ଭକ୍ତଙ୍କ ମାନସିକ ଆଗରେ ହାର୍‌ ମାନିଲା ପ୍ରଶାସନ: ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତରଯାତ୍ରା ସମ୍ପନ୍ନ

ଭବାନୀପାଟଣା,୧।୧୦(ଉତ୍ତମ କୁମାର ଦାଶ)-କଳାହାଣ୍ଡି ଜିଲା ଭବାନୀପାଟଣା ସହରରେ ମଙ୍ଗଳବାର ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତରଯାତ୍ରା ମହାସମାରୋହରେ ପାଳିତ ହୋଇଯାଇଛି। ପ୍ରତିବର୍ଷ ଭଳି ଚଳିତବର୍ଷ ମଧ୍ୟ ଲକ୍ଷାଧିକ ଭକ୍ତଙ୍କ ସମାଗମରେ ଏହି ଯାତ୍ରା ସମ୍ପନ୍ନ ହୋଇଛି। ଅନେକ ରାଜ୍ୟରେ ବଳିପ୍ରଥା ଏକପ୍ରକାର ବନ୍ଦ ହୋଇଆସୁଥିବା ବେଳେ ଏହି ଯାତ୍ରାରେ ମା’ଙ୍କ ଛତର ସାମ୍ନାରେ ପ୍ରଶାସନ ଉପସ୍ଥିତିରେ ହଜାର ହଜାର ପଶୁପକ୍ଷୀ ବଳି ଦିଆଯାଇଛି। ଏତେ ସଂଖ୍ୟାରେ ପଶୁବଳି ଯୋଗୁ ରକ୍ତରଞ୍ଜିତ ହୋଇଥିଲା ଭବାନୀପାଟଣା ସହରର ମୁଖ୍ୟ ରାସ୍ତା। ଭକ୍ତଙ୍କ ମାନସିକ ଆଗରେ ହାର୍‌ ମାନିଥିଲା ପ୍ରଶାସନ।
ଶାକ୍ତଭୂମି କଳାହାଣ୍ଡିରେ ଦଶହରା କହିଲେ ଅଧିଷ୍ଠାତ୍ରୀ ଦେବୀ ମା’ ମାଣିକେଶ୍ୱରୀଙ୍କ ପ୍ରସିଦ୍ଧ ଛତରଯାତ୍ରାକୁ ବୁଝାଏ। କଳାହାଣ୍ଡିର ମୂଳ ଅଧିବାସୀ ଏହି ଶକ୍ତିର ଉପାସକ। ଆଶ୍ୱିନ ମାସ କୃଷ୍ଣପକ୍ଷ ଅଷ୍ଟମୀ ଦିନ ଭବାନୀପାଟଣା ରାଜପ୍ରାସାଦରେ ଥିବା ମାଣିକେଶ୍ୱରୀଙ୍କ ପୀଠରେ ମୁଣ୍ଡବସାଠାରୁ ଆରମ୍ଭକରି ମହାଷ୍ଟମୀ ପର୍ଯ୍ୟନ୍ତ ମା’ ମାଣିକେଶ୍ୱରୀଙ୍କୁ ସ୍ବତନ୍ତ୍ର ରୀତିନୀତିରେ ପୂଜାର୍ଚ୍ଚନା କରାଯାଇଥାଏ। ମଙ୍ଗଳବାର ପ୍ରତ୍ୟୁଷରେ ଜେନାଖାଲରେ ପାରମ୍ପରିକ ରୀତିନୀତି ଅନୁସାରେ ମା’ଙ୍କ ଗୁପ୍ତପୂଜା ସମ୍ପନ୍ନ ହୋଇଥିଲା। ପରେ ପୂଜକ ଓ ବାହୁକମାନେ ଭୋର ୫ଟା୧୫ରେ ମା’ଙ୍କ ବିଜୟ ପ୍ରତିମା ଛତରକୁ ଧରି ମନ୍ଦିର ଅଭିମୁଖେ ବାହାରିଥିଲେ। ଏହି ଅବସରରେ ଜେନାଖାଲରୁ ମା’ଙ୍କ ମନ୍ଦିର ପର୍ଯ୍ୟନ୍ତ ୩ କି.ମି. ରାସ୍ତାରେ ଲକ୍ଷାଧିକ ଭକ୍ତ ମା’ଙ୍କ ଦର୍ଶନ କରିଥିଲେ। ସେହିପରି ମାନସିକଧାରୀ ପଶୁପକ୍ଷୀ ବଳି ଦେଇଥିଲେ। ଆଉ କେତେଜଣ ଭକ୍ତ ଧୂପ, ଦୀପ, ନଡ଼ିଆ ଭାଙ୍ଗି ମା’ଙ୍କୁ ସ୍ବାଗତ କରିଥିଲେ। ଅନ୍ୟପଟେ ଶାନ୍ତିର ପ୍ରତୀକ କପୋତକୁ ମଧ୍ୟ ଯାତ୍ରା ସମୟରେ ଭକ୍ତମାନେ ଉଡ଼ାଇଥିବା ଦେଖିବାକୁ ମିଳିଥିଲା। ମା’ଙ୍କ ଛତରଯାତ୍ରାରେ ୨୫ଟି ସାଂସ୍କୃତିକ ଦଳ, ଘଣ୍ଟ ଦଳ, ଘୁମୁରା ଦଳ ଅଂଶଗ୍ରହଣ କରିଥିଲେ। ସେହିପରି ଆଉ କେତେଜଣ କଳାକାର ବିଭିନ୍ନ ବେଶରେ ସଜ୍ଜିତହୋଇ ନିଜର କଳା ପରିବେଷଣ କରିଥିଲେ। ଏହାରି ଭିତରେ ବିଶେଷ ଆକର୍ଷଣ ଥିଲେ କଳାହାଣ୍ଡି କଟାପ୍ପା। ଘଣ୍ଟ ଦଳ, ଢୋଲ ନିଶାନ ଓ ଜୟ ମା’ମାଣିକେଶ୍ୱରୀ ନାରାରେ ଦୁଲୁକିଉଠିଥିଲା ଭବାନୀପାଟଣା ସହର। ଚାରିଆଡ଼େ ରହିଥିଲା ଆଧ୍ୟାତ୍ମିକ ପରିବେଶ। ମଧ୍ୟାହ୍ନ ୧୧ଟା ୪୫ରେ ମା’ଙ୍କ ଛତର ମାଣିକେଶ୍ୱରୀ ମନ୍ଦିରରେ ପହଞ୍ଚତ୍ଥିଲା। ଏହି ସମୟରେ କଳାହାଣ୍ଡି ମହାରାଜା ଅନନ୍ତ ପ୍ରତାପ ଦେଓ ଉପସ୍ଥିତ ରହି ମା’ଙ୍କ ଛତରକୁ ବନ୍ଦାପନାକରି ମନ୍ଦିରର ଗର୍ଭଗୃହକୁ ପାଛୋଟି ନେଇଥିଲେ। ଛତରଯାତ୍ରା ଯେମିତି ଶାନ୍ତିଶୃଙ୍ଖଳା ସହ ଅନୁଷ୍ଠିତ ହେବ ଓ ଭକ୍ତମାନେ କିପରି ସୁରକ୍ଷିତ ଭାବେ ମା’ଙ୍କ ଦର୍ଶନ କରିପାରିବେ ସେ ନେଇ କଳାହାଣ୍ଡି ପୋଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଥିଲା। ସୁରକ୍ଷା ପାଇଁ ୧୩ ପ୍ଲାଟୁନ ପୋଲିସ ମୁତୟନ ହୋଇଥିଲେ। ସେହିପରି କଳାହାଣ୍ଡି ଏସ୍‌ପି ନାଗାରାଜ ଦେବରକୋଣ୍ଡା ଉପସ୍ଥିତ ରହି ସ୍ଥିତି ତଦାରଖ କରିଥିଲେ। ଛତରଯାତ୍ରା ପାଇଁ ସହରର ଜେନାଖାଲ, ଘୋଡ଼ାଘାଟ ଛକ ଓ ମାଣିକେଶ୍ୱରୀ ମନ୍ଦିର ଆଦି ୩ ସ୍ଥାନରେ ପୋଲିସ କଣ୍ଟ୍ରୋଲ ରୁମ୍‌ ସାଙ୍ଗକୁ ୩୫ ସିସିଟିଭି ବ୍ୟବସ୍ଥା କରାଯାଇଥିଲା। ପ୍ରଶାସନ ପକ୍ଷରୁ ଜିଲାପାଳ ପାୱାର ସଚିନ ପ୍ରକାଶ, ଅତିରିକ୍ତ ଜିଲାପାଳ ତନ୍ମୟ କୁମାର ଦରୱାନ, ଭାରତୀୟ ପ୍ରଶାସନିକ ଅଧିକାରୀ (ପ୍ରୋବେସନ) ଅନିମେଶ ପ୍ରଧାନ, ଭବାନୀପାଟଣା ଉପଜିଲାପାଳ ପ୍ରଭାତ ପରିଡ଼ା, ଧର୍ମଗଡ଼ ଉପଜିଲାପାଳ ପ୍ରେକ୍ଷା ଅଗ୍ରୱାଲ, ଜିଲା ସଂସ୍କୃତି ଅଧିକାରୀ ବିବେକାନନ୍ଦ ମହାନନ୍ଦ ପ୍ରମୁଖ ଉପସ୍ଥିତ ରହି ନିଜ ଦାୟିତ୍ୱ ନିଭାଇଥିଲେ। ଏହି ଯାତ୍ରାରେ ପିସିସି ସଭାପତି ଭକ୍ତ ଚରଣ ଦାସ ଓ ଭବାନୀପାଟଣା ବିଧାୟକ ସାଗର ଚରଣ ଦାସ ମଧ୍ୟ ସାମିଲ ହୋଇ ମା’ଙ୍କ ଦର୍ଶନ କରିଥିଲେ। ଜିଲା ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସହରର ଘୋଡ଼ାଘାଟ ଛକ ଓ ମନ୍ଦିର ସମ୍ମୁଖରେ ୨ ସୂଚନା କେନ୍ଦ୍ର ଖୋଲାଯାଇଥିଲା। ଏହାକୁ ଜିଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ହଳଧର ନିଆଲ ପରିଚାଳନା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?