ୱକପରେ ଭାରତ ବିପକ୍ଷରେ ଖେଳିବ ନାହିଁ ପାକିସ୍ତାନ

ନୂଆଦିଲ୍ଲୀ,୧ା୨: ପାକିସ୍ତାନ କ୍ରିକେଟ ବୋର୍ଡ (PCB) 2026ଟି-20 ବିଶ୍ୱକପ ସମ୍ପର୍କରେ ଏକ ଅଜବ ନିଷ୍ପତ୍ତି ନେଇଛି। ଏହି ବିଶ୍ୱସ୍ତରୀୟ ଟୁର୍ନାମେଣ୍ଟରେ ପାକିସ୍ତାନ ଦଳ ଭାରତ ସହିତ ଖେଳିବ…

କେନ୍ଦ୍ର ବଜେଟକୁ ନେଇ ମୁଖ୍ୟମନ୍ତ୍ରୀଙ୍କ ପ୍ରତିକ୍ରିୟା, କହିଲେ ଏହା ଐତିହାସିକ ବଜେଟ୍

ଭୁବନେଶ୍ବର, ୧।୨: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ ଆଜି ୨୦୨୬-୨୭ ବର୍ଷ ପାଇଁ କେନ୍ଦ୍ର ବଜେଟ୍ ଉପସ୍ଥାପନ କରିଛନ୍ତି । ଏହା ଉପରେ ପ୍ରତିକ୍ରିୟା ଦେଇଛନ୍ତି ମୁଖ୍ୟମନ୍ତ୍ରୀ…

ବଜେଟ ଉପରେ ଆଇନଜୀବୀଙ୍କ ପ୍ରତିକ୍ରିୟା, ଭାରତର କର୍ପୋରେଟ ପୁଞ୍ଜି…

ସୁନ୍ଦରଗଡ,୧।୨ (ଜୟ ନାରାୟଣ ମେଣ୍ଡୁଳି): ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ୨୦୨୬ ବଜେଟ ଉପସ୍ଥାପନ କରିଛନ୍ତି । ଏହାପରେ ସାଧାରଣ ଲୋକଙ୍କ ପ୍ରତିକ୍ରିୟା ସାମ୍ନାକୁ ଆସିଛି । ଆଇନଜୀବୀ…

Budgetରେ ଜନଗଣନା ପାଇଁ କ’ଣ ରହିଛି ଜାଣନ୍ତୁ…

ନୂଆଦିଲ୍ଲୀ,୧ା୨: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ ରବିବାର ନବମ ଥର ପାଇଁ ପୂର୍ଣ୍ଣାଙ୍ଗ ବଜେଟ (୨୦୨୬-୨୭) ଉପସ୍ଥାପନ କରିଛନ୍ତି। ୨୦୨୭ ଜନଗଣନା ପାଇଁ କେନ୍ଦ୍ର ବଜେଟରେ ୬,୦୦୦…

ମଙ୍ଗଳବାର ତାରାତାରିଣୀ ଆସିବେ ମୁଖ୍ଯମନ୍ତ୍ରୀ, ସାମୁହିକ କନ୍ଯାରତ୍ନ ବିବାହରେ…

ପୁରୁଷୋତ୍ତମପୁର,୧।୨(ସବିତା ମିଶ୍ର): ଗଞ୍ଜାମ ଜିଲାର ପ୍ରସିଦ୍ଧ ଇଷ୍ଟଦେବୀ ମା ତାରାତାରିଣୀଙ୍କ ପୀଠରେ ମଙ୍ଗଳବାର ମୁଖ୍ଯମନ୍ତ୍ରୀ କନ୍ଯା ବିବାହ ଯୋଜନାରେ ସାମୁହିକ ବିବାହ କାର୍ଯ୍ଯକ୍ରମର ବ୍ଯବସ୍ଥା ରହିଛି ।…

ସ୍କଟଲାଣ୍ଡ, ଆୟର୍ଲାଣ୍ଡ ଖେଳିବେ ଟି୨୦ ବିଶ୍ୱକପ୍‌

ନୂଆଦିଲ୍ଲୀ,୧ା୨:  ଜୁନରେ ଇଂଲଣ୍ଡରେ ହେବାକୁ ଥିବା ମହିଳା ଟି୨୦ ବିଶ୍ୱକପ୍‌ ଲାଗି ସ୍କଟଲାଣ୍ଡ ଓ ଆୟର୍ଲାଣ୍ଡ ରବିବାର ଯୋଗ୍ୟତା ଅର୍ଜନ କରିଛନ୍ତି। ନେପାଳର କିର୍ତିପୁରଠାରେ ଚାଲିଥିବା କ୍ୱାଲିଫାୟର୍ସ…

ମାଘ ପୂର୍ଣ୍ଣିମାରେ ଶହ ଶହ ଭକ୍ତଙ୍କ ସମାଗମ

ଦିଗପହଣ୍ଡି,୧।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଚଷାନିମଖଣ୍ଡି ପଞ୍ଚାୟତ ବଡପଦା ଗ୍ରାମ ସ୍ଥିତ ଶ୍ରୀ ଉଦୟନାଥେଶ୍ୱର ଶୈବ ପୀଠରେ ଚାଲିଥିବା ପଞ୍ଚକୁଣ୍ଡିୟ ଶ୍ରୀରାମ ତାରକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri