ବୈଦିକ ଜ୍ୟୋତିଷ ଅନୁସାରେ ଗୁରୁ ବୃହସ୍ପତିଙ୍କୁ ଜ୍ଞାନ, ଧର୍ମ, ଶିକ୍ଷା, ସନ୍ତାନ, ଭାଗ୍ୟ ଓ ବିସ୍ତାରର କାରକ ଗ୍ରହ ଭାବେ ଗଣନା କରାଯାଏ। ତେଣୁ ଗୁରୁଙ୍କ ରାଶି, ନକ୍ଷତ୍ର ଓ ନକ୍ଷତ୍ର ପାଦ ପରିବର୍ତ୍ତନକୁ ଜ୍ୟୋତିଷ ଶାସ୍ତ୍ରରେ ବିଶେଷ ମହତ୍ତ୍ୱ ଦିଆଯାଏ।
ବର୍ତ୍ତମାନ ଗୁରୁ ବୃହସ୍ପତି କର୍କଟ ରାଶିରେ ଅବସ୍ଥାନ କରି ଅଶ୍ଳେଷା ନକ୍ଷତ୍ରରେ ଗୋଚର କରୁଛନ୍ତି। ଗୁରୁ ୧୯ ଅଗଷ୍ଟ ୨୦୨୬ରେ ଅଶ୍ଳେଷା ନକ୍ଷତ୍ରରେ ପ୍ରବେଶ କରିଥିଲେ। ଅକ୍ଟୋବର ୮ ତାରିଖରେ ଗୁରୁ ଅଶ୍ଳେଷା ନକ୍ଷତ୍ରର ଚତୁର୍ଥ ପାଦରେ ପ୍ରବେଶ କରିବେ। ପରେ ଅକ୍ଟୋବର ୩୧ରେ ଗୁରୁ ମଘା ନକ୍ଷତ୍ରକୁ ପ୍ରବେଶ କରିବେ।
ଜ୍ୟୋତିଷ ଶାସ୍ତ୍ର ମାନ୍ୟତା ଅନୁସାରେ ଏହି ନକ୍ଷତ୍ର ପାଦ ପରିବର୍ତ୍ତନର ପ୍ରଭାବ କିଛି ରାଶି ଉପରେ ଅଧିକ ଦେଖାଯାଇପାରେ। ବିଶେଷ କରି ମିଥୁନ, ସିଂହ ଓ ଧନୁ ରାଶି ଲୋକଙ୍କୁ ଏହି ସମୟରେ କିଛି କ୍ଷେତ୍ରରେ ସତର୍କ ରହିବାକୁ ପଡ଼ିପାରେ।
ମିଥୁନ ରାଶି: ନିଷ୍ପତ୍ତି ନେବାରେ ଦ୍ୱନ୍ଦ୍ୱ ବଢ଼ିପାରେ
ଗୁରୁଙ୍କ ଏହି ପରିବର୍ତ୍ତନ ମିଥୁନ ରାଶିର ଲୋକଙ୍କ ପାଇଁ କିଛି ମାନସିକ ଦ୍ୱନ୍ଦ୍ୱ ଆଣିପାରେ ବୋଲି ଜ୍ୟୋତିଷ ଶାସ୍ତ୍ରର ମତ ରହିଛି। କୌଣସି କାମକୁ ନେଇ ବାରମ୍ବାର ଚିନ୍ତା ବଦଳାଇବା କିମ୍ବା ନିଷ୍ପତ୍ତି ନେବାରେ ଅସୁବିଧା ହୋଇପାରେ। ଚାକିରି କରୁଥିବା ଲୋକଙ୍କ ଉପରେ କାର୍ଯ୍ୟଚାପ ବଢ଼ିପାରେ। ଦାୟିତ୍ୱ ବଢ଼ିବା ସହିତ ସମୟ ମଧ୍ୟରେ କାମ ସାରିବା ଚ୍ୟାଲେଞ୍ଜ ହୋଇପାରେ। ଆର୍ଥିକ କ୍ଷେତ୍ରରେ ମଧ୍ୟ ଭାବପ୍ରବଣ ହୋଇ କୌଣସି ବଡ଼ ନିଷ୍ପତ୍ତି ନନେବା ଭଲ।
ସିଂହ ରାଶି: ବଢ଼ିପାରେ ଟେନସନ
ସିଂହ ରାଶିର ଲୋକଙ୍କ ପାଇଁ ଗୁରୁଙ୍କ ଏହି ନକ୍ଷତ୍ର ପାଦ ପରିବର୍ତ୍ତନ ମଧ୍ୟ ଗୁରୁତ୍ୱପୂର୍ଣ୍ଣ। କାର୍ଯ୍ୟକ୍ଷେତ୍ରରେ କିଛି ଯୋଜନା ଆଶା ଅନୁଯାୟୀ ଆଗକୁ ବଢ଼ିବାରେ ସମୟ ନେଇପାରେ। ପ୍ରୋଜେକ୍ଟ ସମ୍ପୂର୍ଣ୍ଣ କରିବାରେ ବିଳମ୍ବ କିମ୍ବା ଅତିରିକ୍ତ ଦାୟିତ୍ୱ ମିଳିବା ଯୋଗୁ ମାନସିକ ଚାପ ବଢ଼ିପାରେ। ବ୍ୟବସାୟୀମାନେ ନୂଆ ନିବେଶ, ପାର୍ଟନରସିପ କିମ୍ବା ବଡ଼ ଆର୍ଥିକ କାରବାର କରିବା ପୂର୍ବରୁ ସମସ୍ତ ତଥ୍ୟ ଭଲ ଭାବେ ଯାଞ୍ଚ କରିବା ଉଚିତ।
ଧନୁ ରାଶି: ବଡ଼ ନିଷ୍ପତ୍ତିରେ ତରବର ହୁଅନ୍ତୁ ନାହିଁ
ଧନୁ ରାଶିର ଲୋକଙ୍କ ପାଇଁ ମଧ୍ୟ ଏହି ସମୟ କିଛିଟା ଚ୍ୟାଲେଞ୍ଜିଂ ହୋଇପାରେ। କାମ ସମ୍ପର୍କିତ ଯୋଜନାରେ ବିଳମ୍ବ ଏବଂ ନିଷ୍ପତ୍ତି ନେବାରେ ଦ୍ୱନ୍ଦ୍ୱ ଦେଖାଦେଇପାରେ। ଚାକିରିଆମାନେ ନିଜ ଦାୟିତ୍ୱକୁ ଯୋଜନାବଦ୍ଧ ଭାବେ ସମ୍ପୂର୍ଣ୍ଣ କରିବା ଉଚିତ। ଛୋଟ ଅବହେଳା ମଧ୍ୟ କାର୍ଯ୍ୟଚାପ ବଢ଼ାଇପାରେ। ବ୍ୟବସାୟୀମାନେ ବଡ଼ ଚୁକ୍ତି କିମ୍ବା ଆର୍ଥିକ ନିଷ୍ପତ୍ତିରେ ତରବର ନହୋଇ ପ୍ରତ୍ୟେକ ଦିଗକୁ ଭଲ ଭାବେ ବିଚାର କରିବା ଭଲ।
କେବେ ବଦଳିବେ ଗୁରୁ?
ଗୁରୁ ବୃହସ୍ପତି ୧୯ ଅଗଷ୍ଟ ୨୦୨୬ରେ ଅଶ୍ଳେଷା ନକ୍ଷତ୍ରରେ ପ୍ରବେଶ କରିଥିଲେ। ସେପ୍ଟେମ୍ବର ୨୦ରେ ତୃତୀୟ ପାଦକୁ ପ୍ରବେଶ କରିବା ପରେ ଅକ୍ଟୋବର ୮, ୨୦୨୬ରେ ଚତୁର୍ଥ ପାଦକୁ ପ୍ରବେଶ କରିବେ। ଅକ୍ଟୋବର ୩୧ରେ ଅଶ୍ଳେଷା ଛାଡ଼ି ମଘା ନକ୍ଷତ୍ରରେ ପ୍ରବେଶ କରିବେ। ତେଣୁ ଅକ୍ଟୋବର ୮ ପରେ ମିଥୁନ, ସିଂହ ଓ ଧନୁ ରାଶିର ଲୋକମାନେ ନିଜ କାର୍ଯ୍ୟ, ଆର୍ଥିକ ନିଷ୍ପତ୍ତି ଓ ବଡ଼ ଯୋଜନାରେ ଅଧିକ ସତର୍କତା ଅବଲମ୍ବନ କରିବା ଉଚିତ ବୋଲି ଜ୍ୟୋତିଷବିଦ୍ଙ୍କ ମତ ରହିଛି।