Posted inଫୁରସତ

ଫାଉଣ୍ଟେନ ପେନ୍‌

ଦିନ ଥିଲା ମନର ଭାବକୁ ମଣିଷ ବିଭିନ୍ନ ପକ୍ଷୀର ପରକୁ ସ୍ୟାହୀରେ ବୁଡାଇ ଲେଖୁଥିଲା। ପରେ ଆସିଲା କଲମ ବା ଫାଉଣ୍ଟେନ ପେନ୍‌ର ଯୁଗ। ଯେଉଁଥିରେ ସ୍ୟାହୀ ସଞ୍ଚୟ କରି ରଖିବାର ବ୍ୟବସ୍ଥା ଥିଲା। ଲେଖିବାବେଳେ ସେହି ସ୍ୟାହୀ ନିବ ଦେଇ ବାହାରୁଥିଲା। ପରେ ଆସିଲା ବଲ୍‌ ପଏଣ୍ଟ ପେନ୍‌ର ଯୁଗ। ଏହାର ଚାହିଦା ଏତେ ରହିଲା ଯେ ଫାଉଣ୍ଟେନ ପେନ୍‌ର ଆଦର କମିଗଲା। ତେବେ ଏହାର ଚାହିଦା ଏବେ ବି ସମ୍ପୂର୍ଣ୍ଣଭାବେ କମିନି। ଆଜି ମଧ୍ୟ ଅନେକେ ସୁନ୍ଦର ହସ୍ତାକ୍ଷର ପାଇଁ ଏହାକୁ ବ୍ୟବହାର କରୁଛନ୍ତି। ହେଲେ ଜାଣନ୍ତି କି ଏହାକୁ କିଏ ପ୍ରଥମେ ତିଆରି କରିଥିଲେ? ପେତ୍ରାଚେ ପୋଏନରୁଙ୍କୁ ପ୍ରଥମ ଫାଉଣ୍ଟେନ ପେନ୍‌ର ଉଦ୍ଭାବକ କୁହାଯାଏ। ସେ ଏକ ହଂସର ବଡ଼ ପରକୁ ବ୍ୟବହାର କରି ଏହାକୁ ତିଆରି କରିଥିଲେ। ଯେଉଁଥିରେ ସ୍ୟାହୀ ଷ୍ଟୋର କରି ରଖିହେଉଥିଲା। ପରେ ରବର୍ଟ ଓ୍ବିଲିୟମ ଥମ୍‌ସନ୍‌ ୧୮୪୯ରେ ବି ଏକ ଫାଉଣ୍ଟେନ ପେନ୍‌ ଉଦ୍ଭାବନ କରିଥିଲେ, ଯାହା କିଛିଟା ଉନ୍ନତମାନର ଥିଲା।
ଭାରତରେ ଫାଉଣ୍ଟେନ ପେନ୍‌: ଭାରତରେ ୮୦-୯୦ ଦଶକରେ ଫାଉଣ୍ଟେନ ପେନ୍‌ ବେଶି ଲୋକପ୍ରିୟ ହେଇଥିଲା। ପିଲାଠାରୁ ବୟସ୍କ ସମସ୍ତେ ଏହାକୁ ବ୍ୟବହାର କରୁଥିଲେ। ତେବେ ସରକାରୀ ଭାବେ ୧୯୩୨ରେ ରତ୍ନମ୍‌ ପେନ୍‌ ଓ୍ବାର୍କସ୍‌ ଦ୍ୱାରା ନିର୍ମିତ ହୋଇଥିଲା ପ୍ରଥମ ଭାରତୀୟ ଫାଉଣ୍ଟେନ ପେନ୍‌। ଆଉ ସେହି ସ୍ବଦେଶୀ କଲମକୁ ୧୯୩୫ରେ ମହାତ୍ମା ଗାନ୍ଧୀଙ୍କୁ ପ୍ରଦାନ କରାଯାଇଥିଲା। ୮୦-୯୦ ଦଶକରେ କାନପୁର ସହର ଫାଉଣ୍ଟେନ ପେନ୍‌ ତିଆରି କରୁଥିବା ଅଗ୍ରଣୀ ସହରଭାବେ ପରିଚିତ ଥିଲା। ଏଠାରେ ୧୦ରୁ ଅଧିକ ଫାଉଣ୍ଟେନ ପେନ ଫ୍ୟାକ୍ଟରୀ ଥିଲା। ଏଠାରେ ନିର୍ମିତ ଫାଉଣ୍ଟେନ ପେନ୍‌ ସାରା ପୃଥିବୀରେ ପ୍ରସିଦ୍ଧ ଥିଲା। ଏବେ କାନପୁରରେ କେବଳ ‘କ୍ୟାନରାଇଟ୍‌’ ନାମକ କମ୍ପାନୀ ଫାଉଣ୍ଟେନ ପେନ୍‌ ତିଆରି କରୁଛି, ଯାହାକି ୧୯୮୬ରୁ ଫାଉଣ୍ଟେନ ପେନ୍‌ ତିଆରି କରି ଆସୁଛି। ୯୦ ଦଶକର ଶେଷଭାଗକୁ ଡଟ୍‌ ପେନ, ବଲ ପଏଣ୍ଟ ପେନ, ଜେଲ ପେନ୍‌, ରୋଲର୍‌ ପେନ୍‌ ଆସିଯିବା ଦ୍ୱାରା ଫାଉଣ୍ଟେନ ପେନ୍‌ର ବଜାର ଧରାଶାୟୀ ହେଇଗଲା। ହେଲେ ଏବେ ଦେଖିବାକୁ ମିଳୁଛି ପୁଣିଥରେ ଏହାର ଚାହିଦା ବଢୁଛି। ତେଣୁ ଭାରତ ସହିତ ୨୫ଟି ଦେଶରେ କାନପୁରର ଫାଉଣ୍ଟେନ ପେନ୍‌ ଓ ନିବ୍‌ର ଚାହିଦା ଜବରଦସ୍ତ ବଢିଛି। ପୃଥିବୀରେ ୪ଟି ଦେଶ ଫାଉଣ୍ଟେନ ପେନ ତିଆରି କରୁଛନ୍ତି। ସେ ହେଲା ଜର୍ମାନୀ, ଜାପାନ, ଚାଇନା ଓ ଭାରତ। ଜର୍ମାନୀ ଓ ଜାପାନରେ ନିର୍ମିତ ପେନ ବହୁତ ଦାମୀ ହୋଇଥାଏ। ଚାଇନାରେ ପ୍ରସ୍ତୁତ ଫାଉଣ୍ଟେନ ପେନ୍‌ର କ୍ୱାଲିଟି ଭଲ ନ ଥାଏ। ହେଲେ ଭାରତରେ ତିଆରି ଫାଉଣ୍ଟେନ ପେନ୍‌ର କ୍ୱାଲିଟି ଓ ଦାମ ଉଭୟ ଭଲ। ତେଣୁ ଭାରତୀୟ ଫାଉଣ୍ଟେନ ପେନ୍‌ର ଚାହିଦା ସାରା ପୃଥିବୀରେ ଅଛି। ତେବେ ଭାରତ ସମତେ ଅନ୍ୟ ଦେଶଗୁଡିକରେ ଫାଉଣ୍ଟେନ ପେନ୍‌ ଏବେ କେବଳ ସଉକଭାବେ ବ୍ୟବହାର କରାଯାଉଛି। ସୁନା ଓ ପ୍ଲାଟିନମ୍‌ ନିବ୍‌ ଥିବା ଫାଉଣ୍ଟେନ ପେନ୍‌କୁ ଅନେକେ ସଉକଭାବେ କିଣୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୨୦୨ ରନ୍‌ର ଟାର୍ଗେଟ୍ ମାତ୍ର ୧୫.୪ ଓଭରରେ ଶେଷ! ଆଇପିଏଲ୍‌ରେ ଆରସିବିର ନୂଆ ରେକର୍ଡ

ବେଙ୍ଗାଲୁର,୨୮।୩: ଆଇପିଏଲ୍‌ ୨୦୨୬ର ଶୁଭାରମ୍ଭ ଅତି ଜବରଦସ୍ତ ଶୈଳୀରେ ହୋଇଛି। ଟୁର୍ନାମେଣ୍ଟର ପ୍ରଥମ ମ୍ୟାଚ୍‌ରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (RCB) ସନରାଇଜର୍ସ ହାଇଦ୍ରାବାଦ (SRH) ବିପକ୍ଷରେ ଏକ…

ମା’ଙ୍କୁ ହରାଇଲେ ଭଉଣୀଭାଇ, ପାଳିବା ଚିନ୍ତାରେ ଆଈ

ବ୍ରହ୍ମପୁର,୨୮ା୩(ଅଶୋକ କୁମାର ସାହୁ): ନୟାଗଡ଼ ଜିଲା ଦଶପଲ୍ଲା ଥାନା ଅଧୀନ ଟାକେରା ପିଠାଖାଇ ଘାଟିରେ ଟୁରିଷ୍ଟ ବସ୍‌ ଦୁର୍ଘଟଣାରେ ମୃତକଙ୍କ ମଧ୍ୟରେ ବ୍ରହ୍ମପୁର ଧୋବାବନ୍ଧ ସାହିର ସୁମନ୍ତି…

ରୁଷିଆ ପାଇଁ ଆମେରିକାକୁ ଡ଼ରୁନାହିଁ ଇରାନ, ହଟିବାକୁ ନାରାଜ ମୋଜତାବା, ଆମେରିକା ପାଇଁ ବିପଦର ଘଣ୍ଟି!

ମସ୍କୋ/ତେହେରାନ,୨୮।୩: ବିଶ୍ୱ ରାଜନୀତିରେ ଏକ ନୂଆ ସମୀକରଣ ଦେଖିବାକୁ ମିଳିଛି। ପାଶ୍ଚାତ୍ୟ ଦେଶଗୁଡ଼ିକର କଠୋର ପ୍ରତିବନ୍ଧକ ସତ୍ତ୍ୱେ ରୁଷିଆ ଏବଂ ଇରାନ ମଧ୍ୟରେ ବନ୍ଧୁତା ଦିନକୁ ଦିନ…

ଆକ୍ସନରେ ପୋଲିସ: ଟିଟିଲାଗଡ଼ ବିଧାୟକଙ୍କ ପିଏସ୍‌ଓ ସସ୍‌ପେଣ୍ଡ

ବଲାଙ୍ଗୀର,୨୮।୩(ସୁନୀଲ କୁମାର ମହାନ୍ତି): ବଲାଙ୍ଗୀର ଏସ୍‌ପି ଅଭିଳାଷ ଜିଙ୍କ ଏକ ବଡ଼ ସୂଚନା ଦେଇଛନ୍ତି। ଟିଟିଲାଗଡ଼ ବିଧାୟକଙ୍କ ପିଏସ୍‌ଓ ପ୍ରେମଚାନ୍ଦ ନାଗଙ୍କୁ ସସ୍‌ପେଣ୍ଡ କରାଯାଇଥିବା ଏସ୍‌ପି ଶନିବାର…

ହର୍ମୁଜରେ ଯୁଦ୍ଧର କାଉଣ୍ଟଡାଉନ୍‌: ପୁରା ଆରବକୁ ମାଟିରେ ମିଶାଇଦେବ ଇରାନ? ମୋଜତାବାଙ୍କ ଚେତାବନୀରେ ଥରିଲା ଦୁନିଆ

ତେହେରାନ/ୱାଶିଂଟନ,୨୮।୩: ମଧ୍ୟପ୍ରାଚ୍ୟରେ ବିଶ୍ୱଯୁଦ୍ଧର ପଦଧ୍ୱନି ଶୁଣାଗଲାଣି। ଆମେରିକାର ‘ଗ୍ରାଉଣ୍ଡ ଅପରେଶନ’ ଘୋଷଣା ପରେ ଇରାନ ଏହାର ଭୟଙ୍କର ଜବାବୀ ରଣନୀତି ପ୍ରସ୍ତୁତ କରିଛି। ଇରାନର ସର୍ବୋଚ୍ଚ ନେତା…

ଭେଡେନ ଓକିଲ ସଂଘ: ଅଶ୍ବିନୀ ସଭାପତି ନିର୍ବାଚିତ

ଭେଡେନ,୨୮।୩(ହୃଷିକେଶ ଖମାରୀ): ବରଗଡ଼ ଜିଲା ଭେଡେନ ଓକିଲ ସଂଘର ନିର୍ବାଚନ ଶନିବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ଅଶ୍ୱିନୀ କୁମାର ଦାଶ ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି ।…

ମାନସିକ ବିକୃତ ଯୁବତୀ ଗର୍ଭବତୀ ମାମଲା: ଶିକ୍ଷକଙ୍କ ପରେ ଆଉ ଜଣେ ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ

ଗଞ୍ଜାମ,୨୮ା୩ (ବିଦ୍ୟାଧର ସାହୁ): ଗଞ୍ଜାମ ଜିଲା ରମ୍ଭା ଥାନା ହୁମା ଫାଣ୍ଡି ଅଞ୍ଚଳରେ ଜଣେ ମାନସିକ ବିକୃତ ଯୁବତୀ ଗର୍ଭବତୀ ହେବା ଘଟଣାରେ ଜଣେ ଶିକ୍ଷକ ଗିରଫ…

କବାଡ଼ି ପ୍ରିମିୟର ଲିଗ୍‌ ସିଜନ-୨ ଆରମ୍ଭ

ନୂଆପଡ଼ା,୨୮ା୩(ମକାରୁ ବେମାଲ): ନୂଆପଡ଼ା କବାଡ଼ି ଖେଳାଳି ସଂଘ ପକ୍ଷରୁ ପୁରୁଷ ଓ ମହିଳା ବିଭାଗରେ କବାଡ଼ି ପ୍ରିମିୟର ଲିଗ ସିଜନ-୨ ଶୁକ୍ରବାର ସାରେ ଉଦ୍‌ଘାଟିତ ହୋଇଯାଇଛି। ଜିଲା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri