ମାଲବାହୀ ଟ୍ରେନ ଲାଇନଚ୍ୟୁତ: ତଳକୁ ଖସିଲା ୪ ବଗି

କୋରାପୁଟ,୨୯।୧୨(ସ୍ବ.ପ୍ର.): କୋରାପୁଟ ନିକଟସ୍ଥ ମାଳିଗୁଡ଼ା ଓ ଜରଟି ରେଳ ଷ୍ଟେଶନ ମଧ୍ୟରେ ମଙ୍ଗଳବାର ଭୋରରୁ ଏକ ଲୁହାପଥର ବୋଝେଇ ମାଲବାହି ଟ୍ରେନ୍‌ ଲାଇନଚ୍ୟୁତ ହୋଇଛି। ଏଥିରେ ୪ଟି ବଗି ରେଳଧାରଣାରୁ ତଳକୁ ଖସିଯାଇଛି । ପରେ ଏହି ରୁଟରେ ସମସ୍ତ ଟ୍ରେନ ଚଳାଚଳ ପ୍ରଭାବିତ ହୋଇଛି।
ସୂଚନାଯୋଗ୍ୟ, ମଙ୍ଗଳବାର ଭୋର ସମୟରେ ଏକ ଲୁହାପଥର ବୋଝେଇ ମାଲବାହୀ ଟ୍ରେନ ଛତିଶଗଡ଼ କିରଣ୍ଡୁଲଠାରୁ ବିଶାଖାାପାଟଣା ଯାଉଥିବାବେଳେ କୋରାପୁଟ ନିକଟ ମାଳିଗୁଡା ଓ ଜରଟି ଷ୍ଟେଶନ ମଧ୍ୟରେ ଲାଇନଚ୍ୟୁତ ହୋଇଥିଲା।