ବଢୁଛି ମାପ ଓଜନରେ ଜାଲିଆତି: ୩ ବର୍ଷରେ ୬୮୦ ପେଟ୍ରୋଲ ପମ୍ପ୍‌ରେ ଠକେଇ

ଯାଜପୁର ଅଫିସ,୫।୪: ଜନସାଧାରଣ କେବଳ ପେଟ୍ରୋଲ ଓ ଡିଜେଲ ଦର ଅହେତୁକ ବୃଦ୍ଧିଜନିତ ଆର୍ଥିକ ବୋଝକୁ ସହୁନାହାନ୍ତି, ପେଟ୍ରୋଲ ପମ୍ପ୍‌ରେ ମାପ ଠକେଇର ମଧ୍ୟ ଶିକାର ହୋଇଆସୁଛନ୍ତି। ୨୦୨୦-୨୧ ଆର୍ଥିକ ବର୍ଷର ଫେବୃୟାରୀ ୨୧ ସୁଦ୍ଧା ମାପ ଏବଂ ଓଜନ ଆଇନ ଖିଲାପ କରୁଥିବା ରାଜ୍ୟର ୧୩୨ ଜଣ ପମ୍ପ୍‌ ମାଲିକଙ୍କ ବିରୋଧରେ କେସ୍‌ ରୁଜୁ କରାଯାଇ ୯ ଲକ୍ଷ ୩୦ ହଜାର ଟଙ୍କା ଜରିମାନା ଆଦାୟ କରାଯାଇଛି। ସେହିପରି ୨୦୧୮-୧୯ରେ ୨୨୫ ଜଣଙ୍କଠାରୁ ୧୧,୭୪,୦୦୦ ଓ ୨୦୧୯-୨୦ରେ ୩୨୩ ପମ୍ପ୍‌ ମାଲିକଙ୍କଠାରୁ ୧୯,୮୩,୦୦୦ ଟଙ୍କା ଅସୁଲି ହୋଇଛି। ୩ ବର୍ଷରେ ୬୮୦ ପେଟ୍ରୋଲ ପମ୍ପ୍‌ରେ ଏଭଳି ଠକେଇ ଯୋଗୁ ଗ୍ରାହକମାନେ ବହୁ କ୍ଷତି ସହିଛନ୍ତି। ଯେଉଁଠି ପମ୍ପ୍‌ ମାଲିକ ଏବଂ ମାପ ଓଜନ ବିଭାଗ କର୍ମଚାରୀଙ୍କ ମଧ୍ୟରେ ଆପୋସ ବୁଝାମଣା ହୋଇଛି, ସେଠାରେ ମାପରେ ଠକିବା ଅଣାୟତ୍ତ ବୋଲି କୁହାଯାଉଛି। ଅନ୍ୟପକ୍ଷରେ ସୁନା ଅଳଙ୍କାର ଦୋକାନରେ ମାପରେ ଠକିବା ଭଳି ସମ୍ବେଦନଶୀଳ କାର୍ଯ୍ୟ ସାମ୍ନାକୁ ଆସିଛି। ୨୦୨୦-୨୧ ଫେବୃୟାରୀ ସୁଦ୍ଧା ୧୯୬ ଜଣ ଗହଣା ବ୍ୟବସାୟୀଙ୍କ ବିରୋଧରେ ମକଦ୍ଦମା ରୁଜୁ କରାଯାଇ ୪,୪୫,୫୦୦ ଟଙ୍କା ଆଦାୟ ହୋଇଛି। ମାପ ଏବଂ ଓଜନ ଠକେଇକୁ ନିୟନ୍ତ୍ରଣ ପାଇଁ ଆବଶ୍ୟକ ଅଧିକାରୀ ଓ କର୍ମଚାରୀଙ୍କ ଅଭାବ ସାଙ୍ଗକୁ ଦାୟିତ୍ୱରେ ଅବହେଳା କାରଣରୁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି।
ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ଅଧୀନରେ ବୈଧ ମାପବିଜ୍ଞାନ ନିର୍ଦ୍ଦେଶାଳୟ ଭୁବନେଶ୍ୱରର ଖଣ୍ଡଗିରିରେ କାର୍ଯ୍ୟ କରୁଛି। ଏହି ନିର୍ଦ୍ଦେଶାଳୟ ଅଧୀନରେ ଜିଲାସ୍ତରରେ ୩୦ ସହକାରୀ ନିୟନ୍ତ୍ରକଙ୍କ କାର୍ଯ୍ୟାଳୟ ଖୋଲାଯାଇଛି। ଏହାସହ ଓଡ଼ିଶାରେ ୭୨ଟି ପ୍ରୟୋଗଶାଳା କାର୍ଯ୍ୟ କରୁଛି। ତେବେ ୩୦ ଜିଲା କାର୍ଯ୍ୟାଳୟରୁ ୧୪ ସହକାରୀ ନିୟନ୍ତ୍ରକ ବୈଧ ମାପବିଜ୍ଞାନ(ଏସିଏଲ୍‌ଏମ୍‌), ୮ ବରିଷ୍ଠ ନିରୀକ୍ଷକ, ୨୮ ନିରୀକ୍ଷକ ଓ ୩ କିରାଣି ପଦବୀ ଖାଲି ପଡିଛି। ଏଭଳି ସ୍ଥିତିରେ ଓଜନ ଯନ୍ତ୍ରଗୁଡ଼ିକରେ ଉପଯୁକ୍ତ ଭାବେ ସିଲ୍‌ ଏବଂ କ୍ରମାଙ୍କ କାର୍ଯ୍ୟ ହେଉନାହିଁ। ବର୍ଷକ ତଳେ ରାଜ୍ୟସ୍ତରୀୟ ସ୍ବତନ୍ତ୍ର ସ୍କ୍ବାଡ୍‌ର ନିରୀକ୍ଷଣରେ ଏହିସବୁ ଦୃଷ୍ଟିଗୋଚର ହୋଇଥିଲା। ଏଣୁ ଏସିଏଲ୍‌ଏମ୍‌ମାନଙ୍କୁ ଓଜନ ମାପଗୁଡିକର ପୁନଃ ନିରୀକ୍ଷଣ କରି ଆଇନ ଅନୁସାରେ ପଦକ୍ଷେପ ନେବାକୁ ବୈଧ ମାପବିଜ୍ଞାନ ନିର୍ଦ୍ଦେଶାଳୟ ପକ୍ଷରୁ ନିର୍ଦ୍ଦେଶ ଜାରି ହୋଇଥିଲା। ଏପର୍ଯ୍ୟନ୍ତ ଏହାର ସୁଧାର ହୋଇ ନ ଥିବାରୁ ଖାଉଟିମାନେ ବିଭିନ୍ନ ସମୟରେ ଶୋଷଣର ଶିକାର ହେଉଛନ୍ତି।
ଉଲ୍ଲେଖଯୋଗ୍ୟ ଯେ, ବ୍ୟବସାୟିକ ଅନୁଷ୍ଠାନ, ଶିଳ୍ପାଞ୍ଚଳ ଓ ଖଣିରେ ଥିବା ୱେବ୍ରିଜ, ବଜାର, ସୁନା ଦୋକାନ, ପରିବା, ରାଶନ ଦୋକାନ, ପେଟ୍ରୋଲ ଟାଙ୍କି ଇତ୍ୟାଦିରେ ଓଜନ ଓ ମାପରେ ବ୍ୟାପକ ଅନିୟମିତତା ହେଉଛି। ପେଟ୍ରୋଲ ଟାଙ୍କିରେ ମନଇଚ୍ଛା ମାପ ବ୍ୟବସ୍ଥା କରାଯାଉଥିବା ଅଭିଯୋଗ ହେଉଛି। ଓଡ଼ିଶାରେ ୧୭୩୨ ପେଟ୍ରୋଲ ପମ୍ପ୍‌ ରହିଛି। ଗତ ୩ ବର୍ଷରେ ସୁନ୍ଦରଗଡ ଜିଲାରେ ସର୍ବାଧିକ ୭୧ ପେଟ୍ରୋଲ ପମ୍ପ୍‌ରେ ମାପରେ ଠକେଇ ହୋଇଥିବା ଧରାପଡିଛି। ସେହିପରି ଅନୁଗୋଳ ଜିଲାରେ ୫୨, ବାଲେଶ୍ୱରରେ ୪୨, ଭଦ୍ରକରେ ୧୯, ବଲାଙ୍ଗୀରରେ ୧୫, ବରଗଡ଼ରେ ୩୧, ବୌଦ୍ଧରେ ୩, କଟକରେ ୩୭, ଦେବଗଡ଼ରେ ୧୩, ଢେଙ୍କାନାଳରେ ୨୮, ଗଜପତିରେ ୮, ଗଞ୍ଜାମରେ ୩୧, ଜଗତ୍‌ସିଂହପୁୁରରେ ୧୧, ଯାଜପୁରରେ ୩୮, ଝାରସୁଗୁଡ଼ାରେ ୧୬, କଳାହାଣ୍ଡିରେ ୨୭, କନ୍ଧମାଳରେ ୭, କେନ୍ଦ୍ରାପଡ଼ାରେ ୨୨, କେନ୍ଦୁଝରରେ ୧୭, ଖୋର୍ଦ୍ଧାରେ ୩୩, କୋରାପୁଟରେ ୯, ମାଲକାନଗିରିରେ ୬, ମୟୂରଭଞ୍ଜରେ ୪୩, ନବରଙ୍ଗପୁରରେ ୫, ନୟାଗଡ଼ରେ ୧୩, ନୂଆପଡ଼ାରେ ୬, ପୁରୀରେ ୧୫, ରାୟଗଡ଼ାରେ ୨୧, ସମ୍ବଲପୁରରେ ୧୭, ସୋନପୁରରେ ୨୪ ପେଟ୍ରୋଲ ପମ୍ପ୍‌ ମାଲିକମାନେ ମାପରେ ଠକି ଧରାପଡିଛନ୍ତି। ଶନିବାର ଶେଷ ହୋଇଥିବା ବିଧାନସଭା ବଜେଟ ଅଧିବେଶନରେ ବିଧାୟକ ତାରାପ୍ରସାଦ ବାହିନୀପତି, ପ୍ରତାପ କେଶରୀ ଦେବ, ଅଙ୍ଗଦ କହଁର ଓ ସୌଭିକ ବିଶ୍ୱାଳଙ୍କ ପୃଥକ୍‌ ପୃଥକ୍‌ ପ୍ରଶ୍ନର ଉତ୍ତରରେ ବୈଧ ମାପବିଜ୍ଞାନ ଉପନିୟନ୍ତ୍ରକ ସନାତନ ବାରୀ ଉପରୋକ୍ତ ତଥ୍ୟ ଦାଖଲ କରିଛନ୍ତି। ସେ ଆହୁରି ଦର୍ଶାଇଛନ୍ତି ଯେ, ବୈଧମାପ ନିରୀକ୍ଷକମାନେ ନିୟମିତ ବ୍ୟବଧାନରେ ପେଟ୍ରୋଲ ପମ୍ପ୍‌ ଓ ଗହଣା ଦୋକାନରେ ଚଢାଉ କରିଥାନ୍ତି। ମାପ ଏବଂ ଓଜନରେ ଖିଲାପ କରୁଥିବା ବ୍ୟବସାୟୀଙ୍କ ବିରୋଧରେ ମକଦ୍ଦମା ରୁଜୁ କରି ଜରିମାନା ଆଦାୟ କରାଯାଉଛି।

ହର୍ଷବର୍ଦ୍ଧନ ବେହେରା


Enter your email to get our daily news in your inbox.

All Right Reserved By Dharitri.Com

ବ୍ୟାଙ୍କ ଶାଖା କାର୍ଯ୍ୟାଳୟ ସ୍ଥାନାନ୍ତରକୁ ନେଇ ବିବାଦ ଘନେଇଲା,ତହସିଲଦାରଙ୍କୁ ସ୍ମାରକପତ୍ର 

ଦିଗପହଣ୍ଡି,୧୦। ୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଭୀଷ୍ମଗିରି ଗ୍ରାମରେ ଥିବା ଇଣ୍ଡିଆନ୍ ଓଭରସିଜ ବ୍ୟାଙ୍କ ଶାଖା କାର୍ଯ୍ୟାଳୟ ସ୍ଥାନାନ୍ତରକୁ ନେଇ ଗ୍ରାମର ଦୁଇ…

ଝଡାଫୁଙ୍କା ବାହାନାରେ ନାବାଳିକାଙ୍କୁ ବଳାତ୍କାର, ସୋନପୁର ଜେଲକୁ ଗଲେ…

ଡୁଙ୍ଗୁରିପାଲି, ୧୦ା୨(ଦୀନବନ୍ଧୁ ସୁନା): ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ରାମପୁର ଥାନା ଅଞ୍ଚଳରେ ଝଡାଫୁଙ୍କା ବାହାନା କରି ଜଣେ ମାନସିକ ବିକାରଗ୍ରସ୍ତ ନାବାଳିକାଙ୍କୁ ବଳାତ୍କାର ଅଭିଯୋଗ ହୋଇଛି। ପୀଡିତା…

ଖୁଣ୍ଟାପୁର ଗ୍ରାମରେ ଡକାୟତି: ଫେରାର ହେବାକୁ ଉଦ୍ୟମ ବେଳେ ଜଣଙ୍କୁ ମାଡ଼ି ବସି ନିର୍ଧୁମ ଛେଚିଲେ ଗ୍ରାମବାସୀ, ପୋଲିସ…

ବୈଶିଙ୍ଗା,୧୦।୨(ରତନ ଦାଶ): ମୟୂରଭଞ୍ଜ ଜିଲାର ବୈଶିଙ୍ଗା ଥାନା ଅର୍ନ୍ତଗତ ଖୁଣ୍ଟାପୁର ଗ୍ରାମରେ ମଙ୍ଗଳବାର ସା ୭.୩୦ ସମୟରେ ୬ ଜଣ ଦୁର୍ବୃତ୍ତ ଡକାୟତି ଉଦ୍ଦେଶ୍ୟରେ ଚିନ୍ମୟ ମିଶ୍ରଙ୍କ…

୧୭ରେ ଗଞ୍ଜାମ ପୋଲିସ ଜିଲା ହାବିଲଦାର ଓ କନଷ୍ଟେବଲ ସଂଘ ନିର୍ବାଚନ: ନାମାଙ୍କନ କଲେ ୩୬ ପ୍ରାର୍ଥୀ…

ଛତ୍ରପୁର,୧୦ା୧୦ (ଦିଲୀପ ସାମଲ)-ଗଞ୍ଜାମ ପୋଲିସ ଜିଲା ହାବିଲଦାର ଓ କନଷ୍ଟେବଲ ସଂଘର କର୍ମକର୍ତ୍ତା ନିର୍ବାଚନ ଫେବୃଆରୀ ୧୭ ତାରିଖରେ ଅନୁଷ୍ଠିତ ହେବ। ସଂଘର ବିଭିନ୍ନ ପଦ ପଦବୀ…

ଶକ୍ତି ଉତ୍ତୋଳନରେ ରାୟଗଡ଼ା ଜିଲା କ୍ରୀଡ଼ାବିତ୍‌ଙ୍କ ବାଜିମାତ୍‌: ୩ଦିନରେ ୫ ସ୍ୱର୍ଣ୍ଣ, ୪ ରୌପ୍ୟ ଏବଂ ଗୋଟିଏ କାଂସ୍ୟ ପଦକ…

ରାୟଗଡ଼ା,୧୦।୨(ଆଶିଷ ରଞ୍ଜନ ପଣ୍ଡା)- ଓଡ଼ିଶା ଶକ୍ତି ଉତ୍ତୋଳନ ସଂଘ ପକ୍ଷରୁ ଭୁବନେଶ୍ୱର ସ୍ଥିତ ଉତ୍କଳ କରାଟେ ବିଦ୍ୟାଳୟଠାରେ ୬ରୁ ୮ ତାରିଖ ତିନିଦିନିଆ ୩୨ତମ ରାଜ୍ୟ ଶକ୍ତି…

ରାୟଗଡ଼ା କୋର୍ଟରେ ହାଜର ହେଲେ ମାଓବାଦୀ ନେତା ଆଜାଦ୍‌: ବନ୍ଧୁକ ମୁନରେ ନାବାଳିକାଙ୍କୁ ଅପହରଣ ପରେ ବଳାତ୍କାର…

ରାୟଗଡ଼ା,୧୦।୨(ଆଶିଷ ରଞ୍ଜନ ପଣ୍ଡା)-ନାବାଳିକାଙ୍କୁ ବଳାତ୍କାର ଓ ନିର୍ଯାତନା ଅଭିଯୋଗ ମାମଲାରେ ମାଓବାଦୀ ନେତା ଆଜାଦ୍‌ ଓରଫ୍‌ ଦୁନା କେଶବ ରାଓ ମଙ୍ଗଳବାର ରାୟଗଡ଼ା ପୋକ୍‌ସୋ କୋର୍ଟରେ ହାଜର…

ଯାଜପୁରରେ କୃମି ଔଷଧ ଖାଇ ୩୮ ଛାତ୍ରୀଛାତ୍ର ଅସୁସ୍ଥ

କଳିଙ୍ଗନଗର,୧୦।୨(ଶୁଭାଶିଷ ରାଉତ): ଯାଜପୁର ଜିଲା କୋରେଇ ବ୍ଲକ ଅନ୍ତର୍ଗତ ପଥରପଦା ପଞ୍ଚାୟତର ଓଚିନ୍ଦା ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ଜାତୀୟ କୃମି ନାଶକ ଦିବସ ଅବସରରେ…

ବରଗଡ଼ରେ ବିଗୁଡୁଛି ଆଇନ ଶୃଙ୍ଖଳା: ତାତିଲା ଓକିଲ ସଂଘ,ଏସ୍‌ପିଙ୍କ ବଦଳି ଦାବିରେ…

ବରଗଡ଼,୧୦।୨(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲାରେ ଆଇନ ଶୃଙ୍ଖଳା ପରିସ୍ଥିତି ଭୁଶୁଡ଼ି ପଡ଼ିଛି। ଦିନ ଦ୍ୱିପ୍ରହରରେ ଲୁଟ୍‌ପାଟ୍‌ ହେଉଛି। ବିଚ୍‌ରାସ୍ତା ଉପରେ ଜନଗହଳି ସ୍ଥାନରେ ହତ୍ୟାକାଣ୍ଡ ଘଟୁଛି। ଏଭଳି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri