Categories: ବାଣିଜ୍ୟ

୧୪ ନଭେମ୍ବରରୁ ଷ୍ଟାର୍‌ କିରଣରେ ମହାସପ୍ତାହ

ଭୁବନେଶ୍ୱର,୧୩।୧୧: ଓଡ଼ିଆ ମନୋରଞ୍ଜନ ଚ୍ୟାନେଲ ଷ୍ଟାର୍‌ କିରଣ ପକ୍ଷରୁ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଉଛି। ଏପରିକି ଚଳିତ ବର୍ଷ ନଭେମ୍ବର ୧୪ ରୁ ୧୯ ପର୍ଯ୍ୟନ୍ତ ଏକ ସପ୍ତାହବ୍ୟାପୀ ଷ୍ଟାର୍‌ କିରଣରେ ପ୍ରସାରିତ ଧାରାବାହିକକୁ ନେଇ ମହାସପ୍ତାହ ହେବାକୁ ଯାଉଛି। ସୋମବାରରୁ ଶନିବାର ସନ୍ଧ୍ୟା ୭ ଘଟିକାରୁ ରାତି ୯ ଘଟିକା ମଧ୍ୟରେ ଷ୍ଟାର୍‌ କିରଣର ସମସ୍ତ ଶୋ’ରେ ରୋମାଞ୍ଚକର କାହାଣୀ ଏବଂ ଉଚ୍ଚ ଡ୍ରାମା ରହିବ ଯାହା ଆପଣଙ୍କୁ ଉତ୍ସାହିତ କରିବ ଏବଂ ପରବର୍ତ୍ତୀ ପର୍ଯ୍ୟାୟରେ କ’ଣ ଘଟିବ ଅନୁମାନ କରିବେ। ବିଶେଷକରି ଷ୍ଟାର୍‌ କିରଣର ମେଗା ଶୋ’ ବିଷୟରେ ଅଧିକ ଜାଣିବାର ସମୟ ଆସିଛି। ସେହିଭଳି ମେଘା, ଜୟ, ଶାନ୍ତି ଏବଂ ହେମାଙ୍କ ଜୀବନରେ କ’ଣ ଘଟିବାକୁ ଯାଉଛି। ସେମାନେ ନିଜ ଜୀବନରେ ଝଡ଼ରୁ ବଞ୍ଚତ୍ବାରେ ସକ୍ଷମ ହେବେ କି ନାହିଁ ସେସବୁ ବିଷୟରେ ଜାଣିବାକୁ ହେଲେ ସା ୭ଟାରୁ ରାତି ୯ଟା ପର୍ଯ୍ୟନ୍ତ ଚ୍ୟାନେଲର ସ୍ବତନ୍ତ୍ର କାର୍ଯ୍ୟକ୍ରମକୁ ଦେଖିବାକୁ ହେବ ବୋଲି ଷ୍ଟାର୍‌ କିରଣ ପକ୍ଷରୁ କୁହାଯାଇଛି। ଅପରପକ୍ଷରେ ‘ତୁ କହିବୁ ନା ମଁୁ, କିଏ ପର କିଏ ଆପଣା, ଶାନ୍ତି ଓ ସୁହାଗ ସିନ୍ଦୂର’ ଭଳି ପ୍ରମୁଖ ଧାରାବାହିକର କାହାଣୀରେ ଲାଗି ରହିଥିବ ରହସ୍ୟର ଖୁଲାସା ହୋଇପାରେ ବୋଲି ଜଣାପଡ଼ିଛି।

Share