FASTag: ଏବେ ଟୋଲ ପାର କରିବାକୁ ଲାଗିବ ମାତ୍ର ୧୫ ଟଙ୍କା, ଆଜିଠୁ ବାର୍ଷିକ ଫାଷ୍ଟାଗ୍‌ ପାସ ଲାଗୁ, ଏଭଳି କିଣନ୍ତୁ…

ନୂଆଦିଲ୍ଲୀ,୧୫।୮: ଦେଶରେ ବାର୍ଷିକ ଟୋଲ ପାସ ବ୍ୟବସ୍ଥା ଆରମ୍ଭ ହୋଇଛି। ସରକାରଙ୍କ ଏହି ପାସ ସହାୟତାରେ ବର୍ଷକ ଯାଏ ଲୋକଙ୍କୁ ମୋଟା ଅଙ୍କର ଦେୟ ଦେବାକୁ ପଡ଼ିବ ନାହିଁ। କେନ୍ଦ୍ର ମନ୍ତ୍ରୀ ନୀତିନ ଗଡ଼କରୀ ଏହାକୁ ନେଇ ଘୋଷଣା କରିଥିଲେ ଯେ ବାର୍ଷିକ FASTag ଜରିଆରେ ମାତ୍ର ୧୫ ଟଙ୍କାରେ ଟୋଲ ପ୍ଲାଜା ପାର କରିପାରିବେ। ବାର୍ଷିକ ଭାବେ ଏହାର ମୂଲ୍ୟ ୩ ହଜାର ଟଙ୍କା ରଖାଯାଇଛି। ଏହାଦ୍ୱାରା ଯେକୌଣସି ବାହାନଚାଳକ ୨୦୦ ଟ୍ରିପ୍‌ କରିପାରିବେ। ଅର୍ଥାତ ବ୍ୟବହାରକାରୀ ଏକ ବର୍ଷ ମଧ୍ୟରେ ୩,୦୦୦ ଟଙ୍କାର ଏକକାଳୀନ ରିଚାର୍ଜରେ ୨୦୦ ରାଜମାର୍ଗ ଟୋଲ ବୁଥ ଅତିକ୍ରମ କରିପାରିବେ। ଶୁକ୍ରବାରଠାରୁ ଏହା ଲାଗୁ ହୋଇଛି। ସରକାର FASTag ଆଧାରିତ ବାର୍ଷିକ ପାସର ବିକ୍ରି ଆରମ୍ଭ କରିଛନ୍ତି।

ରାଜମାର୍ଗ ଯାତ୍ରା ଆପରେ ଉପଲବ୍ଧ:
ବାର୍ଷିକ ପାସକୁ ସକ୍ରିୟ କରିବା ପାଇଁ ଏକ ସ୍ବତନ୍ତ୍ର ଲିଙ୍କ ରାଜମାର୍ଗ ଯାତ୍ରା ଆପରେ ଉପଲବ୍ଧ। ଏହା ଭାରତୀୟ ଜାତୀୟ ରାଜମାର୍ଗ ପ୍ରାଧିକରଣ (ଏନ୍‌ଏଚ୍‌ଏଆଇ) ଏବଂ ସଡ଼କ ପରିବହନ ଓ ରାଜମାର୍ଗ ମନ୍ତ୍ରଣାଳୟର ଆଧିକାରିକ ୱେବସାଇଟରେ ମଧ୍ୟ ମିଳିବ। ଏହି ବାର୍ଷିକ ପାସ କେବଳ ଅ-ବାଣିଜି୍ୟକ ଘରୋଇ ଯାନ ଯଥା କାର, ଜିପ ଓ ଭ୍ୟାନ ପାଇଁ ପ୍ରଯୁଜ୍ୟ। ଏହା ଦ୍ୱାରା FASTag କାର୍ଡକୁ ବାରମ୍ବାର ରିଚାର୍ଜ ନ କରି ଜାତୀୟ ରାଜମାର୍ଗରେ ନିରବଚ୍ଛିନ୍ନ ଯାତ୍ରା ସମ୍ଭବ ହେବ। ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେ ପରି ରାଜମାର୍ଗରେ ଗୋଟିଏ ଯାତ୍ରାରେ ପ୍ରବେଶ ଓ ପ୍ରସ୍ଥାନ ଦୁଇଟି ବିନ୍ଦୁ ଅନ୍ତର୍ଭୁକ୍ତ। କାରଣ ଟୋଲ ସଂଗ୍ରହ କେବଳ ପ୍ରସ୍ଥାନ ବିନ୍ଦୁରେ ହୁଏ। ଅନ୍ୟପକ୍ଷରେ ଦିଲ୍ଲୀ-ଚଣ୍ଡୀଗଡ଼ ପରି ଖୋଲା ଟୋଲ ମାର୍ଗରେ ପ୍ରତ୍ୟେକ ଟୋଲ ପ୍ଲାଜା ଅତିକ୍ରମ ଏକ ଅଲଗା ଯାତ୍ରା ହିସାବରେ ଗଣାଯିବ।

ଏକ ବର୍ଷରେ ୨୦୦ ଟ୍ରିପ୍‌
ଏକ ବର୍ଷରେ ୨୦୦ ଯାତ୍ରାର ସୀମା ପୂରଣ ହେଲେ ପାସ୍‌କୁ ପୁନଶ୍ଚ ରିଚାର୍ଜ କରାଯାଇପାରିବ। ମନ୍ତ୍ରଣାଳୟ ଅନୁସାରେ, ଯେଉଁମାନଙ୍କ ଯାନରେ ପୂର୍ବରୁ FASTag ଲାଗିଛି, ସେମାନଙ୍କୁ ନୂଆ ଫାଷ୍ଟାଗ କିଣିବାର ଆବଶ୍ୟକତା ନାହିଁ। ବାର୍ଷିକ ପାସ କେବଳ ଜାତୀୟ ରାଜମାର୍ଗ ଏବଂ ଜାତୀୟ ଏକ୍ସପ୍ରେସୱେ ଟୋଲ ପ୍ଲାଜାରେ ବୈଧ ହେବ। ରାଜ୍ୟ ସରକାର ଦ୍ୱାରା ପରିଚାଳିତ ଏକ୍ସପ୍ରେସୱେ କିମ୍ବା ରାଜ୍ୟ ରାଜମାର୍ଗରେ ଥିବା ଟୋଲ ପ୍ଲାଜାରେ FASTag ନିୟମିତ ପ୍ଲାଜା ପରି କାମ କରିବ ଏବଂ ସେଠାରେ ବ୍ୟବହାରକାରୀ ଶୁଳ୍କ ପ୍ରଯୁଜ୍ୟ ହୋଇପାରେ। ଫାଷ୍ଟାଗ ହେଉଛି ଏକ ଇଲେକ୍ଟ୍ରୋନିକ ଟୋଲ ସଂଗ୍ରହ ପ୍ରଣାଳୀ, ଯାହା ଯାନ ସହ ଜଡ଼ିତ ପ୍ରିପେଡ ଖାତାରୁ ଟୋଲ ଶୁଳ୍କ ସ୍ବୟଂଚାଳିତ ଭାବେ କାଟିବା ପାଇଁ ରେଡିଓ ଫ୍ରିକ୍ୱେନ୍ସି ଆଇଡେଣ୍ଟିଫିକେସନ (ଆର୍‌ଏଫ୍‌ଆଇଡି) ପ୍ରଯୁକ୍ତି ବ୍ୟବହାର କରେ। ୨୦୨୪ ସଡ଼କ ପରିବହନ ମନ୍ତ୍ରଣାଳୟର ସମୀକ୍ଷା ଅନୁସାରେ, ୧ ଡିସେମ୍ବର ୨୦୨୪ ସୁଦ୍ଧା ୧୦.୧ କୋଟିରୁ ଅଧିକ FASTag ଜାରି ହୋଇଛି।

ବାର୍ଷିକ FASTag କିଣିବା ପ୍ରକ୍ରିୟା:
ଆପ କିମ୍ବା ୱେବସାଇଟକୁ ଯାଆନ୍ତୁ: ଗୁଗଲ ପ୍ଲେ ଷ୍ଟୋର କିମ୍ବା ଆପ୍‌ ଷ୍ଟୋରରୁ ରାଜମାର୍ଗ ଯାତ୍ରା (Rajmarg Yatra) ଆପ୍‌ ଡାଉନଲୋଡ କରନ୍ତୁ କିମ୍ବା ନିଜର ରେଜିଷ୍ଟର୍ଡ ମୋବାଇଲ ନମ୍ବର ଦ୍ୱାରା NHAI/MoRTHର ଆଧିକାରିକ ପୋର୍ଟାଲରେ ଲଗ୍‌ଇନ୍‌ କରନ୍ତୁ। ଲଗ୍‌ଇନ୍‌ ନ କରିବାକୁ ଚାହିଁଲେ, ସିଧାସଳଖ ନିଜ ଯାନର ପଞ୍ଜୀକରଣ ନମ୍ବର ଓ ଫାଷ୍ଟାଗ ଆଇଡି ପ୍ରବେଶ କରନ୍ତୁ।

ଯୋଗ୍ୟତା ଯାଞ୍ଚ: ଆପ କିମ୍ବା ପୋର୍ଟାଲ ବ୍ୟାକଏଣ୍ଡ ଯାଞ୍ଚ ମାଧ୍ୟମରେ ନିଶ୍ଚିତ କରିବ ଯେ ଫାଷ୍ଟାଗ ସକ୍ରିୟ ଅଛି, ସଠିକ ଭାବେ ଯାନ ସହ ସଂଯୁକ୍ତ ଅଛି ଏବଂ ସଠିକ ଯାନ ପଞ୍ଜୀକରଣ ନମ୍ବର ସହ ଲିଙ୍କ ହୋଇଛି। ଏହା ସହ ଫାଷ୍ଟାଗ ବ୍ଲାକଲିଷ୍ଟେଡ ନାହିଁ ତାହା ମଧ୍ୟ ଯାଞ୍ଚ କରାଯିବ।

ଦେୟ ପ୍ରଦାନ: ସମସ୍ତ ବ୍ୟାକଏଣ୍ଡ ଯାଞ୍ଚ ସମାପ୍ତ ହେବା ପରେ, ବ୍ୟବହାରକାରୀଙ୍କୁ ବିଭିନ୍ନ FASTag ରିଚାର୍ଜ ଯୋଜନା ଦେଖାଯିବ। ଏଥିରୁ ୩,୦୦୦ ଟଙ୍କାର ବାର୍ଷିକ ପାସ ବିକଳ୍ପ ଚୟନ କରିବାକୁ ହେବ। ଏହାପରେ, ବ୍ୟବହାରକାରୀଙ୍କୁ UPI, ଡେବିଟ୍‌/କ୍ରେଡିଟ୍‌ କାର୍ଡ କିମ୍ବା ନେଟ୍‌ ବ୍ୟାଙ୍କିଂ ଭଳି ଦେୟ ବିକଳ୍ପକୁ ପଠାଯିବ। ବାର୍ଷିକ ପାସର ଦେୟ FASTag ୱାଲେଟ ବାଲାନ୍ସରୁ କରାଯାଇପାରିବ ନାହିଁ।

ବାର୍ଷିକ ପାସ ଲିଙ୍କ: ଦେୟ ସଫଳ ହେବା ପରେ, ବାର୍ଷିକ ପାସ ବର୍ତ୍ତମାନର ଫାଷ୍ଟାଗ ଖାତା ଓ ଯାନ ପଞ୍ଜୀକରଣ ସହ ଲିଙ୍କ ହେବ। ଶେଷରେ ବ୍ୟବହାରକାରୀଙ୍କୁ ଏକ ଏସ୍‌ଏମ୍‌ଏସ୍‌ ମିଳିବ, ଯେଉଁଥିରେ ସୂଚନା ଦିଆଯିବ ଯେ ସେମାନଙ୍କ FASTag ୧୫ ଅଗଷ୍ଟରୁ ସକ୍ରିୟ ହେବ।

 


Enter your email to get our daily news in your inbox.

All Right Reserved By Dharitri.Com

ଭାରତ-ନ୍ୟୁଜିଲାଣ୍ଡ ଫାଇନାଲ ମ୍ୟାଚ୍‌: ହୋଟେଲ ରୁମ୍‌ ଭଡ଼ା ୪୦୦% ବୃଦ୍ଧି

ଅହମଦାବାଦ,୭।୩:  ନରେନ୍ଦ୍ର ମୋଦି ଷ୍ଟାଡିୟମରେ ରବିବାର ସନ୍ଧ୍ୟାରେ ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଟି୨୦ ବିଶ୍ୱକପ୍‌ ଫାଇନାଲ ମ୍ୟାଚ୍‌ ଖେଳାଯିବ। ଏଥିଲାଗି ସହରର ପ୍ରାୟତଃ ହୋଟେଲରେ ରୁମ୍‌…

ପଶ୍ଚିମବଙ୍ଗରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଅପମାନ: ମୋଦି-ମମତା ମୁହାଁମୁହିଁ, ଦୁର୍ଭାଗ୍ୟଜନକ କହି…

ନୂଆଦିଲ୍ଲୀ/କୋଲକାତା,୭।୩: ପଶ୍ଚିମବଙ୍ଗ ଗସ୍ତରେ ଥିବା ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ନେଇ ଏବେ ରାଜନୀତି ସରଗରମ ହୋଇଛି। ସିଲିଗୁଡ଼ିରେ ଆୟୋଜିତ ଆନ୍ତର୍ଜାତୀୟ ସାନ୍ତାଳ ସମ୍ମିଳନୀ ପାଇଁ ଉପଯୁକ୍ତ ସ୍ଥାନ…

ନିର୍ବାଚନ ପୂର୍ବରୁ ମମତାଙ୍କ ବଡ଼ ଘୋଷଣା

କୋଲକାତା,୭ା୩: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପୂର୍ବରୁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏକ ବଡ଼ ଘୋଷଣା କରିଛନ୍ତି। ରାଜ୍ୟରେ ସମସ୍ତ ଦଶମ ଶ୍ରେଣୀ ପାସ୍‌ ବେରୋଜଗାରୀ ଯୁବବର୍ଗଙ୍କୁ ମାସିକ…

ଦୁବାଇରେ ହଠାତ ଶସ୍ତା ହେଉଛି ସୁନା! ଇରାନ ସହ ଯୁଦ୍ଧ ମଧ୍ୟରେ ମୂଲ୍ୟରେ ବଡ଼ ହ୍ରାସ, ଭାରତ ଉପରେ ପଡ଼ିବ…

ଦୁବାଇ/ନୂଆଦିଲ୍ଲୀ,୭।୩: ବିଶ୍ୱର ସୁନା ବଜାର କୁହାଯାଉଥିବା ଦୁବାଇରୁ ଏବେ ଏକ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଛି। ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଚାଲିଥିବା ଭୟଙ୍କର ଯୁଦ୍ଧ ଯୋଗୁ…

କେନିଆରେ ବର୍ଷା ବିତ୍ପାତ: ଚାଲିଗଲା ୨୩ ଜୀବନ

ନାଇରୋବି,୭ା୩: କେନିଆ ରାଜଧାନୀ ନାଇରୋବିରେ ପ୍ରବଳ ବର୍ଷାରେ ୨୩ ଜଣଙ୍କ ମୃତ୍ୟୁ ଘଟିବା ସହ ବିମାନ ଚଳାଚଳ ବାଧାପ୍ରାପ୍ତ ହୋଇଛି। ଶନିବାର ରାସ୍ତାଘାଟ ଜଳାର୍ଣ୍ଣବ ହୋଇଥିବାରୁ ଗାଡ଼ିଚାଳକମାନେ…

ଇରାନ ଉପରେ ଆଜି ହେବ ‘ଭୟଙ୍କର’ ଆକ୍ରମଣ: ଟ୍ରମ୍ପଙ୍କ ଘୋଷଣା ପରେ ସାରା ବିଶ୍ୱରେ ହଇଚଇ, ପଡ଼ୋଶୀ ଦେଶକୁ…

ୱାଶିଂଟନ/ତେହେରାନ,୭।୩: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଯୁଦ୍ଧ ପ୍ରତିଦିନ ଭୟଙ୍କର ରୂପ ନେଉଛି। ମଧ୍ୟପ୍ରାଚ୍ୟର ଅନେକ ସହର ଏହି ସାମରିକ ସଂଘର୍ଷରେ ଛାରଖାର ହୋଇଯାଇଥିବା ବେଳେ,…

ଘରଭାଙ୍ଗି ଧାନ ଖାଇଲା ଦନ୍ତା

ନାକଟିଦେଉଳ, ୭ା୨(ବୈକୁଣ୍ଠନାଥ ସାହୁ): ସମ୍ବଲପୁର ଜିଲା ନାକଟିଦେଉଳ ବନାଞ୍ଚଳ ଅଧୀନ ଆଭ୍ୟନ୍ତରୀଣ ତଥା ପାହାଡ଼ ତଳି ଗ୍ରାମରେ ଗତ କିଛି ଦିନ ହେଲା ଦନ୍ତାହାତୀ ଉପଦ୍ରବ ଲାଗି…

ବୋହୂଙ୍କୁ ମାଡ଼ ମାରି ଲହୁଲୁହାଣ କଲେ ପୁଅ, ଥାନାରେ ପହଞ୍ଚି ଅଭିଯୋଗ କରିଦେଲେ ବାପା, ପୁରୁଷୋତ୍ତମଙ୍କୁ ବାନ୍ଧି…

ବୈଶିଙ୍ଗା,୭।୩(ରତନ ଦାଶ): ମୟୂରଭଞ୍ଜ ଜିଲାର ବୈଶିଙ୍ଗା ଥାନା ଅର୍ନ୍ତଗତ ନଡପୁର ଗ୍ରାମରେ ଜନୈକା ବିବାହିତା ମହିଳାଙ୍କୁ ମାଡ଼ ମାରି ଗୁରୁତର କରିଥିବା ଅଭିଯୋଗରେ ପୋଲିସ ସ୍ବାମୀଙ୍କୁ ଗିରଫ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri