କାଳିପଦା,୨ା୮(ରାଜଶ୍ରୀ ପାଣିଗ୍ରାହୀ): ସମୁଦ୍ରକୁ ମାଛ ମାରିବାକୁ ଯାଇ ବାଲିଆପାଳ ବ୍ଲକ ଚମୁଖ ପଞ୍ଚାୟତ କଙ୍କଡାପାଳ ଗ୍ରାମର ୪ଜଣ ନିଖୋଜ ହୋଇଯାଇଛନ୍ତି। ଶନିବାର ଡଙ୍ଗା ମାଲିକ ମଧୁସୂଦନ ଗିରି ( ୩୫) ତାଙ୍କ ବାପା ଗୋପାଳ ଗିରି ( ୬୦), ବଡ ଭାଇ ରବୀନ୍ଦ୍ର ଗିରି (୩୮) ଓ ତାଙ୍କ ଶଳା ଜଗନ୍ନାଥ ପାଳ (୨୩) ସମୁଦ୍ରକୁ ମାଛ ମାରିବାକୁ ଯାଇ ଦୀର୍ଘ ସମୟ ପର୍ଯ୍ୟନ୍ତ ଫେରି ନ ଥିଲେ। ପରିବାର ଲୋକେ କୌଣସି ଅଘଟଣ ଆଶଙ୍କା କରି ଦମକଳ କେନ୍ଦ୍ର ବାଲିଆପାଳ ଏବଂ ବାଲିଆପାଳ ପୋଲିସକୁ ଖବର ଦେଇଥିଲେ। ଖବର ଲେଖା ହେବା ପର୍ଯ୍ୟନ୍ତ ଦମକଳ ବାହିନୀ ନା ବାଲିଆପାଳ ପୋଲିସ ଘଟଣାସ୍ଥଳରେ ପହଞ୍ଚି ନ ଥିବା ସୂଚନା ମିଳିଛି। ଏ ସଂକ୍ରାନ୍ତରେ ଗ୍ରାମବାସୀ ବିଧାୟିକା ସୁବାସିନୀ ଜେନାଙ୍କୁ ଫୋନ ମାଧ୍ୟମରେ ଜଣାଇ ସହାୟତା ଲୋଡିଥିଲେ।


