Posted inଫୁରସତ

ଡ୍ରେସ୍‌ଠାରୁ ଆରମ୍ଭ କରି ଖାଦ୍ୟ ସାମଗ୍ରୀ ସବୁ ଗୋଲାପୀ

ସାଧାରଣତଃ ପ୍ରତ୍ୟେକ ଝିଅ ବାର୍ବି ଡଲ୍‌କୁ ବହୁତ ପସନ୍ଦ କରନ୍ତି। ଏପରିକି ସେମାନେ ବାର୍ବି ଡଲ୍‌ ପରି ହେବାକୁ ସ୍ବପ୍ନ ବି ଦେଖିଥାନ୍ତି। କିନ୍ତୁ ବୟୟ ବଢ଼ିବା ସହିତ ସେମାନଙ୍କର ଖାଦ୍ୟ, ପୋଷାକ ଏବଂ ରୁଚି ବଦଳି ଯାଇଥାଏ। କିନ୍ତୁ ଆଜି ଏମିତି ଜଣେ ଯୁବତୀଙ୍କ ବିଷୟରେ କହିବୁ ଯିଏ କି ବାର୍ବି ଡଲ୍‌ ଆଉ ଗୋଲାପୀ ରଙ୍ଗକୁ ଆଜି ପର୍ଯ୍ୟନ୍ତ ଛାଡ଼ି ପାରିନାହାନ୍ତି।

ବ୍ରିଟେନରେ ରହୁଥିବା ହୋଲି ଓ୍ବେମାଉଥ ନାମକ ଜଣେ ୨୮ ବର୍ଷୀୟା ଯୁବତୀ ଗୋଲାପୀ ରଙ୍ଗକୁ ଏତେ ଭଲ ପାଆନ୍ତି ଯେ ସେ ନିଜ ପୋଷାକ, ଜୋତାଠାରୁ ଆରମ୍ଭ କରି ଖାଦ୍ୟ ଏବଂ ପାନୀୟ ପର୍ଯ୍ୟନ୍ତ ଗୋଲାପୀ ରଙ୍ଗର ହିଁ କରିଥାନ୍ତି। ତାଙ୍କର ଏହି ଉତ୍ସାହ ପାଇଁ ସେ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରିବାକୁ କୁଣ୍ଠାବୋଧ କରନ୍ତି ନାହିଁ। ଗୋଲାପୀ ରଙ୍ଗ ତାଙ୍କ ଜୀବନରେ ଜାଗ୍ରତ ହେବା ଠାରୁ ଆରମ୍ଭ କରି ରାତିରେ ଶୋଇବା ପର୍ଯ୍ୟନ୍ତ ସବୁ ସ୍ଥାନରେ ଦେଖିବାକୁ ମିଳିଥାଏ।

ସେ ଏକ ସାକ୍ଷାତକାରରେ କହିଛନ୍ତି, ଝିଅମାନଙ୍କ ପରି ପିଲାଦିନରୁ ବାର୍ବି ଡଲ୍‌କୁ ଭଲ ପାଉଥିଲେ, କିନ୍ତୁ ଯେତେବେଳେ ସେ ୨୦ ବର୍ଷର ହୋଇଥିଲେ ସେତେବେଳେ ଏହି ଅଭ୍ୟାସ ତାଙ୍କର ଉତ୍ସାହରେ ପରିଣତ ହୋଇଥିଲା। ସେ ତାଙ୍କ ଜୀବନର ପ୍ରତ୍ୟେକ ଦିଗକୁ ନିଜ ପ୍ରିୟ ରଙ୍ଗରେ ରଙ୍ଗାଇଥିଲେ। ସେ କହିଛନ୍ତି, ଏହା ତାଙ୍କୁ ତାଙ୍କ ପିଲାଦିନ ସହିତ ସଂଯୋଗର ଭାବନା ଦେଇଥାଏ। ୧୫ ବର୍ଷ ବୟସରେ ସେ ଅପସ୍ମାର ରୋଗରେ ଆକ୍ରାନ୍ତ ହୋଇଥିଲେ। ଯେଉଁଥିପାଇଁ ସେ ଡାକ୍ତରଖାନାରେ ବହୁତ ସମୟ ବିତାଇଥିଲେ। ଏପରି ପରିସ୍ଥିତିରେ ତାଙ୍କର ପିଲାଦିନ ବହୁତ କଷ୍ଟରେ ବିତିଥିଲା। ବର୍ତ୍ତମାନ ସେ ସୁସ୍ଥ ହୋଇ ପୁଣି ନିଜ ପିଲାଦିନକୁ ନିଜ ପ୍ରିୟ ରଙ୍ଗ ସହିତ ବଞ୍ଚିବାକୁ ଚାହୁଁଛନ୍ତି।

ହୋଲି ନିଜ ଗୋଲାପୀ ରଙ୍ଗର ଇଚ୍ଛା ପୂରଣ କରିବା ପାଇଁ ବାର୍ବି ଡଲ୍‌ ଥିମ ଆଲମାରୀ ମଧ୍ୟ ତିଆରି କରିଛନ୍ତି। ଯେଉଁଥିରେ ୪ ଲକ୍ଷରୁ ଅଧିକ ଖର୍ଚ୍ଚ କରି ଗୋଲାପୀ ରଙ୍ଗର ଡ୍ରେସ୍‌ ଆଙ୍କିଛନ୍ତି। ସେ ଗୋଲାପୀ ରଙ୍ଗର ଡ୍ରେସ୍‌ ଛଡ଼ା ଆଉ କିଛି ପିନ୍ଧନ୍ତି ନାହିଁ ଏବଂ ସେ ଲୋକଙ୍କ ଦୃଷ୍ଟି ଆକର୍ଷଣ କରନ୍ତି। ହୋଲି ସ୍ବୀକାର କରିଛନ୍ତି, ତାଙ୍କର ଏପରି ଅଭ୍ୟାସକୁ ପରିବାର ଏବଂ ସାଙ୍ଗସାଥୀମାନେ ଅଜବ ଭାବନ୍ତି କିନ୍ତୁ ସେ ଏହାକୁ ଖୁବ୍‌ ଭଲ ପାଆନ୍ତି। ସେ କହିଛନ୍ତି, ତାଙ୍କ ପ୍ରେମିକଙ୍କର ଏଥିରେ କୌଣସି ଅସୁବିଧା ନାହିଁ ଏବଂ ସେ ମଧ୍ୟ ତାଙ୍କୁ ସମର୍ଥନ କରନ୍ତି। ସବୁଠାରୁ କୌତୂହଳର ବିଷୟ ହେଉଛି ହୋଲିଙ୍କ ପୋଷାକ ବ୍ୟତୀତ ଖାଦ୍ୟ ସାମଗ୍ରୀ ମଧ୍ୟ ଗୋଲାପୀ ଏବଂ ସେ ପ୍ରାୟତଃ ଗୋଲାପୀ ଟି’ ପାର୍ଟି କରନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବାଂଲାଦେଶରେ ଆଉ ଜଣେ ହିନ୍ଦୁ ଯୁବକଙ୍କୁ ପିଟିପିଟି ହତ୍ୟା: ପୋଲିସର ଚାଞ୍ଚଲ୍ୟକର ଖୁଲାସା

ଢାକା,୨୫।୧୨: ବାଂଲାଦେଶରେ ଆଉ ଜଣେ ହିନ୍ଦୁ ବ୍ୟକ୍ତିଙ୍କୁ ପିଟିପିଟି ହତ୍ୟା କରାଯାଇଛି। ମୃତକଙ୍କ ନାମ ଅମୃତ ମଣ୍ଡଳ ଓରଫ ସମ୍ରାଟ। ପୋଲିସ ଦାବି କରିଛି, ରାଜବାଡ଼ିର...

ଭଉଣୀଙ୍କୁ ଅସଦାଚରଣ କରିଥିଲେ ଭାଇ, ଅଭିଯୋଗ ହେବାପରେ ଘଟିଲା…

ଦିଗପହଣ୍ଡି, ୨୫।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମକୋଇ ପଞ୍ଚାୟତ ସିନ୍ଧୁଖାଳି ଗ୍ରାମରେ ଭଉଣୀଙ୍କୁ ଅସଦାଚରଣ ସହ ମରଣାନ୍ତକ ଆକ୍ରମଣ କରିଥିବା ଅଭିଯୋଗରେ...

ସୋସିଆଲ ମିଡିଆ ନୀତିରେ ବଡ଼ ପରିବର୍ତ୍ତନ କଲା ଭାରତୀୟ ସେନା, ଏଣିକି ଦେଖିପାରିବେ ହେଲେ…

ନୂଆଦିଲ୍ଲୀ,୨୫।୧୨: ଭାରତୀୟ ସେନା ଏହାର ସୈନିକ ଏବଂ ଅଧିକାରୀମାନଙ୍କ ପାଇଁ ସୋସିଆଲ ମିଡିଆ ଆପ୍ ବ୍ୟବହାର ସମ୍ପର୍କରେ ନୂତନ ନିର୍ଦ୍ଦେଶାବଳୀ ଜାରି କରିଛି । ପ୍ରତିରକ୍ଷା ଅଧିକାରୀଙ୍କ...

ସରକାରୀ ପ୍ରତିଶ୍ରୁତି ପାଣିର ଗାର: ୬ ମାସ ହେଲା ବସୁଧା ପ୍ରକଳ୍ପ ଅଚଳ!

ଥୁଆମୂଳ ରାମପୁର,୨୫।୧୨(ଦୁର୍ଗା କୀର୍ତ୍ତି): ସରକାରଙ୍କ ‘ବସୁଧା’ ଯୋଜନାରେ ଘରକୁ ଘର ପାନୀୟ ଜଳ ଯୋଗାଇ ଦେବା ପ୍ରତିଶ୍ରୁତି ଏବେ କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକରେ...

ଦୁଇ ବାଇକ ମୁହାଁମୁହିଁ ଧକ୍କା: ଆଉ ତା’ପରେ ଘଟିଗଲା…

ଦିଗପହଣ୍ଡି, ୨୫।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି- ଘୋଡାହାଡ ଡ଼୍ୟାମ ରାସ୍ତାର ଦ୍ବାର ଗାଁ ମୁଖ୍ୟରାସ୍ତା କ୍ରସର ନିକଟରେ ଗୁରୁବାର ମଧ୍ୟାହ୍ନରେ ଦୁଇ ବାଇକ...

ଗାଁରେ ପହଞ୍ଚିଲା ଦାଦନ ଶ୍ରମିକଙ୍କ ମୃତଦେହ: ସହାୟତା ଦାବି

ଦିଗପହଣ୍ଡି,୨୫।୧୨(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଟି.ଗୋବିନ୍ଦପୁର ପଞ୍ଚାୟତ ନୂଆଗାଁର ଦାଦନ ଶ୍ରମିକ ଅରକ୍ଷିତ ନାୟକ(୧୯) ତାମିଲନାଡୁର ତ୍ରିପୁର କାଙ୍ଗିଆମ ଠାରେ ଗତ...

ମତ୍ସ୍ୟ ଚାଷ ପ୍ରତି ବଢୁଛି ଆଗ୍ରହ: ଚାଷୀଙ୍କୁ ୪୦ ରୁ ୫୦ ପ୍ରତିଶତ ମିଳୁଛି ସବସିଡି

ଭଞ୍ଜନଗର,୨୫/୧୨(ବାବୁଲା ପ୍ରଧାନ): ଚିକେନ, ମଟନ ଅପେକ୍ଷା ମାଛ ସ୍ବାସ୍ଥ୍ୟ ପାଇଁ ହିତକର। ତେଣୁ ମାଛ ପ୍ରତି ଲୋକଙ୍କ ଆଗ୍ରହ ବଢୁଛି। କିନ୍ତୁ ଗଞ୍ଜାମ ଜିଲାରେ ଆବଶ୍ୟକତା...

ଆଶ୍ଚର୍ଯ୍ୟ ଲାଗିଲେ ବି ସତ, ପୋଷା କୁକୁର ପାଇଁ ଫିନାଇଲ ପିଇ ଜୀବନ ହାରିଲେ ଦୁଇ ଭଉଣୀ

ନୂଆଦିଲ୍ଲୀ,୨୫।୧୨: ଉତ୍ତର ପ୍ରଦେଶର ରାଜଧାନୀ ଲକ୍ଷ୍ନୌରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଦୁଇ ଭଉଣୀ ଫିନାଇଲ୍ ପିଇ ଆତ୍ମହତ୍ୟା କରିଛନ୍ତି । ଏହାର  କାରଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri