ଅଳ୍ପ ବୟସରୁ…

ଜଣେ ନାରୀ ପାଇଁ ଜରାୟୁ ବା ଗର୍ଭାଶୟ ଏକ ଅମୂଲ୍ୟ ଅଙ୍ଗ। ଏହା ଗର୍ଭରେ ଏକ ଶିଶୁକୁ ଧାରଣକରି ନାରୀକୁ ମା’ ହେବାର ପୂର୍ଣ୍ଣତା ପ୍ରଦାନ କରେ। ହେଲେ କେବେ କେବେ ବିଭିନ୍ନ ଜଟିଳ ପରିସ୍ଥିତିରେ କେତେଜଣ ମହିଳାଙ୍କ ଶରୀରରୁ ଏହି ଅଙ୍ଗ ବାହାର କରିବାକୁ ହୁଏ। ବିଶେଷକରି ଯଦି ଅଳ୍ପ ବୟସରେ ଜରାୟୁ ଅପସାରଣ କରାଯାଏ ତେବେ ପରବର୍ତ୍ତୀ ସମୟରେ ଏଥିନେଇ ଉପୁଜୁଥିବା ବିଭିନ୍ନ ସମସ୍ୟାଠୁ ଦୂରେଇ ରହିବାକୁ ଅନେକ ଦିଗ ପ୍ରତି ସତର୍କ ହେବା ନିହାତି ଆବଶ୍ୟକ…

ନାରୀ ଶରୀରର ଏକ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ ହେଉଛି ଗର୍ଭାଶୟ ବା ଜରାୟୁ। ମାସିକ ଋତୁସ୍ରାବକୁ ସନ୍ତୁଳିତ ରଖିବା ପାଇଁ ମସ୍ତିଷ୍କ ଓ ଡିମ୍ବକୋଷରୁ ଇଷ୍ଟ୍ରୋଜେନ୍‌ ଓ ପ୍ରୋଜେଷ୍ଟେରୋନ୍‌ ନାମକ ସ୍ତ୍ରୀ ହରମୋନ୍‌ ଝରିଥାଏ, ଯାହା ଜରାୟୁକୁ ସୁସ୍ଥ ରଖିବା ସହ ମହିଳାମାନଙ୍କର ନାରୀତ୍ୱ ଲାଳିତ୍ୟ ଓ ମାଧୁର୍ଯ୍ୟକୁ ଅକ୍ଷୁଣ୍ଣ ରଖିବାରେ ସାହାଯ୍ୟ କରିଥାଏ। ଇଷ୍ଟ୍ରୋଜେନ୍‌ ଏକ ଚମକତ୍ାର ହର୍‌ମୋନ। ଏହା କେବଳ ମହିଳାମାନଙ୍କୁ ସୌନ୍ଦର୍ଯ୍ୟମୟୀ କରେ ନାହିଁ ବରଂ ସେମାନଙ୍କର ସ୍ବାସ୍ଥ୍ୟ ପାଇଁ ଏକ ରକ୍ଷାକବଚ ପାଲଟିଥାଏ କହିଲେ ଅତ୍ୟୁକ୍ତି ହେବନାହିଁ। ହେଲେ କୌଣସି ମହିଳାଙ୍କର ଜରାୟୁ ଅପସାରଣ ସମୟରେ ଡିମ୍ବକୋଷର ଅପସାରଣ ହେଲେ ମେନୋପଜ୍‌ ବା ମାସିକ ଋତୁସ୍ରାବ ବିରତିର ଲକ୍ଷଣମାନ ଦେଖାଦେଇଥାଏ ଏବଂ ଏହି ହର୍‌ମୋନ କ୍ଷରଣ କମିଯାଏ, ଯଦ୍ଦ୍ବାରା ବିଭିନ୍ନ ସ୍ବାସ୍ଥ୍ୟ ସମସ୍ୟା ଦେଖାଦିଏ। ଆସନ୍ତୁ, ଜାଣିବା ଜରାୟୁ ଅପସାରଣ କ’ଣ, ଏହାର ବୟସସୀମା କେତେ, ଏହାର କାରଣ, ଲକ୍ଷଣ ଓ ଚିକିସତ୍ା ବିଷୟରେ।
ଜରାୟୁ ଅପସାରଣ କ’ଣ- ଯେତେବେଳେ ଅସ୍ତ୍ରୋପଚାର ଦ୍ୱାରା ମହିଳାମାନଙ୍କ ଜରାୟୁ ବା ଗର୍ଭାଶୟ କାଢ଼ିନିଆଯାଏ ଏବଂ ଜରୁରୀ ହେଲେ ଦୁଇଟି ଯାକ ଡିମ୍ବକୋଷକୁ ମଧ୍ୟ କାଢ଼ି ନିଆଯାଏ ତାକୁ ଜରାୟୁ ଅପସାରଣ ବା ହିଷ୍ଟେରୋକ୍ଟୋମି କୁହାଯାଏ।
କାରଣ: ଅତିରିକ୍ତ ରକ୍ତସ୍ରାବ ବା ଆବ୍‌ନର୍ମାଲ ୟୁଟେରାଇନ ବ୍ଲିଡିଂ (ଏୟୁବି), ଗର୍ଭାଶୟରେ ଟ୍ୟୁମର (ଫାଇବ୍ରଏଡ୍‌ ୟୁଟେରସ), ଟ୍ୟୁବୋ ଓଭାରିଆନମାସ୍‌ (ଟି.ଓ. ମାସ୍‌), ଏଣ୍ଡୋମେଟ୍ରିଓସିସ୍‌ (ଅସ୍ଥାନିକ ଗର୍ଭଝିଲ୍ଲୀ), ଗର୍ଭାଶୟ ବା ଜରାୟୁ ଗ୍ରୀବା କର୍କଟ ରୋଗ, ବିନାଇନ୍‌ ଓଭାରିଆନ୍‌ ଟ୍ୟୁମର, ଜରାୟୁ ପରଫୋରେସନ୍‌, ଜରାୟୁ ଗ୍ରୀବା ଚିରିଗଲେ ବା ଜରାୟୁ ଫାଟିଗଲେ। ବେଳେବେଳେ ପ୍ରସବ ପରେ ଅତିରିକ୍ତ ରକ୍ତସ୍ରାବ ହେଲେ, ଗର୍ଭଫୁଲ ଜରାୟୁରେ ଲାଗିଗଲେ, ମୋଲାର ବା ଅଙ୍ଗୁରଦାନା ଗର୍ଭ ହେଲେ ବା ସେପ୍ଟିକ୍‌ ଗର୍ଭପାତ ହେଲେ ଜରାୟୁ ଅପସାରଣ କରାଯାଏ।
ବୟସ ସୀମା: ସାଧାରଣତଃ ୪୦ ବର୍ଷରୁ ଊର୍ଦ୍ଧ୍ୱ ବୟସରେ ଏହି ଅସ୍ତ୍ରୋପଚାର ହୋଇଥାଏ। ସ୍ଥଳ ବିଶେଷରେ କେତେକ ଜରୁରୀ ପରିସ୍ଥିତିରେ ଯଥା ବେଶି ରକ୍ତସ୍ରାବ ହେଲେ ବା ଟ୍ୟୁମର ହେଲେ କିମ୍ବା କର୍କଟ ରୋଗ କିମ୍ବା ଅନ୍ୟ କିଛି ଜଟିଳତା ଯୋଗୁ ୪୦ ବର୍ଷରୁ କମ୍‌ ବୟସରେ ମଧ୍ୟ ଜରାୟୁ ଅପସାରଣ କରାଯାଇଥାଏ।
ଜଟିଳତା: ମାସିକ ଋତୁସ୍ରାବର ବିରତି ପରେ ଓଭାରି ବା ଡିମ୍ବକୋଷର ଆକାର କମିଯାଏ ଏବଂ ଇଷ୍ଟୋ୍ରଜେନ୍‌ ହରମୋନ୍‌ ଝରିବା ମଧ୍ୟ କମିଯାଏ।

ତେଣୁ ବୟସ୍କା ମହିଳାମାନଙ୍କର କେତେକ ଜଟିଳତା ଦେଖାଦେଇଥାଏ। ହେଲେ ଯେଉଁମାନଙ୍କର ଅଳ୍ପ ବୟସରୁ ଜରାୟୁ ଅପସାରଣ ସଙ୍ଗେ ସଙ୍ଗେ ଡିମ୍ବକୋଷ କାଢ଼ିଦିଆଯାଏ(ସର୍ଜିକାଲ ମେନୋପଜ୍‌) ସେମାନଙ୍କ ଠାରେ ମେନୋପଜ୍‌ର ଅଳ୍ପକାଳୀନ ଓ ଦୀର୍ଘକାଳୀନ ଲକ୍ଷଣମାନ ଦେଖାଦେଇଥାଏ। ଏମିତିକି ଡିମ୍ବକୋଷ ନ କାଢ଼ିଲେ ମଧ୍ୟ ଜରାୟୁ କାଢ଼ିଦେଲା ପରେ ଓଭାରି ଆକ୍ଟିଭ ରହି ନ ଥାଏ। ତେଣୁ ମେନୋପଜ୍‌ର ଲକ୍ଷଣମାନ ଦେଖାଦିଏ।
ଭଷ୍ମ ହୁଳା: ହଠାତ୍‌ ରାତି ଅଧରେ କାନମୂଳ ଗରମ ହୋଇଯାଇ ଗମ୍‌ ଗମ୍‌ ଝାଳ ବୋହିବା ଏବଂ ଝାଳ ବୁହା କମିଯିବା ପରେ ଛାତି ଧଡ଼ଧଡ଼ ହୋଇ ଦୁର୍ବଳ ଲାଗିବା ଭଳି ଲକ୍ଷଣ ଦେଖାଯାଏ। ଘନଘନ ପରିସ୍ରା ସଂକ୍ରମଣ ହୋଇଥାଏ।
ମାନସିକ ସମସ୍ୟା: କେତେଜଣଙ୍କର ମାନସିକ ଲକ୍ଷଣ ମଧ୍ୟ ଦେଖାଦେଇଥାଏ। ଯଥା ମାନସିକ ଅବସାଦ, ଭୟ ଓ ଆତଙ୍କ ଭାବ, ଏକୁଟିଆ ଓ ଅସହାୟ ପଣ ଆଦି। ବେଳେବେଳେ ଶଙ୍କାକୁଳ ମନୋଭାବ ମଧ୍ୟ ଦେଖାଦେଇଥାଏ। ଅବସର ଗ୍ରହଣ ପରେ ବା ବୟସ୍କ ହୋଇଗଲେ ଆର୍ଥିକ, ଶାରୀରିକ ଓ ମାନସିକ ରୋଗାକ୍ରାନ୍ତ ହେବାରୁ ସେମାନେ ଜୀବନ ପାଇଁ ବୀତସ୍ପୃହ ହୋଇପଡ଼ନ୍ତି।
ଚର୍ମରେ ସଙ୍କୋଚନ: ଇଷ୍ଟ୍ରୋଜେନ୍‌ ଅଭାବରୁ ମୁହଁ ଓ ଦେହରେ କୋଲାଜେନ୍‌ ଅଂଶ କମିଯାଇ ଚର୍ମ ସଙ୍କୁଚିତ ହୋଇଯାଏ। ବିଶେଷ ଭାବରେ ମୁହଁ ଓ ଆଖି ଚାରିପାଖର ଚର୍ମ ସଙ୍କୁଚିତ ହୋଇଯାଏ। ଏହାଛଡ଼ା ସାରା ଦେହରେ ଚର୍ମର ମସୃଣତା କମିଯାଏ ଏବଂ କେଶର ସାନ୍ଧ୍ରତା ମଧ୍ୟ କମିଯାଏ।
ଅସ୍ଥି ସମସ୍ୟା: ଜରାୟୁ ଅପସାରଣ ପରେ ଦୀର୍ଘକାଳୀନ ମୁଖ୍ୟ ସମସ୍ୟା ହେଉଛି ହାଡ଼ପୋରିଆ ରୋଗ ବା ଅସ୍ଥି ଶିଥିଳତା।
ଇଷ୍ଟ୍ରୋଜେନ୍‌ ହାଡ଼ର ସାନ୍ଧ୍ରତା ବଜାୟ ରଖେ। ସର୍ଜିକାଲ ମେନୋପଜ୍‌ ପରେ ହାଡ଼ କ୍ଷୟହେବା ଯୋଗୁ ହାଡ଼ ପତଳା ହୋଇ ବଙ୍କେଇଯାଏ। ବିଶେଷ ଭାବେ ମେରୁଦଣ୍ଡ ହାଡ଼ ବଙ୍କେଇଯିବାରୁ ମହିଳାମାନେ ନଇଁଯିବା ସହ ତାଙ୍କର ଉଚ୍ଚତା ମଧ୍ୟ କମିଯାଏ। ବିନା ଆଘାତରେ ହାଡ଼ ଭାଙ୍ଗିଯାଏ। ଏଇ ସମୟରେ କ୍ୟାଲସିୟମ ନ ଖାଇଲେ ବିଶେଷ ଭାବରେ ମଧୁମେହ ରୋଗୀ ଓ ଥାଇରଏଡ୍‌ ରୋଗୀମାନଙ୍କର ଶୀଘ୍ର ହାଡ଼ପୋରିଆ ରୋଗ ହୋଇଥାଏ। ‘ବୋନ୍‌ ମ୍ୟାରୋ ଡେନ୍‌ସିଟି ମେଜରମେଣ୍ଟ’ ବା ବିଏମ୍‌ଡି ଦ୍ୱାରା ଏହା ମାପ କରାଯାଇଥାଏ ଏବଂ ସେହି ଅନୁସାରେ କ୍ୟାଲସିୟମ ଓ ଭିଟାମିନ୍‌ ଡି ଖାଇବାକୁ ପଡ଼ିଥାଏ।
ଷ୍ଟ୍ରୋକ୍‌ ସମସ୍ୟା: ଅଳ୍ପ ବୟସରେ ଜରାୟୁ ଅପସାରଣ ହେଲେ, ଇଷ୍ଟ୍ରୋଜେନ୍‌ ଅଭାବରୁ ରକ୍ତରେ ଏଲ୍‌ଡିଏଲ୍‌ କୋଲେଷ୍ଟେରଲ ବଢ଼ିଯାଏ। ତେଣୁ ହୃଦ୍‌ରୋଗ, ହୃଦ୍‌ଘାତ(ହାର୍ଟ ଆଟାକ) ଏବଂ ମସ୍ତିଷ୍କ ଘାତ ବା ଷ୍ଟ୍ରୋକ୍‌ ହେବା ଆଶଙ୍କା ବଢ଼ିଯାଏ।
– ସ୍ତ୍ରୀରୋଗ ଓ ପ୍ରସୂତି ବିଶେଷଜ୍ଞ
ଲିଙ୍କ୍‌ରୋଡ୍‌, କଟକ-୧୨
ମୋ-୯୪୩୭୦୫୫୦୦୭


Enter your email to get our daily news in your inbox.

All Right Reserved By Dharitri.Com

୩୦ ବର୍ଷ ସରକାରୀ ସେବା ନିୟମିତ ନ ହୋଇ ଅବସର ନେଲେ ଟୁନା ଜେନା

ଭଞ୍ଜନଗର,୩୧।୩(ବାବୁଲା ପ୍ରଧାନ): ତ୍ରୁଟିପୂର୍ଣ୍ଣ ସରକାରୀ ବିଧି ବ୍ୟବସ୍ଥା ଭିତରେ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ ୩୦ ବର୍ଷ ସରକାରୀ ସେବା ଯୋଗାଇଥିଲେ ମଧ୍ୟ ନିୟମିତ କର୍ମଚାରୀ ମାନ୍ୟତା…

ଶିବମ୍‌ ଦୁବେଙ୍କୁ ଆଉଟ କରିବା ପରେ କାହିଁକି ‘ଗନ୍‌-ସଟ୍‌’ ସେଲିବ୍ରେଶନ କରିଥିଲେ ଜାଡେଜା? ନିଜେ କଲେ ବଡ଼ ଖୁଲାସା

ନୂଆଦିଲ୍ଲୀ,୩୧।୩: ସୋମବାର ଖେଳାଯାଇଥିବା ହାଇଭୋଲଟେଜ ମ୍ୟାଚ୍‌ରେ ରାଜସ୍ଥାନ ରୟାଲ୍ସ (RR)ର ଷ୍ଟାର୍‌ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ନିଜର ପୁରୁଣା ଟିମ ଚେନ୍ନାଇ ସୁପର କିଙ୍ଗସ (CSK) ବିପକ୍ଷରେ…

ଅବସରକୁ ନେଇ ମୁହଁ ଖୋଲିଲେ ଶାମି

ନୂଆଦିଲ୍ଲୀ,୩୧ା୩: ଭେଟେରାନ ଭାରତୀୟ ପେସର ମହମ୍ମଦ ଶାମି ଏବେ ଅବସର ସମ୍ପର୍କରେ ଚିନ୍ତା କରୁ ନ ଥିବା କହିଛନ୍ତି। ସେ ତାଙ୍କର ବୟସ, ଆହତ ସମସ୍ୟା କିମ୍ବା…

ଭାଜପାରେ ଯୋଗଦେଲେ ଟେନିସ୍‌ କିମ୍ବଦନ୍ତୀ ଲିଆଣ୍ଡର ପେସ୍‌

ନୂଆଦିଲ୍ଲୀ,୩୧ା୩: ଭାରତର ଟେନିସ୍‌ କିମ୍ବଦନ୍ତୀ ଲିଆଣ୍ଡର ପେସ୍‌ ମଙ୍ଗଳବାର ଭାରତୀୟ ଜନତା ପାର୍ଟି (ଭାଜପା)ରେ ଯୋଗଦେଇଛନ୍ତି। ପଶ୍ଚିମବଙ୍ଗରେ ହେବାକୁଥିବା ବିଧାନସଭା ନିର୍ବାଚନ ପୂର୍ବରୁ ୫୧ ବର୍ଷୀୟ ପେସ୍‌…

LIVE ମ୍ୟାଚ୍‌ରେ ଭୋ ଭୋ ହୋଇ କାନ୍ଦି ପକାଇଲେ ଜାଡେଜା, CSK ଲୋଗୋକୁ କଲେ ଚୁମ୍ବନ; ପ୍ରଶଂସକଙ୍କୁ ଭାବବିହ୍ବଳ କରୁଛି VIDEO 

ଅହମ୍ମଦାବାଦ,୩୧।୩: ଚେନ୍ନାଇ ସୁପର କିଙ୍ଗସ (CSK)  ସହ ରବୀନ୍ଦ୍ର ଜାଡେଜା ଦୀର୍ଘ ବର୍ଷ ଧରି ଜଡ଼ିତ ହୋଇ ରହିଥିଲେ। କିନ୍ତୁ ଆଇପିଏଲ ୨୦୨୬ରେ ଏହି ସମୀକରଣ ବଦଳି…

IAS ସ୍ତରରେ ଛୋଟ ଅଦଳବଦଳ: ଭାସ୍କର ଜ୍ୟୋତି ଶର୍ମାଙ୍କୁ ମିଳିଲା…

ଭୁବନେଶ୍ୱର,୩୧।୩: IAS ସ୍ତରରେ ଛୋଟ ଅଦଳବଦଳ କଲେ ରାଜ୍ୟ ସରକାର। ଭାସ୍କର ଜ୍ୟୋତି ଶର୍ମାଙ୍କୁ ଜଙ୍ଗଲ ଓ ପରିବେଶ ବିଭାଗ ପ୍ରମୁଖ ସଚିବ ଦାୟିତ୍ୱ ଦିଆଯାଇଥିବା ବେଳେ…

ଚାଉଳ ନପାଇ ଫେରି ଯାଉଛନ୍ତି ଲୋକେ: ସାନଖେମୁଣ୍ଡିରେ ଖାଉଟିଙ୍କୁ ଚାଉଳ ଯୋଗାଣରେ ଅବ୍ୟବସ୍ଥା ..

ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଗ୍ରାମାଞ୍ଚଳମାନଙ୍କରେ ଖାଦ୍ୟ ଯୋଗାଣ ବିଭାଗ ପକ୍ଷରୁ ଖାଉଟିଙ୍କୁ ଚାଉଳ ଯୋଗାଣରେ ଅବ୍ୟବସ୍ଥା ନେଇ ସିଙ୍ଗପୁର ପଞ୍ଚାୟତ ସରପଞ୍ଚ…

୧୬ ନମ୍ବର ଜାତୀୟ ରାଜପଥ ବଡ଼ ଘାଟି ଉପରେ ଓଲଟିଲା ଏସିଡି ଟ୍ୟାଙ୍କର

ଖଲ୍ଲିକୋଟ,୩୧।୩(ପ୍ରଶାନ୍ତ କୁମାର ମିଶ୍ର): ଖଲ୍ଲିକୋଟ ବ୍ଲକ ଅନ୍ତର୍ଗତ ୧୬ ନଂ. ଜାତୀୟ ରାଜପଥ ବଡ଼ଘାଟି ଉପରେ ମଙ୍ଗଳବାର ଅପରାହ୍ନରେ ଏକ ଏସିଡି ବୋଝେଇ ଟ୍ୟାଙ୍କର ଓଲଟି ପଡିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri