ହୀରାକୁଦ ଜଳଭଣ୍ଡାରରେ ଫାଟ, ଡ୍ରୋନ୍‌ ସହାୟତାରେ ଯାଞ୍ଚ ନିର୍ଦ୍ଦେଶ

ସମ୍ବଲପୁର,୨୫ା୮(ବ୍ୟୁରୋ):  ହୀରାକୁଦ ଡ୍ୟାମର ବିଭିନ୍ନ ସ୍ଥାନରେ ଫାଟ ସୃଷ୍ଟି ହୋଇଥିବା ନେଇ ଚର୍ଚ୍ଚା ଜୋର ଧରିଛି। ଏହାକୁ ଗୁରୁତ୍ୱର ସହ ଗ୍ରହଣ କରିଛନ୍ତି ବନ୍ଧ ନିରାପତ୍ତା (ଡ୍ୟାମ୍‌ ସେଫ୍ଟି) ମୁଖ୍ୟଯନ୍ତ୍ରୀ। ତୁରନ୍ତ ଡ୍ୟାମ ସୁରକ୍ଷାର ଯାଞ୍ଚ କରିବାକୁ ବନ୍ଧ ନିରାପତ୍ତା ମୁଖ୍ୟଯନ୍ତ୍ରୀ ଶିବାଶିଷ ପାଢ଼ୀ ଗତ ୧୬ ତାରିଖରେ ହୀରାକୁଦ ଜଳଭଣ୍ଡାର ମୁଖ୍ୟଯନ୍ତ୍ରୀଙ୍କୁ ଚିଠି ମାଧ୍ୟମରେ ନିର୍ଦ୍ଦେଶ ଦେଇଛନ୍ତି। ଡ୍ରୋନ ସାହାଯ୍ୟରେ ଡ୍ୟାମ୍‌ର ଅପ୍‌ଷ୍ଟ୍ରିମ୍‌ ଓ ଡାଉନ୍‌ ଷ୍ଟ୍ରିମ୍‌ରେ ଫାଟ(କ୍ରାକ୍‌) ସମ୍ପର୍କରେ ଯାଞ୍ଚ କରି ଭିଡିଓଗ୍ରାଫି କରିବା ସହ ତଥ୍ୟ ପ୍ରମାଣ ସହ ରିପୋର୍ଟ ଦେବା, ୧୯୯୯ ସର୍ଭେ ପରେ ଚିହ୍ନଟ ଫାଟଗୁଡ଼ିକର ପରିସୀମା ବୃଦ୍ଧିପାଇଛି ନା ନାହିଁ ତା’ର ରିପୋର୍ଟ ପ୍ରସ୍ତୁତ କରିବା, ଅପରେଶନ ଗ୍ୟାଲେରିରେ ଥିବା ଫାଟ୍‌ଗୁଡ଼ିକର ସ୍ଥିତି ଓ କିଭଳି ମରାମତି କରାଯାଇଛି ତା’ର ରିପୋର୍ଟ ଦେବାକୁ ବନ୍ଧ ନିରାପତ୍ତା ମୁଖ୍ୟଯନ୍ତ୍ରୀଙ୍କ ଚିଠିରେ ନିର୍ଦ୍ଦେଶ ରହିଛି। ଏହିସବୁ ରିପୋର୍ଟ ପୂର୍ଣ୍ଣାଙ୍ଗ ଭାବେ ଦାଖଲ କରାଗଲେ ବନ୍ଧ ନିରାପତ୍ତା ବିଶେଷଜ୍ଞ କମିଟି ପରିଦର୍ଶନ କରିବାର କାର୍ଯ୍ୟକ୍ରମ ସ୍ଥିର ହେବ ବୋଲି କୁହାଯାଇଛି।

ହୀରାକୁଦ ଜଳଭଣ୍ଡାର ମୁଖ୍ୟଯନ୍ତ୍ରୀ ଆନନ୍ଦ ଚନ୍ଦ୍ର ସାହୁ କହିଛନ୍ତି ଯେ, ବନ୍ଧର ସୁରକ୍ଷା ସୁନିଶ୍ଚିିତ କରିବା ପାଇଁ ଏହା ଏକ ଗତାନୁଗତିକ କାର୍ଯ୍ୟ। ଆମ ପକ୍ଷରୁ ଡ୍ୟାମ ସୁରକ୍ଷାର ସର୍ଭେ ପାଇଁ ୨୦୨୨ ମେ’ ୨୭ରେ ବନ୍ଧ ନିରାପତ୍ତା ମୁଖ୍ୟଯନ୍ତ୍ରୀଙ୍କୁ ଚିଠି କରାଯାଇଥିଲା। ଏଣୁ ବନ୍ଧ ନିରାପତ୍ତା ମୁଖ୍ୟଯନ୍ତ୍ରୀଙ୍କ ପକ୍ଷରୁ ଆବଶ୍ୟକ ତଥ୍ୟ ଦାଖଲ କରିବା ଲାଗି ନିର୍ଦ୍ଦେଶ ଦିଆଯାଇଛି। ପ୍ରତି ପାଞ୍ଚବର୍ଷରେ ହୀରାକୁଦ ଡ୍ୟାମ୍‌ର ସୁରକ୍ଷା ନେଇ ରିପୋର୍ଟ ପ୍ରସ୍ତୁତ କରାଯାଇଥାଏ।

ଏଥିରେ ନୂତନ ଫାଟ, ହେଉଥିବା ସିପେଜ୍‌ର ସ୍ଥିତି ସମୀକ୍ଷା କରାଯାଏ। ହୀରାକୁଦ ବନ୍ଧ ସମ୍ପୂର୍ଣ୍ଣ ଭାବେ ସୁରକ୍ଷିତ ରହିଛି। ଏହାକୁ ନେଇ ଭୟଭୀତ ହେବାର ନାହିଁ। ବହୁବର୍ଷରୁ ପାଣି ସିପେଜ୍‌ ହୋଇଆସୁଛି। ଏହାକୁ ନେଇ ପୂର୍ବରୁ ବମ୍ବେର ଡାୟୋନୋସିସ୍‌ ନାମକ କମ୍ପାନୀ ଦ୍ୱାରା ସର୍ଭେ କରାଯାଇଥିଲା। ସିପେଜ୍‌ର ସ୍ଥିତି ଉପରେ ରିପୋର୍ଟ କରାଯାଇଥିଲା। ଏବେ ମଧ୍ୟ ଉକ୍ତ କମ୍ପାନୀ ସହ ଯୋଗାଯୋଗ କରାଯାଇଛି ବୋଲି ସେ କହିଥିଲେ। ସୂଚନାଯୋଗ୍ୟ, ବନ୍ୟା ନିୟନ୍ତ୍ରଣ, ବିଜୁଳି ଉତ୍ପାଦନ ଓ ଜଳସେଚନରେ ଲାଭଦାୟକ ହେଉଥିବା ହୀରାକୁଦ ଜଳଭଣ୍ଡାରର ଫାଟ ଥିବା ନେଇ ଚର୍ଚ୍ଚା ହୋଇଆସୁଛି। ବନ୍ଧ କର୍ତ୍ତୃପକ୍ଷ ମଧ୍ୟ ପାଣି ସିପେଜ୍‌ ହେଉଥିବା ଓ ଫାଟ ଥିବା ନେଇ ସ୍ବୀକାର କରୁଛନ୍ତି। ଡ୍ୟାମ୍‌ର ଡାହାଣ ଓ ବାମପାଖ ସ୍ଲୁଇସ୍‌ ଗେଟ୍‌ ବେରେଲରେ ସମସ୍ୟା ଥିବା ନେଇ ଅଭିଯୋଗ ହେଉଛି। ମରାମତି ଓ ସୁରକ୍ଷାକୁ ନେଇ ଅନେକ କୋଟି ଟଙ୍କା ଖର୍ଚ୍ଚ କରାଯାଉଛି। ହେଲେ ଏହାର ସ୍ଥାୟୀ ସମାଧାନ ଦିଗରେ କୌଣସି ପଦକ୍ଷେପ ଗ୍ରହଣ କରାଯାଉ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

୧୮ ମାଓବାଦୀଙ୍କ ନଁାରେ ୮.୪ କୋଟି ପୁରସ୍କାର

ବୌଦ୍ଧ,୨୧ା୧୨(ଅଜିତ କୁମାର ବାରିକ): ୨୦୨୬ ମାର୍ଚ୍ଚ ୩୧ ସୁଦ୍ଧା ଦେଶରୁ ମାଓବାଦୀ ମୂଳୋତ୍ପାଟନ କରିବାକୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଘୋଷଣା କରାଯାଇଛି। ଏହି କ୍ରମରେ ବୌଦ୍ଧ...

ସେବାଶ୍ରମର ପ୍ରଥମ ଶ୍ରେଣୀ ଛାତ୍ରଙ୍କ ମୃତ୍ୟୁ, ବାହୁନି ବାହୁନି କାନ୍ଦୁଛି…

ନୂଆପଡ଼ା/କୋମନା,୨୧ା୧୨(ମକାରୁ ବେମାଲ/ମହେଶ ବାଗ): ନୂଆପଡ଼ା ଜିଲା କୋମନା ବ୍ଲକ ସୋସେଙ୍ଗ ସେବାଶ୍ରମରେ ଶନିବାର ଜଣେ ପ୍ରଥମଶ୍ରେଣୀ ଛାତ୍ରଙ୍କ ଅସ୍ବାଭାବିକ ମୃତ୍ୟୁ ଘଟିଛି। ସେ ହେଲେ ଅଡାର...

ଅଡୁଆରେ ବବି, ହେବ ବଡ଼ କାର୍ଯ୍ୟାନୁଷ୍ଠାନ!

କାଏମା,୨୧ା୧୨(ଶିବପ୍ରସାଦ ମହାନ୍ତି): ଯାଜପୁର ଜିଲା ଧର୍ମଶାଳା ତହସିଲ ଅନ୍ତର୍ଗତ ମଧୁପୁରଗଡ଼ ପଞ୍ଚାୟତସ୍ଥିତ ପନ୍ତୁରୀଠାରେ ସରକାରୀ ଜମି ଜବରଦଖଲ କରାଯାଇ ପୂର୍ୱତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଫାର୍ମ...

୧୦ ଟଙ୍କାରେ ଧାନ ବିକିଲେ ଚାଷୀ

ବିନିକା, ୨୧ା୧୨(ରାମ ଗୋପାଳ ବାଘ ): ସୁବର୍ଣ୍ଣପୁର ଜିଲାରେ ଗତ ୯ ତାରିଖରୁ ମଣ୍ଡି ଖୋଲିଛି। ହେଲେ ଟୋକନ ମିଳି ନ ଥିବାରୁ ଚାଷୀମାନେ ଧାନ...

କୋସଲୀ ସାଂସ୍କୃତିକ ମହୋତ୍ସବ ଆରମ୍ଭ

ନୂଆପଡ଼ା,୨୦ା୧୨ (ମକାରୁ ବେମାଲ): ନୂଆପଡ଼ା ପୋଲିସ ପଡ଼ିଆ ରଙ୍ଗମଞ୍ଚଠାରେ କୋସଲୀ ସାଂସ୍କୃତିକ ମହୋତ୍ସବ ଉଦ୍‌ଘାଟିତ ହୋଇଯାଇଛି। ଅନୁଷ୍ଠାନର ସଭାପତି ସୁରଜିତସିଂ ମହାରଥାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଦ୍‌ଘାଟନୀ...

ଶୀତରେ ଥରୁଛି କଳାହାଣ୍ଡି

ଭବାନୀପାଟଣା,୨୦ା୧୨(ଉତ୍ତମ କୁମାର ଦାଶ)- ସାରା ରାଜ୍ୟରେ ଶୀତର ପ୍ରକୋପ ଜାରି ରହିଛି। ଆହୁରି ସପ୍ତାହେ ଧରି ଏଭଳି ସ୍ଥିତି ଜାରି ରହିବ ବୋଲି ପାଣିପାଗ ବିଭାଗ...

ଟ୍ୟୁଶନରୁ ଫେରୁଥିବା ବେଳେ ନାବାଳିକାଙ୍କୁ ଟେକିନେଇ ବଳାତ୍କାର ପରେ ଫିଙ୍ଗି ଚାଲିଯାଇଥିଲେ, ଅଭିଯୁକ୍ତଙ୍କୁ ୨୦ ବର୍ଷ…

ଗଜପତି,୨୦।୧୨(ଗିରିଧାରୀ ପରିଚ୍ଛା)- ଏକ ଅପହରଣ ଓ ବଳାତ୍କାର ମାମଲାର ବିଚାର କରି ଅତିରିକ୍ତ ଜିଲ୍ଲା ସେସନ ଜର୍ଜ ବିଭୁ ପ୍ରସାଦ ପଣ୍ଡା ପୋକ୍ସୋ ଆକ୍ଟର ଧାରା...

ପୋଲିସକୁ ଖୋଲା ଚ୍ୟାଲେଞ୍ଜ: ଗୋଟିଏ ରାତିରେ ଛତ୍ରପୁରର ୪ ମନ୍ଦିରରୁ ଚୋରି

ଛତ୍ରପୁର, ୨୦ା୧୨(ଦିଲୀପ ସାମଲ)- ପୁଣି ମନ୍ଦିରଗୁଡିକ ଉପରେ ଦୁର୍ବୃତ୍ତଙ୍କ ନଜର ପଡିଛି । ପୋଲିସ କଲୋନୀ ନିକଟରେ ଥିବା ୪ଟି ମନ୍ଦିରରୁ ଚୋରି କରି ପୋଲିସକୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri