କୋରାପୁଟ, ୨୭।୧(ଅମିତାଭ ବେହେରା):କୋରାପୁଟରୁ ଡୁମୁରିପୁଟ ରେଳଲାଇନ ମଧ୍ୟରେ ଏକ ଲୁହା ବୋଝେଇ ମାଲବାହୀ ଟ୍ରେନର ୨ଟି ବଗି ଲାଇନଚ୍ୟୁତ ହୋଇଛି। ଘଟଣାସ୍ଥଳରେ ରେଳ ବିଭାଗ ଉଦ୍ଧାରକାରୀ ଦଳ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଜଗଦଳପୁରରୁ ଦାମନଯୋଡି ଯାଉଥିବା ଲୁହା ବୋଝେଇ ମାଲବାହୀ ଟ୍ରେନ କୋରାପୁଟ ରାୟଗଡା ରେଳ ଲାଇନର ଡୁମୁରିପୁଟ ପୂର୍ବରୁ କୌଣସି କାରଣ ଯୋଗୁ ଟ୍ରେନର ୨ ଟି ବଗି ଲାଇନଚ୍ୟୁତ ହୋଇଥିବା ଜଣାଯାଇଛି। ବର୍ତ୍ତମାନ ଏକ ଉଦ୍ଧାରକାରୀ ଟିମ ଘଟଣାସ୍ଥଳରେ ପହଞ୍ଚି ଯୁଦ୍ଧକାଳୀନ ଭିତ୍ତିରେ କାର୍ଯ୍ୟ ଜାରି ରଖିଥିବା କୋରାପୁଟ ଷ୍ଟେଶନ ମ୍ୟାନେଜେର ବଳରାମ ମୁଦୁଲି ପ୍ରକାଶ କରିଛନ୍ତି। ଏବେ ଟ୍ରେନ ଚଳାଚଳ ସ୍ବାଭାବିକ ହୋଇଥିବା ଜଣାପଡ଼ିଛି।
Dharitri – Odisha’s No.1 Odia Daily

