ମନ ସହ ମନ ମିଶିଲେ ଗଢି ଉଠେ ଏଭଳି ସମ୍ପର୍କ

ବନ୍ଧୁତା କେତେବେଳେ କାହା ସହ ବି ହୋଇପାରେ। କାରଣ ଯେଉଁଠି ମନ ସହ ମନ ମିଶିଯାଏ ସେଇଠି ଗଢି ଉଠେ ଏହି ସମ୍ପର୍କ। ହୋଇପାରେ ଏହା ମଣିଷ ମଣିଷ ଭିତରେ, ପ୍ରାଣୀର ପ୍ରାଣୀ ସହ ଅବା ମଣିଷର ପ୍ରାଣୀ ସହ ବନ୍ଧୁତା…

ସିଂହ, କୁକୁର ଓ ମଣିଷ ଭିତରେ ବନ୍ଧୁତା: ଓକ୍‌ଲାହୋମା, ଓ୍ବେନିଉଡସ୍ଥ ଜି.ଡବ୍‌ଲ୍ୟୁ ଏକ୍‌ଜୋଟିକ୍‌ ଆନିମଲ୍‌ ପାର୍କରେ ଦେଖିବାକୁ ମିଳେ ଏକ ବିରାଟକାୟ ସିଂହର ଦୁଇଟି ଦାଚ୍‌ସହଣ୍ଡ ପ୍ରଜାତିର କୁକୁର ଓ ଜୁ କିପର୍‌ଙ୍କ ସହ ଅଦ୍ଭୁତ ବନ୍ଧୁତା। ବୋନ୍‌ଡିଗର୍‌ ନାମକ ଏହି ସିଂହଟି ଜନ୍ମରୁ ମେଟାବୋଲିକ ବୋନ୍‌ ଡିଜିଜ୍‌ରେ ଆକ୍ରାନ୍ତ ଥିଲା। ତେଣୁ ସେ ବିଶେଷ ଚଲାବୁଲା କରିପାରେ ନାହିଁ। ଏହା ଦେଖି ଦୁଇଟି କୁକୁର ଛୁଆ ସିଂହକୁ ସୁରକ୍ଷା ଦେବା ଆରମ୍ଭ କରିଦେଇଥିଲେ। ଆଉ ତା’ସହ ଖେଳୁଥିଲେ ମଧ୍ୟ। ବଡ଼ ହେବାସହ ସେମାନଙ୍କ ସମ୍ପର୍କ ଗଭୀର ହେବାକୁ ଲାଗିଲା। ସେମାନେ ଏକାଠି ମିଶି କଞ୍ଚା ମାଂସ ଖାଆନ୍ତି, ଏକାଠି ଖେଳନ୍ତି। ଚିଡିଆଖାନାର ଦେଖାରଖା କରୁଥିବା ଜନ୍‌ ରିଙ୍କ୍‌ଙ୍କର ବି ଏହି ସିଂହ ଓ କୁକୁରଙ୍କ ସହ ବେଶ୍‌ ଭଲ ବନ୍ଧୁତା ରହିଛି। ଏକ ଦୁର୍ଘଟଣାରେ ଦୁଇଟିଯାକ ଗୋଡ଼ ହରାଇଥିବା ରିଙ୍କ୍‌ ସିଂହ ବୋନ୍‌ଡିଗର୍‌କୁ ଛୋଟବେଳୁ ଲାଳନପାଳନ କରି ବଡ଼ କରିଛନ୍ତି। ତେଣୁ ବୋନ୍‌ଡିଗର୍‌ ରିଙ୍କ୍‌ଙ୍କୁ ବହୁତ ଭଲ ପାଏ। ଦିନେ ନ ଦେଖିଥିଲେ ପରଦିନ କୁକୁରମାନେ ଖୁସିରେ ଦୌଡି ଆସି ଦୁଇ ଗୋଡ଼ରେ ଠିଆ ହୋଇ ମାଲିକଙ୍କୁ କୋଳାଗ୍ରତ କଲାଭଳି ବୋନ୍‌ଡିଗର୍‌ ରିଙ୍କ୍‌ଙ୍କ ପାଖକୁ ଦୌଡ଼ି ଆସି ଗେହ୍ଲା ହୁଏ। ଏମାନଙ୍କ ଭିତରେ ଥିବା ବନ୍ଧୁତା ଏତେ ନିବିଡ଼ ଯେ କେହି କାହାକୁ ଛାଡ଼ି ରହିପାରନ୍ତି ନାହିଁ।

ତିନି ବନ୍ଧୁ ବାଘ, ଭାଲୁ ଓ ସିଂହ: ୨୦୦୧ରେ ଏମାନଙ୍କୁ ଏକ ଡ୍ରଗ୍‌ ଡିଲର୍‌ର କବ୍‌ଜାରୁ ଉଦ୍ଧାର କରାଯାଇଥିଲା। ସେତେବେଳେ ସେମାନେ ଥିଲେ ଖୁବ୍‌ ଛୋଟ। ଡ୍ରଗ୍‌ ଡିଲର୍‌ଜଣକ ଏମାନଙ୍କ ଉପରେ ଏତେ ଅତ୍ୟାଚାର କରିଥିଲେ ଯେ, ସେମାନେ ପୁଷ୍ଟିହୀନତାର ଶିକାର ହେବା ସହ ରୁଗ୍ଣ ଓ ଖୁବ୍‌ ଭୟଭୀତ ଥିଲେ। ଭାଲୁ ଛୁଆଟିର ସ୍ଥିତି ତ ବହୁତ ବିଗିଡି ଯାଇଥିଲା। ତେଣୁ ଅସ୍ତ୍ରୋପଚାର କରି ତାକୁ ସୁସ୍ଥ କରାଯାଇଥିଲା। ଏହାପରେ ତିନିଜଣ ଏକାଠି ଆମେରିକା, ନୋଆହର ଆର୍କ ଆନିମଲ୍‌ ସାଙ୍କଚୁୟାରୀରେ ରହିଲେ। ତାଙ୍କ ନାମ ବଲ୍ଲୁ(ଭାଲୁ), ଶେର ଖାନ୍‌(ବାଘ) ଓ ଲିଓ(ସିଂହ) ରଖାଗଲା। ସେମାନେ ଏକାଠି ବଡ଼ ହେଲେ। ସେମାନଙ୍କ ବନ୍ଧୁତା ଗଭୀର ହେବାକୁ ଲାଗିଲା। ଆଉ ସେମାନଙ୍କ ବନ୍ଧୁତାର ଚର୍ଚ୍ଚା ବ୍ୟାପିବାକୁ ଲାଗିଲା। ହେଲେ ୧୫ ବର୍ଷର ବନ୍ଧୁତା ପରେ ଲିଓ(ସିଂହ)ର ମୃତ୍ୟୁ ହୋଇଗଲା। ଏବେ ବଲ୍ଲୁ ଓ ଶେର ଖାନ୍‌, ଲିଓର ସମାଧି ନିକଟରେ ଯାଇ ବସୁଥିବା ଦେଖିବାକୁ ମିଳୁଛି। ଲାଗେ ସେମାନେ ତାକୁ ବହୁତ ମନେ ପକାଉଛନ୍ତି।

କୁକୁର ଓ ପେଚା: ନ୍ୟୁହାମ୍ପଶାୟର୍‌ସ୍ଥ ରିଙ୍ଗଉଡ୍‌ ରାପ୍ଟର ଆଣ୍ଡ ରେପ୍ଟାଇଲ୍‌ ସେଣ୍ଟରରେ ଏକ ପେଚା ଛୁଆକୁ ତା’ ମା’ଠାରୁ ଅଲଗା କରାଯାଇଥିଲା। କାରଣ ମା’ ପେଚା ବହୁତ ରାଗିଥିଲା। ସେ ନିଜ ଛୁଆକୁ କଷ୍ଟ ଦେଉଥିଲା। ପେଚା ଛୁଆଟିକୁ ପରେ ସେମାନେ ନାଁ ଦେଇଥିଲେ ଶ୍ରେକ୍‌। ସେଠାକାର କେୟାର୍‌ ଟେକର୍‌ ଜନ୍‌ ପିକ୍ଟନ୍‌ ଶ୍ରେକ୍‌ ସହ ଟର୍କ ନାମକ ଏକ ଗ୍ରେହାଉଣ୍ଡ କୁକୁର ଛୁଆକୁ ଗୋଟିଏ ଘରେ ରଖି ଯତ୍ନ ନେଉଥିଲେ। ଫଳରେ ଧୀରେ ଧୀରେ ଶ୍ରେକ୍‌ ଓ ଟର୍କ ଭିତରେ ବନ୍ଧୁତା ସ୍ଥାପନ ହୋଇଗଲା। ଏବେ ଦୁହେଁ ବଡ଼ ହୋଇଗଲେଣି। ସେମାନେ ମିଶି ବାହାରେ ଖେଳନ୍ତି। ଆଉ ପିକ୍ଟନ୍‌ଙ୍କ ଘର ଭିତରେ ଦୁହେଁ ସାଙ୍ଗ ହୋଇ ବୁଲନ୍ତି, ଏକାଠି ସୋଫାରେ ବସି ଟିଭି ବି ଦେଖନ୍ତି।

ସିମ୍ପାଞ୍ଜି ଅଞ୍ଜନା ଓ ବାଘଛୁଆ: ହରିକେନ୍‌ରେ ଦୁଇଟି ବାଘଛୁଆ ମା’କୁ ହରାଇଥିଲେ। ପରେ ସେମାନଙ୍କୁ ଆମେରିକାର ଆନିମଲ୍‌ ରିଜର୍ଭ ସେଣ୍ଟର ଆଶ୍ରା ଦେଇଥିଲା। ସେଠାକାର କେୟାର ଟେକର୍‌ ଥିଲେ ଚିନା ୟର୍କ। ଚିନା ୟର୍କ ଦୁଇ ବାଘ ଛୁଆଙ୍କର ଯତ୍ନ ନେଲେ। ଆଉ ଏଥିରେ ତାଙ୍କୁ ସହଯୋଗ କରୁଥିଲା ଅଞ୍ଜନା ନାମକ ଏକ ସିମ୍ପାଞ୍ଜି। ଅଞ୍ଜନା ସେମାନଙ୍କୁ ଆଦରରେ କୋଳେଇ ଧରିବା, କ୍ଷୀର ବୋତଲ ଧରି ପିଆଇଦେବା ସହ ବାଘ ଛୁଆଙ୍କ ସହ ବହୁତ ଖେଳୁଥିଲା। ଖାଲି ଏଇ ବାଘ ଛୁଆ ନୁହନ୍ତି ଏହିଭଳି ଅନେକ ଅନାଥ ପ୍ରାଣୀଙ୍କ ଯତ୍ନ ଓ ଲାଳନପାଳନରେ ଅଞ୍ଜନା ଚିନା ୟର୍କଙ୍କୁ ସାହାଯ୍ୟ କରିଛି। ଅଞ୍ଜନା ସବୁ ପ୍ରାଣୀଙ୍କ ସହ ବେଶ୍‌ ସହଜତାର ସହ ମିଶିଯାଏ ଓ ଭଲ ଯତ୍ନ ନେଇପାରେ, ଯାହାକୁ ଦେଖି ଲୋକେ ବେଶ୍‌ ଚକିତ ହୁଅନ୍ତି।

ଚିତାବାଘ ସହ କୁକୁରର ବନ୍ଧୁତା : ଆମେରିକାର ବୁସ୍କ ଗାର୍ଡେନ୍‌ରେ ଲାର୍ବାଡର୍‌ ପ୍ରଜାତିର କୁକୁର ମତାନୀ ଓ ଚିତାବାଘ କାଶୀ ଏକାଠି ବଢିଛନ୍ତି। ଛୋଟରୁ ବଡ଼ ହେବା ଭିତରେ ସେମାନଙ୍କ ଭିତରର ଭଲ ପାଇବା ବଢିଥିଲା। ଆଉ ଲୋକେ ସେମାନଙ୍କ ବନ୍ଧୁତାର ଦୃଶ୍ୟ ଦେଖିବାକୁ ଆସୁଥିଲେ। ତେବେ ଯୁବାବସ୍ଥାରେ କାଶୀ ମାଈ ଚିତାବାଘ ପ୍ରତି ବେଶି ଆକର୍ଷିତ ହୋଇ ତାଙ୍କ ନିକଟକୁ ଚାଲି ଯାଇଥିଲା। ହେଲେ ପରେ ଦୁହେଁ ପୁଣି ଏକାଠି ହୋଇଥିଲେ। ଏବେବି ସେମାନେ ଭଲ ବନ୍ଧୁ ଅଛନ୍ତି।

କୁକୁଡା ଓ କୁକୁର ଛୁଆ: କୁକୁଡା ମାବେଲ୍‌ ଏକ ଘୋଡା ଆକ୍ରମଣରେ ଗୁରୁତର ଆହତ ହୋଇଯାଇଥାଏ। ଏଡଓ୍ବାର୍ଡ ନାମକ ଜଣେ ବ୍ୟକ୍ତି ତାକୁ ଉଦ୍ଧାର କରି ଘରକୁ ନେଇଆସିଥିଲେ। ତାର ଯତ୍ନ ନେଇ ସୁସ୍ଥ କଲେ। ସେତେବେଳେ ତାଙ୍କ ଘରେ ଥିବା କୁକୁର ନେଟଲ୍‌ ଛୁଆ ଜନ୍ମ କରିଥାଏ। ହେଲେ ସେ ଛୁଆଙ୍କ ଯତ୍ନ ନ ନେଇ ବାହାରେ ବୁଲାବୁଲି କରେ। ଏହା ଦେଖି ଥରେ କୁକୁଡା ମାବେଲ୍‌ କୁକୁର ଛୁଆଙ୍କୁ ନିଜର କରି ନେଲା। ସେମାନଙ୍କ ଉପରେ ବସି ତାଙ୍କୁ ଉଷ୍ମତା ପ୍ରଦାନ କଲା। ଆଉ ତାଙ୍କ ସାଥୀ ସାଜି ଖେଳାଖେଳି କଲା।


Enter your email to get our daily news in your inbox.

All Right Reserved By Dharitri.Com

ଖରାଦିନେ ଆବଶ୍ୟକତାଠୁ ଅଧିକ ପାଣି ପିଉଛନ୍ତି କି? ହୋଇପାରେ ଗୁରୁତର ସମସ୍ୟା

ନୂଆଦିଲ୍ଲୀ,୨।୪: ପ୍ରଚୁର ପାଣି ପିଇବା ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ । କାରଣ ଏହା ଶରୀରକୁ ହାଇଡ୍ରେଟ୍ ରଖେ, ଚର୍ମର ରଙ୍ଗକୁ ଉନ୍ନତ କରେ ଏବଂ ବିଷାକ୍ତ ପଦାର୍ଥ…

ଏପ୍ରିଲରେ ଏହି ୪ଟି ରାଶିର ବ୍ୟକ୍ତିଙ୍କ ପାଇଁ ଆସୁଛି ଭଲ ସମୟ, ମାଲାମାଲ୍ ହେବେ….

ଏପ୍ରିଲ ମାସ ଚାରୋଟି ନିର୍ଦ୍ଦିଷ୍ଟ ରାଶିର ବ୍ୟକ୍ତିବିଶେଷଙ୍କ ପାଇଁ ଅତ୍ୟନ୍ତ ଶୁଭ ସାବ୍ୟସ୍ତ ହେବାକୁ ଯାଉଛି। ଏହି ରାଶିଗୁଡ଼ିକ ପ୍ରତ୍ୟେକ ପ୍ରୟାସରେ ସଫଳତା ହାସଲ କରିବେ। ବିଶେଷକରି,…

ଖରାଦିନେ ଶରୀର ପାଇଁ ଉପକାରୀ ଆଖୁରସ

ଶରୀର ପାଇଁ ବେଶ୍‌ ଉପକାରୀ ହେଉଛି ଆଖୁରସ। ମୁଖ୍ୟତଃ ଖରାଦିନେ ଏହାର ଚାହିଦା ଅଧିକ। ଏଥିରେ ବିଭିନ୍ନ ପ୍ରକାର ଭିଟାମିନ୍‌ ଭରି ରହିଛି। ଆଖୁରସ ପିଇବା ଦ୍ୱାରା…

ଫଳପ୍ରଦ ଆଣ୍ଟିବାୟୋଟିକ୍‌ ପଦାର୍ଥର ବିକାଶ

ବ୍ୟାକ୍ଟେରିଓଫେଜ୍‌ ଭାଇରସ୍‌ ବ୍ୟାକ୍ଟେରିଆର ପ୍ରତିରକ୍ଷା ବ୍ୟବସ୍ଥା ଭେଦ କରେ କିପରି। ବ୍ୟାକ୍ଟେରିଓଫେଜ୍‌ ହେଉଛି ବ୍ୟାକ୍ଟେରିଆକୁ ସଂକ୍ରମିତ କରୁଥିବା ଏକ ଭାଇରସ୍‌। ବଞ୍ଚତ୍ବା ପାଇଁ ସେମାନଙ୍କୁ ଏକ ବ୍ୟାକ୍ଟେରିଆ…

ସୁସ୍ଥ ରହିବେ ବୟସ୍କ ବ୍ୟକ୍ତି

ଦଶ ବର୍ଷ ପୂର୍ବେ ମନୁଷ୍ୟର ହାରାହାରି ଜୀବନକାଳ ପ୍ରାୟ ୬୩ ବର୍ଷ ଥିଲା। ଡାକ୍ତରୀ ବ୍ୟବସ୍ଥାର ସୁବ୍ୟବସ୍ଥା ଏବଂ ଉତ୍ତମ ସ୍ବାସ୍ଥ୍ୟସେବା ଯୋଗୁଁ ଆମର ହାରାହାରି ବୟସ…

ରାମନବମୀରେ ବିରଳ ସଂଯୋଗ, ଏହି ୩ ରାଶିର ଖୋଲିବ ଭାଗ୍ୟ

୨୭ ମାର୍ଚ୍ଚ ୨୦୨୬, ପ୍ରେମ ଏବଂ ସମ୍ପର୍କ ଦୃଷ୍ଟିରୁ ବିଶେଷ ଦିନ ହେବାକୁ ଯାଉଛି । ଆଜି ସାରା ଦେଶରେ ରାମନବମୀ ପାଳନ ହେଉଥିବା ବେଳେ ଅନେକ…

ଅନ୍ତର୍ଜାତୀୟ ବ୍ୟବସ୍ଥାରେ ଅସଙ୍ଗତି

ନିକଟରେ କାନାଡ଼ାର ପ୍ରଧାନମନ୍ତ୍ରୀ ମାର୍କ କାର୍ନି ତାଙ୍କ ଭାଷଣରେ ନିୟମ ଆଧାରିତ ଅନ୍ତର୍ଜାତୀୟ ବ୍ୟବସ୍ଥାକୁ ‘ଛଳନାତ୍ମକ’ ବା ଅବାସ୍ତବ ବୋଲି ବର୍ଣ୍ଣନା କରିଥିଲେ। ଏହି ମନ୍ତବ୍ୟ ଗ୍ଲୋବାଲ…

ଏମଏସ ଧୋନିଙ୍କ ମେରିଲର ଭାପି କ୍ୟାମ୍ପସକୁ ପ୍ରଥମ ଗସ୍ତ, ଏକ ଉତ୍ସର୍ଗୀକୃତ ବରିଷ୍ଠ ନାଗରିକ ସ୍ୱାସ୍ଥ୍ୟ ପଦକ୍ଷେପ ସହିତ 'ଟ୍ରିଟମେଣ୍ଟ ଜରୁରୀ ହୈ' ଆନ୍ଦୋଳନକୁ ସୁଦୃଢ଼ କରେ।

“ପିଲାଦିନ ଅବସର ନ ନେବା ଉଚିତ୍”: ଆନନ୍ଦ, ଗାରିମା ଏବଂ ପ୍ରତିଷେଧକ ଯତ୍ନ ସହିତ ବାର୍ଦ୍ଧକ୍ୟକୁ ପୁନଃସଂଜ୍ଞାୟିତ କରିବା ପାଇଁ ଏକ ଜାତୀୟ ଆହ୍ୱାନ

ଭାପି, ୨୫।୩ : ମେରିଲର ଭାପିସ୍ଥିତ ବିଶ୍ୱ ମୁଖ୍ୟାଳୟକୁ ଭାରତର ପୂର୍ବତନ କ୍ରିକେଟ୍ ଅଧିନାୟକ ମହେନ୍ଦ୍ର ସିଂଧୋନିଙ୍କର ପ୍ରଥମ ଗସ୍ତ ଅବସରରେ ଧୋନି “ପିଲାଦିନ ଅବସର ନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri