Posted inଖେଳ

(ପିଏସସି) ଛାଡ଼ି ରିଅଲ ମାଡ୍ରିଡରେ ଯୋଗ ଦେଲେ କିଲିଆନ୍‌ ଏମ୍‌ବାପେ

ନୂଆଦିଲ୍ଲୀ, ୪।୬: ଦୀର୍ଘ ବର୍ଷର କଳ୍ପନା ଜଳ୍ପନ ପରେ ଫ୍ରାନ୍ସ ଫୁଟବଲ ଅଧିନାୟକ କିଲିଆନ ମବାପେ ପ୍ୟାରିସ ସେଣ୍ଟ-ଜର୍ମାନ (ପିଏସସି) ଛାଡି ସ୍ପେନର କ୍ଲବ ରିଅଲ ମାଡ୍ରିଡ ସହିତ ପାଞ୍ଚ ବର୍ଷ ଚୁକ୍ତି କରିଛନ୍ତି। ୨୫ ବର୍ଷ ବୟସ୍କ ବିଶ୍ୱକପ ବିଜେତା ଏକ ମାଡ୍ରିଡ ଦଳରେ ଯୋଗ ଦେଇଛନ୍ତି, ଯେଉଁଠି ପୂର୍ବରୁ ଅନେକ ତାରକା ଖେଳାଳି ଉପସ୍ଥିତ ରହିଛନ୍ତି।
ଅନ୍ୟପଟେ ଫ୍ରାନ୍ସ ଅଲିମ୍ପିକ୍ସ ଫୁଟ୍‌ବଲ ଦଳରୁ ବାଦ୍‌ ପଡ଼ିଛନ୍ତି ତାରକା ଷ୍ଟ୍ରାଇକର କିଲିଆନ୍‌ ଏମ୍‌ବାପେ। ସୋମବାର ଥିଏରୀ ହେନରୀ ଏକ ପ୍ରୋଭିଜନାଲ ଦଳ ଘୋଷଣା କରିଥିବା ବେଳେ ଏଥିରେ ଏମ୍‌ବାପେଙ୍କ ନାମ ନାହିଁ। ଉଭୟ ହେନରୀ ଓ ଫ୍ରାନ୍ସ ରାଷ୍ଟ୍ରପତି ଏମାନୁଏଲ ମ୍ୟାକ୍‌ରଁ ତାଙ୍କୁ ଦଳରେ ଚାହୁଁଥିଲେ ମଧ୍ୟ ୨୫ ଜଣିଆ ଦଳରେ ତାଙ୍କୁ ସ୍ଥାନ ମିଳି ନାହିଁ। ଏମ୍‌ବାପେ ନିକଟରେ ପ୍ୟାରିସ୍‌ ସେଣ୍ଟ ଜର୍ମେନ(ପିଏସ୍‌ଜି) ଛାଡି ରିୟଲ ମାଡ୍ରିଡ୍‌ରେ ୫ ବର୍ଷ ପାଇଁ ସାମିଲ ହୋଇଛନ୍ତି।
କ୍ଲବ୍‌ଗୁଡିକ ଅଲିମ୍ପିକ୍ସ ପାଇଁ ଖେଳାଳିଙ୍କୁ ଛାଡ଼ିବା ବାଧ୍ୟତାମୂଳକ ନ ଥିବା ବେଳେ ଏମ୍‌ବାପେ ବାଦ୍‌ ପଡ଼ିଥିବା କୁହାଯାଉଛି। ଏହି ଦଳରେ ପିଏସ୍‌ଜିର ଓ୍ବାରେନ୍‌ ଜାଇରେ ଏମିର, ବ୍ରାଡଲେ ବ୍ରାକୋଲା ଓ ଭେଟେରାନ୍‌ ଷ୍ଟ୍ରାଇକର ଆଲେକଜାଣ୍ଡ୍ରେ ଲାକାଜେଟେଙ୍କୁ ସାମିଲ କରାଯାଇଛି।ବାଦ୍‌ ପଡିବା ସମ୍ପର୍କରେ ଏମ୍‌ବାପେ ସ୍ପଷ୍ଟୀକରଣ ଦେଇ କହିଛନ୍ତି , ଅଲିମ୍ପିକ୍ସ ଖେଳିବା ମୋର ଇଚ୍ଛା ଥିଲା। କିନ୍ତୁ କ୍ଲବ୍‌ ନ ଛାଡିବାରୁ ଏଭଳି ନିଷ୍ପତ୍ତି ନେବାକୁ ପଡିଲା। କ୍ରିଷ୍ଟାଲ ପ୍ୟାଲେସର ଜିନ୍‌ ଫିଲିପ୍‌ ମାଟେଟା ଓ ମାଇକେଲ ଓଲ୍‌ସିଙ୍କୁ ଦଳରେ ସାମିଲ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ଜେଲ୍‌ ଯିବେ ରାଜପାଲ ଯାଦବ, କୋର୍ଟ କହିଲେ ତାଙ୍କୁ ଅନେକ ସୁଯୋଗ ଦେବା ପରେ ବି…

ମୁମ୍ବାଇ,୧୦ା୭: ବଲିଉଡ୍‌ ଅଭିନେତା ରାଜପାଲ ଯାଦବ ତାଙ୍କ ଚେକ୍‌ ବାଉନ୍ସ ମାମଲା ପାଇଁ ଚର୍ଚ୍ଚାରେ ରହିଛନ୍ତି। ଶୁକ୍ରବାର ଦିଲ୍ଲୀ ହାଇକୋର୍ଟ ଏହି ମାମଲାର ଶୁଣାଣି କରି ୭ଟି…

ରୋଷେଇ ଘରୁ ବାହାରିଲା ୮ ଫୁଟ୍‌ ଅହିରାଜ, ଉଦ୍ଧାର ବେଳେ ପାଟିରୁ ବାହାରିଲା ଢମଣା ସାପ, ଦେଖିବାକୁ ଲୋକଙ୍କ ଭିଡ଼

ଦିଗପହଣ୍ଡି,୧୦।୭(ଅଶେଷ ନାଥ ମିଶ୍ର) : ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ରାଧାଦେଇପୁର ପଞ୍ଚାୟତ ଜୟନଗର ଗ୍ରାମର ସିମାଞ୍ଚଳ ସ୍ବାଇଁଙ୍କ ଘରୁ ଏକ ୮ ଫୁଟ୍‌ ଲମ୍ବର କିଙ୍ଗକୋବ୍ରା…

ସୁଭଦ୍ରା ଯୋଜନାକୁ ନେଇ ଉପମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା: କହିଲେ ଜୁଲାଇ ୨୫ ତାରିଖ ସୁଦ୍ଧା…

ଭୁବନେଶ୍ୱର,୧୦ା୭: ସୁଭଦ୍ରା ଯୋଜନାକୁ ନେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଶୁକ୍ରବାର ଏକ ବଡ଼ ଘୋଷଣା କରିଛନ୍ତି। ନୂଆ ଆବେଦନକାରୀଙ୍କ ସମୀକ୍ଷା ପରେ ପ୍ରଭାତୀ କହିଛନ୍ତି, ସୁଭଦ୍ରା ପାଇଁ…

ଗାଁ ପୋଖରୀରେ ଗାଧୋଉଥିବାବେଳେ ଗଭୀର ପାଣିରେ ବୁଡ଼ିଗଲେ ପିଣ୍ଟୁ, ହସ୍ପିଟାଲରେ ଡାକ୍ତର କଲେ ମୃତ ଘୋଷଣା

ଦିଗପହଣ୍ଡି,୧୦।୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ପଦ୍ମନାଭପୁର ପଞ୍ଚାୟତ ଚୈତନ୍ୟପୁର ଗ୍ରାମ ପୋଖରୀରୁ ଜଣେ ଶ୍ରମିକଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତକ ଜଣକ ହେଲେ…

‘ମୋତେ ଚୁପ୍ କରିବାକୁ ହେଲେ ମାରିବାକୁ ପଡିବ’, ଭାଜପାକୁ ଚ୍ୟାଲେଞ୍ଜ ଦେଲେ ଦିଦି

କୋଲକାତା,୧୦।୭: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଏବଂ ତୃଣମୂଳ କଂଗ୍ରେସ (ଟିଏମସି) ମୁଖ୍ୟ ମମତା ବାନାର୍ଜୀ ଭାଜପା ଉପରେ କଡ଼ା ଆକ୍ରମଣ କରିଛନ୍ତି । ସେ ଅଭିଯୋଗ କରିଛନ୍ତି ଯେ…

‘କେନ୍ଦୁଝର ଛାତ୍ରୀଛାତ୍ରଙ୍କ ସ୍ବାର୍ଥକୁ ରାଜ୍ୟ ସରକାର ଅଣଦେଖା କଲେ ଆନ୍ଦୋଳନ ହେବ’

କେନ୍ଦୁଝର,୧୦ା୭(ନରେଶ ଚନ୍ଦ୍ର ପଟ୍ଟନାୟକ): ଧରଣୀଧର ସ୍ବୟଂଶାସିତ ମହାବିଦ୍ୟାଳୟର ଅସ୍ତିତ୍ୱ ରକ୍ଷା ନ ହେଲେ ଆନ୍ଦୋଳନ ହେବ। ଆମ ଆଦ୍‌ମୀ ପାର୍ଟି, କେନ୍ଦୁଝରର ସ୍ପଷ୍ଟ ମତ ହେଉଛି ଯେ,…

ମ୍ୟାନେଜମେଣ୍ଟ ଉପରେ ବର୍ଷିଲା BCCI: ବିପଦରେ ଗୌତମ ଗମ୍ଭୀରଙ୍କ ଚାକିରି!

ନୂଆଦିଲ୍ଲୀ, ୧୦।୭: ଇଂଲଣ୍ଡ ଗସ୍ତରେ ଲଗାତାର ତିନୋଟି ଟି-୨୦ ମ୍ୟାଚରେ ପରାଜୟ ପରେ ଟିମ ଇଣ୍ଡିଆର କୋଚିଂ ଷ୍ଟାଫ୍‌ଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇପାରେ। ରିପୋର୍ଟ ଅନୁଯାୟୀ,…

ପଞ୍ଚାୟତ ନିର୍ବାଚନକୁ ନେଇ ଆସିଲା ବଡ଼ ଅପଡେଟ୍‌: ଏହି ମାସରେ ହେବା ନେଇ ସୂଚନା

ଭୁବନେଶ୍ୱର,୧୦।୭: ଓଡ଼ିଶା ପଞ୍ଚାୟତ ନିର୍ବାଚନକୁ ନେଇ ଆସିଛି ଏକ ବଡ଼ ଅପଡେଟ୍‌। ଏଥର ରାଜ୍ୟରେ ପଞ୍ଚାୟତ ନିର୍ବାଚନ ପ୍ରକ୍ରିୟାରେ ନିର୍ବାଚନ ଏପ୍ରିଲ କିମ୍ବା ମେ’ ମାସ ଆଡ଼କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri