ହାତ ଥରୁଥିବା ଏହି ବୃଦ୍ଧ କରିଛନ୍ତି ୩ଶହ ପିଲାଙ୍କୁ ବଳାତ୍କାର: ଜଣାପଡ଼ିବା ପରେ ଦିଆଗଲା ଏପରି ଦଣ୍ଡ…

ଛୋଟ ପିଲାଙ୍କ ସହ ବଳାତ୍କାର ଘଟଣା ସବୁ ସମୟରେ ଶୁଣିବାକୁ ମିଳିଥାଏ। ତେବେ ଲକ୍‌ଡାଉନ୍‌ରେ ଏହି ଘଟଣା କିଛି ମିତ୍ରାରେ ବଢ଼ିଯାଇଛି। ଯାହାକି ପ୍ରତିଦିନ ଖବରକାଗଜ, ଟିଭିରେ ଶୁଣିବାକୁ ମିଳୁଛି। ଇଣ୍ଡୋନେସିଆରେ ରହୁଥିବା ଫ୍ରାନ୍ସର ଜଣେ ବୃଦ୍ଧ ଏତେ ନିଷ୍ଠୁର ତାଙ୍କୁ ଦେଖିଲେ କେହି ବିଶ୍ୱାସ ମଧ୍ୟ କରିପାରିବେ ନାହିଁ। ବର୍ତ୍ତମାନ ପର୍ଯ୍ୟନ୍ତ ଏହି ୬୫ ବର୍ଷୀୟ ବୃଦ୍ଧ ଅବେଲୋ କମେଲେ ୩ଶହରୁ ଅଧିକ ପିଲାଙ୍କୁ ବଳାତ୍କାର କରିଛନ୍ତି। ଗତ ମାସ ଇଣ୍ଡୋନେସିଆର ଜାକର୍ତ୍ତାର ଏକ ହୋଟେଲରୁ ପୋଲିସ ତାଙ୍କୁ ଗିରିଫ କରିବାରେ ସଫଳ ହୋଇଛି। ଉକ୍ତ ସମୟରେ ବୃଦ୍ଧଙ୍କ ସହ ତାଙ୍କ ରୁମ୍‌ରୁ ୨ଜଣ ଶିଶୁଙ୍କୁ ମଧ୍ୟ ଉଦ୍ଧାର କରାଯାଇଛି। ଅବେଲୋଙ୍କୁ ଗିରଫ କରିବା ପରେ ପୋଲିସ ତାଙ୍କ ଘର ଯାଞ୍ଚ କରିଥିଲା। ଏହା ପରେ ସେ ୧୦ରୁ ୧୭ ବର୍ଷର ମଧ୍ୟରେ ୩ ଶହରୁ ଅଧିକ ପିଲାଙ୍କୁ ବଳାତ୍କାର କରିବା ସହ ଏହାର ଭିଡିଓ ମଧ୍ୟ ସେ ତିଆରି କରୁଥିଲେ। ତାଙ୍କ କଥାରେ ଯିଏ ରାଜି ହେଉ ନ ଥିଲେ ଅବେଲୋ ସେମାନଙ୍କୁ ନିଷ୍ଠୁର ଭାବେ ମାଡ଼ ମଧ୍ୟ ମାରୁଥିଲେ। ଏହା ଜଣାପଡ଼ିବା ପରେ ସର୍ବ ସମ୍ମୁଖରେ ତାଙ୍କୁ ଗୁଳିକରି ହତ୍ୟା କରାଯାଇଛି।


ଇଣ୍ଡୋନେସିଆରେ ପିଲାଙ୍କ ସହ କ୍ରାଇମ୍‌ କିଛି ନୂଆ କଥା ନୁହେଁ। ଏଠାରେ ପ୍ରତିବର୍ଷ ୭୦ ହଜାର ପିଲା ଶାରୀରିକ ଶୋଷଣର ଶିକାର ହୋଇଥାନ୍ତି।

Share