ଫରେଷ୍ଟର ଆତ୍ମହତ୍ୟା ମାମଲା: ବଦଳିଲେ ତଦନ୍ତ ଅଧିକାରୀ, ଥାନା ଅଧିକାରୀଙ୍କୁ ମିଳିଲା ଦାୟିତ୍ୱ

ଭବାନୀପାଟଣା,୧୬ା୧୧(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଜୁନାଗଡ଼ ବ୍ଲକ ଜାରିଙ୍ଗ ସିଲଭି କଲଚର ହାଇଟେକ ନର୍ସରୀର ଫରେଷ୍ଟର ସଞ୍ଜୟ ନାୟକ(୩୩)ଙ୍କ ଆତ୍ମହତ୍ୟା ଘଟଣା ଇତିମଧ୍ୟରେ ୨ମାସ ପୂରିଛି। ଏହି ଘଟଣାରେ ଛନ୍ଦି ହୋଇଥିବା ରାୟଗଡ଼ା ଡିଏଫ୍‌ଓ (ରିସର୍ଚ୍ଚ ଉଇଙ୍ଗ) ଦେବେନ୍ଦ୍ର ବେହେରାଙ୍କୁ ହାଇକାର୍ଟରୁ ମିଳିଥିବା ଅନ୍ତରୀଣ ସର୍ତ୍ତମୂଳକ ସୁରକ୍ଷା ଅବଧି ଗତ ୧୧ତାରିଖରେ ଶେଷ ହୋଇଛି।

ଘଟଣାର ତଦନ୍ତ କରୁଥିବା କଳାହାଣ୍ଡି ଜିଲା ଭବାନୀପାଟଣା ଟାଉନ ପୋଲିସ ପକ୍ଷରୁ ହାଇକୋର୍ଟରେ ଏହି ମାମଲାର ସମସ୍ତ କେସ ଡାଇରି ହସ୍ତାନ୍ତର କରାଯାଇଛି। ଏହାର ଟିକନିଖ ଯାଞ୍ଚ ପରେ କୋର୍ଟ ଶୁଣାଣି କରିବେ ବୋଲି ଜଣାଯାଇଛି। ଅନ୍ୟପକ୍ଷରେ ଫରେଷ୍ଟର ସଞ୍ଜୟ ନାୟକଙ୍କ ଆତ୍ମହତ୍ୟା ମାମଲାର ତଦନ୍ତ କରୁଥିବା ଭବାନୀପାଟଣା ସଦର ଏସ୍‌ଡିପିଓ ସୁନାରାମ ହେମ୍ବ୍ରମ ପଦୋନ୍ନତି ପାଇ ଭୁବନେଶର କମିଶନରେଟ ପୋଲିସକୁ ବଦଳି ହୋଇଛି। ସେହିପରି ତଦନ୍ତ ଅଧିକାରୀ (ଆଇଓ) ସବ୍‌ଇନ୍ସପେକ୍ଟର ତପନ କାଲୋଙ୍କ ମଧ୍ୟ ଜିଲାସ୍ତରୀୟ ବଦଳିରେ ଜୁନାଗଡ଼ ଥାନାକୁ ବଦଳି ହୋଇଛି। ଫଳରେ ମାମଲାର ତଦନ୍ତ ଭବାନୀପାଟଣା ଟାଉନ ଥାନା ଅଧିକାରୀ ଯଶୋବନ୍ତ ହିଆଲ କରିବେ ବୋଲି ଏସ୍‌ଡିପିଓ ହେମ୍ବ୍ରମ ପ୍ରକାଶ କରିଛନ୍ତି।

ପ୍ରକାଶ ଯେ, ଗତ ସେପ୍ଟେମ୍ବର ୧୮ରେ ଫରେଷ୍ଟର ସଞ୍ଜୟ ନାୟକଙ୍କ ଝୁଲନ୍ତା ମୃତଦେହ ତାଙ୍କ ଭବାନୀପାଟଣାସ୍ଥିତ ସରକାରୀ କ୍ୱାର୍ଟର୍ସରୁ ପୋଲିସ ଜବତ କରିଥିଲା। ଘଟଣାସ୍ଥଳରୁ ସଞ୍ଜୟଙ୍କ ହାତଲେଖା ସୁଇସାଇଡ ନୋଟ୍‌ ଜବତ ହୋଇଥିଲା। ଏଥିରେ ବିଭାଗୀୟ ଡିଏଫ୍‌ଓ ଦେବେନ୍ଦ୍ର ବେହେରାଙ୍କ ବାରମ୍ବାର ଚାପ ଓ ମାନସିକ ନିର୍ଯାତନା ଯୋଗୁ ଆତ୍ମହତ୍ୟା କରିଥିବା ସ୍ପଷ୍ଟ ଉଲ୍ଲେଖ କରିଥିଲେ। ସଞ୍ଜୟଙ୍କ ପରିବାର ଲୋକେ ଏ ସଂକ୍ରାନ୍ତରେ ଭବାନୀପାଟଣା ଟାଉନ ଥାନାରେ ଲିଖିତ ଅଭିଯୋଗ ମଧ୍ୟ କରିଥିଲେ। ଘଟଣା ପରଠାରୁ ଡିଏଫ୍‌ଓ ଫେରାର ରହିଥିଲେ। ପ୍ରାୟ ୧୭ଦିନ ପରେ ହାଇକୋର୍ଟଙ୍କ ଅନ୍ତରୀଣ ସର୍ତ୍ତମୂଳକ ସୁରକ୍ଷା ନେଇ କୋର୍ଟଙ୍କ ନିର୍ଦ୍ଦେଶରେ ସେ ଗତ ଅକ୍ଟୋବର ୪ରେ ଭବାନୀପାଟଣା ଟାଉନ ଥାନାରେ ହାଜର ହୋଇଥିଲେ। ପୋଲିସ ପକ୍ଷରୁ ଦୁଇଦିନ ଧରି ମାରାଥନ ଜେରା କରାଯାଇଥିଲା। ସେହିପରି ଏହି ଘଟଣାରେ ରାଜ୍ୟ ଜଙ୍ଗଲ, ପରିବେଶ ଓ ଜଳବାୟୁ ବିଭାଗ ପକ୍ଷରୁ ଅକ୍ଟୋବର ୫ ତାରିଖରେ ତାଙ୍କୁ ନିଲମ୍ବିତ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ବଲାଙ୍ଗୀର ସହର ପରିକ୍ରମା କଲେ ଆୟୁର୍ବେଦ ଛାତ୍ରୀଛାତ୍ର, ସୁବର୍ଣ୍ଣ ଜୟନ୍ତୀ ଗେଟକୁ କଳିକେଶ…

ବଲାଙ୍ଗୀର,୫।୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସରକାରୀ ଆୟୁର୍ବେଦିକ କଲେଜ ଏବଂ ହସ୍ପିଟାଲର ସୁବର୍ଣ୍ଣ ଜୟନ୍ତୀ ସମାରୋହ ଗୁରୁବାର ଉଦଘାଟିତ ହୋଇଛି । ଏହି ଅବସରରେ ବଲାଙ୍ଗୀର ବିଧାୟକ…

୧ ବଲ୍‌ ୯ ରନ୍‌: ବିନା ଓ୍ବାଇଡ୍‌-ନୋ ବଲ୍‌ରେ କେମିତି ହେଲା ସମ୍ଭବ, ଜାଣନ୍ତୁ କ୍ରିକେଟ୍‌ ପଡ଼ିଆରେ ରୋଚକ ଘଟଣା

ହରାରେ,୫।୨: ଭାରତ ଏବଂ ଆଫଗାନିସ୍ତାନ ମଧ୍ୟରେ ୧୯ ବର୍ଷରୁ କମ ବିଶ୍ୱକପ ସେମିଫାଇନାଲ ମ୍ୟାଚ କ୍ରିକେଟ ପଡ଼ିଆରେ ଏକ ଅସାଧାରଣ ଘଟଣା ଦେଖିବାକୁ ମିଳିଥିଲା। ଆଫଗାନିସ୍ତାନ ବ୍ୟାଟିଂ…

ଟି-୨୦ ବିଶ୍ୱକପ ପୂର୍ବରୁ ଭାରତକୁ ଜୋରଦାର୍‌ ଝଟ୍‌କା: ଯନ୍ତ୍ରଣାରେ ଛଟ୍‌ପଟ୍‌ ହୋଇ…

ନୂଆଦିଲ୍ଲୀ,୫।୨: ICC ଟି-୨୦ ବିଶ୍ୱକପ ୨୦୨୬ ପୂର୍ବରୁ ଟିମ ଇଣ୍ଡିଆର ଖେଳାଳିଙ୍କ ଆଘାତର ଧାରା ଜାରି ରହିଛି। ଦ୍ରୁତ ବୋଲର ହର୍ଷିତ ରାଣା ଏବେ ଏହି ତାଲିକାରେ…

ସାଙ୍ଗ ନେଲା ସାଙ୍ଗର ଜୀବନ, ହତ୍ୟା କରି ଜରିରେ କରିଦେଲେ ପ୍ୟାକ୍‌, ୫ ଦିନ ପରେ ମିଳିଲା…

ବ୍ରଜରାଜନଗର, ୫।୨(ବିଜୟ ବରାଡ଼): ଝାରସୁଗୁଡା ବ୍ରଜରଜନଗର ଥାନା ରାମପୁର ଫାଣ୍ଡି ଆନ୍ତର୍ଗତ କୁକୁରିକାନୀ ପଡ଼ାର ଟାଙ୍ଗର ଘାଟ ଜଙ୍ଗଲରେ ଏକ ଯୁବକଙ୍କ ମୃତଦେହ ପୋଲିସ ଉଦ୍ଧାର କରିଛି…

ଗୋବିନ୍ଦାଙ୍କ ପତ୍ନୀ ସୁନିତାଙ୍କ ଚମକିଲା ଭାଗ୍ୟ, ୫୮ ବର୍ଷ ବୟସରେ…

ମୁମ୍ବାଇ: ଗୋବିନ୍ଦାଙ୍କ ପତ୍ନୀ ସୁନିତା ଆହୁଜା, ଯିଏ ପ୍ରାୟତଃ ତାଙ୍କ ବୟାନ ପାଇଁ ଶିରୋନାମାରେ ଥାନ୍ତି। ଏବ ପୁଣି ଥରେ ଖବରରେ ଅଛନ୍ତି। ଏଥର, ତାଙ୍କର ବିବାଦୀୟ…

ଏହି କାରଣକୁ ନେଇ ୧୨ ଘଣ୍ଟିଆ ଲାଞ୍ଜିଗଡ ବନ୍ଦ ଡାକରା: ସ୍କୁଲ, କଲେଜ, ଦୋକାନ ବଜାର ସବୁ ଠପ୍‌

ଲାଞ୍ଜିଗଡ,୫।୨(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ଲାଞ୍ଜିଗଡ ସବ-ରେଜିଷ୍ଟାର କାର୍ଯ୍ୟାଳୟକୁ ଜିଲା ପ୍ରଶାସନ ପକ୍ଷରୁ ବିଶ୍ୱନାଥପୁରଠାରେ ସ୍ଥାପନ ନେଇ ଲାଞ୍ଜିଗଡ ଅଞ୍ଚଳବାସୀ ବିରୋଧ କରିଛନ୍ତି।…

ବିବାହର କିଛି ଘଣ୍ଟା ପରେ ଏକ ସନ୍ତାନକୁ ଜନ୍ମ ଦେଲେ କନ୍ୟା, ଆଶ୍ଚର୍ଯ୍ୟ ହୋଇଗଲା ବର, ପୂରା ଘଟଣା ଜାଣିଲେ…

ଲକ୍ଷ୍ନୌ,୫।୨: ଉତ୍ତର ପ୍ରଦେଶର ରାମପୁର ଜିଲାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି, ଯାହା ସମଗ୍ର ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ଆଜିମନଗର ଥାନା ଅଞ୍ଚଳ ଅନ୍ତର୍ଗତ…

ବଲାଙ୍ଗୀରରେ ଚର୍ଚ୍ଚା: ମା’ ପାଟଣେଶ୍ବରୀଙ୍କ ମନ୍ଦିରରେ କେଭି-କଳିକେଶ, ଏକାଠି ବସିଲେ ହୋମଯଜ୍ଞ କଲେ

ବଲାଙ୍ଗୀର,୫।୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସହରର ଇଷ୍ଟଦେବି ମାଁ ପାଟଣେଶ୍ବରୀଙ୍କ ମନ୍ଦିରକୁ ଶହେ ପଚାଶ ବର୍ଷ (୧୫୦) ପୂରଣ ହୋଇଛି । ତେଣୁ ଯାକଜମକରେ ଦେବାଳୟ ଐତିହ୍ୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri