ଜୁଲାଇ ୧ରୁ ନୂଆ ଆପରାଧିକ ଆଇନ, ହଟିବ ବ୍ରିଟିଶ ଆଇନ

ଭୁବନେଶ୍ୱର,୧୪ା୬(ସତ୍ୟଜିତ୍‌ ରାଉତ): ଆସନ୍ତା ଜୁଲାଇ ୧ରୁ ଦେଶରେ ୩ ନୂଆ ଆପରାଧିକ ଆଇନ ଲାଗୁ ହେବ। ସେଗୁଡିକ ହେଲା ଭାରତୀୟ ନ୍ୟାୟ ସଂହିତା, ଭାରତୀୟ ନାଗରିକ ସୁରକ୍ଷା ସଂହିତା ଓ ଭାରତୀୟ ସାକ୍ଷ୍ୟ ଅଧିନିୟମ। ବ୍ରିଟିଶ୍‌ ଅମଳରୁ ପ୍ରଚଳିତ ଆପରାଧିକ ଆଇନ ଇଣ୍ଡିଆନ ପେନାଲ କୋଡ୍‌ (ଆଇପିସି), କୋଡ ଅଫ୍‌ କ୍ରିମିନାଲ ପ୍ରୋସିଜିଓର (ସିଆର୍‌ପିସି) ଏବଂ ଇଣ୍ଡିଆନ ଏଭିଡେନ୍ସ ଆକ୍ଟ ପରିବର୍ତ୍ତେ ଦେଶରେ ଉପରୋକ୍ତ ୩ ନୂଆ ଆଇନ କାର୍ଯ୍ୟକାରୀ ହେବ। ତେବେ ଏହାପୂର୍ବରୁ ରାଜ୍ୟଗୁଡିକରେ ପ୍ରସ୍ତୁତି ଆରମ୍ଭ ହୋଇଛି। ସ୍ବାରାଷ୍ଟ୍ର ମନ୍ତ୍ରାଳୟ ସଚିବଙ୍କ ଅଧ୍ୟକ୍ଷତାରେ ଭର୍ଚୁଆଲ୍‌ ମୋଡରେ ଆୟୋଜିତ ଏହି ବୈଠକରେ ଓଡିଶା ପୋଲିସ ମହାନିର୍ଦ୍ଦେଶକ ଅରୁଣ ଷଡ଼ଙ୍ଗୀ ଯୋଗ ଦେଇଥିଲେ। ଏଥିସହ ସମସ୍ତ ରାଜ୍ୟର ପୋଲିସ ଡିଜି, ମୁଖ୍ୟ ଶାସନ ସଚିବ, ଗୃହ ସଚିବ ମଧ୍ୟ ଏହି ବୈଠକରେ ଯୋଗ ଦେଇଥିଲେ। ଏହି ବୈଠକରେ ନୂଆ ଆଇନ କାର୍ଯ୍ୟକାରୀ କରିବାକୁ ବିସ୍ତୃତ ଆଲୋଚନା ହୋଇଛି। ଏନେଇ ଡିଜି ଅନୁଣ ଷଡ଼ଙ୍ଗୀ କହିଛନ୍ତି, ଏଥିପାଇଁ ଆମ ପକ୍ଷରୁ ଅଫଲାଇନ ଓ ଅନଲାଇନ୍‌ ଟ୍ରେନିଂ ଚାଲୁରହିଛି। କ୍ରାଇମ କ୍ରିମିନାଲ ନେଟୱର୍କ ସିଷ୍ଟମରେ ପରିବର୍ତ୍ତନ ଆବଶ୍ୟକତା ଥିବାବେଳେ ଏହା ଏନ୍‌ସିଆର୍‌ବି ଏହି କାମ କରୁଛି। ରାଜ୍ୟରେ ଏସ୍‌ସିଆର୍‌ବି ମଧ୍ୟ ସେହି ଦିଗରେ କାମ କରୁଛି। ଏହା ବ୍ୟତୀତ ଏହି ଆଇନକୁ କାର୍ଯ୍ୟକାରୀ କରିବାକୁ ଯେତେସବୁ ପ୍ରାବଧାନ ରହିଛି, ଆମ ପକ୍ଷରୁ ସେଥିପାଇଁ ପ୍ରସ୍ତୁତି ଚାଲିଛି। କ୍ରାଇମବ୍ରାଞ୍ଚ ଅତିରିକ୍ତ ଡିଜିଙ୍କ ଅଧ୍ୟକ୍ଷତାରେ ଏକ କମିଟି ଓ ଅତିରିକ୍ତ ଗୃହ ସଚିବଙ୍କ ଅଧ୍ୟକ୍ଷତାରେ ମଧ୍ୟ ଏକ ଷ୍ଟିଅରିଂ କମିଟି ହୋଇଛି। ଏହି ବୈଠକରେ ରାଜ୍ୟ ପୋଲିସ ପକ୍ଷରୁ ଆବଶ୍ୟକତା ଓ ପ୍ରସ୍ତୁତି ବିଷୟରେ ଅବଗତ କରାଯାଇଥିଲା ବୋଲି ଡିଜି କହିଛନ୍ତି। ତେବେ ଓଡିଶା ପକ୍ଷରୁ, କ୍ରାଇମବ୍ରାଞ୍ଚ ଅତିରିକ୍ତ ଡିଜି, ଏସ୍‌ସିଆର୍‌ବି ନିର୍ଦ୍ଦେଶକ, ଏଫ୍‌ଏସ୍‌ଏଲ ନିର୍ଦ୍ଦେଶକ, ଆଇଜି(ଟ୍ରେନିଂ) ଏହି ବୈଠକରେ ଉପସ୍ଥିତ ଥିଲେ। ସୂଚନାଯୋଗ୍ୟ, ଗତବର୍ଷ ଡିସେମ୍ବର ୨୦ରେ ଲୋକସଭା ଓ ୨୧ରେ ରାଜ୍ୟସଭାରେ ଏହି ବିଲ୍‌ଗୁଡିକ ଗୃହୀତ ହୋଇଥିଲା। ଡିସେମ୍ବର ୨୫ରେ ରାଷ୍ଟ୍ରପତି ଏହି ୩ଟି ଅଧିନିୟମକୁ ମୋହର ମାରିବା ପରେ ଏଗୁଡିକ ଆଇନରେ ପରିଣତ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ସଡ଼କ ଦୁର୍ଘଟଣାରେ ଯାତ୍ରା କଳାକାର ଗୁରୁ ପୃଷ୍ଟିଙ୍କ ପରଲୋକ

ଭଦ୍ରକ,୭ା୧୨: ଓଡ଼ିଶାର ଜଣାଶୁଣା ଯାତ୍ରା କଳାକାର ଗୁରୁ ପୃଷ୍ଟିଙ୍କର ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ପରଲୋକ ଘଟିଛି। ମିଳିଥିବା ସୂଚନା ଅନୁଯାୟୀ, ଗୁରୁ ପୃଷ୍ଟି...

ନୂଆପଡ଼ା ସହରରେ ବୁଲୁଛନ୍ତି ଭାଲୁ

ନୂଆପଡ଼ା,୭।୧୨(ମକାରୁ ବେମାଲ): ନୂଆପଡ଼ା ସହରକୁ ୨ଟି ଭାଲୁ ପଶି ଆସିଥିଲେ। ସହରର ବିଭିନ୍ନ ସ୍ଥାନରେ ବୁଲାବୁଲି କରି ଅଇଠାପତ୍ର, ଫଳ ଦୋକାନରେ ଫିଙ୍ଗି ଦିଆଯାଉଥିବା ଫଳ...

ଏହି ୪ ଜିଲାରେ ଶୀତଲହରୀ ସମ୍ଭାବନା; ଭୁବନେଶ୍ୱର ପାଇଁ ଆସନ୍ତା ୨୪ ଘଣ୍ଟା ଗୁରୁତ୍ୱପୂର୍ଣ୍ଣ

ଭୁବନେଶ୍ୱର,୭ା୧୨: ରାଜ୍ୟକୁ ବିଳମ୍ବରେ ଶୀତ ଆସିଥିଲେ ମଧ୍ୟ ରହି ରହିକା ବିଭିନ୍ନ ଜିଲାରେ ଶୀତର ଲହରୀ ଦେଖିବାକୁ ମିଳୁଛି। ଡିସେମ୍ବର ୯ ତାରିଖ ପର୍ଯ୍ୟନ୍ତ ରାଜ୍ୟର...

ରାଜ୍ୟସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡିର ସାଇକ୍ରିଷ୍ଣା

ଦିଗପହଣ୍ଡି,୭।୧୨(ଅଶେଷ ନାଥ ମିଶ୍ର) ଜଗତସିଂହପୁରରେ ଆୟୋଜିତ ୬୯ତମ ଆନ୍ତଃ ରାଜ୍ୟସ୍ତରୀୟ ବିଦ୍ୟାଳୟ ସମୂହ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡି ବ୍ଳକ ଅଧୀନ ବମକୋଇ ଗ୍ରାମ ଶିବାନନ୍ଦ ନୋଡାଲ...

ଡକାୟତି, ହତ୍ୟା ଉଦ୍ୟମ: ୨ବର୍ଷ ପରେ ଧରାପଡ଼ିିଲେ ଫେରାର ଅଭିଯୁକ୍ତ

ଦିଗପହଣ୍ଡି,୭ା୧୨(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ଜକର ପଞ୍ଚାୟତ ଅଧୀନ ତେଣ୍ଟୁଆପଡା ଗ୍ରାମରେ ୨୦୨୩ରେ ଘଟିଥିବା ଏକ ଡକାୟତି ଓ ହତ୍ୟା ଉଦ୍ୟମ ମାମଲାର ଅଭିଯୁକ୍ତଙ୍କୁ...

ମହମ୍ମଦ ସାହେବ ପୁଣି କଳାହାଣ୍ଡି କଂଗ୍ରେସ ଯୁବ ସଭାପତି

ଭବାନୀପାଟଣା,୭।୧୧(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା କଂଗ୍ରେସ ଯୁବ ସଭାପତି ଭାବେ ରବିବାର ପୁଣି ଥରେ ମହମ୍ମଦ ଅବଦୁଲ ମୋହସିନ(ମହମ୍ମଦ ସାହେବ) ନିଯୁକ୍ତ ହୋଇଛନ୍ତି। ଏ...

ଯେଉଁ ହାତରେ ଗଢିଥିଲି, ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି: ପ୍ରେମାନନ୍ଦ

ବଲାଙ୍ଗୀର,୭।୧୨(ସୁନିଲ କୁମାର ମହାନ୍ତି): ଯେଉଁ ହାତରେ ଗଢିଥିଲି ଆଜି ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି। ହ୍ୟୁମାନ ସବୁ ସମୟରେ ମୋତେ ଟିଟିଲାଗଡ଼ ଆସିବାକୁ କହୁଥିଲା। ହ୍ୟୁମାନ...

ଚାଷୀ ସଂଗଠନର ରଣହୁଙ୍କାର: ମଣ୍ଡିରୁ ଧାନ ଉଠା ନ ଗଲେ ଆନ୍ଦୋଳନ

ବରଗଡ଼,୭।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଗତମାସ ୨୮ ତାରିଖରୁ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟା ଚାଲିଛି। କିନ୍ତୁ ଏପର୍ଯ୍ୟନ୍ତ ଧାନ ବିକ୍ରିରେ ଅଚଳାବସ୍ଥା ଜାରି ରହିଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri