ହୀରାକୁଦ ଜଳଭଣ୍ଡାରରେ ଫାଟ, ଡ୍ରୋନ୍‌ ସହାୟତାରେ ଯାଞ୍ଚ ନିର୍ଦ୍ଦେଶ

ସମ୍ବଲପୁର,୨୫ା୮(ବ୍ୟୁରୋ):  ହୀରାକୁଦ ଡ୍ୟାମର ବିଭିନ୍ନ ସ୍ଥାନରେ ଫାଟ ସୃଷ୍ଟି ହୋଇଥିବା ନେଇ ଚର୍ଚ୍ଚା ଜୋର ଧରିଛି। ଏହାକୁ ଗୁରୁତ୍ୱର ସହ ଗ୍ରହଣ କରିଛନ୍ତି ବନ୍ଧ ନିରାପତ୍ତା (ଡ୍ୟାମ୍‌ ସେଫ୍ଟି) ମୁଖ୍ୟଯନ୍ତ୍ରୀ। ତୁରନ୍ତ ଡ୍ୟାମ ସୁରକ୍ଷାର ଯାଞ୍ଚ କରିବାକୁ ବନ୍ଧ ନିରାପତ୍ତା ମୁଖ୍ୟଯନ୍ତ୍ରୀ ଶିବାଶିଷ ପାଢ଼ୀ ଗତ ୧୬ ତାରିଖରେ ହୀରାକୁଦ ଜଳଭଣ୍ଡାର ମୁଖ୍ୟଯନ୍ତ୍ରୀଙ୍କୁ ଚିଠି ମାଧ୍ୟମରେ ନିର୍ଦ୍ଦେଶ ଦେଇଛନ୍ତି। ଡ୍ରୋନ ସାହାଯ୍ୟରେ ଡ୍ୟାମ୍‌ର ଅପ୍‌ଷ୍ଟ୍ରିମ୍‌ ଓ ଡାଉନ୍‌ ଷ୍ଟ୍ରିମ୍‌ରେ ଫାଟ(କ୍ରାକ୍‌) ସମ୍ପର୍କରେ ଯାଞ୍ଚ କରି ଭିଡିଓଗ୍ରାଫି କରିବା ସହ ତଥ୍ୟ ପ୍ରମାଣ ସହ ରିପୋର୍ଟ ଦେବା, ୧୯୯୯ ସର୍ଭେ ପରେ ଚିହ୍ନଟ ଫାଟଗୁଡ଼ିକର ପରିସୀମା ବୃଦ୍ଧିପାଇଛି ନା ନାହିଁ ତା’ର ରିପୋର୍ଟ ପ୍ରସ୍ତୁତ କରିବା, ଅପରେଶନ ଗ୍ୟାଲେରିରେ ଥିବା ଫାଟ୍‌ଗୁଡ଼ିକର ସ୍ଥିତି ଓ କିଭଳି ମରାମତି କରାଯାଇଛି ତା’ର ରିପୋର୍ଟ ଦେବାକୁ ବନ୍ଧ ନିରାପତ୍ତା ମୁଖ୍ୟଯନ୍ତ୍ରୀଙ୍କ ଚିଠିରେ ନିର୍ଦ୍ଦେଶ ରହିଛି। ଏହିସବୁ ରିପୋର୍ଟ ପୂର୍ଣ୍ଣାଙ୍ଗ ଭାବେ ଦାଖଲ କରାଗଲେ ବନ୍ଧ ନିରାପତ୍ତା ବିଶେଷଜ୍ଞ କମିଟି ପରିଦର୍ଶନ କରିବାର କାର୍ଯ୍ୟକ୍ରମ ସ୍ଥିର ହେବ ବୋଲି କୁହାଯାଇଛି।

ହୀରାକୁଦ ଜଳଭଣ୍ଡାର ମୁଖ୍ୟଯନ୍ତ୍ରୀ ଆନନ୍ଦ ଚନ୍ଦ୍ର ସାହୁ କହିଛନ୍ତି ଯେ, ବନ୍ଧର ସୁରକ୍ଷା ସୁନିଶ୍ଚିିତ କରିବା ପାଇଁ ଏହା ଏକ ଗତାନୁଗତିକ କାର୍ଯ୍ୟ। ଆମ ପକ୍ଷରୁ ଡ୍ୟାମ ସୁରକ୍ଷାର ସର୍ଭେ ପାଇଁ ୨୦୨୨ ମେ’ ୨୭ରେ ବନ୍ଧ ନିରାପତ୍ତା ମୁଖ୍ୟଯନ୍ତ୍ରୀଙ୍କୁ ଚିଠି କରାଯାଇଥିଲା। ଏଣୁ ବନ୍ଧ ନିରାପତ୍ତା ମୁଖ୍ୟଯନ୍ତ୍ରୀଙ୍କ ପକ୍ଷରୁ ଆବଶ୍ୟକ ତଥ୍ୟ ଦାଖଲ କରିବା ଲାଗି ନିର୍ଦ୍ଦେଶ ଦିଆଯାଇଛି। ପ୍ରତି ପାଞ୍ଚବର୍ଷରେ ହୀରାକୁଦ ଡ୍ୟାମ୍‌ର ସୁରକ୍ଷା ନେଇ ରିପୋର୍ଟ ପ୍ରସ୍ତୁତ କରାଯାଇଥାଏ।

ଏଥିରେ ନୂତନ ଫାଟ, ହେଉଥିବା ସିପେଜ୍‌ର ସ୍ଥିତି ସମୀକ୍ଷା କରାଯାଏ। ହୀରାକୁଦ ବନ୍ଧ ସମ୍ପୂର୍ଣ୍ଣ ଭାବେ ସୁରକ୍ଷିତ ରହିଛି। ଏହାକୁ ନେଇ ଭୟଭୀତ ହେବାର ନାହିଁ। ବହୁବର୍ଷରୁ ପାଣି ସିପେଜ୍‌ ହୋଇଆସୁଛି। ଏହାକୁ ନେଇ ପୂର୍ବରୁ ବମ୍ବେର ଡାୟୋନୋସିସ୍‌ ନାମକ କମ୍ପାନୀ ଦ୍ୱାରା ସର୍ଭେ କରାଯାଇଥିଲା। ସିପେଜ୍‌ର ସ୍ଥିତି ଉପରେ ରିପୋର୍ଟ କରାଯାଇଥିଲା। ଏବେ ମଧ୍ୟ ଉକ୍ତ କମ୍ପାନୀ ସହ ଯୋଗାଯୋଗ କରାଯାଇଛି ବୋଲି ସେ କହିଥିଲେ। ସୂଚନାଯୋଗ୍ୟ, ବନ୍ୟା ନିୟନ୍ତ୍ରଣ, ବିଜୁଳି ଉତ୍ପାଦନ ଓ ଜଳସେଚନରେ ଲାଭଦାୟକ ହେଉଥିବା ହୀରାକୁଦ ଜଳଭଣ୍ଡାରର ଫାଟ ଥିବା ନେଇ ଚର୍ଚ୍ଚା ହୋଇଆସୁଛି। ବନ୍ଧ କର୍ତ୍ତୃପକ୍ଷ ମଧ୍ୟ ପାଣି ସିପେଜ୍‌ ହେଉଥିବା ଓ ଫାଟ ଥିବା ନେଇ ସ୍ବୀକାର କରୁଛନ୍ତି। ଡ୍ୟାମ୍‌ର ଡାହାଣ ଓ ବାମପାଖ ସ୍ଲୁଇସ୍‌ ଗେଟ୍‌ ବେରେଲରେ ସମସ୍ୟା ଥିବା ନେଇ ଅଭିଯୋଗ ହେଉଛି। ମରାମତି ଓ ସୁରକ୍ଷାକୁ ନେଇ ଅନେକ କୋଟି ଟଙ୍କା ଖର୍ଚ୍ଚ କରାଯାଉଛି। ହେଲେ ଏହାର ସ୍ଥାୟୀ ସମାଧାନ ଦିଗରେ କୌଣସି ପଦକ୍ଷେପ ଗ୍ରହଣ କରାଯାଉ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଜନଗଣନା ପାଇଁ ପ୍ରସ୍ତୁତି ଜୋରଦାର: ଗଣନାକାରୀ, ପର୍ଯ୍ୟବେକ୍ଷକଙ୍କୁ ତାଲିମ

ଦାରିଙ୍ଗବାଡି, ୧ା୪ (ଅରୁଣ ସାହୁ)କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଓଡିଶା ଆଦର୍ଶ ବିଦ୍ୟାଳୟ ପରିସରରେ ୩ ଦିନିଆ ଜନ ଗଣନା-୨୦୨୭ ପାଇଁ ଗଣନାକାରୀ ଓ ପର୍ଯ୍ୟବେକ୍ଷକଙ୍କୁ ନେଇ…

ଗୁଣିଗାରେଡ଼ି ସନ୍ଦେହରେ ବୃଦ୍ଧଙ୍କୁ ହତ୍ୟା, ୪ ଗିରଫ

ସୁନ୍ଦରଗଡ଼, ୩୧।୩(ଜୟନାରାୟଣ ମେଣ୍ଡୁଳି)-ବର୍ତ୍ତମାନର ବିଜ୍ଞାନ ଯୁଗରେ ମଧ୍ୟ ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଜିଲାରେ ଲୋକଙ୍କ ମଧ୍ୟରେ ଅନ୍ଧବିଶ୍ୱାସ ଭରି ରହିଛି। ଏହି ଅନ୍ଧବିଶ୍ବାସ ଯୋଗୁ ସୋମବାର ରାତିରେ…

ରାସ୍ତାରେ ଷଣ୍ଢକୁ ଧକ୍କା ଦେଇ ଗଛରେ ପିଟଥିଲେ ବାଇକ୍‌ , ଚାଲିଗଲା ଜୀବନ ଦୁର୍ଘଟଣାରେ ବାଇକ ଚାଳକକଙ୍କ ମୃତ୍ୟୁ

ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମୋକେଇ ପଞ୍ଚାୟତ କୁକୁଟବନ୍ଧ ଗାଁ ଛକରେ ମଙ୍ଗଳବାର ଅପରାହ୍ନ ପ୍ରାୟ ସାଢେ ୪ଟାରେ ଦୁର୍ଘଟଣାରେ ଜଣେ ଯୁବକଙ୍କ…

୩୦ ବର୍ଷ ସରକାରୀ ସେବା ନିୟମିତ ନ ହୋଇ ଅବସର ନେଲେ ଟୁନା ଜେନା

ଭଞ୍ଜନଗର,୩୧।୩(ବାବୁଲା ପ୍ରଧାନ): ତ୍ରୁଟିପୂର୍ଣ୍ଣ ସରକାରୀ ବିଧି ବ୍ୟବସ୍ଥା ଭିତରେ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ ୩୦ ବର୍ଷ ସରକାରୀ ସେବା ଯୋଗାଇଥିଲେ ମଧ୍ୟ ନିୟମିତ କର୍ମଚାରୀ ମାନ୍ୟତା…

ଚାଉଳ ନପାଇ ଫେରି ଯାଉଛନ୍ତି ଲୋକେ: ସାନଖେମୁଣ୍ଡିରେ ଖାଉଟିଙ୍କୁ ଚାଉଳ ଯୋଗାଣରେ ଅବ୍ୟବସ୍ଥା ..

ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଗ୍ରାମାଞ୍ଚଳମାନଙ୍କରେ ଖାଦ୍ୟ ଯୋଗାଣ ବିଭାଗ ପକ୍ଷରୁ ଖାଉଟିଙ୍କୁ ଚାଉଳ ଯୋଗାଣରେ ଅବ୍ୟବସ୍ଥା ନେଇ ସିଙ୍ଗପୁର ପଞ୍ଚାୟତ ସରପଞ୍ଚ…

୧୬ ନମ୍ବର ଜାତୀୟ ରାଜପଥ ବଡ଼ ଘାଟି ଉପରେ ଓଲଟିଲା ଏସିଡି ଟ୍ୟାଙ୍କର

ଖଲ୍ଲିକୋଟ,୩୧।୩(ପ୍ରଶାନ୍ତ କୁମାର ମିଶ୍ର): ଖଲ୍ଲିକୋଟ ବ୍ଲକ ଅନ୍ତର୍ଗତ ୧୬ ନଂ. ଜାତୀୟ ରାଜପଥ ବଡ଼ଘାଟି ଉପରେ ମଙ୍ଗଳବାର ଅପରାହ୍ନରେ ଏକ ଏସିଡି ବୋଝେଇ ଟ୍ୟାଙ୍କର ଓଲଟି ପଡିଛି।…

ରବି ଧାନ ବିକ୍ରି ପଞ୍ଜିକରଣ ଅବଧି ବୃଦ୍ଧି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର

କୋକସରା,୩୧।୩(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ଇନ୍ଦ୍ରାବତୀ ଉଠା ଜଳସେଚନ ଅଞ୍ଚଳର ଚାଷୀମାନେ ଚଳିତ ବର୍ଷ ରବି ଚାଷ ଧାନ ବିକ୍ରି ପଞ୍ଜିକରଣରୁ ବାଦ ପଡ଼ିଛନ୍ତି। ଫଳରେ କୋକସରା ବ୍ଳକ…

ଉତ୍କଳ ପ୍ରଦେଶ ଗଠନରେ ବଡ଼ଖେମୁଣ୍ଡିର ଅବଦାନ

ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିସ୍ଥିତ ବଡ଼ଖେମୁଣ୍ଡି ହାଇସ୍କୁଲ ପରିସରରେ ମଙ୍ଗଳବାର ଉତ୍କଳ ସମ୍ମିଳନୀ ଗଞ୍ଜାମ ଜିଲା ଶାଖା ଆନୁକୂଲ୍ୟରେ ପବିତ୍ର ଉତ୍କଳ ଦିବସ ଅବ୍ୟବହିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri