ମନ ସହ ମନ ମିଶିଲେ ଗଢି ଉଠେ ଏଭଳି ସମ୍ପର୍କ

ବନ୍ଧୁତା କେତେବେଳେ କାହା ସହ ବି ହୋଇପାରେ। କାରଣ ଯେଉଁଠି ମନ ସହ ମନ ମିଶିଯାଏ ସେଇଠି ଗଢି ଉଠେ ଏହି ସମ୍ପର୍କ। ହୋଇପାରେ ଏହା ମଣିଷ ମଣିଷ ଭିତରେ, ପ୍ରାଣୀର ପ୍ରାଣୀ ସହ ଅବା ମଣିଷର ପ୍ରାଣୀ ସହ ବନ୍ଧୁତା…

ସିଂହ, କୁକୁର ଓ ମଣିଷ ଭିତରେ ବନ୍ଧୁତା: ଓକ୍‌ଲାହୋମା, ଓ୍ବେନିଉଡସ୍ଥ ଜି.ଡବ୍‌ଲ୍ୟୁ ଏକ୍‌ଜୋଟିକ୍‌ ଆନିମଲ୍‌ ପାର୍କରେ ଦେଖିବାକୁ ମିଳେ ଏକ ବିରାଟକାୟ ସିଂହର ଦୁଇଟି ଦାଚ୍‌ସହଣ୍ଡ ପ୍ରଜାତିର କୁକୁର ଓ ଜୁ କିପର୍‌ଙ୍କ ସହ ଅଦ୍ଭୁତ ବନ୍ଧୁତା। ବୋନ୍‌ଡିଗର୍‌ ନାମକ ଏହି ସିଂହଟି ଜନ୍ମରୁ ମେଟାବୋଲିକ ବୋନ୍‌ ଡିଜିଜ୍‌ରେ ଆକ୍ରାନ୍ତ ଥିଲା। ତେଣୁ ସେ ବିଶେଷ ଚଲାବୁଲା କରିପାରେ ନାହିଁ। ଏହା ଦେଖି ଦୁଇଟି କୁକୁର ଛୁଆ ସିଂହକୁ ସୁରକ୍ଷା ଦେବା ଆରମ୍ଭ କରିଦେଇଥିଲେ। ଆଉ ତା’ସହ ଖେଳୁଥିଲେ ମଧ୍ୟ। ବଡ଼ ହେବାସହ ସେମାନଙ୍କ ସମ୍ପର୍କ ଗଭୀର ହେବାକୁ ଲାଗିଲା। ସେମାନେ ଏକାଠି ମିଶି କଞ୍ଚା ମାଂସ ଖାଆନ୍ତି, ଏକାଠି ଖେଳନ୍ତି। ଚିଡିଆଖାନାର ଦେଖାରଖା କରୁଥିବା ଜନ୍‌ ରିଙ୍କ୍‌ଙ୍କର ବି ଏହି ସିଂହ ଓ କୁକୁରଙ୍କ ସହ ବେଶ୍‌ ଭଲ ବନ୍ଧୁତା ରହିଛି। ଏକ ଦୁର୍ଘଟଣାରେ ଦୁଇଟିଯାକ ଗୋଡ଼ ହରାଇଥିବା ରିଙ୍କ୍‌ ସିଂହ ବୋନ୍‌ଡିଗର୍‌କୁ ଛୋଟବେଳୁ ଲାଳନପାଳନ କରି ବଡ଼ କରିଛନ୍ତି। ତେଣୁ ବୋନ୍‌ଡିଗର୍‌ ରିଙ୍କ୍‌ଙ୍କୁ ବହୁତ ଭଲ ପାଏ। ଦିନେ ନ ଦେଖିଥିଲେ ପରଦିନ କୁକୁରମାନେ ଖୁସିରେ ଦୌଡି ଆସି ଦୁଇ ଗୋଡ଼ରେ ଠିଆ ହୋଇ ମାଲିକଙ୍କୁ କୋଳାଗ୍ରତ କଲାଭଳି ବୋନ୍‌ଡିଗର୍‌ ରିଙ୍କ୍‌ଙ୍କ ପାଖକୁ ଦୌଡ଼ି ଆସି ଗେହ୍ଲା ହୁଏ। ଏମାନଙ୍କ ଭିତରେ ଥିବା ବନ୍ଧୁତା ଏତେ ନିବିଡ଼ ଯେ କେହି କାହାକୁ ଛାଡ଼ି ରହିପାରନ୍ତି ନାହିଁ।

ତିନି ବନ୍ଧୁ ବାଘ, ଭାଲୁ ଓ ସିଂହ: ୨୦୦୧ରେ ଏମାନଙ୍କୁ ଏକ ଡ୍ରଗ୍‌ ଡିଲର୍‌ର କବ୍‌ଜାରୁ ଉଦ୍ଧାର କରାଯାଇଥିଲା। ସେତେବେଳେ ସେମାନେ ଥିଲେ ଖୁବ୍‌ ଛୋଟ। ଡ୍ରଗ୍‌ ଡିଲର୍‌ଜଣକ ଏମାନଙ୍କ ଉପରେ ଏତେ ଅତ୍ୟାଚାର କରିଥିଲେ ଯେ, ସେମାନେ ପୁଷ୍ଟିହୀନତାର ଶିକାର ହେବା ସହ ରୁଗ୍ଣ ଓ ଖୁବ୍‌ ଭୟଭୀତ ଥିଲେ। ଭାଲୁ ଛୁଆଟିର ସ୍ଥିତି ତ ବହୁତ ବିଗିଡି ଯାଇଥିଲା। ତେଣୁ ଅସ୍ତ୍ରୋପଚାର କରି ତାକୁ ସୁସ୍ଥ କରାଯାଇଥିଲା। ଏହାପରେ ତିନିଜଣ ଏକାଠି ଆମେରିକା, ନୋଆହର ଆର୍କ ଆନିମଲ୍‌ ସାଙ୍କଚୁୟାରୀରେ ରହିଲେ। ତାଙ୍କ ନାମ ବଲ୍ଲୁ(ଭାଲୁ), ଶେର ଖାନ୍‌(ବାଘ) ଓ ଲିଓ(ସିଂହ) ରଖାଗଲା। ସେମାନେ ଏକାଠି ବଡ଼ ହେଲେ। ସେମାନଙ୍କ ବନ୍ଧୁତା ଗଭୀର ହେବାକୁ ଲାଗିଲା। ଆଉ ସେମାନଙ୍କ ବନ୍ଧୁତାର ଚର୍ଚ୍ଚା ବ୍ୟାପିବାକୁ ଲାଗିଲା। ହେଲେ ୧୫ ବର୍ଷର ବନ୍ଧୁତା ପରେ ଲିଓ(ସିଂହ)ର ମୃତ୍ୟୁ ହୋଇଗଲା। ଏବେ ବଲ୍ଲୁ ଓ ଶେର ଖାନ୍‌, ଲିଓର ସମାଧି ନିକଟରେ ଯାଇ ବସୁଥିବା ଦେଖିବାକୁ ମିଳୁଛି। ଲାଗେ ସେମାନେ ତାକୁ ବହୁତ ମନେ ପକାଉଛନ୍ତି।

କୁକୁର ଓ ପେଚା: ନ୍ୟୁହାମ୍ପଶାୟର୍‌ସ୍ଥ ରିଙ୍ଗଉଡ୍‌ ରାପ୍ଟର ଆଣ୍ଡ ରେପ୍ଟାଇଲ୍‌ ସେଣ୍ଟରରେ ଏକ ପେଚା ଛୁଆକୁ ତା’ ମା’ଠାରୁ ଅଲଗା କରାଯାଇଥିଲା। କାରଣ ମା’ ପେଚା ବହୁତ ରାଗିଥିଲା। ସେ ନିଜ ଛୁଆକୁ କଷ୍ଟ ଦେଉଥିଲା। ପେଚା ଛୁଆଟିକୁ ପରେ ସେମାନେ ନାଁ ଦେଇଥିଲେ ଶ୍ରେକ୍‌। ସେଠାକାର କେୟାର୍‌ ଟେକର୍‌ ଜନ୍‌ ପିକ୍ଟନ୍‌ ଶ୍ରେକ୍‌ ସହ ଟର୍କ ନାମକ ଏକ ଗ୍ରେହାଉଣ୍ଡ କୁକୁର ଛୁଆକୁ ଗୋଟିଏ ଘରେ ରଖି ଯତ୍ନ ନେଉଥିଲେ। ଫଳରେ ଧୀରେ ଧୀରେ ଶ୍ରେକ୍‌ ଓ ଟର୍କ ଭିତରେ ବନ୍ଧୁତା ସ୍ଥାପନ ହୋଇଗଲା। ଏବେ ଦୁହେଁ ବଡ଼ ହୋଇଗଲେଣି। ସେମାନେ ମିଶି ବାହାରେ ଖେଳନ୍ତି। ଆଉ ପିକ୍ଟନ୍‌ଙ୍କ ଘର ଭିତରେ ଦୁହେଁ ସାଙ୍ଗ ହୋଇ ବୁଲନ୍ତି, ଏକାଠି ସୋଫାରେ ବସି ଟିଭି ବି ଦେଖନ୍ତି।

ସିମ୍ପାଞ୍ଜି ଅଞ୍ଜନା ଓ ବାଘଛୁଆ: ହରିକେନ୍‌ରେ ଦୁଇଟି ବାଘଛୁଆ ମା’କୁ ହରାଇଥିଲେ। ପରେ ସେମାନଙ୍କୁ ଆମେରିକାର ଆନିମଲ୍‌ ରିଜର୍ଭ ସେଣ୍ଟର ଆଶ୍ରା ଦେଇଥିଲା। ସେଠାକାର କେୟାର ଟେକର୍‌ ଥିଲେ ଚିନା ୟର୍କ। ଚିନା ୟର୍କ ଦୁଇ ବାଘ ଛୁଆଙ୍କର ଯତ୍ନ ନେଲେ। ଆଉ ଏଥିରେ ତାଙ୍କୁ ସହଯୋଗ କରୁଥିଲା ଅଞ୍ଜନା ନାମକ ଏକ ସିମ୍ପାଞ୍ଜି। ଅଞ୍ଜନା ସେମାନଙ୍କୁ ଆଦରରେ କୋଳେଇ ଧରିବା, କ୍ଷୀର ବୋତଲ ଧରି ପିଆଇଦେବା ସହ ବାଘ ଛୁଆଙ୍କ ସହ ବହୁତ ଖେଳୁଥିଲା। ଖାଲି ଏଇ ବାଘ ଛୁଆ ନୁହନ୍ତି ଏହିଭଳି ଅନେକ ଅନାଥ ପ୍ରାଣୀଙ୍କ ଯତ୍ନ ଓ ଲାଳନପାଳନରେ ଅଞ୍ଜନା ଚିନା ୟର୍କଙ୍କୁ ସାହାଯ୍ୟ କରିଛି। ଅଞ୍ଜନା ସବୁ ପ୍ରାଣୀଙ୍କ ସହ ବେଶ୍‌ ସହଜତାର ସହ ମିଶିଯାଏ ଓ ଭଲ ଯତ୍ନ ନେଇପାରେ, ଯାହାକୁ ଦେଖି ଲୋକେ ବେଶ୍‌ ଚକିତ ହୁଅନ୍ତି।

ଚିତାବାଘ ସହ କୁକୁରର ବନ୍ଧୁତା : ଆମେରିକାର ବୁସ୍କ ଗାର୍ଡେନ୍‌ରେ ଲାର୍ବାଡର୍‌ ପ୍ରଜାତିର କୁକୁର ମତାନୀ ଓ ଚିତାବାଘ କାଶୀ ଏକାଠି ବଢିଛନ୍ତି। ଛୋଟରୁ ବଡ଼ ହେବା ଭିତରେ ସେମାନଙ୍କ ଭିତରର ଭଲ ପାଇବା ବଢିଥିଲା। ଆଉ ଲୋକେ ସେମାନଙ୍କ ବନ୍ଧୁତାର ଦୃଶ୍ୟ ଦେଖିବାକୁ ଆସୁଥିଲେ। ତେବେ ଯୁବାବସ୍ଥାରେ କାଶୀ ମାଈ ଚିତାବାଘ ପ୍ରତି ବେଶି ଆକର୍ଷିତ ହୋଇ ତାଙ୍କ ନିକଟକୁ ଚାଲି ଯାଇଥିଲା। ହେଲେ ପରେ ଦୁହେଁ ପୁଣି ଏକାଠି ହୋଇଥିଲେ। ଏବେବି ସେମାନେ ଭଲ ବନ୍ଧୁ ଅଛନ୍ତି।

କୁକୁଡା ଓ କୁକୁର ଛୁଆ: କୁକୁଡା ମାବେଲ୍‌ ଏକ ଘୋଡା ଆକ୍ରମଣରେ ଗୁରୁତର ଆହତ ହୋଇଯାଇଥାଏ। ଏଡଓ୍ବାର୍ଡ ନାମକ ଜଣେ ବ୍ୟକ୍ତି ତାକୁ ଉଦ୍ଧାର କରି ଘରକୁ ନେଇଆସିଥିଲେ। ତାର ଯତ୍ନ ନେଇ ସୁସ୍ଥ କଲେ। ସେତେବେଳେ ତାଙ୍କ ଘରେ ଥିବା କୁକୁର ନେଟଲ୍‌ ଛୁଆ ଜନ୍ମ କରିଥାଏ। ହେଲେ ସେ ଛୁଆଙ୍କ ଯତ୍ନ ନ ନେଇ ବାହାରେ ବୁଲାବୁଲି କରେ। ଏହା ଦେଖି ଥରେ କୁକୁଡା ମାବେଲ୍‌ କୁକୁର ଛୁଆଙ୍କୁ ନିଜର କରି ନେଲା। ସେମାନଙ୍କ ଉପରେ ବସି ତାଙ୍କୁ ଉଷ୍ମତା ପ୍ରଦାନ କଲା। ଆଉ ତାଙ୍କ ସାଥୀ ସାଜି ଖେଳାଖେଳି କଲା।


Enter your email to get our daily news in your inbox.

All Right Reserved By Dharitri.Com

ବର୍ଷର ଶେଷ ଦିନ ସଂହ ରାଶି ସହ ୫ରାଶିର ଫିଟିଯିବ ଭାଗ୍ୟ! ବାଜିବ ଲଟେରୀ

ଆସନ୍ତାକାଲି ହେଉଛି ୨୦୨୫ ବର୍ଷର ଶେଷ ୩୧ତମ ଦିନ ଏବଂ ବୁଧବାର। ବୁଧବାର ଦିନ ପ୍ରତିବନ୍ଧକ ଦୂରକାରୀ ଭଗବାନ ଗଣେଶ ଏବଂ ଜ୍ଞାନ ଏବଂ ବିବେକର...

ସତ ହେବ ବାବା ଭେଙ୍ଗାଙ୍କ ଭବିଷ୍ୟବାଣୀ! ବର୍ଷ ଆରମ୍ଭରୁ ୬ରାଶି…

୨୦୨୬ ବର୍ଷ ପାଇଁ ବଡ଼ ଭବିଷ୍ୟବାଣୀ କରିଯାଇଛନ୍ତି ବାବା ଭେଙ୍ଗା । କିଛି ରାଶିରେ ଅତ୍ୟନ୍ତ ଶୁଭ ହେବାକୁ ଯାଉଛି ବର୍ଷ ୨୦୨୬ । ବୃଷ,...

କେମିତି ରହିବ ୨୦୨୬ରେ ଶନିଙ୍କ ଚାଲି? ଏସବୁ ରାଶି ରହିବେ ସତର୍କ, ଖରାପ ଟାଇମ୍‌ ଆରମ୍ଭ…

ହିନ୍ଦୁ ଧର୍ମ ଏବଂ ଜ୍ୟୋତିଷ ଶାସ୍ତ୍ରରେ, ଶନି ଦେବଙ୍କୁ କର୍ମର ଦାତା ଏବଂ ନ୍ୟାୟର ଦେବତା ଭାବରେ ବିବେଚନା କରାଯାଏ। ତାଙ୍କୁ ନଅଟି ଗ୍ରହ ମଧ୍ୟରେ...

ଶାମ୍ବ ଦଶମୀରେ ଖୋଲିବ ଏହି ୩ ରାଶିର ଭାଗ୍ୟ, ସବୁ କ୍ଷେତ୍ରରେ ମିଳିବ ସଫଳତା

 ଆଜି ପବିତ୍ର ଶାମ୍ବ ଦଶମୀ । ପୌଷ ଶୁକ୍ଳ ଦଶମୀ ତିଥିରେ ଶାମ୍ବ ଦଶମୀ ପାଳନ କରାଯାଇଥାଏ । ଶାମ୍ବ ଦଶମୀରେ ସୂର୍ଯ୍ୟଙ୍କର ପୂଜା କରାଯାଇଥାଏ...

ନୂଆବର୍ଷ ୨୦୨୬ରୁ ଏହି ୩ ରାଶିର ଭଲ ଦିନ ଆରମ୍ଭ: ସୃଷ୍ଟି ହେଉଛି ଚତୁର୍ଗ୍ରହୀ ଯୋଗ, ଘଟିବ…

୨୦୨୬ର ପ୍ରଥମ ଦିନ ଜ୍ୟୋତିଷ ଦୃଷ୍ଟିକୋଣରୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ, କାରଣ ଏହି ଦିନରେ ଏକ ଶକ୍ତିଶାଳୀ ଚତୁର୍ଗ୍ରହୀ ଯୋଗ ସୃଷ୍ଟି ହେଉଛି। ଜାନୁଆରୀ ୧, ୨୦୨୬...

ଜାନୁଆରୀ ୧୧ ସୁଦ୍ଧା ଏହି ୩ ରାଶିର ହେବାକୁ ଯାଉଛି ବଡ଼ ପରିବର୍ତ୍ତନ, ଗ୍ରହଙ୍କ ରାଜା ‘ସୂର୍ଯ୍ୟ’ କଲେ ନକ୍ଷତ୍ର ଗୋଚର

ଜ୍ୟୋତିଷ ଶାସ୍ତ୍ରରେ, ସୂର୍ଯ୍ୟ, ଯାହାକୁ ସୂର୍ଯ୍ୟ ଦେବତା ଏବଂ ଗ୍ରହମାନଙ୍କର ରାଜା ଉଭୟ ଭାବରେ ବିବେଚନା କରାଯାଏ, ୨୦୨୫ରେ ତାଙ୍କର ଶେଷ ଗୋଚର ସମାପ୍ତ କରିଛି।...

ବିବାହ କରିବାକୁ ଯାଉଥିଲେ ନିଶ୍ଚିତ ଯାଞ୍ଚ କରନ୍ତୁ ଏସବୁ, ନଚେତ୍‌ ପରେ କରିବେ ପଶ୍ଚାତାପ

ବିବାହ ହେଉଛି ଜୀବନର ସବୁଠାରୁ ବଡ଼ ତଥା ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ମଧ୍ୟରୁ ଗୋଟିଏ। ଏହା କେବଳ ଦୁଇଟି ଲୋକ ମଧ୍ୟରେ ସୀମିତ ସମ୍ପର୍କ ନୁହେଁ। ଦୁଇଟି...

ସୃଷ୍ଟି ହେବ ଗଜକେଶରୀ ଯୋଗ, ଏହି ୨ ରାଶିର ବ୍ୟକ୍ତିଙ୍କର କ୍ୟାରିଅରରେ ହେବ ଉନ୍ନତି

ଗ୍ରହ ଏବଂ ନକ୍ଷତ୍ର ମଣ୍ଡଳର ଗତିକୁ ଆଧାର କରି ୨୦୨୬ ମସିହାର ପ୍ରଥମ କିଛି ଦିନ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଏ । ଏହି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri