ଭଞ୍ଜନଗର,୨୧।୮(ବାବୁଲା ପ୍ରଧାନ ): ଭଞ୍ଜନଗର ଉପଖଣ୍ଡ ଚିକିତ୍ସାଳୟରେ ଗୁରୁବାର ଘୁମୁସର ବରିଷ୍ଠ ନାଗରିକ ମଞ୍ଚର ସଦସ୍ୟ ମାନଙ୍କ ମାଗଣା ସ୍ବାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି। ଶିବିରକୁ ଭଞ୍ଜନଗର ଉପଜିଲାପାଳ ଉମାଶଙ୍କର ବେହେରା ଉଦଘାଟନ କରିଥିଲେ। ଅନ୍ୟତମ ଅତିଥି ଭାବେ ଘୁମୁସର ବରିଷ୍ଠ ନାଗରିକ ମଞ୍ଚର ସଭାପତି ସୋମନାଥ ନାୟକ ଉପସ୍ଥିତ ଥିଲେ। ଉପଜିଲାପାଳ ବରିଷ୍ଠ ନାଗରିକଙ୍କ ସ୍ବାସ୍ଥ୍ୟ ଉପରେ ଗୁରୁତ୍ୱ ଆରୋପ କରିଥିବା ବେଳେ ଉପଖଣ୍ଡ ସ୍ବାସ୍ଥ୍ୟ ଅଧିକାରୀ ଡ ସିତାନ୍ସୁ ଶେଖର ଶତପଥି ବରିଷ୍ଠ ନାଗରିକଙ୍କ ଚିକିତ୍ସା ପାଇଁ ବର୍ହି ଚିକିତ୍ସା ସକାଶେ ଲାଇନ ନ ଲଗାଇ ସିଧାସଳଖ ଚିକିତ୍ସା କରାଇବା ପାଇଁ ପତିଶ୍ରୁତି ଦେଇଥିଲେ। ଚିକିତ୍ସକମାନଙ୍କ ମଧ୍ୟରେ ଡ଼ଃ ପ୍ରଣବାନନ୍ଦ ପାତ୍ର , ଡ଼ଃ ଅନିଲ କୁମାର ଚୌଧୁରୀ ଓ ପୁରୁଷୋତ୍ତମ ସ୍ବାଇଁ ଉପସ୍ଥିତ ରହି ବରିଷ୍ଠ ନାଗରିକ ମାନଙ୍କର ଚିକିତ୍ସା କରିଥିଲେ।


