Posted inଜାତୀୟ

ଗମନାଗମନ ସ୍ବାଧୀନତା ସାମ୍ବିଧାନିକ ଅଧିକାର, ଏହା ପ୍ରଭାବିତ ହେବା ଅନୁଚିତ…

ନୂଆଦିଲ୍ଲୀ,୨୧।୧୧: ଦିଲ୍ଲୀ ହାଇକୋର୍ଟ କହିଛନ୍ତି ଯେ ନାଗରିକଙ୍କ ଗମନାଗମନ ସ୍ବାଧୀନତା ସାମ୍ବିଧାନିକ ଅଧିକାର। ଏହା ପ୍ରଭାବିତ ହେବେ ଅନୁଚିତ। ବିଚାରପତି ନଜମି ୱାଜିରୀଙ୍କ ନେତୃତ୍ୱରେ ଗଠିତ ଖଣ୍ଡପୀଠ ଏକ ମାମଲାର ବିଚାର କରି ଏଭଳି କହିଛନ୍ତି। ଅତ୍ୟାବଶ୍ୟକ ନାଗରିକ ସୁବିଧା କଟକଣା କ୍ଷେତ୍ରରେ ଏହାର ବାଧାପ୍ରାପ୍ତ ହେବା ଠିକ୍‌ ନୁହେଁ। ନାଗରିକମାନଙ୍କୁ ସେମାନଙ୍କର ସାମ୍ବିଧାନିକ ଅଧିକାର ଉପଭୋଗ କରିବାରେ ବାଧା ପ୍ରଦାନ କରାଯିବା ଉଚିତ ନୁହେଁ। ଏହା ଏକ ମୌଳିକ ନାଗରିକ ସୁବିଧା। ସହରର ବସନ୍ତ ବିହାର ଅଞ୍ଚଳରେ ବୃକ୍ଷର ସୁରକ୍ଷା ପାଇଁ କର୍ତ୍ତୃପକ୍ଷଙ୍କ ନିଷ୍କ୍ରିୟତାକୁ ଦର୍ଶାଇ କୋର୍ଟ ଏକ ନିବେଦନ ଉପରେ ବିଚାର କରୁଛନ୍ତି। ଦକ୍ଷିଣ ଦିଲ୍ଲୀ ମ୍ୟୁନିସିପାଲିଟି କର୍ପୋରେଶନ ଏବଂ ଦିଲ୍ଲୀ ପୋଲିସରୁ ଶହ ଶହ ଗଛର କଙ୍କ୍ରିଟିକରଣ ଉପରେ ଉତ୍ତର ଲୋଡ଼ିଛନ୍ତି।

ମ୍ୟୁନିସିପାଲିଟି କର୍ପୋରେସନ ଜାଣତରେ ଏଭଳି ହେଉଥିବା କୋର୍ଟ କହିଛନ୍ତି। ଏସଡିଏମସି ଦ୍ୱାରା ରେକର୍ଡରେ ରଖାଯାଇଥିବା ଫଟୋଗ୍ରାଫକୁ ଦୃଷ୍ଟିରେ ରଖି କୋର୍ଟ ଏହା ଦର୍ଶାଇଛନ୍ତି ଯେ ଏହି ଅଞ୍ଚଳରେ ବୃକ୍ଷର ଯତ୍ନ ନ ଥିବାରୁ ମ୍ୟୁନିସିପାଲିଟି କର୍ପୋରେଣନ ଅସଙ୍ଗତିକୁ ସୁଧାରିବା ପାଇଁ ଉଦ୍ୟମ କରାଯାଇଛି।

ଅଦାଲତ କହିଛନ୍ତି ଯେ ସଠିକ ଉପାୟରେ ଉଦ୍ୟମ ଜାରି ରହିବା ଆବଶ୍ୟକ ଯାହା ଦ୍ୱାରା ଜନସାଧାରଣଙ୍କ ଗମନାଗମନ କରିବାରେ ଫୁଟପାଥ ଭଳି ସର୍ବସାଧାରଣ ସୁବିଧା ଉପଲବ୍ଧ ହେବା ଆବଶ୍ୟକ। ଦିଲ୍ଲୀ ପୋଲିସର ପ୍ରତିନିଧିତ୍ୱ କରୁଥିବା ଆଇନଜୀବୀ ଏହି ପ୍ରସଙ୍ଗରେ କହିଥିଲେ ଯେ, କୋର୍ଟର ନିର୍ଦ୍ଦେଶନାମା ତଥା ଫୁଟପାଥ ତଥା ଅନ୍ୟାନ୍ୟ ସର୍ବସାଧାରଣ ସ୍ଥାନରେ ଅତିକ୍ରମଣ କିମ୍ବା ପ୍ରତିବନ୍ଧକ ହଟାଇବା ପାଇଁ ଏସଡିଏମସିକୁ ସମସ୍ତ ସହାୟତା ପ୍ରଦାନ କରାଯିବ। କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ଯେ,

ଏ ସମ୍ପର୍କରେ ଅନ୍ୟ ଏକ ସତ୍ୟପାଠ ପରବର୍ତ୍ତୀ ତାରିଖ ପୂର୍ବରୁ ଏସଡିଏମସି ଦ୍ୱାରା ଦାଖଲ କରାଯିବା ଆବଶ୍ୟକ। ଅଦାଲତ କହିଛନ୍ତି ଯେ ପ୍ରତିକାର ବ୍ୟବସ୍ଥା ସଠିକ ଭାବରେ କାର୍ଯ୍ୟକାରୀ କରାଯିବା ଉଚିତ ଏବଂ ରାସ୍ତା ଏବଂ ପଥଚାରୀଙ୍କ ଦ୍ୱାରା ବ୍ୟବହୃତ ହେଉଥିବା ରାସ୍ତାରୁ ବିଭିନ୍ନ ବାଧାକୁ ହଟାଯିବା ଉଚିତ। ଫୁଟପାଥର ଉପଯୋଗିତାକୁ ସୁନିଶ୍ଚିତ କରିବା ପାଇଁ, ଏସଡିଏମସିର ଏକ୍ଜିକ୍ୟୁଟିଭ୍‌ ଇଞ୍ଜିନିୟର / ଆସିଷ୍ଟାଣ୍ଟ ଇଞ୍ଜିନିୟର / ଜୁନିଅର ଇଞ୍ଜିନିୟର ସମଗ୍ର କଲୋନୀର ଫୁଟପାଥକୁ ଯାଞ୍ଚ୍‌ କରିବେ। ନାଗରିକମାନଙ୍କୁ ସେମାନଙ୍କର ସାମ୍ବିଧାନିକ ଅଧିକାର ଏବଂ ମୌଳିକ ନାଗରିକ ସୁବିଧା ଉପଭୋଗ କରିବାରୁ ବଞ୍ଚିତ କରାଯିବା ଠିକ୍‌ ନୁହେଁ।

ନଭେମ୍ବର ୨୬ ରେ ଏହିି ମାମଲାର ପରବର୍ତ୍ତୀ ଶୁଣାଣି ହେବ ବୋଲି କୋର୍ଟଙ୍କ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଡେବ୍ୟୁ ମ୍ୟାଚରେ କମାଲ କଲେ କୁପର କନୋଲି; ଗୁଜରାଟ ମୁହଁରୁ ବିଜୟ ଛଡ଼ାଇ ଆଣିଲା ପଞ୍ଜାବ

ନୂଆଦିଲ୍ଲୀ,୩୧।୩: ଆଇପିଏଲ୍‌ ୨୦୨୫ର ଉପବିଜେତା ପଞ୍ଜାବ କିଙ୍ଗସ ନୂଆ ସିଜନ୍‌ରେ ନିଜର ବିଜୟ ଯାତ୍ରା ଆରମ୍ଭ କରିଛି। ଶ୍ରେୟସ ଆୟରଙ୍କ ନେତୃତ୍ୱାଧୀନ ପଞ୍ଜାବ ଟିମ ଏକ କଡ଼ା…

ନିଜ ହାତରେ ବାସନ ଧୋଇଲେ ପ୍ରିୟଙ୍କା ଚୋପ୍ରା; ସ୍ୱର୍ଣ୍ଣ ମନ୍ଦିରରେ ସେବା କରି ଜିତିଲେ କୋଟି କୋଟି ପ୍ରଶଂସକଙ୍କ ମନ

ଅମୃତସର: ବଲିଉଡରୁ ହଲିଉଡ ପର୍ଯ୍ୟନ୍ତ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବେ ଭାରତ ଗସ୍ତରେ ଅଛନ୍ତି। ନିକଟରେ ସେ ଅମୃତସରର ପବିତ୍ର…

ଭାରତ-ଚାଇନା ସମ୍ପର୍କରେ ନୂଆ ଅଧ୍ୟାୟ: ଆକାଶ ମାର୍ଗରେ ଯୋଡ଼ିହେବେ ଦୁଇ ପ୍ରତିଦ୍ୱନ୍ଦ୍ୱୀ, ସାଂଘାଇ ସହିତ…

ନୂଆଦିଲ୍ଲୀ/ସାଂଘାଇ,୩୧।୩: ଭାରତ ଏବଂ ଚାଇନା ମଧ୍ୟରେ କୋଭିଡ ମହାମାରୀ ଏବଂ ଥିବା କୂଟନୈତିକ ତିକ୍ତତା ଯୋଗୁ ଦୀର୍ଘ ଦିନ ଧରି ବନ୍ଦ ରହିଥିବା ବିମାନ ସେବା ଏବେ…

ପେଟ୍ରୋଲ, ଡିଜେଲ, ଗ୍ୟାସ ଅଭାବକୁ ନେଇ ବଡ଼ କଥା କହିଦେଲେ ମୁଖ୍ୟମନ୍ତ୍ରୀ, ରାଜ୍ୟବାସୀ…

ଭୁବନେଶ୍ୱର, ୩୧।୩: ମଧ୍ୟପ୍ରାଚ୍ୟରେ ଲାଗିରହିଥିବା ଯୁଦ୍ଧ ପରିସ୍ଥିତି ଏବଂ ଏହାର ସମ୍ଭାବ୍ୟ ପ୍ରଭାବକୁ ନେଇ ଓଡ଼ିଶା ସରକାର ସମ୍ପୂର୍ଣ୍ଣ ସଜାଗ ଅଛନ୍ତି। ବିଧାନସଭାରେ ବ୍ୟୟ ମଞ୍ଜୁରୀ ବିଲ…

ଟ୍ରମ୍ପଙ୍କ ଚେତାବନୀ…’ତେଲ ଦରକାର ତ ଆମଠୁ କିଣ, ନଚେତ୍ ହର୍ମୁଜ୍‌କୁ ନିଜେ ଦଖଲ କର’

ୱାଶିଂଟନ,୩୧।୩: ଇରାନ ଯୁଦ୍ଧ ମଧ୍ୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିଜର ସହଯୋଗୀ ଦେଶମାନଙ୍କ ଉପରେ ବର୍ଷିଛନ୍ତି। ଯୁଦ୍ଧରେ ବ୍ୟାକଫୁଟକୁ ଯିବା ପରେ ରାଗିଯାଇ ଟ୍ରମ୍ପ ନିଜର…

ଶିବମ୍‌ ଦୁବେଙ୍କୁ ଆଉଟ କରିବା ପରେ କାହିଁକି ‘ଗନ୍‌-ସଟ୍‌’ ସେଲିବ୍ରେଶନ କରିଥିଲେ ଜାଡେଜା? ନିଜେ କଲେ ବଡ଼ ଖୁଲାସା

ନୂଆଦିଲ୍ଲୀ,୩୧।୩: ସୋମବାର ଖେଳାଯାଇଥିବା ହାଇଭୋଲଟେଜ ମ୍ୟାଚ୍‌ରେ ରାଜସ୍ଥାନ ରୟାଲ୍ସ (RR)ର ଷ୍ଟାର୍‌ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ନିଜର ପୁରୁଣା ଟିମ ଚେନ୍ନାଇ ସୁପର କିଙ୍ଗସ (CSK) ବିପକ୍ଷରେ…

ଭାଜପାରେ ଯୋଗଦେଲେ ଟେନିସ୍‌ କିମ୍ବଦନ୍ତୀ ଲିଆଣ୍ଡର ପେସ୍‌

ନୂଆଦିଲ୍ଲୀ,୩୧ା୩: ଭାରତର ଟେନିସ୍‌ କିମ୍ବଦନ୍ତୀ ଲିଆଣ୍ଡର ପେସ୍‌ ମଙ୍ଗଳବାର ଭାରତୀୟ ଜନତା ପାର୍ଟି (ଭାଜପା)ରେ ଯୋଗଦେଇଛନ୍ତି। ପଶ୍ଚିମବଙ୍ଗରେ ହେବାକୁଥିବା ବିଧାନସଭା ନିର୍ବାଚନ ପୂର୍ବରୁ ୫୧ ବର୍ଷୀୟ ପେସ୍‌…

LIVE ମ୍ୟାଚ୍‌ରେ ଭୋ ଭୋ ହୋଇ କାନ୍ଦି ପକାଇଲେ ଜାଡେଜା, CSK ଲୋଗୋକୁ କଲେ ଚୁମ୍ବନ; ପ୍ରଶଂସକଙ୍କୁ ଭାବବିହ୍ବଳ କରୁଛି VIDEO 

ଅହମ୍ମଦାବାଦ,୩୧।୩: ଚେନ୍ନାଇ ସୁପର କିଙ୍ଗସ (CSK)  ସହ ରବୀନ୍ଦ୍ର ଜାଡେଜା ଦୀର୍ଘ ବର୍ଷ ଧରି ଜଡ଼ିତ ହୋଇ ରହିଥିଲେ। କିନ୍ତୁ ଆଇପିଏଲ ୨୦୨୬ରେ ଏହି ସମୀକରଣ ବଦଳି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri