Categories: ବାଣିଜ୍ୟ

ଖିମ୍‌ଜୀ ଜୁଏଲର୍ସର ପ୍ରତିଷ୍ଠାତା ଦିବସ

ଭୁବନେଶ୍ୱର, ୧।୯:ପ୍ରତିବର୍ଷ ଭଳି ଚଳିତ ବର୍ଷ ଅଗଷ୍ଟ ୩୧ରେ ଖିମ୍‌ଜୀ ଜୁଏଲର୍ସର ପ୍ରତିଷ୍ଠାତା ଖିମ୍‌ଜୀ ଦୟାଭାଇଙ୍କ ଜନ୍ମଦିନ ଖିମ୍‌ଜୀ ଜୁଏଲର୍ସ ପକ୍ଷରୁ ପାଳିତ ହୋଇଯାଇଛି। ବିଶେଷକରି ଖିମ୍‌ଜୀ ଜୁଏଲର୍ସର ପ୍ରତିଷ୍ଠାତାଙ୍କ ଜନ୍ମ ଦିବସକୁ ଭିନ୍ନ ଏକ ଭାବରେ ପାଳନ କରାଯାଇଥିଲା। ଏପରିକି ଏହି ଗୌରବମୟ ଦିବସ ପାଳନ କରିବା ପାଇଁ ଅଳଙ୍କାର ବ୍ରାଣ୍ଡ୍‌ ଭୁବନେଶ୍ୱରର ଏବଂ ଜୟ ଓଡ଼ିଶାର ମିଳିତ ପ୍ରୟାସରେ ଯଦୁପୁରସ୍ଥିତ ପ୍ରତିଭା ଆଶ୍ରମର ଶିଶୁମାନଙ୍କୁ ଖାଦ୍ୟ ଏବଂ ବସ୍ତ୍ର ବଣ୍ଟନ କରାଯାଇଥିଲା। ଅପରପକ୍ଷରେ ପ୍ରତିଷ୍ଠାତା ଦିବସ କେବଳ ବ୍ରାଣ୍ଡ୍‌ର ଦୂରଦୃଷ୍ଟିସମ୍ପନ୍ନ ମୁଖ୍ୟଙ୍କ ପ୍ରତି ଶଦ୍ଧାଞ୍ଜଳି ନୁହେଁ ବରଂ, ପ୍ରାୟ ୯ଦଶନ୍ଧି ପୂର୍ବରୁ ଖିମ୍‌ଜୀ ଦୟାଭାଇଙ୍କ ଦ୍ୱାରା ପ୍ରତିଷ୍ଠା ହୋଇଥିବା ଅଭିଜ୍ଞତାକୁ ସବୁଦିନ ପାଇଁ ମନେରଖିବାରେ ଏକ ମହତ୍ତ୍ୱପୂର୍ଣ୍ଣ ପଦକ୍ଷେପ ବୋଲି ଖିମଜୀ ଜୁଏଲର୍ସ ପକ୍ଷରୁ କୁହାଯାଇଛି। ଏ ସମ୍ପର୍କରେ ଖିମ୍‌ଜୀ ଜୁଏଲର୍ସର ନିର୍ଦ୍ଦେଶକ ମିତେଶ ଖିମ୍‌ଜୀ କହିଛନ୍ତି, ଖିମ୍‌ଜୀ ଜୁଏଲର୍ସର ସଫଳତାର ମୂଳଦୁଆ ପ୍ରତିଷ୍ଠା କରିଥିବା ପଥ ପ୍ରଦର୍ଶକଙ୍କୁ ମନେରଖିବା ଏବଂ ସମ୍ମାନିତ କରିବା ପାଇଁ ଆମେ ପ୍ରତିଷ୍ଠାତା ଦିବସ ପାଳନ କରୁଛୁ। ଏପରିକି ୮୭ତମ ବର୍ଷରେ ପ୍ରଦାର୍ପଣ କରି ଖିମ୍‌ଜୀ ଦୟାଭାଇଙ୍କ ଯାତ୍ରାକୁ ମାର୍ଗଦର୍ଶନ କରିଥିବା ସମାନ ମୂଲ୍ୟବୋଧ ଏବଂ ପ୍ରତିବଦ୍ଧତାକୁ ଆମେ ବଜାୟ ରଖିଛୁ। ବିଶେଷକରି ପ୍ରତିଷ୍ଠା ଦିବସ ଅବସରରେ ବ୍ରାଣ୍ଡ୍‌କୁ ପ୍ରେରଣା ଦେଉଥିବା ଅବିସ୍ମରଣୀୟ ପ୍ରତିଷ୍ଠାତାଙ୍କ ଉଦ୍ଦେଶ୍ୟରେ ଭକ୍ତିପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା। ସେହିଭଳି ଦୀର୍ଘ ଅଭିଜ୍ଞତାର ନୂତନ ବର୍ଷରେ ପାଦଦେଇ ଖିମ୍‌ଜୀ ଜୁଏଲର୍ସ ଅଧିକ ସ୍ନେହଭରା ସ୍ମୃତି ଓ ଗ୍ରାହକଙ୍କ ସହ ଦୃଢ ସମ୍ପର୍କ ସ୍ଥାପନ ଏବଂ ଅଳଙ୍କାର ଦୁନିଆରେ ଉତ୍କର୍ଷର ନୂତନ ମାନ ସ୍ଥିର କରିବାକୁ ଆଶା କରିଛି। ଉଲ୍ଲେଖଯୋଗ୍ୟ, ଖିମ୍‌ଜୀ ଜୁଏଲର୍ସର ଏକ୍ସକ୍ଲୁସିଭ ଆଉଟଲେଟ ଭୁବନେଶ୍ୱର (ଶହୀଦନଗର ଓ ଚନ୍ଦ୍ରଶେଖରପୁର) ସମେତ ପୁରୀ, ରାଉରକେଲା, ବ୍ରହ୍ମପୁର, ଝାରସୁଗୁଡ଼ା ଏବଂ କଟକଠାରେ ମଧ୍ୟ ଆକର୍ଷଣୀୟ ଷ୍ଟୋର ରହିଛି। ଉପରୋକ୍ତ ଷ୍ଟୋରଗୁଡିକରେ ସୁନା, ହୀରା, ପ୍ଲାଟିନମ୍‌, ରୁପା ଏବଂ ଅନ୍ୟାନ୍ୟ ମୂଲ୍ୟବାନ ଷ୍ଟୋନ୍‌ର ଏକ ନିଆରା ଓ ଅଦ୍ୱିତୀୟ ସଂଗ୍ରହ ସହିତ ବ୍ରାଣ୍ଡେଡ୍‌ ଘଣ୍ଟାର ଏକ ନିଆରା ସଂଗ୍ରହ ରହିଛି।

Share