Posted inଖେଳ

ଫ୍ରେଞ୍ଚ୍‌ ଓପନ୍‌: କ୍ୱାର୍ଟରରେ ନାଡାଲ, ବିପର୍ଯ୍ୟୟ ଘଟାଇଲେ ସିନର

ପ୍ୟାରିସ୍‌,୫।୧୦(ଏପି): ୧୨ଥର ଫ୍ରେଞ୍ଚ୍‌ ଓପନ୍‌ ଟାଇଟଲ ହାସଲ କରିଥିବା ସ୍ପେନ୍‌ ଅଭିଜ୍ଞ ଟେନିସ ତାରକା ରାଫାଲ ନାଡାଲ ଏଥର ମଧ୍ୟ କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛନ୍ତି। ରବିବାର ଅନୁଷ୍ଠିତ ପୁରୁଷ ସିଙ୍ଗଲ୍ସ କ୍ୱାର୍ଟର ଫାଇନାଲରେ ଦ୍ୱିତୀୟ ସିଡ୍‌ ନାଡାଲ ଆମେରିକାର ସେବାଷ୍ଟିଆନ କୋଡ୍ରାଙ୍କୁ ୬-୧, ୬-୧, ୬-୨ ସିଧାସଳଖ ସେଟ୍‌ରେ ପରାସ୍ତ କରି ଅଗ୍ରଗତି କରିଛନ୍ତି। ନାଡାଲ କ୍ରମାଗତ ଚତୁର୍ଥ ପ୍ରେଞ୍ଚ୍‌ ଓପନ ଟାଇଟଲ ହାସଲ ଲକ୍ଷ୍ୟରେ ରହିଛନ୍ତି। ୨୦ ବର୍ଷୀୟ ଆମେରିକାନ କ୍ୱାଲିଫାୟର କୋଡ୍ରା ଅବଶ୍ୟ ନାଡାଲଙ୍କୁ ଚ୍ୟାଲେଞ୍ଜ୍‌ ଦେବାରେ ବିଫଳ ହୋଇଥିଲେ। ନାଡାଲ କ୍ୱାର୍ଟରରେ ଇଟାଲୀର ୧୯ ବର୍ଷୀୟ ଖେଳାଳି ଜାନିକ୍‌ ସିନରଙ୍କୁ ଭେଟିବେ। ବିଶ୍ୱର ୭୫ ନମ୍ବର ଖେଳାଳି ସିନର ଅନ୍ୟଏକ ଚତୁର୍ଥ ରାଉଣ୍ଡ ମ୍ୟାଚ୍‌ରେ ଷଷ୍ଠ ସିଡ୍‌ ଜର୍ମାନୀର ଆଲେକଜାଣ୍ଡାର ଭେଭେରେଭଙ୍କୁ ୬-୩, ୬-୩, ୪-୬, ୬-୩ ସେଟ୍‌ରେ ହରାଇ ଏକ ବଡ଼ ବିପର୍ଯ୍ୟୟ ଘଟାଇବା ସହ ପ୍ରଥମ ଗ୍ରାଣ୍ଡସ୍ଲାମ କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛନ୍ତି।
କୋଡ୍ରାଙ୍କ ପ୍ରଦର୍ଶନକୁ ନାଡାଲ ପ୍ରଶଂସା କରିଛନ୍ତି। ତାଙ୍କର ଭବିଷ୍ୟତ ଉଜ୍ଜ୍ୱଳ ବୋଲି ୩୪ ବର୍ଷୀୟ ନାଡାଲ କହିଛନ୍ତି। ବିଜୟୀ ହେବା ପାଇଁ ନାଡାଲା ମାତ୍ର ଏକ ଘଣ୍ଟା ୫୫ ମିନିଟ ସମୟ ଆବଶ୍ୟକ କରିଥିଲେ। ଫ୍ରେଞ୍ଚ୍‌ ଓପନ୍‌ର ଗତ ୧୬ଟି ସଂସ୍କରଣରେ ଅଂଶଗ୍ରହଣ କରି ନାଡାଲ ୧୪ଥର ପାଇଁ କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛନ୍ତି।
ସେହିପରି ଟପ୍‌ ସିଡ୍‌ ସର୍ବୀୟାର ନୋଭାକ ଜୋକୋଭିଚ୍‌ ମଧ୍ୟ ଚତୁର୍ଥ ରାଉଣ୍ଡରେ ପ୍ରବେଶ କରିଛନ୍ତି। ସେ ରୁଷିଆର କେ. କାଚାନୋଭଙ୍କୁ ଭେଟିବେ। ତୃତୀୟ ରାଉଣ୍ଡରେ ଜୋକୋଭିଚ୍‌ ୬-୦, ୬-୩, ୬-୨ ସେଟ୍‌ରେ ୧୫୩ ର଼୍ୟାଙ୍କର ଖେଳାଳି କଲମ୍ବିଆର ଡାନିଏଲ ଇଲାହି ଗାଲାନଙ୍କୁ ହରାଇ ଅଗ୍ରଗତି କରିଛନ୍ତି। ଏଥିସହ ଜୋକୋଭିଚ୍‌ କ୍ରମାଗତ ୧୧ଥର ପାଇଁ ଫ୍ରେଞ୍ଚ୍‌ ଓପନ୍‌ ଚତୁର୍ଥ ରାଉଣ୍ଡରେ ପ୍ରବେଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

IPL ୨୦୨୬ ପୂର୍ବରୁ ଗିରଫ ହେବେ RCBର ବୋଲର୍‌? ୫ କୋଟିରେ ରିଟେନ କରିଛି… 

ନୂଆଦିଲ୍ଲୀ,୨୪।୧୨: ଭାରତୀୟ କ୍ରିକେଟର ଉଦୀୟମାନ ତାରକା ତଥା ଆରସିବିର ବାମହାତୀ ଦ୍ରୁତ ବୋଲର ଯଶ ଦୟାଲଙ୍କ  ଅଡ଼ୁଆ କମିବାର ନାଁ ନେଉନାହିଁ। ଜୟପୁରର ପୋକ୍ସୋ କୋର୍ଟ...

Vijay Hazare Trophy: ବିରାଟ କୋହଲିଙ୍କ ଧୂଆଁଧାର ବ୍ୟାଟିଂ, ୧୬ ବର୍ଷ ପରେ ଏପରି ଶତକ ମାରିଲେ…

ନୂଆଦିଲ୍ଲୀ,୨୪।୧୨: ବିରାଟ କୋହଲିଙ୍କ ବ୍ୟାଟ୍ ବନ୍ଦ ହେବାର କୌଣସି ସଙ୍କେତ ଦେଖାଯାଉନାହିଁ । ଏହା ଅନ୍ତର୍ଜାତୀୟ କ୍ରିକେଟ୍ ହେଉ କି ଘରୋଇ କ୍ରିକେଟ୍ ସବୁ ସ୍ଥାନରେ...

ମାତ୍ର ୧୪ ବର୍ଷ ବୟସରେ ବଡ଼ ରେକର୍ଡ ଭାଙ୍ଗିଦେଲେ ବୈଭବ ସୂର୍ଯ୍ୟବଂଶୀ: କ୍ରିକେଟ୍‌ ଜଗତରେ ପଡ଼ିଗଲା ଚହଳ

ନୂଆଦିଲ୍ଲୀ,୨୪।୧୨: ବିଜୟ ହଜାରେ ଟ୍ରଫି ୨୦୨୫-୨୬ ବୈଭବ ସୂର୍ଯ୍ୟବଂଶୀ ଏବଂ ତାଙ୍କ ଦଳ ବିହାର ପାଇଁ ଏକ ଭଲ ଆରମ୍ଭ ହୋଇଛି। ବିହାରର ଉପ-ଅଧିନାୟକ ବୈଭବ...

ନେମାରଙ୍କ ଅସ୍ତ୍ରୋପଚାର ସଫଳ

ସାଓ ପାଉଲୋ,୨୪ା୧୨: ବ୍ରାଜିଲର ଷ୍ଟାର ଖେଳାଳି ନେମାରଙ୍କ ବାମ ଆଣ୍ଠୁରେ ଅସ୍ତ୍ରୋପଚାର ହୋଇଛି। ତାଙ୍କ କ୍ଲବ ସାଣ୍ଟୋସ ପକ୍ଷରୁ ଏହି ସୂଚନା ଦିଆଯାଇଛି। ୩୩ ବର୍ଷୀୟ...

୬ ବଲ୍‌ରେ ୫ ଉଇକେଟ…ଇତିହାସ ରଚିଲେ ୨୮ ବର୍ଷୀୟ ଏହି ବୋଲର୍‌; ପ୍ରଥମ ଥର…

ନୂଆଦିଲ୍ଲୀ,୨୩।୧୨: ଟି୨୦ଆଇ କ୍ରିକେଟ୍‌ରେ ଏକ ଓଭରରେ ୫ ଉଇକେଟ୍ ନେବା ପ୍ରତ୍ୟେକ ବୋଲରଙ୍କ ସ୍ୱପ୍ନ ଅଟେ। ୪ ଓଭରର ସ୍ପେଲ୍‌ରେ ଏହି କାରନାମା କରିବା ବହୁତ...

ଆଶେସ୍‌ ଖରାପ ପ୍ରଦର୍ଶନ ପରେ ମଦ ପିଇ ମାତାଲ ହେଲେ ଇଂଲଣ୍ଡ କ୍ରିକେଟର, ଭିଡିଓ ଭାଇରାଲ

ନୂଆଦିଲ୍ଲୀ,୨୩।୧୨: ଅଷ୍ଟ୍ରେଲିଆ ବିପକ୍ଷ ଆଶେସ୍ ସିରିଜ୍ ମଧ୍ୟରେ ଇଂଲଣ୍ଡ କ୍ରିକେଟ୍ ଦଳ ପାଇଁ ଏକ ଅଡୁଆ ପରିସ୍ଥିତି ସୃଷ୍ଟି ହୋଇଛି। ଦଳର ଷ୍ଟାର୍ ବ୍ୟାଟର ବେନ୍...

ଦିଲ୍ଲୀ କ୍ୟାପିଟାଲ୍ସର ବଡ଼ ଘୋଷଣା: ୨୫ ବର୍ଷୀୟ ଏହି ଖେଳାଳି ହେଲେ ନୂଆ ଅଧିନାୟକ

ନୂଆଦିଲ୍ଲୀ,୨୩।୧୨: ଦିଲ୍ଲୀ କ୍ୟାପିଟଲ୍ସ ଏକ ବଡ଼ ଘୋଷଣା କରିଛି। ମହିଳା ପ୍ରିମିୟର ଲିଗ୍ (WPL) ୨୦୨୬ ସିଜନ୍ ପୂର୍ବରୁ ଟିମ୍‌କୁ ନୂଆ ଅଧିନାୟକ ମିଳିଛି। ଅକ୍ସନ୍...

ବିଜୟ ହଜାରେ ଟ୍ରଫି ଖେଳିବେ ବିରାଟ କୋହଲି, ରୋହିତ ଶର୍ମା: ପ୍ରତି ମ୍ୟାଚ୍ ପାଇଁ କେତେ ଟଙ୍କା ପାଇବେ ?

ମୁମ୍ବାଇ,୨୩।୧୨: ଭାରତୀୟ କ୍ରିକେଟର ଦୁଇ ମହାରଥୀ ବିରାଟ କୋହଲି ଏବଂ ରୋହିତ ଶର୍ମା ଚଳିତ ବିଜୟ ହଜାରେ ଟ୍ରଫିରେ ନିଜ ନିଜର ଘରୋଇ ଦଳ ପକ୍ଷରୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri