Posted inଖେଳ

କଳିଙ୍ଗ ଷ୍ଟାଡିୟମ ପରିଦର୍ଶନ କଲେ ଫ୍ରାନ୍ସ ରାଷ୍ଟ୍ରଦୂତ ଇମାନୁଏଲ

ଭୁବନେଶ୍ୱର,୬।୩(ସ୍ପୋଟର୍‌ସ ବ୍ୟୁରୋ): ଭାରତରେ ନିଯୁକ୍ତ ଫ୍ରାନ୍ସ ରାଷ୍ଟ୍ରଦୂତ ଇମାନୁଏଲ ଲେନାନ କଳିଙ୍ଗ ଷ୍ଟାଡିୟମ ପରିଦର୍ଶନ କରିଛନ୍ତି। ଜାଭିୟର ଇନ୍‌ଷ୍ଟିଚ୍ୟୁଟ ଅଫ୍‌ ମ୍ୟାନେଜମେଣ୍ଟ ଆଣ୍ଡ ବିଜ୍‌ନେସ୍‌ (ଏକ୍ସଆଇଏମ୍‌ବି)ସ୍ଥିତ ସ୍ପୋଟର୍‌ସ ଇଣ୍ଡଷ୍ଟ୍ରି ମ୍ୟାନେଜମେଣ୍ଟ ଅଫ୍‌ ଜାଭିୟର ଏମିଲନ ବିଜ୍‌ନେସ ସ୍କୁଲ (ଏକ୍ସଇବିଏସ୍‌)ରେ ଦେଶର ପ୍ରଥମ ଇଣ୍ଡୋ ଫ୍ରେଞ୍ଚ୍‌ ଡୁଆଲ ଡିଗ୍ରୀ ମାଷ୍ଟର୍ସ ପ୍ରୋଗ୍ରାମ ଲଞ୍ଚ୍‌ କରିବା ପରେ ସେ ଶୁକ୍ରବାର କଳିଙ୍ଗ ଷ୍ଟାଡିୟମ ପରିଦର୍ଶନ କରିଥିଲେ। ଇମାନୁଏଲଙ୍କ ସମେତ କନ୍‌ସୁଲ ଜେନେରାଲ, କୋଲକାତାରେ ନିୟୋଜିତ ଫ୍ରାନ୍ସର କନସୁଲେଟ୍‌ ଜେନେରାଲ ଭିର୍ଜିନ କୋର୍ଟେଭାଲ, ଏକ୍ସଇବିଏସ୍‌ର ଅଧିକାରୀ ଏବଂ ରାଜ୍ୟ କ୍ରୀଡ଼ା ଓ ଯୁବସେବା ବିଭାଗ ଅଧିକାରୀମାନେ କଳିଙ୍ଗ ଷ୍ଟାଡିୟମ କମ୍ପ୍ଲେକ୍ସ ବୁଲି ଦେଖିଥିଲେ। ସେଠାରେ କ୍ରୀଡ଼ା ବିଭାଗ ସ୍ବତନ୍ତ୍ର ସଚିବ ଆର. ଭିନିଲ କ୍ରିଷ୍ଣା କ୍ରୀଡ଼ାର ଉନ୍ନତି ପାଇଁ ଓଡ଼ିଶାର ସ୍ବତନ୍ତ୍ର ପ୍ରୟାସ ସମ୍ପର୍କରେ ସମସ୍ତଙ୍କୁ ଅବଗତ କରାଇଥିଲେ। ଅନ୍ୟ ରାଜ୍ୟଗୁଡିକଠାରୁ ଓଡ଼ିଶା କିଭଳି ନୂଆ ପ୍ରୟାସ ଆରମ୍ଭ କରିଛି ସେ ବିଷୟରେ କହିଥିଲେ। ଇମାନୁଏଲ ହାଇପରଫର୍ମାନ୍ସ ସେଣ୍ଟର (ଏଚ୍‌ପିସି)- ଓଡ଼ିଶା ନାଭାଲ ଟାଟା ହକି ହାଇପରଫର୍ମାନ୍ସ ସେଣ୍ଟର ଓ ଅଭିନବ ବିନ୍ଦ୍ରା ଟାର୍ଗେଟିଂ ପରଫର୍ମାନ୍ସ (ଏବିଟିବି) ଗସ୍ତ କରିଥିଲେ।
ହକି ହାଇପରଫର୍ମାନ୍ସ ସେଣ୍ଟରରେ ଇମାନୁଏଲ ଟ୍ରେନି କ୍ୟାଡେଟ୍‌ମାନଙ୍କ ସହ ଆଲୋଚନା କରିଥିଲେ ଓ ହକି ଷ୍ଟିକ୍‌ରେ କେତୋଟି ଶଟ୍‌ ମାରିଥିଲେ। ଇମାନୁଏଲଙ୍କ ଉପସ୍ଥିତିରେ ଖେଳାଳିମାନେ ବେଶ୍‌ ଉତ୍ସାହିତ ହୋଇଥିଲେ। ଏଚ୍‌ପିସି ପ୍ରୋଜେକ୍ଟ ଡାଇରେକ୍ଟର ରାଜୀବ ସେଠ ଓଡ଼ିଶା ହକିର ଇକୋସିଷ୍ଟମ୍‌ ନେଇ ବିସ୍ତୃତ ଭାବେ ସୂଚନା ଦେଇଥିଲେ। କ୍ୟାଡେଟ୍‌ମାନଙ୍କୁ ଉତ୍ସାହିତ କରିବା ପାଇଁ ଇମାନୁଏଲ ମଧ୍ୟ କିଛି କହିଥିଲେ।
ଏହାପରେ ଏଟିବିପି ସ୍ପୋଟର୍‌ସ ସାଇନ୍ସ ସେଣ୍ଟରରେ ସେ ଅଲିମ୍ପିକ୍‌ ସ୍ବର୍ଣ୍ଣ ପଦକ ବିଜେତା ଅଭିନବ ବିନ୍ଦ୍ରାଙ୍କ ସହ ଭର୍ଚୁଆଲ ଭାବେ କଥା ହୋଇଥିଲେ। ସେଣ୍ଟର ମୁଖ୍ୟ ପ୍ରଦୀପ ପିଲେ ବାୟୋ ମେକାନିକାଲ ଆସେସମେଣ୍ଟ ଓ ରିହାବିଲିଟେଶନ ସୁବିଧା ସୁଯୋଗ ନେଇ ବିସ୍ତୃତ ବିବରଣୀ ଦେଇଥିଲେ। ଶେଷରେ ରାଜ୍ୟ କ୍ରୀଡ଼ା ଓ ଯୁବସେବା ବିଭାଗ ପ୍ରମୁଖ ସଚିବ ବିଶାଳ କୁମାର ଦେବ ରାଜ୍ୟରେ କ୍ରୀଡ଼ାର ଯାତ୍ରା ସମ୍ପର୍କରେ ବିବରଣୀ ଦେଇଥିଲେ। ରାଜ୍ୟରେ କିପରି କ୍ରୀଡ଼ାର ବିଶ୍ୱସ୍ତରୀୟ ଭିତ୍ତିଭୂମି ବିକାଶ ହୋଇଛି ଏବଂ ହାଇପରଫର୍ମାନ୍ସ ସେଣ୍ଟର ଓ ଗ୍ରାସ୍‌ରୁଟ ପ୍ରୋଗ୍ରାମ ସମ୍ପର୍କରେ ଇମାନୁଏଲଙ୍କୁ ବୁଝାଇଥିଲେ। କଳିଙ୍ଗ ଷ୍ଟାଡିୟମରେ ଥିବା ଭିତ୍ତିଭୂମି ଓ ସୁବିଧା ସୁଯୋଗ ଦେଖି ସେ ଆନନ୍ଦିତ ହୋଇଥିଲେ ଓ ପ୍ରଶଂସା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଶେଷ ଓଭରରେ ଭାରତର ରୋମାଞ୍ଚକର ବିଜୟ, ଶେଷ ଯାଏ ଲଢ଼ିଲା ନେଦରଲ୍ୟାଣ୍ଡ

ଅହମ୍ମଦାବାଦ,୧୮।୨: ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯାଇଥିବା ଟି-୨୦ ବିଶ୍ୱକପ୍‌ର ଏକ ରୋମାଞ୍ଚକର ମୁକାବିଲାରେ ଭାରତ ୧୭ ରନରେ ନେଦରଲ୍ୟାଣ୍ଡକୁ ପରାସ୍ତ କରିଛି। ଏହି ବିଜୟ ସହ ଭାରତ…

ଭୁତପ୍ରେତ ଭୟରେ ମାରୀଗୁଡା ଗ୍ରାମବାସୀ: ରାତିରେ ଶୁଭୁଛି ବିକଟାଳ ଶବ୍ଦ, ଲୋକଙ୍କ ଘରେ ଚୁଲି ଜଳୁନି

ରାୟଗଡା, ୧୮।୨(ଆଶିଷ ରଞ୍ଜନ ପଣ୍ଡା)- ଦକ୍ଷିଣ ଓଡିଶାର ଉପାନ୍ତ ରାୟଗଡା ଜିଲ୍ଲାର ଗ୍ରାମାଞ୍ଚଳରେ ଏବେ ବି ଭରି ରହିଛି ଅନ୍ଧବିଶ୍ବାସ । ଭୂତପ୍ରେତକୁ ନେଇ ଆଜି ମଧ୍ୟ…

ଗ୍ଲୋକାଲ ବାଇପାସ ନିକଟରେ ଦୁର୍ଘଟଣା, ଘଟଣାସ୍ଥଳରେ ଚାଲିଗଲା ଜଣଙ୍କର ଜୀବନ

ଜୟପୁର,୧୮।୨(ପବନ ପାଣିଗ୍ରାହୀ): ଜୟପୁର ଗ୍ଲୋକାଲ ହସପିଟାଲ ବାଇପାସ ରୋଡ ନିକଟରେ ଏକ ବାଇକ ଧକ୍କାରେ ଘଟଣାସ୍ଥଳରେ ଜଣେ ଯୁବକଙ୍କର ମୃତ୍ୟୁ ହୋଇଛି । ଅନ୍ୟଜଣେ ଗୁରୁତର ଅବସ୍ଥାରେ…

T20 ବିଶ୍ୱକପ୍‌ ୨୦୨୬: ଶିବମ ଦୁବେଙ୍କ ବିସ୍ଫୋରକ ଅର୍ଦ୍ଧଶତକ, ନେଦରଲାଣ୍ଡ ଆଗରେ ୧୯୪ ରନ୍‌ର ଲକ୍ଷ୍ୟ

ଅହମ୍ମଦାବାଦ,୧୮।୨: T20 ବିଶ୍ୱକପ୍‌ ୨୦୨୬ର ଶେଷ ଗ୍ରୁପ୍‌ ମ୍ୟାଚ୍‌ରେ ଭାରତୀୟ ଦଳ ନେଦରଲାଣ୍ଡ ବିପକ୍ଷରେ ୬ ୱିକେଟ୍ ହରାଇ ୧୯୩ ରନ୍‌ର ଏକ ବଡ ସ୍କୋର ଛିଡ଼ା…

ଜନସେବା କ୍ଷେତ୍ରରେ କଳାହାଣ୍ଡି ପ୍ରଶାସନର ବଡ଼ ପଦକ୍ଷେପ, ଲୋକାର୍ପିତ ହେଲା ଏଆଇ ଚାଟବଟ୍ ‘ଆମର ସହାୟକ’

ଭବାନୀପାଟଣା,୧୮।୨(ଉତ୍ତମ କୁମାର ଦାଶ): ଡିଜିଟାଲ୍ ଶାସନ ଏବଂ ଜନକୈନ୍ଦ୍ରିକ ପ୍ରଶାସନ ଦିଗରେ ଏକ ବଡ଼ ପଦକ୍ଷେପ ସ୍ୱରୂପ କଳାହାଣ୍ଡି ଜିଲା ପ୍ରଶାସନ ପକ୍ଷରୁ ବୁଧବାର ଅତ୍ୟାଧୁନିକ ଏଆଇ…

ଦୋଷୀ ସାବ୍ୟସ୍ତ ହେଲେ ପାଷ୍ଟିକୁଡ଼ି ପିଇଓ, ୩ ବର୍ଷ କାରାଦଣ୍ଡ ସହ ୫୦ ହଜାର ଜରିମାନା…

କେସିଙ୍ଗା,୧୮।୨(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ପାଷ୍ଟିକୁଡି ଗ୍ରାମ ପଞ୍ଚାୟତରେ  କାର୍ଯ୍ୟରତ  ପିଇଓ କ୍ଷମା ପ୍ରସାଦ ଦୁରିଆଙ୍କୁ  ମଙ୍ଗଳବାର ଭବାନୀପାଟଣା ଭିଜିଲାନ୍ସର ସ୍ବତନ୍ତ୍ର ବିଚାରପତି ୩…

କଳିଯୁଗର ସାବିତ୍ରୀ… ସ୍ବାମୀ ପାଇଁ ଭାଲୁ ସହ ଲଢ଼ି ବଞ୍ଚାଇଲେ ଜୀବନ

କରଞ୍ଜିଆ,୧୮।୨(କବିତା ମହାନ୍ତ): ମୟୂରଭଞ୍ଜ ଜିଲା କରଞ୍ଜିଆ ବନଖଣ୍ଡ ଅଧୀନ ହାତୀସାଲବେଡ଼ା ଜଙ୍ଗଲରେ ଭାଲୁ ଆକ୍ରମଣରେ ଜଣେ ଯୁବକ ଗୁରୁତର ହୋଇଛନ୍ତି । ସେ ହେଲେ ମାଲଦେ ସୋରେନ(୪୫)।…

ଶାନଦାର ବିଜୟ ସହ ସୁପର-୮ରେ ପାକିସ୍ତାନ, ପୁଣି ଭାରତ ସହ…

ନୂଆଦିଲ୍ଲୀ,୧୮।୨: କର ବା ମର ମୁକାବିଲାରେ ନାମ୍ବିୟାକୁ ୧୦୨ ରନ୍‌ର ବିଶାଳ ବ୍ୟବଧାନରେ ପରାସ୍ତ କରି ପାକିସ୍ତାନ ସୁପର-୮ରେ ନିଜର ସ୍ଥାନ ପକ୍କା କରିଛି। ଏହି ବିଜୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri