ରାଜନୀତିରୁ ହେଲେ ସଫଳ ଚାଷୀ: ଆକର୍ଷଣ ପାଲଟିଛି ଷ୍ଟ୍ରବେରି ଚାଷ

କୁଚିଣ୍ଡା,୨୨ା୩(ବିରଞ୍ଚତ୍ ଦର୍କା): ସମ୍ବଲପୁର ଜିଲା କୁଚିଣ୍ଡା ଉପଖଣ୍ଡ ଉପାନ୍ତ ଝାରମାଲ ଗ୍ରାମର ପୂର୍ବତନ ଜିଲା ପରିଷଦ ସଭ୍ୟା ତଥା ଏସ୍‌ଏଚ୍‌ଜି ସଦସ୍ୟା ଲୀନା ମାଝିଙ୍କୁ ଷ୍ଟ୍ରବେରି ଚାଷ ସ୍ବତନ୍ତ୍ର ପରିଚୟ ଦେବା ସହ ସ୍ବାବଲମ୍ବୀ କରାଇଛି। କୁଚିଣ୍ଡା ଉପଖଣ୍ଡ ଲଙ୍କା ମରିଚ, ଆମ୍ବ ଓ ଲିଚୁ ଚାଷ ପାଇଁ ପ୍ରସିଦ୍ଧି ଲାଭ କରିଥିବା ବେଳେ କିଛି ବର୍ଷ ପୂର୍ବରୁ ସେଓ ଚାଷ ଯୋଗୁ ଜମନକିରା ବ୍ଲକ ଭୋଜପୁର ପଞ୍ଚାୟତର ଗମ୍ଭିରାମୁଣ୍ଡା ଓ କୁଚିଣ୍ଡା ବ୍ଲକ ସାଲେଭାଡି ପଞ୍ଚାୟତର ବଡବାହାଲ ଗ୍ରାମ ଚର୍ଚ୍ଚାରେ ରହିଛି।

ଏସବୁ ଚାଷ ପାଇଁ ଏଠାକାର ଜଳବାୟୁ ଅନୁକୂଳ ଥିବାରୁ ଏବେ କୁଚିଣ୍ଡା ବ୍ଲକ କୁନ୍ତରା ପଞ୍ଚାୟତ ଝାରମାଲ ଗ୍ରାମର ଲୀନା ମାଝିଙ୍କ ଷ୍ଟ୍ରବେରି ଚାଷ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି। ଝାରମାଲ ଗ୍ରାମର ‘ମା’ ରାଜଶ୍ରୀ ଏସ୍‌ଏଚ୍‌ଜି’ରେ ସଦସ୍ୟା ଅଛନ୍ତି ଲୀନା। ସେ ଜିଲା ପ୍ରଶାସନ, କୁଚିଣ୍ଡା ବିଡିଓ ନିରଞ୍ଜନ ସା ଓ ଓଏଲ୍‌ଏମ୍‌ (ଓଡ଼ିଶା ଜୀବିକା ମିଶନ) ବିପିଏମ୍‌ ଷ୍ଟିଫେନ ବେହେରାଙ୍କଠାରୁ ଷ୍ଟ୍ରବେରି ଚାଷ ସମ୍ପର୍କରେ ପ୍ରୋତ୍ସାହିତ ହୋଇଥିଲେ। ଘରକୁ ଆସି ସ୍ବାମୀ ଈଶ୍ବର ମାଝିଙ୍କ ସହ ଆଲୋଚନା କରି ୟୁଟ୍ୟୁବ ଦେଖି ଏ ବାବଦରେ ଅଧିକ ଜ୍ଞାନ ଆହରଣ କରି ଚାଷ ପାଇଁ ମନ ବଳାଇଥିଲେ।

ଷ୍ଟ୍ରବେରି ଏକ ଲତାଜାତୀୟ ଚାଷ। ଲୀନା ତାଙ୍କ ସ୍ବାମୀ ଈଶ୍ବରଙ୍କ ସହଯୋଗରେ ଫୁଲବାଣୀରୁ ଚାରା ଆଣି ନିଜ ବାଡିରେ ଥିବା ପ୍ରାୟ ୮୦ଡେସିମିଲ ଜମିରେ ଷ୍ଟ୍ରବେରି ଚାଷ କରିଥିଲେ। ଜୈବିକ ପଦ୍ଧତିରେ ସେ ଏହି ଚାଷ କରିଥିଲେ। ଏଥିପାଇଁ ତାଙ୍କୁ ପ୍ରାୟ ୪୦ହଜାର ଟଙ୍କା ଖର୍ଚ୍ଚ କରିବାକୁ ପଡିଥିବା ସେ କହନ୍ତି।

ପରୀକ୍ଷାମୂଳକ ଭାବେ ପ୍ରଥମଥର ପାଇଁ ସେ ଏହି ଚାଷ କରିଥିବା ବେଳେ ଷ୍ଟ୍ରବେରିର ଅନୁକୂଳ ସମୟ ହେଉଛି ସେପ୍ଟେମ୍ବର/ଅକ୍ଟୋବର ମାସ। ନଭେମ୍ବର ଶେଷ ଭାଗରେ ସେ ଚାରା ଲଗାଇଥିବାରୁ ଏଥର ଉତ୍ପାଦନ କମ୍‌ ହୋଇଥିବା ସେ କହିଛନ୍ତି। ଜାନୁଆରୀରୁ ଅଦ୍ୟାବଧି ସେ ପ୍ରାୟ ୨ କୁଇଣ୍ଟାଲ ଷ୍ଟ୍ରବେରି ବିକ୍ରି କଲେଣି। କେଜି ପ୍ରତି ୪୫୦ଟଙ୍କା ରହିଥିବା ବେଳେ ୨ଶହ ଗ୍ରାମ ପ୍ୟାକେଟ ମୂଲ୍ୟ ୮୦ଟଙ୍କାରେ ବିକ୍ରି କରୁଛନ୍ତି।

ଷ୍ଟ୍ରବେରି ଚାଷରେ ଏବେ ବି ଫୁଲ ଫଳ ଧରିଛି ଓ ଏହା ଏପ୍ରିଲ ପର୍ଯ୍ୟନ୍ତ ଆମଦାନୀ ହେବ ବୋଲି ସେ କହିଛନ୍ତି। ସେ ବିଭିନ୍ନ ଏସ୍‌ଏଚ୍‌ଜି ମେଳା ପ୍ରଦର୍ଶନୀ ପାଇଁ ନେଇଥିବା ଷ୍ଟ୍ରବେରିକୁ ଲୋକେ ବହୁ ପସନ୍ଦ କରୁଥିବା ଏବଂ ଏହି ଚାଷ ଦେଖିବାକୁ ପ୍ରତିଦିନ ତାଙ୍କ ଘରେ ଗହଳି ଲାଗୁଥିବା ସ୍ବାମୀ ଈଶ୍ବର କହନ୍ତି।

ଲୀନାଙ୍କ ଠାରୁ ଅନୁପ୍ରାଣିତ ହୋଇ କେହି ଯଦି ଷ୍ଟ୍ରବେରି ଚାଷ କରିବା ପାଇଁ ଇଚ୍ଛା କରନ୍ତି ତେବେ ସେ ତାଙ୍କୁ ତାଲିମ ଦେବା ସହ ଚାରା ଯୋଗାଇଦେବେ ବୋଲି କହିଛନ୍ତି। ଷ୍ଟ୍ରବେରି ଏକ ଲାଭଜନକ ଚାଷ ହୋଇଥିବା ବେଳେ ଏଥିପାଇଁ ସେ ଖୁବ୍‌ ଆନନ୍ଦିତ ଓ ଭଲ ରୋଜଗାର କରି ସାବଲମ୍ବୀ ହୋଇଥିବା ଲୀନା କହିଛନ୍ତି।

 


Enter your email to get our daily news in your inbox.

All Right Reserved By Dharitri.Com

ଦିଗପହଣ୍ଡିରେ ଜନଗଣନାର ପ୍ରଥମ ପର୍ଯ୍ୟାୟ ପ୍ରଶିକ୍ଷଣ ଶିବିର ଉଦ୍‌ଘାଟିତ: ଏହି ତାରିଖ ଯାଏ…

ଦିଗପହଣ୍ଡି,୨୩।୩(ଅଶେଷ ନାଥ ମିଶ୍ର): ରାଜ୍ୟ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ କ୍ରମେ ଦିଗପହଣ୍ଡି ଏନଏସି ପ୍ରଶାସନ ପକ୍ଷରୁ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଜାତୀୟ ଜନଗଣନା ୨୦୨୭ର ପ୍ରଥମ ପର୍ଯ୍ୟାୟ…

ଗଞ୍ଜାମରେ ଜୋରଦାର ଧରପକଡ: ୩ ଦିନରେ ଗାଡି ଚାଳକଙ୍କଠୁ ଆଦାୟ ହେଲାଣି ୩୯ ଲକ୍ଷରୁ ଅଧିକ ଜରିମାନା

ଛତ୍ରପୁର,୨୩।୩ (ଦିଲ୍ଲୀପ ସାମଲ): ଏଣିକି ବେପରୁଆଓ ନିୟମ ଉଲ୍ଲଙ୍ଘନ କରୁଥିବା ଗାଡି ଚାଳକଙ୍କୁ ସାବାଡ କରାଯିବ । ସଡ଼କ ଦୁର୍ଘଟଣା ଓ ମୃତ୍ୟୁସଂଖ୍ୟା ହ୍ରାସ ଲକ୍ଷ୍ୟରେ ସ୍ବତନ୍ତ୍ର…

ଇସ୍ତଫା ଦେଲେ ପ୍ରଦେଶ କଂଗ୍ରେସ କମିଟି ସଦସ୍ୟ, କଲେ ବଡ଼ ଖୁଲାସା, ଏହି କାରଣରୁ…

ଦିଗପହଣ୍ଡି,୨୩।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକର ପୂର୍ବତନ ଜିଲା ପରିଷଦ ସଦସ୍ୟ ତଥା ପ୍ରଦେଶ କଂଗ୍ରେସ କମିିଟି ସଦସ୍ୟ ଅରବିନ୍ଦ ନାହାକ ସୋମବାର ସନ୍ଧ୍ୟାରେ…

ଜମି ଅଧିଗ୍ରହଣକୁ ନେଇ ଗ୍ରାମବାସୀ-ପ୍ରଶାସନ ମୁହାଁମୁହିଁ, ଅନୁମତି ଅପେକ୍ଷାରେ…

ଥୁଆମୂଳ ରାମପୁର,୨୩ା୩(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ତହସିଲ ଅନ୍ତର୍ଗତ କୁରୁକୁଟି ମୌଜାରେ ପ୍ରସ୍ତାବିତ ଥଇଥାନ କଲୋନୀ ନିର୍ମାଣ ଓ ଜମି ଅଧିଗ୍ରହଣକୁ ନେଇ ପ୍ରଶାସନ…

‘ସରୁନି ଗପ କି ସରୁନି ପାପ ‘ନାଟକ ମଞ୍ଚସ୍ଥ… 

ଦିଗପହଣ୍ଡି,୨୩|୩(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ପଡିଆ ପୁରୁଷୋତ୍ତମପୁର ଗ୍ରାମ ପ୍ରକଳ୍ପ ଉଚ୍ଚ  ପ୍ରଥମିକ ବିଦ୍ୟାଳୟର ବାର୍ଷିକୋତ୍ସବ ସୋମବାର ଅନୁଷ୍ଠିତ ହୋଇଯାଇଛି।…

୨୨ ବସ୍ତା ଚାଉଳ ସହ ଜିପ୍‌ ଜବତ, ଡ୍ରାଇଭର ଅଟକ

କୋରାପୁଟ,୨୩ା୩(ଅମିତାଭ ବେହେରା): କୋରାପୁଟ ସଦର ଥାନା ପୋଲିସ ସୋମବାର ଅପରାହ୍ନରେ ଏକ  ଜିପ୍‌ ସହ ୨୨ ବସ୍ତା (୧୧ କ୍ୱିଣ୍ଟାଲ) ସରକାରୀ ଚାଉଳ ଜବତ କରିଥିବା ବେଳେ…

ମାଟ୍ରିକ ଛାତ୍ରୀଙ୍କ ସନ୍ଦେହଜନକ ମତ୍ୟୁ; ଶୋକାକୁଳ ପରିବେଶରେ…

ଦିଗପହଣ୍ଡି,୨୩।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବଡ଼ଡୁମ୍ବୁଳା ଗ୍ରାମର ମାଟ୍ରିକ ପରୀକ୍ଷା ଦେଇଥିବା ଜଣେ ଛାତ୍ରୀଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଛି। ମୃତକ ଜଣକ ହେଲେ…

୧୫ଦିନରେ ଚାଷୀଙ୍କ ଧାରଣା, ବିକ୍ରି ହେଲାନି ଧାନ: ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ଚାଷୀ

ବରଗଡ଼,୨୩।୩(ପ୍ରେମାନନ୍ଦ ଖମାରୀ): ରବି ଧାନବିକ୍ରି ପାଇଁ ଚାଷୀ ପଞ୍ଜୀକରଣ ଚାଲିଛି । କିନ୍ତୁ ଏପର୍ଯ୍ୟନ୍ତ ବରଗଡ଼ ଜିଲାର ଅନେକ ଚାଷୀ ଗତ ଖରିଫରେ ଅମଳ ଧାନ ବିକ୍ରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri