ଭିଜିଲାନ୍ସ ଜାଲରେ ଫରେଷ୍ଟର୍‌

ଭବାନୀପାଟଣା,୧୩।୯(ସ୍ବ.ପ୍ର.): କଳାହାଣ୍ଡି ଜିଲା କର୍ଲାପାଟ ରେଞ୍ଜ ଶଗଡା ଫରେଷ୍ଟର୍‌ ଯୋଗେନ୍ଦ୍ର ମାଝୀ ସୋମବାର ବିଳମ୍ବିତ ରାତିରେ ଭିଜିଲାନ୍ସ ଜାଲରେ ପଡିଛନ୍ତି। ଚଢ଼ାଉ ସମୟରେ ତାଙ୍କ ନିକଟରୁ ୨ ଲକ୍ଷ ତିନି ହଜାର ଟଙ୍କା ଭିଜିଲାନ୍ସ ବିଭାଗ ଜବତ କରିଥିଲା। ହେଲେ ପଚାରାଉଚୁରା ସମୟରେ ଫରେଷ୍ଟର ମାଝୀ ସଠିକ ଉତ୍ତର ଦେଇ ପାରି ନ ଥିବାରୁ ଭିଜିଲାନ୍ସ ବିଭାଗ ତାଙ୍କୁ ଗିରଫ କରିଛି। ଏହି ଟଙ୍କା ଉପରସ୍ଥ ଅଧିକାରୀଙ୍କ ଦଶହରା କଲେକ୍ସନ ଟଙ୍କା ବୋଲି ଅଞ୍ଚଳରେ ଚର୍ଚ୍ଚା ହେଉଛି। ଏହି ଚଢ଼ାଉରେ ଡିଏସପି ସୁଶାନ୍ତ କୁମାର ବିଶ୍ବାଳ, କଳାବତୀ ବାଗ ସଦାନନ୍ଦ ପାଣିଗ୍ରାହୀ ଓ ଇନ୍ସପେକ୍ଟର୍‌ ପ୍ରମିଳା ସୁନାନୀ, ଅଜିତ ପାଢୀ ପ୍ରମୁଖ ସାମିଲ ଥିଲେ।