Categories: ଫୁରସତ

ସ୍କଟ୍‌ଲାଣ୍ଡରେ ମାଗଣା ସାନିଟାରି ନାପ୍‌କିନ୍‌

ଇଡିନ୍‌ବର୍ଗ: ସ୍କଟଲାଣ୍ଡ ବିଶ୍ୱର ପ୍ରଥମ ଦେଶ ଯେ, ମହିଳାମାନଙ୍କୁ ମାଗଣା ସାନିଟାରି ନାପ୍‌କିନ୍‌ ବାଣ୍ଟିପାକୁ ଯାଉଛି। ପାର୍ଲାମେଣ୍ଟରେ ଏ ନେଇ ବିଲ୍‌ ପାରିତ ହୋଇସାରିଥିବାବେଳେ ସୋମବାରଠାରୁ ଏହା ଦେଶବ୍ୟାପୀ ଲାଗୁ କରାଯାଇଛି। ଫ୍ରି ସାନିଟାରି ନାପ୍‌କିନ୍‌ ବଣ୍ଟନ ନେଇ ସ୍କଟଲାଣ୍ଡ ଫାଷ୍ଟ ମିନିଷ୍ଟର ନିକୋଲା ଷ୍ଟରଜିଓନ ଏହି ପଲିସି ଆଣିବା ପାଇଁ ସଂସଦରେ ଦାବି କରିଥିଲେ। ଆଉ ଏବେ ବିଲ୍‌ ପାରିତ ହେବା ପରେ ପାଷ୍ଟ୍‌ ମିନିଷ୍ଟର ଏହାକୁ ପ୍ରଶଂସା କରିଛନ୍ତି। ଦରବୃଦ୍ଧି କାରଣରୁ ଲୋକମାନେ ନିଜର ଆବା୍ୟକତା ପୂରଣ କରିବାରେ ଏବେ ସକ୍ଷମ ହୋଇପାରୁ ନ ଥିବାବେଳେ ଏଭଳି ଆଇନ ଆଣିବା ଫଳରେ ସାଧାରଣ ଜନତା ଲାଭବାନ୍‌ ହେବେ ବୋଲି ସାମାଜିକ ନ୍ୟାୟ ସଚିବ ଶୋନା ରୋବିସୋନ କହିଛନ୍ତି। ସରକାରୀ କାର୍ଯ୍ୟାଳୟ ସାଙ୍ଗକୁ ସମସ୍ତ ଶିକ୍ଷାନୁଷ୍ଠାନରେ ସାନିଟାରି ନାପକିନ୍‌ ମହଜୁଦ ରଖିବାକୁ ଗୃହୀତ ବିଲ୍‌ରେ ଉଲ୍ଲେଖ କରାଯାଇଛି। ମହିଳାଙ୍କୁ ଅଧିକ ସୁବିଧା ଯୋଗାଇଦେବା ପାଇଁ ସରକାର ‘ହେ ଗାର୍ଲସ୍‌’ ନାମରେ ଏକ ଆପ୍‌ ଲଞ୍ଚ କରିବେ, ଯାହାଦ୍ୱାରା ମହିଳା ବା ଯୁବତୀ ସହଜରେ ସାନିଟାରି ନାପ୍‌କିନ୍‌ ପାଇପାରିବେ।

Share