Posted inଫୁରସତ

ଡ୍ରେସ୍‌ଠାରୁ ଆରମ୍ଭ କରି ଖାଦ୍ୟ ସାମଗ୍ରୀ ସବୁ ଗୋଲାପୀ

ସାଧାରଣତଃ ପ୍ରତ୍ୟେକ ଝିଅ ବାର୍ବି ଡଲ୍‌କୁ ବହୁତ ପସନ୍ଦ କରନ୍ତି। ଏପରିକି ସେମାନେ ବାର୍ବି ଡଲ୍‌ ପରି ହେବାକୁ ସ୍ବପ୍ନ ବି ଦେଖିଥାନ୍ତି। କିନ୍ତୁ ବୟୟ ବଢ଼ିବା ସହିତ ସେମାନଙ୍କର ଖାଦ୍ୟ, ପୋଷାକ ଏବଂ ରୁଚି ବଦଳି ଯାଇଥାଏ। କିନ୍ତୁ ଆଜି ଏମିତି ଜଣେ ଯୁବତୀଙ୍କ ବିଷୟରେ କହିବୁ ଯିଏ କି ବାର୍ବି ଡଲ୍‌ ଆଉ ଗୋଲାପୀ ରଙ୍ଗକୁ ଆଜି ପର୍ଯ୍ୟନ୍ତ ଛାଡ଼ି ପାରିନାହାନ୍ତି।

ବ୍ରିଟେନରେ ରହୁଥିବା ହୋଲି ଓ୍ବେମାଉଥ ନାମକ ଜଣେ ୨୮ ବର୍ଷୀୟା ଯୁବତୀ ଗୋଲାପୀ ରଙ୍ଗକୁ ଏତେ ଭଲ ପାଆନ୍ତି ଯେ ସେ ନିଜ ପୋଷାକ, ଜୋତାଠାରୁ ଆରମ୍ଭ କରି ଖାଦ୍ୟ ଏବଂ ପାନୀୟ ପର୍ଯ୍ୟନ୍ତ ଗୋଲାପୀ ରଙ୍ଗର ହିଁ କରିଥାନ୍ତି। ତାଙ୍କର ଏହି ଉତ୍ସାହ ପାଇଁ ସେ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରିବାକୁ କୁଣ୍ଠାବୋଧ କରନ୍ତି ନାହିଁ। ଗୋଲାପୀ ରଙ୍ଗ ତାଙ୍କ ଜୀବନରେ ଜାଗ୍ରତ ହେବା ଠାରୁ ଆରମ୍ଭ କରି ରାତିରେ ଶୋଇବା ପର୍ଯ୍ୟନ୍ତ ସବୁ ସ୍ଥାନରେ ଦେଖିବାକୁ ମିଳିଥାଏ।

ସେ ଏକ ସାକ୍ଷାତକାରରେ କହିଛନ୍ତି, ଝିଅମାନଙ୍କ ପରି ପିଲାଦିନରୁ ବାର୍ବି ଡଲ୍‌କୁ ଭଲ ପାଉଥିଲେ, କିନ୍ତୁ ଯେତେବେଳେ ସେ ୨୦ ବର୍ଷର ହୋଇଥିଲେ ସେତେବେଳେ ଏହି ଅଭ୍ୟାସ ତାଙ୍କର ଉତ୍ସାହରେ ପରିଣତ ହୋଇଥିଲା। ସେ ତାଙ୍କ ଜୀବନର ପ୍ରତ୍ୟେକ ଦିଗକୁ ନିଜ ପ୍ରିୟ ରଙ୍ଗରେ ରଙ୍ଗାଇଥିଲେ। ସେ କହିଛନ୍ତି, ଏହା ତାଙ୍କୁ ତାଙ୍କ ପିଲାଦିନ ସହିତ ସଂଯୋଗର ଭାବନା ଦେଇଥାଏ। ୧୫ ବର୍ଷ ବୟସରେ ସେ ଅପସ୍ମାର ରୋଗରେ ଆକ୍ରାନ୍ତ ହୋଇଥିଲେ। ଯେଉଁଥିପାଇଁ ସେ ଡାକ୍ତରଖାନାରେ ବହୁତ ସମୟ ବିତାଇଥିଲେ। ଏପରି ପରିସ୍ଥିତିରେ ତାଙ୍କର ପିଲାଦିନ ବହୁତ କଷ୍ଟରେ ବିତିଥିଲା। ବର୍ତ୍ତମାନ ସେ ସୁସ୍ଥ ହୋଇ ପୁଣି ନିଜ ପିଲାଦିନକୁ ନିଜ ପ୍ରିୟ ରଙ୍ଗ ସହିତ ବଞ୍ଚିବାକୁ ଚାହୁଁଛନ୍ତି।

ହୋଲି ନିଜ ଗୋଲାପୀ ରଙ୍ଗର ଇଚ୍ଛା ପୂରଣ କରିବା ପାଇଁ ବାର୍ବି ଡଲ୍‌ ଥିମ ଆଲମାରୀ ମଧ୍ୟ ତିଆରି କରିଛନ୍ତି। ଯେଉଁଥିରେ ୪ ଲକ୍ଷରୁ ଅଧିକ ଖର୍ଚ୍ଚ କରି ଗୋଲାପୀ ରଙ୍ଗର ଡ୍ରେସ୍‌ ଆଙ୍କିଛନ୍ତି। ସେ ଗୋଲାପୀ ରଙ୍ଗର ଡ୍ରେସ୍‌ ଛଡ଼ା ଆଉ କିଛି ପିନ୍ଧନ୍ତି ନାହିଁ ଏବଂ ସେ ଲୋକଙ୍କ ଦୃଷ୍ଟି ଆକର୍ଷଣ କରନ୍ତି। ହୋଲି ସ୍ବୀକାର କରିଛନ୍ତି, ତାଙ୍କର ଏପରି ଅଭ୍ୟାସକୁ ପରିବାର ଏବଂ ସାଙ୍ଗସାଥୀମାନେ ଅଜବ ଭାବନ୍ତି କିନ୍ତୁ ସେ ଏହାକୁ ଖୁବ୍‌ ଭଲ ପାଆନ୍ତି। ସେ କହିଛନ୍ତି, ତାଙ୍କ ପ୍ରେମିକଙ୍କର ଏଥିରେ କୌଣସି ଅସୁବିଧା ନାହିଁ ଏବଂ ସେ ମଧ୍ୟ ତାଙ୍କୁ ସମର୍ଥନ କରନ୍ତି। ସବୁଠାରୁ କୌତୂହଳର ବିଷୟ ହେଉଛି ହୋଲିଙ୍କ ପୋଷାକ ବ୍ୟତୀତ ଖାଦ୍ୟ ସାମଗ୍ରୀ ମଧ୍ୟ ଗୋଲାପୀ ଏବଂ ସେ ପ୍ରାୟତଃ ଗୋଲାପୀ ଟି’ ପାର୍ଟି କରନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଡେବ୍ୟୁ ମ୍ୟାଚରେ କମାଲ କଲେ କୁପର କନୋଲି; ଗୁଜରାଟ ମୁହଁରୁ ବିଜୟ ଛଡ଼ାଇ ଆଣିଲା ପଞ୍ଜାବ

ନୂଆଦିଲ୍ଲୀ,୩୧।୩: ଆଇପିଏଲ୍‌ ୨୦୨୫ର ଉପବିଜେତା ପଞ୍ଜାବ କିଙ୍ଗସ ନୂଆ ସିଜନ୍‌ରେ ନିଜର ବିଜୟ ଯାତ୍ରା ଆରମ୍ଭ କରିଛି। ଶ୍ରେୟସ ଆୟରଙ୍କ ନେତୃତ୍ୱାଧୀନ ପଞ୍ଜାବ ଟିମ ଏକ କଡ଼ା…

ନିଜ ହାତରେ ବାସନ ଧୋଇଲେ ପ୍ରିୟଙ୍କା ଚୋପ୍ରା; ସ୍ୱର୍ଣ୍ଣ ମନ୍ଦିରରେ ସେବା କରି ଜିତିଲେ କୋଟି କୋଟି ପ୍ରଶଂସକଙ୍କ ମନ

ଅମୃତସର: ବଲିଉଡରୁ ହଲିଉଡ ପର୍ଯ୍ୟନ୍ତ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବେ ଭାରତ ଗସ୍ତରେ ଅଛନ୍ତି। ନିକଟରେ ସେ ଅମୃତସରର ପବିତ୍ର…

ଭାରତ-ଚାଇନା ସମ୍ପର୍କରେ ନୂଆ ଅଧ୍ୟାୟ: ଆକାଶ ମାର୍ଗରେ ଯୋଡ଼ିହେବେ ଦୁଇ ପ୍ରତିଦ୍ୱନ୍ଦ୍ୱୀ, ସାଂଘାଇ ସହିତ…

ନୂଆଦିଲ୍ଲୀ/ସାଂଘାଇ,୩୧।୩: ଭାରତ ଏବଂ ଚାଇନା ମଧ୍ୟରେ କୋଭିଡ ମହାମାରୀ ଏବଂ ଥିବା କୂଟନୈତିକ ତିକ୍ତତା ଯୋଗୁ ଦୀର୍ଘ ଦିନ ଧରି ବନ୍ଦ ରହିଥିବା ବିମାନ ସେବା ଏବେ…

ପେଟ୍ରୋଲ, ଡିଜେଲ, ଗ୍ୟାସ ଅଭାବକୁ ନେଇ ବଡ଼ କଥା କହିଦେଲେ ମୁଖ୍ୟମନ୍ତ୍ରୀ, ରାଜ୍ୟବାସୀ…

ଭୁବନେଶ୍ୱର, ୩୧।୩: ମଧ୍ୟପ୍ରାଚ୍ୟରେ ଲାଗିରହିଥିବା ଯୁଦ୍ଧ ପରିସ୍ଥିତି ଏବଂ ଏହାର ସମ୍ଭାବ୍ୟ ପ୍ରଭାବକୁ ନେଇ ଓଡ଼ିଶା ସରକାର ସମ୍ପୂର୍ଣ୍ଣ ସଜାଗ ଅଛନ୍ତି। ବିଧାନସଭାରେ ବ୍ୟୟ ମଞ୍ଜୁରୀ ବିଲ…

ଗୁଣିଗାରେଡ଼ି ସନ୍ଦେହରେ ବୃଦ୍ଧଙ୍କୁ ହତ୍ୟା, ୪ ଗିରଫ

ସୁନ୍ଦରଗଡ଼, ୩୧।୩(ଜୟନାରାୟଣ ମେଣ୍ଡୁଳି)-ବର୍ତ୍ତମାନର ବିଜ୍ଞାନ ଯୁଗରେ ମଧ୍ୟ ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଜିଲାରେ ଲୋକଙ୍କ ମଧ୍ୟରେ ଅନ୍ଧବିଶ୍ୱାସ ଭରି ରହିଛି। ଏହି ଅନ୍ଧବିଶ୍ବାସ ଯୋଗୁ ସୋମବାର ରାତିରେ…

ଟ୍ରମ୍ପଙ୍କ ଚେତାବନୀ…’ତେଲ ଦରକାର ତ ଆମଠୁ କିଣ, ନଚେତ୍ ହର୍ମୁଜ୍‌କୁ ନିଜେ ଦଖଲ କର’

ୱାଶିଂଟନ,୩୧।୩: ଇରାନ ଯୁଦ୍ଧ ମଧ୍ୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିଜର ସହଯୋଗୀ ଦେଶମାନଙ୍କ ଉପରେ ବର୍ଷିଛନ୍ତି। ଯୁଦ୍ଧରେ ବ୍ୟାକଫୁଟକୁ ଯିବା ପରେ ରାଗିଯାଇ ଟ୍ରମ୍ପ ନିଜର…

ରାସ୍ତାରେ ଷଣ୍ଢକୁ ଧକ୍କା ଦେଇ ଗଛରେ ପିଟଥିଲେ ବାଇକ୍‌ , ଚାଲିଗଲା ଜୀବନ ଦୁର୍ଘଟଣାରେ ବାଇକ ଚାଳକକଙ୍କ ମୃତ୍ୟୁ

ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମୋକେଇ ପଞ୍ଚାୟତ କୁକୁଟବନ୍ଧ ଗାଁ ଛକରେ ମଙ୍ଗଳବାର ଅପରାହ୍ନ ପ୍ରାୟ ସାଢେ ୪ଟାରେ ଦୁର୍ଘଟଣାରେ ଜଣେ ଯୁବକଙ୍କ…

୩୦ ବର୍ଷ ସରକାରୀ ସେବା ନିୟମିତ ନ ହୋଇ ଅବସର ନେଲେ ଟୁନା ଜେନା

ଭଞ୍ଜନଗର,୩୧।୩(ବାବୁଲା ପ୍ରଧାନ): ତ୍ରୁଟିପୂର୍ଣ୍ଣ ସରକାରୀ ବିଧି ବ୍ୟବସ୍ଥା ଭିତରେ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ ୩୦ ବର୍ଷ ସରକାରୀ ସେବା ଯୋଗାଇଥିଲେ ମଧ୍ୟ ନିୟମିତ କର୍ମଚାରୀ ମାନ୍ୟତା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri