ବିଦେଶରେ ଚାକିରି ଦେବା ନାଁରେ ଠକେଇ, ୩ ଗିରଫ

ବ୍ରହ୍ମପୁର,୨୦ା୨(ସୁବାସ ଚନ୍ଦ୍ର ପାଢ଼ୀ):କେନିଆରେ ଭଲ ଦରମାରେ ଚାକିରି ପାଇଁ ଏକ କମ୍ପାନୀର ନିଯୁକ୍ତିପତ୍ର ଯୋଗାଇ ଦିଆଯାଉଥିଲା। ପାସପୋର୍ଟ କରିବାକୁ ଜଣଙ୍କ ପିଛା ୨୫ରୁ ୪୦ହଜାର ଟଙ୍କା ଓ ଭିଜା ପାଇଁ ୪୮,୫୦୦ଟଙ୍କା ଆଦାୟ କରାଯାଉଥିଲା। ମାତ୍ର ଯେଉଁ ଭିଜା ମିଳିଲା ତାହା ନିଯୁକ୍ତି ପାଇଁ ନୁହେଁ, ପର୍ଯ୍ୟଟକ ପାଇଁ ଉଦ୍ଦିଷ୍ଟ ଥିଲା। ଏଭଳି ଠକାମି ଅଭିଯୋଗ ଆସିବା ପରେ ଗୋସାଣିନୂଆଗାଁ ଥାନା ପୋଲିସ ୩ ଜଣଙ୍କୁ ଗିରଫ କରିଛି। ସେମାନେ ହେଲେ ଗୋଳନ୍ଥରା ଥାନା କୁଠାରସିଂ ଗାଁର ମୂଳବାସିନ୍ଦା ସିଏଚ. ମୋହନ ରେଡ୍ଡୀ, ଆନ୍ଧ୍ରପ୍ରଦେଶ ଶ୍ରୀକାକୁଲମ ଜିଲା କାଶିଗୁଡା ଥାନା ଅଞ୍ଚଳର ପି. ସୀମାଞ୍ଚଳମ ଏବଂ ଟି.ଦିଲେଶ୍ବର ରାଓ। ଅଭିଯୁକ୍ତମାନଙ୍କଠାରୁ ୯୨ ପାସପୋର୍ଟ, କେନିଆ ସରକାରଙ୍କ ଦ୍ବାରା ପ୍ରଣିତ ୨୦ ଟୁରିଷ୍ଟ ଭିଜା, କେତେଜଣ ଆବେଦନକାରୀଙ୍କ ଫର୍ମ ଏବଂ ଆର୍ଥିକ କାରବାରର ସ୍କ୍ରିନସଟ ଜବତ କରାଯାଇଥିବା ସୋମବାର ଅନୁଷ୍ଠିତ ଖବରଦାତା ସମ୍ମିଳନୀରେ ବ୍ରହ୍ମପୁର ଏସ୍‌ପି ଡା.ସର୍ବଣା ବିବେକ ଏମ. ସୂଚନା ଦେଇଛନ୍ତି।
ଚାକିରି ପାଇଁ ମିଳିଥିବା କମ୍ପାନୀର ଅଫର ଲେଟର୍‌ର ସତ୍ୟାସତ୍ୟ ଯାଞ୍ଚ ଚାଲିଥିବା ସେ କହିଛନ୍ତି।
ଗତ ୫ ତାରିଖରେ ଖଲ୍ଲିକୋଟ ଥାନା ଲଙ୍ଗଳେଶ୍ବର ପେଣ୍ଡଉରାପଲ୍ଲୀ ଅଞ୍ଚଳର ପ୍ରଭାତ ଦଳେଇ ଗୋସାଣିନୂଆଗାଁ ଥାନାରେ ଏତଲା ଦେଇଥିଲେ ଯେ, ଅଭିଯୁକ୍ତ ମୋହନ ତାଙ୍କ ସହ ମୋଟ ୨୦ଜଣଙ୍କୁ କେନିଆରେ ଚାକିରି କରାଇ ଦେବାସହ ଆବଶ୍ୟକ ଭିଜା ଯୋଗାଇଦେବାକୁ କହି ବ୍ରହ୍ମପୁର ଷ୍ଟେଶନରେ ଥିବା ଏକ ଗେଷ୍ଟ ହାଉସକୁ ଡକାଇଥିଲେ। ସେଠାରେ ମୋହନ ପ୍ରତ୍ୟେକଙ୍କଠାରୁ ୪୮,୫୦୦ ଲେଖାଏ ମୋଟ ୯ଲକ୍ଷ ୭୦ହଜାର ଟଙ୍କା ନେଇଥିଲେ। ଚାକିରି ଆଶାୟୀମାନେ କେନିଆ ଯିବା ପାଇଁ ଟିକେଟ କରାଇ ଦେବାକୁ ପୁଣି ଫୋନ କରିବାରୁ ସେ ଉଠାଇ ନ ଥିଲେ। ପ୍ରଭାତ ଅନ୍ୟ ଏକ ନମ୍ବରରୁ ଫୋନ କରିବାରୁ ମୋହନ ରେଡ୍ଡୀ ଗାଳିଗୁଲଜ କରିଥିଲେ। ଘଟଣା ନେଇ ସେ ଗୋସାଣିନୂଆଗାଁ ଥାନାରେ ଏତଲା ଦେଇଥିଲେ। ପୋଲିସ ମାମଲା (ନଂ. ୩୪/୨୪) ରୁଜୁକରି ଅଭିଯୁକ୍ତମାନଙ୍କୁ କୋର୍ଟ ଚାଲାଣ କରିଛି। ଘଟଣାର ଅଧିକ ତଦନ୍ତ ଚାଲିଥିବା ଏସ୍‌ପି କହିିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୪ ଦିନ ଚଳଚଞ୍ଚଳ ରହିବ ପଦ୍ମନାଭପୁର, ଆଜି ଲକ୍ଷ୍ମୀନୃସିଂହ ମନ୍ଦିରରେ…

ଦିଗପହଣ୍ଡି,୬ା୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ପଦ୍ମନାଭପୁର ଗ୍ରାମ କୁମୁଟି ସାହିରେ ଶ୍ରୀଲକ୍ଷ୍ମୀନୃସିଂହ ଠାକୁରଙ୍କ ମନ୍ଦିର ପ୍ରତିଷ୍ଠା ମହୋତ୍ସବ ନିମନ୍ତେ ଶୁକ୍ରବାର ଫାଲଗୁନ କୃଷ୍ଣପକ୍ଷ…

ଯାତ୍ରା ମଞ୍ଚରେ ଅଶ୍ଳୀଳ ନୃତ୍ୟ ପରିବେଷଣ କରିଥିଲେ ନିଶା: ଗିରଫ ଭୟରେ ଆଗୁଆ ଜାମିନ ଆବେଦନ ପରେ ଏବେ…

ବଲାଙ୍ଗୀର,୬ା୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଯାତ୍ରା ମଞ୍ଚରେ ଅଶ୍ଳୀଳ ନୃତ୍ୟ ପ୍ରଦର୍ଶନ ଘଟଣାରେ ନିଶା ମହାରଣାଙ୍କୁ ହାଇକୋର୍ଟରୁ ସର୍ତ୍ତମୂଳକ ଆଗୁଆ ଜାମିନ ମିଳିଛି। ଅଶ୍ଳୀଳ ନୃତ୍ୟ ପ୍ରଦର୍ଶନକୁ…

ବରଗଡ଼ ସିଭିଲ କୋର୍ଟକୁ ବୋମା ଧମକ, ଛାନିଆ ହୋଇ ବାହାରକୁ ଚାଲିଆସିଲେ…

ବରଗଡ,୬।୨(ପ୍ରେମାନନ୍ଦ ଖମାରୀ): ରାଜ୍ୟର ବିଭିନ୍ନ କୋର୍ଟକୁ ଶୁକ୍ରବାର ମିଳିଥିବା ବୋମା ଧମକ ହଇଚଇ ସୃଷ୍ଟି କରିଛି। ବରଗଡ଼ ସିଭିଲ କୋର୍ଟକୁ ମଧ୍ୟ ଇ-ମେଲରେ ଏଭଳି ଧମକ ଆସିଛି।…

କେରଳରେ ଯୁବ ଚାଷୀଙ୍କ ମୃତ୍ୟୁ ଘଟଣା: ପ୍ରଶାସନ ପରେ ବଢୁଛି ସହାୟତାର ହାତ

ଲୋଇସିଂହା,୬।୨(ସୁଶାନ୍ତ ବାରିକ): ବଲାଙ୍ଗୀର ଜିଲା ଆଗଲପୁର ବ୍ଲକ ସନଅଗାଁ(କ) ଗ୍ରାମର ଯୁବ ଚାଷୀ ବଳରାମ ପଧାନ ତାଙ୍କ ଖରିଫ ଧାନ ବିକ୍ରି ଟଙ୍କା କୌଣସିକାରଣବଶତଃ କେରଳରେ ଥିବା…

ଅବକାରୀ ଥାନାଠାରୁ ଅନତି ଦୂରରେ ଚାଲିଛି ଚୋରାମଦ କାରବାର, ପ୍ରତିବାଦରେ ମହିଳା…

ଧର୍ମଶାଳା,୬ା୨(ଶିବ ପ୍ରସାଦ ମହାନ୍ତି): ଯାଜପୁର ଜିଲା ଜାରକା ଅଞ୍ଚଳର ଶତାଧିକ ମହିଳା ଚୋରା ମଦ ବିକ୍ରି ପ୍ରତିବାଦରେ ଧର୍ମଶାଳା ଅବକାରୀ ଥାନା ସମ୍ମୁଖରେ ଧାରଣା ଦେଇଛନ୍ତି। ଜାରକା…

ସମ୍ବଲପୁର ସର୍କଲ ଜେଲ୍‌ରେ ରାଜସ୍ଥାନ ପୋଲିସ

ସମ୍ବଲପୁର,୬।୨: ରାଜସ୍ଥାନ ପୋଲିସର ଏକ ଟିମ୍‌ ଶୁକ୍ରବାର ସମ୍ବଲପୁର ସର୍କଲ ଜେଲ୍‌ରେ ପହଞ୍ଚି ପୋଲିସ ଅଧିକାରୀଙ୍କୁ ଭେଟିଛନ୍ତି। ଏହି ଅବସରରେ ରାଜସ୍ଥାନ ପୋଲିସ ଜେଲ୍‌ରେ ଥିବା ଦୁର୍ଦ୍ଦାନ୍ତ…

କୁମୁତାଲପେଟାରେ ଭୟାବହ ଅଗ୍ନିକାଣ୍ଡ: ଜଳିଗଲା ୧୨ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କାର ସମ୍ପତ୍ତି

ଜେକେପୁର,୬ା୨(ରାଜେଶ ବିଶ୍ୱାଳ): ରାୟଗଡା ବ୍ଲକର କୁମୁତାଲପେଟା ପଞ୍ଚାୟତ ଅନ୍ତର୍ଗତ କୁମୁତାଲପେଟା ଗ୍ରାମରେ ଥିବା ପଞ୍ଚାୟତ କମ୍ପ୍ଲେକ୍ସର ଏକ ଦୋକାନରେ ଶୁକ୍ରବାର ଭୋର୍‌ ସମୟରେ ଭୟାବହ ଅଗ୍ନିକାଣ୍ଡ ଘଟିଛି।…

୭ରୁ ଓଡ଼ିଶା-ଜାପାନ ପର୍ବ: ଜାଣନ୍ତୁ ଏହାର ଉଦେଶ୍ୟ

ପୁରୀ,୬ା୨(ଅଜିତ୍‌ କୁମାର ମହାନ୍ତି): ଚଳିତ ମାସ ୭ ଏବଂ ୮ ତାରିଖ ସନ୍ଧ୍ୟାରେ ଇଣ୍ଡିଆ-ଜାପାନ ଫ୍ରେଣ୍ଡଶିିପ୍‌ ସେଣ୍ଟର ପକ୍ଷରୁ ସ୍ଥାନୀୟ ତାଳବଣିଆ ପଡ଼ିଆରେ ଓଡ଼ିଶା-ଜାପାନ ପର୍ବ ଆୟୋଜନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri