Posted inଖେଳ

ଫ୍ରେଞ୍ଚ୍‌ ଓପନ୍‌ ଟେନିସ୍‌ : ଗଫିନ୍‌ଙ୍କ ବିପର୍ଯ୍ୟୟ, ନିଶିକୋରୀ, ଇସ୍ନରଙ୍କ ବିଜୟ ଅଭିଯାନ

ପ୍ୟାରିସ୍‌,୨୮ା୯ (ଏପି): ବର୍ଷର ଦ୍ୱିତୀୟ ଗ୍ରାଣ୍ଡସ୍ଲାମ ଟୁର୍ନାମେଣ୍ଟ କୁହାଯାଉଥିବା ଫ୍ରେଞ୍ଚ୍‌ ଓପନ୍‌ର ମୁଖ୍ୟ ଡ୍ର’ ରବିବାରଠାରୁ ଆରମ୍ଭ ହୋଇଛି। ପ୍ରଥମ ରାଉଣ୍ଡରେ କେତେଜଣ ସିଡେଡ୍‌ ଖେଳାଳି ବିପର୍ଯ୍ୟୟର ସମ୍ମୁଖୀନ ହୋଇ ବିଦାୟ ନେଇଛନ୍ତି। ପୁରୁଷ ସିଙ୍ଗଲ୍ସରେ ୧୧ତମ ସିଡ୍‌ ଖେଳାଳି ବେଲଜିୟମର ଡେଭିଡ୍‌ ଗଫିନ୍‌ ପ୍ରଥମ ରାଉଣ୍ଡରେ ପରାସ୍ତ ହୋଇ ବିଦାୟ ନେଇଛନ୍ତି। ସେ ୧୯ ବର୍ଷୀୟ ଇଟାଲୀ ଖେଳାଳି ଜାନ୍ନିକ ସିନରଙ୍କଠାରୁ ୭-୫, ୬-୦, ୬-୩ ସେଟ୍‌ରେ ପରାସ୍ତ ହୋଇଛନ୍ତି। ସିନର ଦ୍ୱିତୀୟଥର ପାଇଁ ଗଫିନ୍‌କୁ ହରାଇଛନ୍ତି। ଏହାପୂର୍ବରୁ ସେ ରୋଟ୍ଟରଡାମ ହାର୍ଡକୋର୍ଟ ଟୁର୍ନାମେଣ୍ଟରେ ମଧ୍ୟ ଗଫିନଙ୍କୁ ହରାଇଥିଲେ। ସେହିପରି ଆମେରିକାର ୨୧ତମ ସିଡ୍‌ ଖେଳାଳି ଜନ୍‌ ଇସ୍ନର ୬-୪, ୬-୧, ୬-୩ ସେଟ୍‌ରେ ସ୍ଥାନୀୟ ଖେଳାଳି ଏଲିଅଟ୍‌ ବେଞ୍ଚେଟ୍ରିଟ୍‌ଙ୍କ ହରାଇ ଦ୍ୱିତୀୟ ରାଉଣ୍ଡରେ ପ୍ରବେଶ କରିଛନ୍ତି। ସେ ଏବେ ଆମେରିକାର ସେବାଷ୍ଟିଆନ୍‌ କୋଡ୍ରାଙ୍କୁ ଭେଟିବେ। କୋଡ୍ରା ପ୍ରଥମ ରାଉଣ୍ଡରେ ଇଟାଲୀର ଆଣ୍ଡ୍ରି ସିପ୍ପିଙ୍କୁ ମାରାଥନ ୬-୨, ୪-୬, ୬-୩, ୬-୩ ସେଟ୍‌ରେ ହରାଇ ଦ୍ୱିତୀୟ ରାଉଣ୍ଡରେ ପ୍ରବେଶ କରିଛନ୍ତି। ସେହିପରି ଜାପାନର କେଇ ନିଶିକୋରୀ ୧-୬, ୬-୧, ୭-୬, ୧-୬, ୬-୪ ମାରାଥନ ସେଟ୍‌ରେ ବ୍ରିଟେନର ଡାନିଏଲ ଇଭାନ୍ସଙ୍କୁ ହରାଇ ଦ୍ୱିତୀୟ ରାଉଣ୍ଡକୁ ଉଠିଛନ୍ତି।

ଭେନସଙ୍କ ବିପର୍ଯ୍ୟୟ: ଦ୍ୱିତୀୟ ରାଉଣ୍ଡରେ ହାଲେପ୍‌, ଆଜାରେଙ୍କା
ଫ୍ରେଞ୍ଚ୍‌ ଓପନ ମହିଳା ସିଙ୍ଗଲ୍ସ ଇଭେଣ୍ଟରେ ବେଲାରୁଷର ଭିକ୍ଟୋରିଆ ଆଜାରେଙ୍କା ପ୍ରଥମ ରାଉଣ୍ଡରେ ବିଜୟୀ ହୋଇଛନ୍ତି। ୧୦ମ ସିଡ୍‌ ମାନ୍ୟତା ପାଇଥିବା ଆଜାରେଙ୍କା ୬-୧, ୬-୨ ସେଟ୍‌ରେ ମୋଣ୍ଟେନେଗ୍ରୋର ଡାଙ୍କା କୋଭିନିକଙ୍କୁ ସହଜରେ ହରାଇ ଦ୍ୱିତୀୟ ରାଉଣ୍ଡକୁ ଉଠିଛନ୍ତି। ଦ୍ୱିତୀୟ ରାଉଣ୍ଡରେ ଆଜାରେଙ୍କା ସ୍ଲୋଭାକିଆର ଆନ୍ନା କାରୋଲିନା ସିମିଏଡୋଲଭାଙ୍କୁ ଭେଟିବେ। ଆନ୍ନା ପ୍ରଥମ ରାଉଣ୍ଡରେ ଆମେରିକାର ଭେନସ ଓ୍ବିଲିୟମ୍ସଙ୍କୁ ୬-୪, ୬-୪ ସେଟ୍‌ରେ ହରାଇ ବିପର୍ଯ୍ୟୟ ଘଟାଇଛନ୍ତି।
ସେହିପରି ଭାରତୀୟ ବଂଶୋଦ୍ଭବ ଖେଳାଳି ଅଷ୍ଟ୍ରେଲିଆର ଅସ୍ତ୍ର ଶର୍ମା ମଧ୍ୟ ଦ୍ୱିତୀୟ ରାଉଣ୍ଡରେ ପ୍ରବେଶ କରିଛନ୍ତି। ୨୫ ବର୍ଷୀୟ ଅସ୍ତ୍ର ପ୍ରଥମ ରାଉଣ୍ଡରେ ରୁଷିଆର ଆନ୍ନା ବ୍ଲିଙ୍କୋଭାଙ୍କୁ ୬-୩, ୨-୬, ୭-୫ ସେଟ୍‌ରେ ପରାସ୍ତ କରି ଅଗ୍ରଗତି କରିଛନ୍ତି। ଦ୍ୱିତୀୟ ରାଉଣ୍ଡରେ ସେ ରୁଷିଆର ଏକାଟେରିନା ଆଲେକ୍‌ଜାଣ୍ଡ୍ରୋଭାଙ୍କୁ ଭେଟିବେ। ଏକାଟେରିନା ପ୍ରଥମ ରାଉଣ୍ଡରେ ମାଡିନସନ ଇଂଗିଲିସ୍‌ଙ୍କୁ ୬-୩, ୬-୩ ସେଟ୍‌ରେ ହରାଇ ଦ୍ୱିତୀୟ ରାଉଣ୍ଡକୁ ଉଠିଛନ୍ତି। ସେହିପରି ଟପ୍‌ସିଡ୍‌ ମାନ୍ୟତା ପାଇଥିବା ରୋମାନିଆର ସିମୋନା ହାଲେପ ନିଜ ଜନ୍ମଦିନରେ ୬-୪, ୬-୦ ସେଟ୍‌ରେ ସ୍ପେନ୍‌ର ସାରା ସୋରିବ୍ସ ଟୋର୍ମୋଙ୍କୁ ହରାଇ ଦ୍ୱିତୀୟ ରାଉଣ୍ଡରେ ପ୍ରବେଶ କରିଛନ୍ତି।

 


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ବିଶ୍ୱକପ୍‌ରେ ଇତିହାସ ରଚିଲେ ଫଖର-ସାହିବଜାଦା

ପାଲିକେଲ,୨୮।୨: ଚଳିତ ଟି୨୦ ବିଶ୍ୱକପ୍‌ ସୁପର-୮ର ଶେଷ ମ୍ୟାଚ୍‌ରେ ଶ୍ରୀଲଙ୍କା ବିପକ୍ଷରେ ୫ ରନ୍‌ରେ ବିଜୟୀ ହୋଇଥିଲେ ମଧ୍ୟ ପାକିସ୍ତାନ ସେମିଫାଇନା ପାଇଁ ଯୋଗ୍ୟତା ଅର୍ଜନ କରିବାରେ…

T20 ବିଶ୍ୱକପ୍‌ରୁ ପାକିସ୍ତାନର ବିଦାୟ: ମ୍ୟାଚ୍‌ ଜିତି ମଧ୍ୟ ସେମିଫାଇନାଲରୁ ବାହାର, ଏମିତି ବିଗିଡ଼ି ଗଲା…

ନୂଆଦିଲ୍ଲୀ,୨୮।୨: ପାକିସ୍ତାନ କ୍ରିକେଟ ଦଳ ପାଇଁ ଟି-୨୦ ବିଶ୍ୱକପ ୨୦୨୬ର ଯାତ୍ରା ଶେଷ ହୋଇଛି। ସୁପର-୮ ର ନିଜର ଶେଷ ମ୍ୟାଚ୍‌ରେ ଶ୍ରୀଲଙ୍କା ବିପକ୍ଷରେ ୫ ରନ୍‌ରେ…

ରଣ୍‌ଜୀ ଟ୍ରଫି ଜିତିଲା ଜମ୍ମୁ କଶ୍ମୀର, ଅଭିନନ୍ଦନ ଜଣାଇଲେ ପ୍ରଧାନମନ୍ତ୍ରୀ

ହୁବଲି,୨୮ା୨: ଜମ୍ମୁ କଶ୍ମୀର ଶନିବାର ପ୍ରଥମ ଥର ପାଇଁ ରଣ୍‌ଜୀ ଟ୍ରଫି ଜିତି ଭାରତୀୟ କ୍ରିକେଟରେ ନୂଆ ଇତିହାସ ସୃଷ୍ଟି କରିଛି। ସ୍ଥାନୀୟ କେଏସ୍‌ସିଏ ଷ୍ଟାଡିୟମରେ ଖେଳାଯାଇଥିବା…

SL vs PAK: ସବୁଠୁ ବଡ଼ ମ୍ୟାଚ୍‌ରୁ ବାବରଙ୍କୁ ବାଦ ଦେଲା ପାକିସ୍ତାନ, ସେମିଫାଇନାଲ ଖେଳିବା ପାଇଁ ଦଳର ବଡ଼ ନିଷ୍ପତ୍ତି

ନୂଆଦିଲ୍ଲୀ,୨୮।୨: ଟି-୨୦ ବିଶ୍ୱକପ ୨୦୨୬ର ସେମିଫାଇନାଲ ଦୌଡ଼ ଏବେ ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ଗ୍ରୁପ-୨ରୁ ନ୍ୟୁଜିଲାଣ୍ଡ ଓ ପାକିସ୍ତାନ ମଧ୍ୟରୁ କିଏ ଶେଷ୍ଠ ୪ରେ ସ୍ଥାନ ପାଇବ,…

ଭାରତ-ପାକିସ୍ତାନ ମଧ୍ୟରେ ହେବ T20 World Cup 2026 ଫାଇନାଲ? ଜାଣନ୍ତୁ ସମ୍ପୂର୍ଣ୍ଣ ଗଣିତ

ନୂଆଦିଲ୍ଲୀ,୨୮।୨: ଭାରତ ଏବଂ ପାକିସ୍ତାନ ମଧ୍ୟରେ ଏକ ମ୍ୟାଚ ନେଇ ପ୍ରଶଂସକଙ୍କ ମଧ୍ୟରେ ବହୁତ ଉତ୍ସାହ ରହିଛି। ଏହି ଦୁଇ ଦଳ ୨୦୨୬ ଟି୨୦ ବିଶ୍ୱକପର ଗ୍ରୁପ…

ଟି-୨୦ ବିଶ୍ୱକପ୍‌ରୁ ବିଦା ହୋଇଯିବ ପାକିସ୍ତାନ! କେବଳ ବିଜୟ ନୁହେଁ…

ନୂଆଦିଲ୍ଲୀ,୨୮।୨: ୨୦୨୬ ଟି୨୦ ବିଶ୍ୱକପ ସେମିଫାଇନାଲ ପାଇଁ ପ୍ରତିଯୋଗିତା ବହୁତ ରୋମାଞ୍ଚକର ହୋଇଗଲାଣି। ନ୍ୟୁଜିଲାଣ୍ଡ ବିପକ୍ଷରେ ବିଜୟ ସହିତ ଇଂଲଣ୍ଡ ଗ୍ରୁପ ୨ରେ ଶୀର୍ଷ ସ୍ଥାନ ପକ୍କା…

କୋହଲିଙ୍କ ବଡ଼ ରେକର୍ଡ ଭାଙ୍ଗିଲେ ରଶ୍ମିକା ମନ୍ଦାନା, ଫ୍ୟାନ ଫଲୋଇଙ୍ଗରେ ପଛରେ ପକାଇଲେ…

ମୁମ୍ୱାଇ: ରଶ୍ମିକା ମନ୍ଦାନା ଏବଂ ବିଜୟ ଦେବରକୋଣ୍ଡା ବିବାହ କରିଛନ୍ତି। ଫେବୃଆରୀ ୨୬ ତାରିଖରେ ଏହି ଦମ୍ପତି ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ, ଏବଂ ପ୍ରଥମ ବିବାହ…

ଭାରତ ଯଦି ସେମିଫାଇନାଲ୍‌ରେ ପହଞ୍ଚେ, ଏହି ଟିମ୍‌ ସହ ହେବ ମୁକାବିଲା

ନୂଆଦିଲ୍ଲୀ,୨୮।୨: ୨୦୨୬ ଟି୨୦ ବିଶ୍ୱକପ ଏବେ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଦକ୍ଷିଣ ଆଫ୍ରିକା ସୁପର ୮ ପର୍ଯ୍ୟାୟର ଗ୍ରୁପ ୧ରୁ ସେମିଫାଇନାଲରେ ସ୍ଥାନ ସୁରକ୍ଷିତ କରିସାରିଛି। ଦକ୍ଷିଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri