Posted inଫୁରସତ

ଫ୍ଲାଇଟ୍‌ ଆଟେଣ୍ଡାଣ୍ଟରୁ ଏୟାରଲାଇନ୍ସ ସିଇଓ

ଟୋକିଓ: ଜାପାନରେ ଏକ ବୈପ୍ଳବିକ ଘଟଣା ସାମ୍‌ନାକୁ ଆସିଛି, ଯାହା ସମଗ୍ର ବିଶ୍ୱରେ ମହିଳାମାନଙ୍କ ପ୍ରେରଣାଦାୟୀ ହୋଇପାରିଛି। ଜାପାନ ଏୟାରଲାଇନ୍ସର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (ସିଇଓ) ଭାବରେ ମିସୁକୋ ଟୋଟୋରି ନିଯୁକ୍ତ ହୋଇଛନ୍ତି। ପ୍ରଥମ ମହିଳା ଭାବେ ଟୋଟୋରି ଏହି ଦାୟିତ୍ୱ ଗ୍ରହଣ କରିଛନ୍ତି। ଜାପାନର ଶୀର୍ଷ କମ୍ପାନୀଗୁଡ଼ିକ ମଧ୍ୟରୁ ୧ ପ୍ରତିଶତରୁ କମ୍‌ କମ୍ପାନୀ ମହିଳାଙ୍କ ନେତୃତ୍ୱରେ ଚାଲିଥିବା ବେଳେ ଟୋଟୋରିଙ୍କ ନିଯୁକ୍ତି ସହ ଏହି ତାଲିକାରେ ଏବେ ଜାପାନ ଏୟାରଲାଇନ୍ସ ଯୋଡ଼ି ହୋଇଛି। ଜାପାନ ଏୟାରଲାଇନ୍ସର ଏହି ବଡ ଘୋଷଣା ମହିଳା ସଶକ୍ତୀକରଣ ପାଇଁ ଏକ ମାଇଲଖୁଣ୍ଟ ହୋଇଥିବା ବିବେଚନା କରାଯାଉଛି। ଜଣେ ଫ୍ଲାଇଟ୍‌ ଆଟେଣ୍ଡାଣ୍ଟ ଭାବେ ନିଜ କ୍ୟାରିୟର ଆରମ୍ଭ କରିଥିବା ଟୋଟୋରି ଜାପାନ ଏୟାରଲାଇନ୍ସର ସିଇଓ ଭାବେ ନିଜ କାର୍ଯ୍ୟଭାର ଗ୍ରହଣ କରିବାକୁ ନେଇ ଚାରିଆଡ଼େ ବେଶ୍‌ ଚର୍ଚ୍ଚା ହେଉଛି।
ଅନୁଯାୟୀ, ମିସୁକୋ ଟୋଟୋରି ୧୯୮୫ ମସିହାରେ ବିମାନ ସେବାରେ ଜଣେ ସାଧାରଣ ଆଟେଣ୍ଡାଣ୍ଟ ଭାବେ ନିଜ କ୍ୟାରିୟର ଆରମ୍ଭ କରିଥିଲେ। ତିନି ଦଶନ୍ଧି ଧରି ସେ ନିଜ କାର୍ଯ୍ୟକୁ ନିଷ୍ଠାର ସହ କରିବା ପରେ ୨୦୧୫ରେ ସେ ବରିଷ୍ଠ କ୍ୟାବିନ କ୍ରିଉ ସଦସ୍ୟ ଭାବେ ନିଯୁକ୍ତ ହୋଇଥିଲେ। ଏବେ ତାଙ୍କୁ ଜାପାନ ଏୟାରଲାଇନ୍ସର ସଭାପତି ତଥା ସିଇଓ ଭାବେ ନିଯୁକ୍ତ କରାଯାଇଛି। ତେବେ ଜାପାନ ଏୟାରଲାଇନ୍ସର ପୂର୍ବ ସିଇଓମାନଙ୍କଠାରୁ ଟୋଟୋରିଙ୍କ ପୃଷ୍ଠଭୂମି ସମ୍ପୂର୍ଣ୍ଣ ଭିନ୍ନ ଥିବା ଜଣାପଡ଼ିଛି। ଏହି ପଦବୀରେ ଅବସ୍ଥାପିତ ଶେଷ ୧୦ ଜଣ ବ୍ୟକ୍ତିଙ୍କ ମଧ୍ୟରୁ ୭ ଜଣ ଜାପାନର ଶୀର୍ଷ ବିଶ୍ୱବିଦ୍ୟାଳୟରୁ ଡିଗ୍ରୀ ହାସଲ କରିଛନ୍ତି। ଅନ୍ୟପକ୍ଷରେ ଟୋଟୋରି, ଅପେକ୍ଷାକୃତ କମ୍‌ ସମ୍ମାନଜନକ ନାଗାସାକିର କ୍ୱାସୁଇ ମହିଳା ଜୁନିୟର କଲେଜରୁ ସ୍ନାତକ ଡିଗ୍ରୀ ହାସଲ କରିଛନ୍ତି। ଟୋଟୋରିଙ୍କୁ ସିଇଓ କରିବା ପଛରେ ଜାପାନ ଏୟାରଲାଇନ୍ସ ପକ୍ଷରୁ ଅନେକ କାରଣ ଦର୍ଶାଯାଇଛି। ନିଜ କ୍ୟାରିୟରରେ ସୁରକ୍ଷିତ ଉଡ଼ାଣ କାର୍ଯ୍ୟ ଓ ପରିଚାଳନା, ବିମାନ ସେବାରେ ତାଙ୍କର ଅଭିଜ୍ଞତା ଏବଂ କୋଭିଡ ମହାମାରୀ ସମୟରେ ନିରାପଦ କାର୍ଯ୍ୟ ପରିଚାଳନା କରିବାରେ ଟୋଟୋରିଙ୍କ ଅବଦାନକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନିଆଯାଇଥିବା ଜାପାନ ଏୟାରଲାଇନ୍ସ ପକ୍ଷରୁ କୁହାଯାଇଛି।
ଏହି ଅବସରରେ ୫୯ ବର୍ଷିୟା ଟୋଟୋରି କହିଛନ୍ତି, ଜାପାନ ଏବେ ମହିଳା ପରିଚାଳକଙ୍କ ସଂଖ୍ୟା ବୃଦ୍ଧି କରିବାର ପ୍ରାରମ୍ଭିକ ଲକ୍ଷ୍ୟ ପୂରଣ କରିବାକୁ ଚେଷ୍ଟା କରୁଛି। ଜାପାନରେ ଏବେ ମହିଳାମାନେ ନିଜକୁ ସକ୍ରିୟ ରଖିବାକୁ ଚାହଁୁଥିବା ଟୋଟୋରି କହିଛନ୍ତି। ଭବିଷ୍ୟତରେ ଏଠାରେ ମହିଳାମାନଙ୍କର ଅଧିକ ପ୍ରଗତି ହୋଇପାରିବ ବୋଲି ସେ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦେଶରେ ଲାଗିବ କି ଲକ୍‌ଡାଉନ? ମୁଖ୍ୟମନ୍ତ୍ରୀଙ୍କ ସହ କଥା ହେବା ପରେ ମୋଦି କଲେ ବଡ଼ ଘୋଷଣା

ନୂଆଦିଲ୍ଲୀ,୨୭।୩: ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶର ପ୍ରାୟ ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀ ଏବଂ ଉପରାଜ୍ୟପାଳମାନଙ୍କ ସହିତ ଏକ ଭର୍ଚୁଆଲ ବୈଠକର ଅଧ୍ୟକ୍ଷତା କରିଥିଲେ। ଏହି ବୈଠକର…

LPG ପରେ ଆଉ ଏକ ବଡ଼ ସଙ୍କଟ; ୧୦ରୁ ୧୫ ପ୍ରତିଶତ ଯାଏ ବଢିପାରେ ଦର…

ନୂଆଦିଲ୍ଲୀ,୨୭।୩: LPG ସଙ୍କଟ ଭିତରେ ଜନତାଙ୍କୁ ବହୁ ଜଲଦି ଆଉ ଏକ ଝଟକା ଲାଗିବାକୁ ଯାଉଛି । ପଶ୍ଚିମ ଏସିଆରେ ଚାଲୁଥିବା ଏହି ଯୁଦ୍ଧ ଯୋଗ ବର୍ତ୍ତମାନ…

ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ବଡ଼ ଘୋଷଣା, ଓଡ଼ିଶାକୁ ୧୦,୫୯୯ କୋଟିର…

ନୂଆଦିଲ୍ଲୀ,୨୭।୩: ଓଡ଼ିଶାର ରେଳ ଭିତ୍ତିଭୂମି ବିକାଶ କ୍ଷେତ୍ରରେ କେନ୍ଦ୍ର ସରକାର ଏକ ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି। ଆର୍ଥିକ ବର୍ଷ ୨୦୨୫-୨୬ ପାଇଁ ଓଡ଼ିଶାକୁ ରେଳବାଇ କ୍ଷେତ୍ରରେ…

ପଶ୍ଚିମ ଏସିଆ ସଂଘର୍ଷ: ମୁଖ୍ୟମନ୍ତ୍ରୀମାନଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ; ସାମିଲ ହେଲେ ନାହିଁ ଏସବୁ ରାଜ୍ୟର CM

ନୂଆଦିଲ୍ଲୀ,୨୭।୩: ପଶ୍ଚିମ ଏସିଆରେ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବଂ ଏହାର ବିଶ୍ୱସ୍ତରୀୟ ପ୍ରଭାବକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ଭିଡିଓ କନଫରେନ୍ସିଂ ମାଧ୍ୟମରେ…

ଚଳନ୍ତା ଟ୍ରେନ୍‌ରୁ ଡେଇଁ ପଡ଼ିଲେ ଯୁବକ, ଆଉ ତା’ପରେ…

ଛତ୍ରପୁର,୨୭ା୩(ଦିଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ନିକଟରେ ଚଳନ୍ତା ଟ୍ରେନରୁ ଖସିପଡି ଜଣେ ଯୁବକ ଆହତ ହୋଇଛନ୍ତି। ସେ ହେଲେ କେନ୍ଦୁଝର ଜିଲା ଗୁଣ୍ଠପୁର ଅଞ୍ଚଳର ବିକ୍ରମ…

ରାସ୍ତାକଡ଼ ବୁଦା ଭିତରୁ ମିଳିଲା ପୁଳାପୁଳା ସରକାରୀ ଔଷଧ, ଏକ୍ସପାଏରୀ ଡେଟ୍‌ ଥିଲେ ସୁଦ୍ଧା କିଏ ଫିଙ୍ଗିଲା ସେ ନେଇ…

ସୁନ୍ଦରଗଡ଼, ୨୭।୩(ଜୟ ନାରାୟଣ ମେଣ୍ଡୁଳି): ସରକାର ଗରିବ ଲୋକଙ୍କୁ ମାଗଣାରେ ସ୍ବାସ୍ଥ୍ୟସେବା ଓ ଔଷଧ ଯୋଗାଇବା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ, ସୁନ୍ଦରଗଡ଼ରେ…

ବିଦ୍ୟୁତ୍‌ କାଟ୍‌କୁ ନେଇ ବଢୁଛି ଅସନ୍ତୋଷ

ଶେରଗଡ଼,୨୭ା୩(ସୂର୍ଯ୍ୟ ନାରାୟଣ ଦାଶ): ଶେରଗଡ଼ରେ ବିଦ୍ୟୁତ୍‌ ବିଭ୍ରାଟ ଦିନକୁ ଦିନ ବଢ଼ିବାରେ ଲାଗିଛି। ମେଣ୍ଟେନାନ୍ସ ଆଳରେ ଏପରି ବିଦ୍ୟୁତ୍‌ କାଟ କରାଯାଉଥିବା ଅଭିଯୋଗ ହେଉଛି। ଏପରି ଦିନକୁ…

୩ୟ ବିଶ୍ୱଯୁଦ୍ଧର ଭୟଙ୍କର ରୂପ! ଆମେରିକା ସହ ଯୁଦ୍ଧ କରିବେ ୧୨ବର୍ଷର ପିଲା

ତେହରାନ,୨୭।୩: ଇରାନ-ଇସ୍ରାଏଲ ବିବାଦ ମଧ୍ୟରେ, ଯେତେବେଳେ ଆମେରିକା ଗୋଟିଏ ମୋର୍ଚ୍ଚାରେ ଇରାନରେ ତାର ସୈନ୍ୟ ମୁତୟନ କରିବାକୁ ପ୍ରସ୍ତୁତ ହେଉଛି, ଅନ୍ୟପଟେ ଇରାନ ଏବେ ତାର ସୈନ୍ୟବାହିନୀକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri