ଇୟୁ ପାଣ୍ଠି ହେରଫେର ମାମଲାରେ ଫ୍ରାନ୍ସ ନେତ୍ରୀ ଲି ପେନ୍‌ ଦୋଷୀ

ପ୍ୟାରିସ୍‌,୧।୪: ୟୁରୋପୀୟ ସଂଘ ପାଣ୍ଠି ହେରଫେର ମାମଲାରେ ଫ୍ରାନ୍ସର ଫାର୍‌-ରାଇଟ୍‌ ନେତ୍ରୀ ମାରିନ୍‌ ଲି ପେନ୍‌ ଦୋଷୀସାବ୍ୟସ୍ତ ହୋଇଛନ୍ତି। ସେ ଉଚ୍ଚ ପଦବୀ ପାଇଁ ଲଢ଼ିପାରିବେ ନାହିଁ ବୋଲି ସୋମବାର ପ୍ରଧାନ ବିଚାରପତି କଟକଣା ଲଗାଇବା ପରେ ଲି ପେନ୍‌ ତୁରନ୍ତ କୋର୍ଟ ରୁମ୍‌ରୁ ବାହାରି ଚାଲିଯାଇଥିଲେ। ଏପରିକି ସେ ଗଣମାଧ୍ୟମକୁ କିଛି କହିବା ପାଇଁ ଅଟକି ନ ଥିଲେ। ପବ୍ଲିକ୍‌ ଅଫିସ୍‌ ପାଇଁ ନିର୍ବାଚନ ଲଢ଼ିବାକୁ ସେ କିପରି ଅଯୋଗ୍ୟ ହେବେ, ସେ ନେଇ ବିଚାରପତି କିଛି କହିନାହାନ୍ତି। କୋର୍ଟଙ୍କ ଏହି ନିଷ୍ପତ୍ତି ଆଇନଜୀବୀ ତଥା ରାଜନେତା ଲି ପେନ୍‌ଙ୍କ କ୍ୟାରିୟରକୁ କକ୍ଷଚ୍ୟୁତ କରିପାରେ, ଯାହା ଲକ୍ଷାଧିକ ସମର୍ଥକଙ୍କୁ କ୍ଷୁବ୍ଧ କରିଛି। ଲି ପେନ୍‌ଙ୍କ ପାର୍ଟି ୟୁରୋପୀୟ ପାର୍ଲାମେଣ୍ଟ ପାଣ୍ଠିକୁ ନିଜ ଫାଇଦା ପାଇଁ ବ୍ୟବହାର କରିଥିବା ବିଚାରପତି କହିବା ସହ ରାୟର ନକଲ ତାଙ୍କ ଦଳର ୮ ଜଣ ସଦସ୍ୟଙ୍କୁ ହସ୍ତାନ୍ତର କରିଥିଲେ।

Share