କୋଚିଙ୍ଗ ସେଣ୍ଟର୍‌ ଝରକା ଗ୍ରିଲ କାଟି ୪ ଦଶମ ଶ୍ରେଣୀ ଛାତ୍ର ଫେରାର

ପାଟଣା,୧୩।୮(ବୀର କିଶୋର ଦାଶ):କେନ୍ଦୁଝର ଜିଲା ପାଟଣା ବ୍ଲକ କେନ୍ଦେଇ ପୋଷିସ୍ଥିତ ଏକ ଘରୋଇ ରେସି ଡେଣ୍ଟାଲ କୋଚିଂ ସେଣ୍ଟରରୁ ବୁଧବାର ବିଳମ୍ବିତ ରାତିରେ କୋଚିଂ ସେଣ୍ଟରର ଝରକା ଗ୍ରୀଲ ଭାଙ୍ଗି ୪ ଜଣ ଦଶମ ଶ୍ରେଣୀର ଛାତ୍ର ଫେରାର ହୋଇଯାଇଛନ୍ତି। ନିଖୋଜ ଛାତ୍ରମାନେ ହେଉଛନ୍ତି ଆନନ୍ଦପୁର ବ୍ଲକ ରରୁଦ୍ର ନାଏକ, ଘଟଗାଁ ବ୍ଲକ ଜାମୁପଶି ଗ୍ରାମର ଶୁଭମ ମହାନ୍ତ, ତୁରୁମୁଙ୍ଗା ଥାନା ବୁଢ଼ୀକାପୁଡିର ଶୁଭମ କୁମାର ମହାନ୍ତ ଓ ପାଟଣା ବ୍ଲକ ଟାଙ୍ଗରପଡ଼ା ପଞ୍ଚାୟତ ବାଲିବନ୍ଧର ପିପୁଲ ମହାନ୍ତ, ପ୍ରଥମ ୩ ଜଣ ସିଲିଦା ହାଇସ୍କୁଲର ଛାତ୍ର ହୋଇଥିବାବେଳେ ଚତୁର୍ଥ ଛାତ୍ର ଜଣଙ୍କ କେନ୍ଦେଇପଶି ହାଇସ୍କୁଲର ଛାତ୍ର ହୋଇଥିବା ଜଣାପଡ଼ିଛି। ସମସ୍ତେ କୋଚିଂ ସେଣ୍ଟରରେ ରହି ପାଠ ପୁଥଲେ । ୪ଜଣ ଛାତ୍ର କୋଚିଙ୍ଗ ସେଣ୍ଟରରୁ ଚାଲି ଯାଇଥିବା ବେଳେ କେହି ଘରକୁ ଫେରୁଥିବାରୁ ଚିନ୍ତା ବଢିଛି।
ଅଭିଭାବକ ମାନେ କୋଚିଙ୍ଗ ସେଣ୍ଟର୍‌ରେ ପହଞ୍ଚିଛନ୍ତି। ଛାତ୍ରମାନେ କୋଚିଙ୍ଗ ସେଣ୍ଟରରୁ ରାତ୍ରୀ ଲୁଚି ପଳାଇବାର କାରଣ ସ୍ପଷ୍ଟ ହୋଇ ନ ଥିବାବେଳେ କୋଚିଙ୍ଗ ସେଣ୍ଟର୍‌ ମାଲିକ ଏନେଇ ତୁରୁମୁଙ୍ଗା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ପୋଲିସ ପକ୍ଷରୁ ତନାଘନା ଆରମ୍ଭ ହୋଇଛି।

 

Dharitri – Odisha’s No.1 Odia Daily