ଏବେଠୁ ଚାଇନା ସତର୍କ

ଜାତିସଂଘ, ୨୫ା୯:ଜାତିସଂଘ ନିରାପତ୍ତା ପରିଷଦ (ୟୁଏନ୍‌ଏସ୍‌ସି)ରେ ତୁରନ୍ତ ସଂସ୍କାର ଆଣିବା ଲାଗି ଜି-୪ ଗ୍ରୁପ ଯଥା ଭାରତ, ବ୍ରାଜିଲ, ଜାପାନ ଓ ଜର୍ମାନୀ ‘ଟେକ୍ସ୍‌ଟ ବେସ୍‌ଡ ନେଗୋସିଏଶନ’ ଉପରେ ଗୁରୁତ୍ୱ ଦେବା ପରେ ଚାଇନା ଗୁରୁବାର ପ୍ରତିକ୍ରୟା ପ୍ରକାଶ କରିଛି। ଉଲ୍ଲେଖଯୋଗ୍ୟ, ୟୁଏନ୍‌ଏସ୍‌ସିରେ ସଦସ୍ୟ ସଂଖ୍ୟା ବୃଦ୍ଧି ଓ ଯଥାର୍ଥ ତଥା ନ୍ୟାୟ ସଙ୍ଗତ ପ୍ରତିନିଧିତ୍ୱ ନେଇ ପ୍ରଶ୍ନ ଉଠାଯିବା ଟେକ୍ସଟ୍‌ ବେସ୍‌ଡ ନେଗୋସିଏଶନରେ ଅନ୍ତର୍ଭୁକ୍ତ କରାଯାଇଛି। ତେବେ ଚାଇନା କହିଛି ଯେ, ୟୁଏନ୍‌ଏସ୍‌ସି ସଂସ୍କାର ଉପରେ ଅନେକ ବିଭାଜନ ବା ମତଭେଦ ରହିଛି ଓ ସହମତିର ଅଭାବ ଯୋଗୁ ଏ ଦିଗରେ କୌଣସି ଅଗ୍ରଗତି ଘଟୁନାହିଁ। ଅନ୍ୟପକ୍ଷରେ ଜି-୪ ଗ୍ରୁପ ସମସ୍ବରରେ ୟୁଏନ୍‌ଏସ୍‌ସି ସଂସ୍କାର ଉପରେ ଜୋର ଦେବା ପରେ ଚାଇନା ସତର୍କ ହୋଇଯାଇଥିବା ଜଣାପଡିଛି।
ସଂସ୍କାର ପ୍ରକ୍ରିୟାରେ ବ୍ୟାହତ ସୃଷ୍ଟି କରିବା ଲାଗି ବାରମ୍ବାର ଉଦ୍ୟମ କରାଯାଉଥିବାରୁ ୪ ଦେଶର ବହିର୍ବ୍ୟାପାର ମନ୍ତ୍ରୀମାନେ ବୁଧବାର ଭର୍ଚୁଆଲ ବୈଠକରେ ଆଲୋଚନା କରିବା ଅବସରରେ ସେମାନଙ୍କ ବିରକ୍ତି ଭାବ ପ୍ରକାଶ କରିଥିଲେ। ଭାରତର ବହିର୍ବ୍ୟାପାର ମନ୍ତ୍ରୀ ଏସ୍‌ ଜୟଶଙ୍କର ୟୁଏନ୍‌ଏସ୍‌ସି ସଂସ୍କାର ପ୍ରକିୟାକୁ ତ୍ୱରାନ୍ବିତ କରିବା ଲାଗି ସମସ୍ତେ ଏକଜୁଟ ହୋଇ ନିଷ୍ପତ୍ତି ନେବା ସହିତ ଏଥିଲାଗି ନିର୍ଦ୍ଦିଷ୍ଟ ସମୟସୀମା ସ୍ଥିର କରିବା ଉପରେ ପ୍ରାଧାନ୍ୟ ଦେଇଥିଲେ। ୟୁଏନ୍‌ଏସ୍‌ସିର ୧୦ ଅସ୍ଥାୟୀ ସଦସ୍ୟ ମଧ୍ୟରେ ଭାରତ ଜାନୁୟାରୀରେ ୨ ବର୍ଷ ପାଇଁ ସାମିଲ ହୋଇଛି। ଦୀର୍ଘ ବର୍ଷ ଧରି ସଂସ୍କାର ପ୍ରକ୍ରିୟାର ଅଗ୍ରଗତି ହେଉ ନ ଥିବାରୁ ଭାରତ ଏହାକୁ କାର୍ଯ୍ୟକାରୀ କରିବା ଲାଗି ସବୁ ପ୍ରକାରର ସହଯୋଗ କରିବ ବୋଲି ଜୟଶଙ୍କର କହିଛନ୍ତି।
ୟୁଏନ୍‌ଏସ୍‌ସି ସଂସ୍କାର ନେଇ ପ୍ରକ୍ରିୟା ତ୍ୱରାନ୍ବିତ ହୋଇପାରୁ ନ ଥିବାରୁ ଜାତିସଂଘର ୭୫ ତମ ଅଧିବେଶନ ପୃଷ୍ଠଭୂମିରେ ଏହାକୁ ଜରୁରୀ ପ୍ରସଙ୍ଗ ଭାବେ ଉତ୍‌ଥାପନ କରିବାର ଆବଶ୍ୟକତା ରହିଛି ବୋଲି ଜି-୪ ଗ୍ରୁପ ପକ୍ଷରୁ କୁହାଯାଇଛି। ଆନ୍ତଃସରକାରୀ ବ୍ୟବସ୍ଥା ମଧ୍ୟରେ ସ୍ଥାୟୀ ଟେକ୍ସ୍‌ଟ ବେସ୍‌ଡ ନେଗୋସିଏଶନ କରା ନ ଗଲେ ସଂସ୍କାର ପ୍ରକ୍ରିୟା କେବେହେଲେ ଆଗକୁ ବଢିପାରିବ ନାହିଁ ବୋଲି ଜି-୪ ଗ୍ରୁପ ପକ୍ଷରୁ ସ୍ପଷ୍ଟ କରାଯାଇଛି।
ଜି-୪ ଗ୍ରୁପ୍‌ ପକ୍ଷରୁ ହୋଇଥିବା ବୈଠକ ଓ ଆଲୋଚନାକୁ ଚାଇନା ଖାରଜ କରିଦେଇଛି। ବିଭିନ୍ନ ପ୍ରକାର ମତଭେଦ ଯୋଗୁ ଏଥିମଧ୍ୟରୁ ୩ଟି ଦେଶକୁ ସମର୍ଥନ ଦେବାରେ ବେଜିଂ କୁଣ୍ଠାବୋଧ ପ୍ରକାଶ କରିଛି। ଚାଇନା ସହ ଭାରତ ଓ ଜାପାନର ଐତିହାସିକ ସମ୍ପର୍କ ଖରାପ ରହିଆସିଛି। ଏଥିସହ ଜର୍ମାନୀ ଏକ ବିକାଶଶୀଳ ରାଷ୍ଟ୍ର ହୋଇ ନ ଥିବାରୁ ଚାଇନା ଏହାକୁ ପସନ୍ଦ କରୁନାହିଁ। ଗୁରୁବାର ଚାଇନା ବହିର୍ବ୍ୟାପାର ମନ୍ତ୍ରୀ ଓ୍ବାଙ୍ଗ ଓ୍ବେନବିନ କହିଛନ୍ତି ଯେ, ଅନେକ କ୍ଷେତ୍ରରେ ପରିବର୍ତ୍ତନ ନ ଆସିବା ଯାଏ ପଡି ରହିଥିବା ସଂସ୍କାର ପ୍ରକ୍ରିୟାକୁ ଆଗେଇ ନେଇ ହେବ ନାହିଁ। ଜି-୪ ଗ୍ରୁପର ବିବୃତି ଉପରେ ତାଙ୍କୁ ପ୍ରଶ୍ନ ହେବାରୁ ସେ କହିଛନ୍ତି ଯେ, ଜାତିସଂଘ ନିରାପତ୍ତା ପରିଷଦରେ ବିକାଶଶୀଳ ଦେଶର ପ୍ରତିନିଧିତ୍ୱ ବଢୁ। ଏଥିସହିତ ଅଧିକ କ୍ଷୁଦ୍ର ଓ ମଧ୍ୟମ ଆକାରର ଦେଶଗୁଡିକୁ ଏହି ବିଶ୍ୱ ସଙ୍ଗଠନରେ ନିଷ୍ପତ୍ତି ନେବା ଲାଗି ପ୍ରବେଶ ଅନୁମତି ମିଳୁ। ସେ ପୁଣି କହିଛନ୍ତି ଯେ, ନିରାପତ୍ତା ପରିଷଦରେ ସଂସ୍କାର ଅଣାଯିବା ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ। ମାତ୍ର ଏ ନେଇ ଥିବା ମତଭେଦ ଦୂର କରାଯିବା ଦରକାର। ଜାତିସଂଘର ଅନ୍ୟାନ୍ୟ ସଦସ୍ୟଙ୍କ ସହ ଚାଇନା କାର୍ଯ୍ୟ କରିବାକୁ ଇଚ୍ଛୁକ। କିନ୍ତୁ ସବୁକିଛି କଥାବାତ୍ତର୍ର୍ା ଓ ଆଲୋଚନା ମାଧ୍ୟମରେ ହେବା ଦରକାର ବୋଲି ଓ୍ବାଙ୍ଗ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୫ ଶ୍ରେଣୀ ଛାତ୍ରୀଙ୍କୁ ଶିକ୍ଷକଙ୍କ ଅସଦାଚରଣ ଅଭିଯୋଗ: ବାନ୍ଧିଲା ପୋଲିସ

ବାରିପଦା,୨୭ା୧୨: ଜଣେ ନାବାଳିକା ଛାତ୍ରୀଙ୍କୁ ଅସଦାଚରଣ କରିବା ଅଭିଯୋଗରେ ଗିରଫ ହୋଇଛନ୍ତି ଜଣେ ଶିକ୍ଷକ। ଏପରି ଏକ ନିନ୍ଦନୀୟ ଘଟଣା ଘଟିଛି ମୟୂରଭଞ୍ଜ ଜିଲା-ଝାରପୋଖରିଆ ଥାନା...

World Richest Indian-Origin: ବିଶ୍ୱର ସବଠାରୁ ଧନୀ ଭାରତୀୟ ମୂଳ ବାସିନ୍ଦା CEO ହେଲେ ଜୟଶ୍ରୀ ଉଲ୍ଲାଲ,ପଛରେ ରହିଗଲେ…

ନୂଆଦିଲ୍ଲୀ,୨୭।୧୨: ବହୁ ବର୍ଷ ଧରି, ଯେତେବେଳେ ବି ବିଶ୍ୱ ଟେକ ଇଣ୍ଡଷ୍ଟ୍ରି ବା ଶିଳ୍ପ ସବୁଠାରୁ ଧନୀ ଭାରତୀୟ ବଂଶୋଦ୍ଭବ ସିଇଓଙ୍କ ବିଷୟରେ ଆଲୋଚନା କରୁଥିଲା,...

ସଲମାନଙ୍କ ଜନ୍ମଦିନରେ ଏମିତି କହି ଶୁଭେଚ୍ଛା ଜଣାଇଲେ କ୍ୟାଟ୍ରିନା

ବଲିଉଡ ସୁପରଷ୍ଟାର ସଲମାନ ଖାନ ୬୦ତମ ଜନ୍ମଦିନ ପାଳନ କରୁଛନ୍ତି। ଏହି ଅବସରରେ ତାଙ୍କୁ ଅଭିନନ୍ଦନର ସୁଅ ଛୁଟିବାରେ ଲାଗିଛି। ଅନେକ ବଲିଉଡ ସେଲିବ୍ରିଟି ମଧ୍ୟ...

କେମିତି, କାହିଁକି ହୋଇଥିଲା ମାତା ଗାନ୍ଧାରୀଙ୍କର ଶହେ ପୁତ୍ର, ଜାଣନ୍ତୁ କୌରବଙ୍କ ରହସ୍ୟମୟ କାହାଣୀ…

ଦ୍ୱାପର ଯୁଗରେ, ପାଣ୍ଡବ ଏବଂ କୌରବମାନଙ୍କ ମଧ୍ୟରେ ଏକ ଯୁଦ୍ଧ ହୋଇଥିଲା। ଏହି ଧର୍ମୀୟ ଯୁଦ୍ଧରେ ପାଣ୍ଡବମାନେ ବିଜୟୀ ହୋଇଥିଲେ। ମହାଭାରତରେ ମଧ୍ୟ ଅନେକ କାହାଣୀ...

ଅଜବ ସହର,ଯେଉଁଠି ଚପଲ ପିନ୍ଧି ଗାଡ଼ି ଚଲାଇବା ମନା

ନୂଆଦିଲ୍ଲୀ,୨୭।୧୨: ବିଦେଶ ଭ୍ରମଣର ସ୍ବପ୍ନ ଦେଖିବା ସମୟରେ ଲୋକମାନେ ପ୍ରାୟତଃ ସୁନ୍ଦର ବେଳାଭୂମି, ଐତିହାସିକ ରାସ୍ତା ଏବଂ ଖୋଲା ସ୍ବାଧୀନତା କଥା ଭାବନ୍ତି। କିନ୍ତୁ ଯଦି...

ମହିଳାଙ୍କୁ ICMRର ଚେତାବନୀ, ସ୍ତନ କର୍କଟ ପାଇଁ କେବଳ…

ନୂଆଦିଲ୍ଲୀ,୨୭।୧୨: ଭାରତରେ ସ୍ତନ କର୍କଟ ରୋଗୀଙ୍କ ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଉଛି। ICMR ର ଏକ ଅଧ୍ୟୟନ ଅନୁଯାୟୀ, ନିରାମିଷ ଖାଦ୍ୟ, ଖରାପ ନିଦ୍ରା...

ମୟୂରଭଞ୍ଜ ଜିଲାରେ ଖୋଲିଲା ଧାନମଣ୍ଡି

ମୋରଡ଼ା,୨୭ା୧୨(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକ୍‌ ଅଧୀନ ଚିତ୍ରଡ଼ା ବୃହଦାକାର ଆଦିବାସୀ ବହୁମୁଖୀ ସମବାୟ ସମିତି ପରିସରରେ ଶୁକ୍ରବାର ପୂର୍ବାହ୍ନ ୧୦ଟାରେ ଜିଲାସ୍ତରୀୟ ଖରିଫ...

ବାଇକ୍‌ରେ ଦାରିଙ୍ଗବାଡ଼ି ଫେରିବାବେଳେ ଦୁର୍ଘଟଣା: ୨ ଯୁବକ ଗୁରୁତର

ଦାରିଙ୍ଗବାଡ଼ି,୨୭ା୧୨(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା ଡବେରୀ ନିକଟରେ ଶୁକ୍ରବାର ବିଳମ୍ବିତ ରାତିରେ ବାଇକ୍‌ ଦୁର୍ଘଟଣା ଘଟି ୨ ଯୁବକ ଗୁରୁତର ହୋଇଥିବାବେଳେ ଜଣେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri