ଡ୍ୟୁଟିରେ ଥିବା SIଙ୍କୁ ନିର୍ଧୂମ ପିଟିଲେ..ଗାଡ଼ିରେ ବସାଇ କ୍ଷମା ମାଗିବାକୁ କହି ଭିଡିଓ ଶୁଟ୍‌ କଲେ… ଚକିତ କରୁଛି Video

ଇନ୍ଦୋର,୬।୨: ଦିନ ଥିଲା ପୋଲିସକୁ ଦେଖି ଲୁଚି ଯାଉଥିଲେ ଅପରାଧୀ। ହେଲେ ଏବେ ଖୁଲମ୍‌ଖୁଲା ଭାବେ ଚାଲିଛି ଅପରାଧ। ରୋକିବାକୁ ଯାଇ ପୋଲିସ ହଟହଟା ହେବା ସହ ମାଡ଼ ଖାଉଛନ୍ତି। ମଧ୍ୟପ୍ରଦେଶରେ ଏଭଳି କିଛି ଦୃଶ୍ୟ ଖବର ଶିରୋନାମା ପାଲଟିଛି। ଏଠାରେ ଅପରାଧୀଙ୍କ ସାହସ ଏତେ ବଢ଼ିଯାଇଛି ଯେ ସେମାନେ ଜଣେ ପୋଲିସ ସବ-ଇନ୍ସପେକ୍ଟରଙ୍କୁ ଅପହରଣ କରି ନିଷ୍ଠୁର ଭାବରେ ମାଡ଼ ମାରି ଭୁଲ ମାଗିବାକୁ ବାଧ୍ୟ କରିଛନ୍ତି। ମାଡ଼ ମାରିବାର ଏକ ଭିଡିଓ ମଧ୍ୟ ସାମ୍ନାକୁ ଆସିଛି, ଯେଉଁଥିରେ ଚାରି ଜଣ ଯୁବକ ଏସ୍‌ଆଇଙ୍କୁ ମାଡ଼ ମାରୁଥିବାର ଦେଖାଯାଉଛି।
ଇନ୍ଦୋରର ବାଣଗଙ୍ଗା ପୋଲିସ ଷ୍ଟେସନରେ ନିଯୁକ୍ତ ସବ-ଇନ୍ସପେକ୍ଟର ତେରେଶ୍ୱର ଇକ୍କାଙ୍କୁ ଚାରି ଜଣ ଯୁବକ ନିର୍ମମ ଭାବରେ ମାଡ଼ ମାରିଥିଲେ। ଅଭିଯୁକ୍ତ ଯୁବକମାନେ କାର୍‌ରେ ବସି ମଦ୍ୟପାନ କରୁଥିଲେ। ଏହି ସମୟରେ ସବ-ଇନ୍ସପେକ୍ଟର ତାଙ୍କୁ ମଦ୍ୟପାନ କରିବାରୁ ବାରଣ କରିଥିଲେ। ଏଥିରେ ଅଭିଯୁକ୍ତମାନେ ଏତେ ରାଗି ଯାଇଥିଲେ ଯେ ସେମାନେ ସବ-ଇନ୍ସପେକ୍ଟରଙ୍କୁ ଜୋରଜବରଦସ୍ତ କାରରେ ବସାଇ ଏକ ଅଜଣା ସ୍ଥାନକୁ ନେଇଯାଇଥିଲେ। ସେଠାରେ ପହଞ୍ଚିବା ପରେ ସେମାନେ ପ୍ରଥମେ ସବ-ଇନ୍ସପେକ୍ଟରଙ୍କୁ ମାଡ଼ ମାରିଥିଲେ ଏବଂ ପରେ ଏକ ଭିଡିଓ ତିଆରି କରି କ୍ଷମା ମାଗିବାକୁ କହିଥିଲେ।
ଘଟଣା ପରେ, ଏସଆଇ ତରେଶ୍ୱର ଇକ୍କା ଅଭିଯୁକ୍ତଙ୍କ ବିରୋଧରେ ଥାନାରେ ଅଭିଯୋଗ କରିଥିଲେ। ଏହା ପରେ, ପ୍ରଥମେ ପୋଲିସ କର୍ମଚାରୀଙ୍କ ଡାକ୍ତରୀ ପରୀକ୍ଷା କରାଯାଇଥିଲା ଏବଂ ପରେ ଗାଡ଼ିର ନମ୍ବର ଆଧାରରେ ଅଭିଯୁକ୍ତଙ୍କ ସନ୍ଧାନ ଆରମ୍ଭ ହୋଇଥିଲା। ଏହି ମାମଲାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ପୋଲିସ ଯୋବାଟ ଜେଲରେ ନିୟୋଜିତ ଜଣେ ଜେଲରକ୍ଷୀଙ୍କ ସମେତ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଛି। ଦୁଇ ଜଣ ଅଭିଯୁକ୍ତ ଏବେ ବି ଫେରାର ଅଛନ୍ତି ଏବଂ ସେମାନଙ୍କୁ ଗିରଫ କରିବା ପାଇଁ ପୋଲିସ ଟିମ୍‌ ନିୟୋଜିତ ହୋଇଛନ୍ତି।
ଏସ୍‌ଆଇ ତେରେଶ୍ୱର ଇକ୍କା କହିଛନ୍ତି ଯେ ମାଡ଼ ସମୟରେ ସେ ୱାୟାରଲେସ ମାଧ୍ୟମରେ ସାହାଯ୍ୟ ମାଗିଥିଲେ କିନ୍ତୁ କେହି ତାଙ୍କୁ ସାହାଯ୍ୟ କରି ନ ଥିଲେ। ଅଭିଯୁକ୍ତମାନେ ଏସ୍‌ଆଇଙ୍କୁ ଏକ କାର୍‌ରେ ନେଇ ମେଟ୍ରୋରେ କାମ କରୁଥିବା ଶ୍ରମିକଙ୍କ ମଧ୍ୟରେ ବସାଇଥିଲେ। ଏଠାରେ ସେ ଏସଆଇଙ୍କ ଉପରେ ଚାନ୍ଦା ଆଦାୟର ଅଭିଯୋଗ ଆଣି ଶ୍ରମିକମାନଙ୍କ ସମ୍ମୁଖରେ ତାଙ୍କଠାରୁ କ୍ଷମା ମଗାଇଥିଲେ। ସମ୍ପୂର୍ଣ୍ଣ ଘଟଣାର ଏକ ଭିଡିଓ ମଧ୍ୟ ସାମ୍ନାକୁ ଆସିଛି, ଯେଉଁଥିରେ ଅଭିଯୁକ୍ତମାନେ ପୋଲିସ କର୍ମଚାରୀଙ୍କୁ ତାଙ୍କ ନାମ ପଚାରି ମାରୁଥିବା ଏବଂ ତାଙ୍କୁ ମାଡ଼ ମାରୁଥିବା ଦେଖାଯାଉଛି।

Enter your email to get our daily news in your inbox.

All Right Reserved By Dharitri.Com

ଘରୁ ଲକ୍ଷାଧିକ ଟଙ୍କା ଚୋରି ଘଟଣା; ୯୨ ହଜାର ୫ ଶହ ଟଙ୍କା ଜବତ, ୩ ନାବାଳକ କରିଥିଲେ…

ଦିଗପହଣ୍ଡି/ଚିକିଟି,୨୨।୩(ଅଶେଷ ନାଥ ମିଶ୍ର/ ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା ଚିକିଟିପେଣ୍ଠ ଗ୍ରାମ ପଦ୍ମନଗର ୬ଷ୍ଠ ଲେନ ବାସିନ୍ଦା ମଙ୍ଗୁଳୁ ପ୍ରଧାନଙ୍କ ଘରୁ ଚୋରି ଘଟଣାରେ ପୋଲିସକୁ…

ମଧ୍ୟପ୍ରାଚ୍ୟ ଯୁଦ୍ଧ: ମୋଦିଙ୍କ ଅଧ୍ୟକ୍ଷତାରେ ୩ଘଣ୍ଟା ଧରି ବସିଲା ଉଚ୍ଚସ୍ତରୀୟ ବୈଠକ, ତେଲ-ଗ୍ୟାସ ନେଇ ଦେଲେ ବଡ଼ ନିର୍ଦ୍ଦେଶ

ନୂଆଦିଲ୍ଲୀ,୨୨।୩: ମଧ୍ୟପ୍ରାଚ୍ୟରେ ବଢ଼ୁଥିବା ଉତ୍ତେଜନା ମଧ୍ୟରେ ରବିବାର ସନ୍ଧ୍ୟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ ବସିଥିଲା । ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ଅନୁଷ୍ଠିତ ଏହି ଉଚ୍ଚସ୍ତରୀୟ…

ପଞ୍ଜାବ କିଙ୍ଗ୍ସକ ଦଳକୁ ନେଇ ବଡ଼ ମତ ରଖିଲେ ଇର୍ଫାନ ପଠାନ, ଜାଣନ୍ତୁ…

ନୂଆଦିଲ୍ଲୀ,୨୨ା୩: ଭାରତର ପୂର୍ୱତନ ଅଲରାଉଣ୍ଡର ଇର୍ଫାନ ପଠାନଙ୍କ ମତରେ ପଞ୍ଜାବ କିଙ୍ଗ୍ସ (ପିବିକେଏସ୍‌) ଏବେ ଉଚିତ ଦିଗରେ ଆଗଉଛି। ଦଳ ଅକ୍ସନରେ ଭଲ କରିବା ସହ ଚଳିତ…

ପାରିବାରିକ କଳହର କରୁଣ ପରିଣତି; ଆତ୍ମହତ୍ୟା କଲେ ନବବଧୂ, କାରଣ ଜାଣିଲେ…

ଦିଗପହଣ୍ଡି,୨୨।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଷ୍ଟେଟବ୍ୟାଙ୍କ ସମ୍ମୁଖ ରାମଚନ୍ଦ୍ର ନଗରରେ ରହୁଥିବା ଚନ୍ଦ୍ରମା ଗୌଡ଼ (୨୮)ନାମକ ଜଣେ ନବବଧୂ ଆତ୍ମହତ୍ୟା କରିଥିବା ଜଣାପଡିଛି ।…

ବସ୍‌ରେ ଚାଲାଣ ହେଉଥିଲା କଫସିରଫ: ମାଡ଼ି ବସିଲା ପୋଲିସ

ଡୁଙ୍ଗୁରିପାଲି,୨୨।୩(ଦୀନବନ୍ଧୁ ସୁନା): ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ବ୍ଲକ ରାମପୁର ଥାନା ପୋଲିସ ରବିବାର ୟ୧୫ ସହ ବୋତଲ କଫସିରଫ ଜବତ କରି ୩ଜଣ ଅଭିଯୁକ୍ତଙ୍କୁ ଗିରଫ କରି…

ବେପରୁଆ ଗାଡି ଚାଳନା, ଚକା ଫାଟି ଭାଙ୍ଗିଲା ଘର କାଚ

ଗଞ୍ଜାମ,୨୨।୩(ବିଦ୍ୟାଧର ସାହୁ ): ଗଞ୍ଜାମ ସହର ସ୍ଥିତ ଗ୍ରାସୀମ କମ୍ପାନୀକୁ ବିଭିନ୍ନ କାମରେ ଦୈନଦିନ ଶହ ଶହ ଟ୍ରକ ଟ୍ରାକ୍ଟର ଦଶ ଚକିଆ ଭାରୀଯାନ ଯାତାୟତ କରୁଛି…

ଯୁଦ୍ଧ ଆରମ୍ଭ! ୪୮ ଘଣ୍ଟା ମଧ୍ୟରେ ୪ଟି ବଡ଼ ଆକ୍ରମଣ, ନେତାନ୍ୟାହୁ କହିଲେ ଇରାନ ବିରୋଧରେ ବିଶ୍ୱ…

ନୂଆଦିଲ୍ଲୀ,୨୨।୩: ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ ରବିବାର ଦିନ ଡିମୋନା ଏବଂ ଆରାଦ ସହରରେ ମିଶାଇଲ୍ ଆଟାକ୍ ହୋଇଥିବା ସ୍ଥାନ ପରିଦର୍ଶନ କରିଥିଲେ। ସେ କହିଥିଲେ ଯେ…

ଧରିତ୍ରୀ ପ୍ରଭାବ: ସଜଡା ହେଲା ବ୍ଲକ ଗେଟ୍‌, ମରାମତି ହେଲା ‘ମରଣଯନ୍ତା’

ଥୁଆମୂଳ ରାମପୁର,୨୨।୩(ଦୁର୍ଗା କୀର୍ତ୍ତି): ଜନସାଧାରଣଙ୍କ ସମସ୍ୟା ସମାଧାନର ପେଣ୍ଠସ୍ଥଳ କୁହାଯାଉଥିବା ଥୁଆମୂଳ ରାମପୁର ପଞ୍ଚାୟତ ସମିତି କାର୍ଯ୍ୟାଳୟର ମୁଖ୍ୟ ପ୍ରବେଶ ପଥ ଏବେ ସମ୍ପୂର୍ଣ୍ଣ ସୁରକ୍ଷିତ ହୋଇଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri