ଏବେଠୁ ଚାଇନା ସତର୍କ

ଜାତିସଂଘ, ୨୫ା୯:ଜାତିସଂଘ ନିରାପତ୍ତା ପରିଷଦ (ୟୁଏନ୍‌ଏସ୍‌ସି)ରେ ତୁରନ୍ତ ସଂସ୍କାର ଆଣିବା ଲାଗି ଜି-୪ ଗ୍ରୁପ ଯଥା ଭାରତ, ବ୍ରାଜିଲ, ଜାପାନ ଓ ଜର୍ମାନୀ ‘ଟେକ୍ସ୍‌ଟ ବେସ୍‌ଡ ନେଗୋସିଏଶନ’ ଉପରେ ଗୁରୁତ୍ୱ ଦେବା ପରେ ଚାଇନା ଗୁରୁବାର ପ୍ରତିକ୍ରୟା ପ୍ରକାଶ କରିଛି। ଉଲ୍ଲେଖଯୋଗ୍ୟ, ୟୁଏନ୍‌ଏସ୍‌ସିରେ ସଦସ୍ୟ ସଂଖ୍ୟା ବୃଦ୍ଧି ଓ ଯଥାର୍ଥ ତଥା ନ୍ୟାୟ ସଙ୍ଗତ ପ୍ରତିନିଧିତ୍ୱ ନେଇ ପ୍ରଶ୍ନ ଉଠାଯିବା ଟେକ୍ସଟ୍‌ ବେସ୍‌ଡ ନେଗୋସିଏଶନରେ ଅନ୍ତର୍ଭୁକ୍ତ କରାଯାଇଛି। ତେବେ ଚାଇନା କହିଛି ଯେ, ୟୁଏନ୍‌ଏସ୍‌ସି ସଂସ୍କାର ଉପରେ ଅନେକ ବିଭାଜନ ବା ମତଭେଦ ରହିଛି ଓ ସହମତିର ଅଭାବ ଯୋଗୁ ଏ ଦିଗରେ କୌଣସି ଅଗ୍ରଗତି ଘଟୁନାହିଁ। ଅନ୍ୟପକ୍ଷରେ ଜି-୪ ଗ୍ରୁପ ସମସ୍ବରରେ ୟୁଏନ୍‌ଏସ୍‌ସି ସଂସ୍କାର ଉପରେ ଜୋର ଦେବା ପରେ ଚାଇନା ସତର୍କ ହୋଇଯାଇଥିବା ଜଣାପଡିଛି।
ସଂସ୍କାର ପ୍ରକ୍ରିୟାରେ ବ୍ୟାହତ ସୃଷ୍ଟି କରିବା ଲାଗି ବାରମ୍ବାର ଉଦ୍ୟମ କରାଯାଉଥିବାରୁ ୪ ଦେଶର ବହିର୍ବ୍ୟାପାର ମନ୍ତ୍ରୀମାନେ ବୁଧବାର ଭର୍ଚୁଆଲ ବୈଠକରେ ଆଲୋଚନା କରିବା ଅବସରରେ ସେମାନଙ୍କ ବିରକ୍ତି ଭାବ ପ୍ରକାଶ କରିଥିଲେ। ଭାରତର ବହିର୍ବ୍ୟାପାର ମନ୍ତ୍ରୀ ଏସ୍‌ ଜୟଶଙ୍କର ୟୁଏନ୍‌ଏସ୍‌ସି ସଂସ୍କାର ପ୍ରକିୟାକୁ ତ୍ୱରାନ୍ବିତ କରିବା ଲାଗି ସମସ୍ତେ ଏକଜୁଟ ହୋଇ ନିଷ୍ପତ୍ତି ନେବା ସହିତ ଏଥିଲାଗି ନିର୍ଦ୍ଦିଷ୍ଟ ସମୟସୀମା ସ୍ଥିର କରିବା ଉପରେ ପ୍ରାଧାନ୍ୟ ଦେଇଥିଲେ। ୟୁଏନ୍‌ଏସ୍‌ସିର ୧୦ ଅସ୍ଥାୟୀ ସଦସ୍ୟ ମଧ୍ୟରେ ଭାରତ ଜାନୁୟାରୀରେ ୨ ବର୍ଷ ପାଇଁ ସାମିଲ ହୋଇଛି। ଦୀର୍ଘ ବର୍ଷ ଧରି ସଂସ୍କାର ପ୍ରକ୍ରିୟାର ଅଗ୍ରଗତି ହେଉ ନ ଥିବାରୁ ଭାରତ ଏହାକୁ କାର୍ଯ୍ୟକାରୀ କରିବା ଲାଗି ସବୁ ପ୍ରକାରର ସହଯୋଗ କରିବ ବୋଲି ଜୟଶଙ୍କର କହିଛନ୍ତି।
ୟୁଏନ୍‌ଏସ୍‌ସି ସଂସ୍କାର ନେଇ ପ୍ରକ୍ରିୟା ତ୍ୱରାନ୍ବିତ ହୋଇପାରୁ ନ ଥିବାରୁ ଜାତିସଂଘର ୭୫ ତମ ଅଧିବେଶନ ପୃଷ୍ଠଭୂମିରେ ଏହାକୁ ଜରୁରୀ ପ୍ରସଙ୍ଗ ଭାବେ ଉତ୍‌ଥାପନ କରିବାର ଆବଶ୍ୟକତା ରହିଛି ବୋଲି ଜି-୪ ଗ୍ରୁପ ପକ୍ଷରୁ କୁହାଯାଇଛି। ଆନ୍ତଃସରକାରୀ ବ୍ୟବସ୍ଥା ମଧ୍ୟରେ ସ୍ଥାୟୀ ଟେକ୍ସ୍‌ଟ ବେସ୍‌ଡ ନେଗୋସିଏଶନ କରା ନ ଗଲେ ସଂସ୍କାର ପ୍ରକ୍ରିୟା କେବେହେଲେ ଆଗକୁ ବଢିପାରିବ ନାହିଁ ବୋଲି ଜି-୪ ଗ୍ରୁପ ପକ୍ଷରୁ ସ୍ପଷ୍ଟ କରାଯାଇଛି।
ଜି-୪ ଗ୍ରୁପ୍‌ ପକ୍ଷରୁ ହୋଇଥିବା ବୈଠକ ଓ ଆଲୋଚନାକୁ ଚାଇନା ଖାରଜ କରିଦେଇଛି। ବିଭିନ୍ନ ପ୍ରକାର ମତଭେଦ ଯୋଗୁ ଏଥିମଧ୍ୟରୁ ୩ଟି ଦେଶକୁ ସମର୍ଥନ ଦେବାରେ ବେଜିଂ କୁଣ୍ଠାବୋଧ ପ୍ରକାଶ କରିଛି। ଚାଇନା ସହ ଭାରତ ଓ ଜାପାନର ଐତିହାସିକ ସମ୍ପର୍କ ଖରାପ ରହିଆସିଛି। ଏଥିସହ ଜର୍ମାନୀ ଏକ ବିକାଶଶୀଳ ରାଷ୍ଟ୍ର ହୋଇ ନ ଥିବାରୁ ଚାଇନା ଏହାକୁ ପସନ୍ଦ କରୁନାହିଁ। ଗୁରୁବାର ଚାଇନା ବହିର୍ବ୍ୟାପାର ମନ୍ତ୍ରୀ ଓ୍ବାଙ୍ଗ ଓ୍ବେନବିନ କହିଛନ୍ତି ଯେ, ଅନେକ କ୍ଷେତ୍ରରେ ପରିବର୍ତ୍ତନ ନ ଆସିବା ଯାଏ ପଡି ରହିଥିବା ସଂସ୍କାର ପ୍ରକ୍ରିୟାକୁ ଆଗେଇ ନେଇ ହେବ ନାହିଁ। ଜି-୪ ଗ୍ରୁପର ବିବୃତି ଉପରେ ତାଙ୍କୁ ପ୍ରଶ୍ନ ହେବାରୁ ସେ କହିଛନ୍ତି ଯେ, ଜାତିସଂଘ ନିରାପତ୍ତା ପରିଷଦରେ ବିକାଶଶୀଳ ଦେଶର ପ୍ରତିନିଧିତ୍ୱ ବଢୁ। ଏଥିସହିତ ଅଧିକ କ୍ଷୁଦ୍ର ଓ ମଧ୍ୟମ ଆକାରର ଦେଶଗୁଡିକୁ ଏହି ବିଶ୍ୱ ସଙ୍ଗଠନରେ ନିଷ୍ପତ୍ତି ନେବା ଲାଗି ପ୍ରବେଶ ଅନୁମତି ମିଳୁ। ସେ ପୁଣି କହିଛନ୍ତି ଯେ, ନିରାପତ୍ତା ପରିଷଦରେ ସଂସ୍କାର ଅଣାଯିବା ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ। ମାତ୍ର ଏ ନେଇ ଥିବା ମତଭେଦ ଦୂର କରାଯିବା ଦରକାର। ଜାତିସଂଘର ଅନ୍ୟାନ୍ୟ ସଦସ୍ୟଙ୍କ ସହ ଚାଇନା କାର୍ଯ୍ୟ କରିବାକୁ ଇଚ୍ଛୁକ। କିନ୍ତୁ ସବୁକିଛି କଥାବାତ୍ତର୍ର୍ା ଓ ଆଲୋଚନା ମାଧ୍ୟମରେ ହେବା ଦରକାର ବୋଲି ଓ୍ବାଙ୍ଗ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ, ମାଡ଼ି ବସିଲା ବରପାଲି ପୋଲିସ: ୧୬ ଗିରଫ ସହ ଲକ୍ଷାଧିକ …

ବରପାଲି, ୮ ।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲି ଥାନା ଅନ୍ତର୍ଗତ ବରମକେଲା ଗ୍ରୀଣ୍ଡୋଲା ଜଙ୍ଗଲରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ପୋଲିସ…

ହର୍ମୁଜ୍ ପ୍ରଣାଳୀରେ ତେଲ ଚ୍ୟାଙ୍କରକୁ ଅଟକାଇଲା ଇରାନ, ଯୁଦ୍ଧବିରତି ଭଙ୍ଗ କରିବାକୁ ଧମକ ଦେଲା…

ତେହେରାନ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ସତ୍ତ୍ବେ ଉତ୍ତେଜନା ଜାରି ରହିଛି । ବୁଧବାର ସକାଳେ ଯୁଦ୍ଧବିରତି ଘୋଷଣା ହେବା ପରେ ମଧ୍ୟ ଆକ୍ରମଣର ରିପୋର୍ଟ…

ଦିଗପହଣ୍ଡିରେ ଆଇନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା, ଉନ୍ନତିକରଣ କାର୍ଯ୍ୟ…

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଗସ୍ତରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗଞ୍ଜାମ ଜିଲା ଦିଗପହଣ୍ଡି ଠାରେ ବୁଧବାର ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ…

ବଚସା ହେଲା କାଳ….ଏୟାର ଗନ୍ ବ୍ୟବହାର କରି ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ଭରିଦେଲେ ପବନ, ତାପରେ….

ଚଣ୍ଡିଗଡ଼,୮ା୪: ହରିୟାଣାର ଗୁରୁଗ୍ରାମରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଏୟାର ଗନ୍ ବ୍ୟବହାର କରି ଜଣେ ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ବାୟୁ ପ୍ରବେଶ କରିବାରୁ ତାଙ୍କର…

ଗ୍ୟାସ କଳାବଜାର ନେଇ ଅସୁରାଳିରେ ଚଢ଼ାଉ, ୧୭ ସିଲିଣ୍ଡର ଜବତ

ଧାମନଗର,୮।୪( ସନ୍ତୋଷ କୁମାର ମହାପାତ୍ର): ବେଆଇନ ଗ୍ୟାସ ସିଲିଣ୍ଡର କଳାବଜାରୀ ବିରୋଧରେ ବ୍ଲକ ପ୍ରଶାସନ ପକ୍ଷରୁ ଚଡାଉ କରି ୧୭ ଟି ଗ୍ୟାସ ସିଲିଣ୍ଡର ଜବତ କରାଯାଇଛି…

ଯୋଗାଣ ମନ୍ତ୍ରୀଙ୍କ ବଡ଼ ଘୋଷଣା, ପେଟ୍ରୋଲ ପମ୍ପରେ ମିଳିବ ୫ କେଜିଆ LPG ଗ୍ୟାସ, କେତେ ଟଙ୍କା?

ଭୁବନେଶ୍ବର,୮।୪: ୫ କେଜିଆ ଗ୍ୟାସ ସିଲିଣ୍ଡର ନେଇ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ବଡ଼ ଘୋଷଣା କରିଛନ୍ତି । ପେଟ୍ରୋଲ ପମ୍ପରେ ମିଳିବ ୫ କେଜିଆ ଏଲ୍‌ପିଜି…

ବନ୍ତରେ କାଳବୈଶାଖୀର ତାଣ୍ଡବ; ଉଜୁଡ଼ିଲା ଫସଲ, ମୁଣ୍ଡରେ ହାତଦେଲେ ଚାଷୀ

ବନ୍ତ,୮।୪(କିଶୋର କୁମାର ସେଠୀ ): ଗତ ମଙ୍ଗଳବାର ଦିନ କାଳବୈଶାଖୀ ପ୍ରଭାବରେରେ ଭଦ୍ରକ ଜିଲା ବନ୍ତ ବ୍ଲକର ବିଭିନ୍ନ ପଞ୍ଚାୟତରେ ବ୍ୟାପକ ପନି ପରିବା ଏବଂ ଡାଲି…

ବଡ଼ ଖବର: ବିଜେଡି ସଂସଦୀୟ ଦଳ ନେତା ପଦରୁ ସସ୍ମିତ ପାତ୍ରଙ୍କ ଇସ୍ତଫା, ବଢ଼ିଲା ଚର୍ଚ୍ଚା

ଭୁବନେଶ୍ୱର,୮।୪: ଓଡ଼ିଶା ରାଜନୀତିରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ରାଜ୍ୟ ସଭାରେ ବିଜେଡି ସଂସଦୀୟ ଦଳ ନେତା ପଦରୁ ଇସ୍ତଫା ଦେଇଛନ୍ତି ଡକ୍ଟର ସସ୍ମିତ ପାତ୍ର।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri