Posted inଖେଳ

ଫର୍ମୁଲା ଓ୍ବାନ୍‌ ମୋଟର ରେସିଂ ୨୦୨୩

ଫର୍ମୁଲା ଓ୍ବାନ୍‌ ମୋଟର ରେସିଂର ୭୪ତମ ସଂସ୍କରଣ ମାର୍ଚ୍ଚ ମାସରେ ଆରମ୍ଭ ହୋଇଛି। ଏହି ସିଜନରେ ବିଶ୍ୱର ବିଭିନ୍ନ ସର୍କିଟ୍‌ରେ ମୋଟ ୨୩ଟି ରେସ୍‌ ଅନୁଷ୍ଠିତ ହେବ। ଇତିମଧ୍ୟରେ ବାହାରିନ୍‌ ଓ ସାଉଦି ଆରବିୟାନ ଗ୍ରାଁ ପ୍ରି ଶେଷ ହୋଇଯାଇଥିବାବେଳେ ରେଡ୍‌ବୁଲ୍‌ ଡ୍ରାଇଭରମାନେ ବାଜି ମାରିଛନ୍ତି। ରେଡ୍‌ବୁଲ୍‌ର ମ୍ୟାକ୍ସ ଭର୍ଷ୍ଟାପେନ ଗତ ସଂସ୍କରଣର ଚାମ୍ପିୟନ ଥିଲେ…

ଫର୍ମୁଲା ଓ୍ବାନ୍‌ ମୋଟର ରେସିଂର ୭୪ତମ ସଂସ୍କରଣ ଆରମ୍ଭ ହୋଇଯାଇଛି। ୨୦୨୩ରେ ବିଶ୍ୱର ବିଭିନ୍ନ ସର୍କିଟ୍‌ରେ ମୋଟ ୨୩ଟି ରେସ୍‌ ହେବାର କାର୍ଯ୍ୟସୂଚୀ ଥିବାବେଳେ ଇତିମଧ୍ୟରେ ୨ଟି ରେସ୍‌ ସମ୍ପନ୍ନ ହୋଇଯାଇଛି। ଶେଷ ହୋଇଯାଇଥିବା ଗ୍ରାଁ ପ୍ରି ୨ଟି ହେଲା ବାହାରିନ୍‌ ଓ ସାଉଦି ଆରବିୟାନ। ମାର୍ଚ୍ଚରେ ଆରମ୍ଭ ହୋଇଥିବା ଏହି ପ୍ରତିଯୋଗିତା ନଭେମ୍ବର ପର୍ଯ୍ୟନ୍ତ ଚାଲିବ। ବିଭିନ୍ନ ଟିମ୍‌ର ଡ୍ରାଇଭରଙ୍କ ମଧ୍ୟରେ ଓ୍ବାଲର୍‌ଡ ଡ୍ରାଇଭର୍ସ ଚାମ୍ପିୟନ ଓ କନ୍‌ଷ୍ଟ୍ରକ୍ଟର୍ସ ଚାମ୍ପିୟନ ପାଇଁ ଲଢ଼େଇ ଆରମ୍ଭ ହୋଇଛି। ରେଡ୍‌ବୁଲ୍‌ର ମ୍ୟାକ୍ସ ଭର୍ଷ୍ଟାପେନ ଗତ ସଂସ୍କରଣର ଡ୍ରାଇଭର୍ସ ଚାମ୍ପିୟନ ହୋଇଥିଲେ। ଏଥର ମଧ୍ୟ ସେ ଆରମ୍ଭରୁ ପ୍ରଭାବୀ ପ୍ରଦର୍ଶନ କରିଛନ୍ତି। ତାଙ୍କ ଟିମ୍‌ ରେଡ୍‌ବୁଲ୍‌ କନ୍‌ଷ୍ଟ୍ରକ୍ଟର୍ସ ଚାମ୍ପିୟନ ହୋଇଥିଲା। ଏଥର ୩ ଡ୍ରାଇଭର ଫର୍ମୁଲା ଓ୍ବାନ୍‌ ଡେବ୍ୟୁ କରିଥିଲେ। ସେମାନେ ହେଲେ ଓସ୍କାର ପିଆଷ୍ଟ୍ରି (ମ୍ୟାକ୍‌ଲରେନ), ନିକ୍‌ ଡି ଭ୍ରିଜ୍‌ (ଆଲ୍‌ଫା ଟୌରି) ଓ ଲୋଗାନ ସର୍ଗାଣ୍ଟ (ଓ୍ବିଲିୟମ୍ସ)। ଅନୁଷ୍ଠିତ ହୋଇଯାଇଥିବା ୨ ରେସ୍‌ ଶେଷରେ ରେଡ୍‌ବୁଲ୍‌ର ଦୁଇ ଡ୍ରାଇଭର ମ୍ୟାକ୍ସ ଭର୍ଷ୍ଟାପେନ (ନେଦରଲାଣ୍ଡ୍ସ) ଓ ସର୍ଗିଓ ପେରେଜ (ମେକ୍ସିକୋ) ଡ୍ରାଇଭର୍ସ ଷ୍ଟାଣ୍ଡିଂରେ ଯଥାକ୍ରମେ ୪୪ ଓ ୪୩ ପଏଣ୍ଟ ସହିତ ପ୍ରଥମ ୨ ସ୍ଥାନ ଅଧିକାର କରିଛନ୍ତି।

ବାହାରିନ୍‌ ଗ୍ରାଁ ପ୍ରି
ସିଜନ ପ୍ରାରମ୍ଭ ବାହାରିନ୍‌ ଗ୍ରାଁ ପ୍ରି ସାଖିରସ୍ଥିତ ଅନ୍ତର୍ଜାତୀୟ ସର୍କିଟ୍‌ରେ ମାର୍ଚ୍ଚ ୩ରୁ ୫ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥିଲା। ପ୍ରଥମ ଦୁଇଦିନ ପ୍ରାକ୍ଟିସ ଓ କ୍ୱାଲିଫାଇଂ ଏବଂ ଅନ୍ତିମ ଦିବସରେ ଚୂଡ଼ାନ୍ତ ରେସ୍‌ରେ ଡ୍ରାଇଭରମାନେ କୌଶଳ ପ୍ରଦର୍ଶନ କରିଥିଲେ। ୫,୪୧୨ କିଲୋମିଟର (୩,୩୬୩ମାଇଲ)ର ଏହି ରେସ୍‌ ୫୭ ଲ୍ୟାପ୍‌ ବିଶିଷ୍ଟ ଥିଲା। ମ୍ୟାକଲରେନ, ଆଲ୍‌ଫା ଟୌରୀ ଓ ଓ୍ବିଲିୟମ୍ସ ସହିତ ଓସ୍କାର ପିଆଷ୍ଟ୍ରି, ନିକ୍‌ ଡି’ ଭ୍ରାଏଜ୍‌ ଓ ଲୋଗାନ ସର୍ଗାଣ୍ଟ ଜୀବନର ପ୍ରଥମ ରେସ୍‌ରେ ଅବତୀର୍ଣ୍ଣ ହୋଇଥିଲେ। ପୋଲ୍‌ ପୋଜିଶନରୁ ରେସ୍‌ ଆରମ୍ଭ କରିଥିବା ରେଡ୍‌ ବୁଲ୍‌ ଡ୍ରାଇଭର ମ୍ୟାକ୍ସ ଭର୍ଷ୍ଟାପେନ ଅଳ୍ପ କିଛି ସମୟ ଲିଡିଂରୁ ବିଚ୍ୟୁତ ହୋଇଥିଲେ ହେଁ ଶେଷରେ ବିଜେତା ସାବ୍ୟସ୍ତ ହୋଇଥିଲେ। ସେ ୧:୩୩:୫୬.୭୩୬ ସେକେଣ୍ଡ ସମୟ ନେଇ ପ୍ରଥମ ସ୍ଥାନ ଅଧିକାର କରିଥିଲେ। ତାଙ୍କ ଅପେକ୍ଷା ୧୧.୯୮୭ ସେକେଣ୍ଡ ସମୟ ଅଧିକ ନେଇଥିବା ଅନ୍ୟତମ ରେଡ୍‌ବୁଲ୍‌ ଚାଳକ ସର୍ଗିଓ ପେରେଜ ଦ୍ୱିତୀୟ ସ୍ଥାନରେ ରହିଥିଲେ। ଅର୍ଥାତ୍‌ ବର୍ଷ ପ୍ରାରମ୍ଭ ରେସ୍‌ରେ ରେଡ୍‌ବୁଲ ଓ୍ବାନ୍‌-ଟୁ ପୋଜିଶନ ସହିତ ରେସ୍‌ ଶେଷ କରିଥିଲା। ଅନ୍ୟମାନଙ୍କ ମଧ୍ୟରେ ଆଷ୍ଟନ ମାର୍ଟିନ ଡ୍ରାଇଭର ଫର୍ନାଣ୍ଡୋ ଆଲୋଁସୋ, ଫେରାରୀର କାର୍ଲୋସ ସିଞ୍ଜ ଜୁନିୟର, ମର୍ସିଡିଜ୍‌ର ଲୁଇସ ହାମିଲଟନ, ଆଷ୍ଟନ ମାର୍ଟିନର ଲାନ୍ସ ଷ୍ଟ୍ରୋଲ୍‌, ମର୍ସିଡିଜ୍‌ର ଜର୍ଜ ରସେଲ, ଆଲ୍‌ଫା ରୋମିଓର ଭାଲ୍‌ଟେରୀ ବୋଟ୍ଟାସ, ଆଲ୍‌ପିନେର ପିଏରେ ଗାସ୍‌ଲି ଏବଂ ଓ୍ବିଲିୟମ୍ସର ଆଲେକ୍‌ଜାଣ୍ଡର ଆଲବନ ଯଥାକ୍ରମେ ତୃତୀୟରୁ ୧୦ମ ସ୍ଥାନ ଅଧିକାର କରିଥିଲେ। ରେସିଂ ନିୟମ ଅନୁସାରେ ରେସ୍‌ର ବିଜେତାଙ୍କୁ ୨୫ ପଏଣ୍ଟ ପ୍ରଦାନ କରାଯାଇଥାଏ। ପରବର୍ତ୍ତୀ ୯ ଜଣ କ୍ରମାନ୍ବୟରେ ୧୮, ୧୫, ୧୨, ୧୦, ୮, ୬, ୪, ୨ ଓ ୧ ପଏଣ୍ଟ ହାସଲ କରିଥିଲେ। କେବଳ ଏହି ରେସ୍‌ରୁ ରେଡ୍‌ବୁଲ୍‌ ୪୩ ପଏଣ୍ଟ ହାସଲ କରିଥିବାରୁ କନ୍‌ଷ୍ଟ୍ରକ୍ଟର ଷ୍ଟାଣ୍ଡିଂରେ ସ୍ବାଭାବିକ ଭାବେ ପ୍ରଥମ ସ୍ଥାନ ଅଧିକାର କରିଥିଲା।

ଜେଦାରେ ପେରେଜଙ୍କ କମାଲ
ସିଜନର ଦ୍ୱିତୀୟ ରେସ୍‌ ଥିଲା ସାଉଦି ଆରବିୟାନ ଗ୍ରାଁ ପ୍ରି। ସାଉଦି ଆରବର ଜେଦାସ୍ଥିତ କର୍ନିକ ସର୍କିଟ୍‌ରେ ଏହି ରେସ୍‌ ମାର୍ଚ୍ଚ ୧୯ରେ ଅନୁଷ୍ଠିତ ହୋଇଥିଲା। ୬,୧୭୪ କିଲୋମିଟର (୩,୮୩୬ ମାଇଲ) ବିଶିଷ୍ଟ ଷ୍ଟ୍ରିଟ୍‌ ସର୍କିଟ ରେସ୍‌ ୫୦ ଲ୍ୟାପ୍‌ବିଶିଷ୍ଟ ଥିଲା। କ୍ୱାଲିଫିକେଶନ ସମୟରେ ପ୍ରଭାବୀ ପ୍ରଦର୍ଶନ କରି ପୋଲ୍‌ ପୋଜିଶନ ପାଇଥିବା ରେଡ୍‌ବୁଲ୍‌ ଡ୍ରାଇଭର ସର୍ଗିଓ ପେରେଜ ମୁଖ୍ୟ ରେସ୍‌ରେ ମଧ୍ୟ ପ୍ରଥମ ସ୍ଥାନ ଅଧିକାର କରିଥିଲେ। ସେ ୧:୨୧:୧୪.୮୯୪ ସେକେଣ୍ଡ ସମୟ ନେଇଥିଲେ। ପେରେଜଙ୍କ ସାଥୀ ଡ୍ରାଇଭର ମ୍ୟାକ୍ସ ଭର୍ଷ୍ଟାପେନ ୫.୩୫୫ ସେକେଣ୍ଡ ଅଧିକ ସମୟ ନେଇ ଦ୍ୱିତୀୟ ସ୍ଥାନ ଫିନିଶ୍‌ କରିଥିଲେ। ଫଳରେ ସିଜନ ପ୍ରାରମ୍ଭ ବାହାରିନ୍‌ ଗ୍ରାଁ ପ୍ରି ପରି ଏଠାରେ ମଧ୍ୟ ରେଡ୍‌ବୁଲ୍‌ ଓ୍ବାନ୍‌-ଟୁ ପୋଜିଶନ ପାଇଥିଲା। କେବଳ ଡ୍ରାଇଭରଦ୍ୱୟ ଉପରତଳ ହୋଇଥିଲେ। ଆଷ୍ଟନ ମାର୍ଟିନର ଫର୍ନାଣ୍ଡୋ ଆଲୋଁସୋ ତୃତୀୟ ସ୍ଥାନରେ ରହିଥିଲେ। ଅନ୍ୟମାନଙ୍କ ମଧ୍ୟରେ ମର୍ସିଡିଜ୍‌ର ଜର୍ଜ ରସେଲ ଓ ଲୁଇସ ହାମିଲଟନ, ଫେରାରୀର କାର୍ଲୋସ ସିଞ୍ଜ ଜୁନିୟର ଓ ଚାଲର୍‌ସ ଲେକ୍‌ରେକ, ଆଲ୍‌ପିନେର ଏଷ୍ଟାବନ ଓକନ ଓ ପିଏରେ ଗାସ୍‌ଲି ଏବଂ ହାସ୍‌ର କେଭିନ ମାଗ୍ନୁସେନ ଟପ୍‌-୧୦ ଫିନିଶ୍‌ କରିଥିଲେ। ଫଳରେ ଏହି ୧୦ ଡ୍ରାଇଭର ଯଥାକ୍ରମେ ୨୫, ୧୯, ୧୫, ୧୨, ୧୦, ୮, ୬, ୪, ୨ ଓ ୧ ପଏଣ୍ଟ ହାସଲ କରିଥିଲେ। ୨ ରେସ୍‌ ଶେଷରେ କନ୍‌ଷ୍ଟ୍ରକ୍ଟର ଷ୍ଟାଣ୍ଡିଂରେ ରେଡ୍‌ବୁଲ୍‌ ୮୭ ପଏଣ୍ଟ ସହ ଶୀର୍ଷରେ ନିଜ ସ୍ଥାନକୁ ମଜଭୁତ କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ମୋଦିଙ୍କୁ ନେଇ ଏମିତି କହିଦେଲେ ଟ୍ରମ୍ପ: ବିଶ୍ୱରେ ପଡ଼ିଗଲା ଚହଳ

ଓ୍ବାଶିଂଟନ୍‌,୧୭।୧୨: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପ୍ରଶଂସା କରିଛନ୍ତି। ସେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ତାଙ୍କର ‘ମହାନ ବନ୍ଧୁ’ ଭାବରେ ବର୍ଣ୍ଣନା କରିଛନ୍ତି।...

ଗାଁ ମଝିରେ ଛିଡ଼ିଲା ବିଦ୍ୟୁତ ତାର: ଅଳ୍ପକେ ବର୍ତ୍ତିଲେ ଜେଜେ ମା’-ନାତି

ଗଞ୍ଜାମ,୧୭।୧୨(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତ ଲକ୍ଷ୍ମୀପୁର ଗାଁରେ ବୁଧବାର ସକାଳେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଥିଲା। ଗାଁ ମଝିରେ ରାସ୍ତା...

ଓଡ଼ିଶାରେ ୨ ଦିନ ପାଇଁ ୟେଲୋ ଓ୍ବାର୍ନିଂ: ହୋଇଯାନ୍ତୁ ସତର୍କ

ଭୁବନେଶ୍ୱର,୧୭।୧୨(ଅନୁରାଧା ମହାରଣା):ରାଜ୍ୟରେ ଗତ କିଛିଦିନ ଧରି ଶୀତ ଲହରୀ ଜାରି ରହିଛି। ଆଭ୍ୟନ୍ତରୀଣ ଓଡ଼ିଶାର ସୁନ୍ଦରଗଡ଼, କୋରାପୁଟ ଏବଂ କନ୍ଧମାଳର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ...

ଆଜି ଦେଶବ୍ୟାପୀ ବିକ୍ଷୋଭ: ମହାତ୍ମା ଗାନ୍ଧୀଙ୍କ ଫଟୋ ଧରି…

ନୂଆଦିଲ୍ଲୀ,୧୭ା୧୨(ପି.ଟି.):ଏମ୍‌ଜିଏନ୍‌ଆର୍‌ଇଜିଏ ନାଁ ବଦଳାଇବା ପାଇଁ କେନ୍ଦ୍ର ସରକାର ଆଣିଥିବା ଭିବି-ଜି ରାମ ଜି ବିଲ୍‌ ବିରୋଧରେ କଂଗ୍ରେସ ବୁଧବାର ଦେଶବ୍ୟାପୀ ବିକ୍ଷୋଭ କରିବାକୁ ଘୋଷଣା କରିଛି।...

ସ୍ବିଫ୍ଟ କାର୍‌ରେ ପାର୍ଟନର୍‌ଙ୍କୁ ବସାଇ ଜଙ୍ଗଲକୁ ନେଲେ ବୟଫ୍ରେଣ୍ଡ: ଆଉ ତା’ପରେ କଲେ ଏମିତି କାଣ୍ଡ

ଲକ୍ଷ୍ନୌ,୧୭ା୧୨:ଉତ୍ତରପ୍ରଦେଶରେ ଏକ ବୀଭତ୍ସ ହତ୍ୟା ଘଟଣା ଘଟିଛି। ଜଣେ ଟ୍ୟାକ୍ସି ଡ୍ରାଇଭର ତାଙ୍କ ସ୍ତ୍ରୀ ଉମା(୩୦)ଙ୍କୁ ହତ୍ୟା କରିବା ପରେ ମୃତଦେହକୁ ଜଙ୍ଗଲ ମଧ୍ୟରେ ଫିଙ୍ଗିଦେଇଥିଲେ।...

କମ୍ୟୁନିଟି ସେଣ୍ଟର ସ୍ଥାନାନ୍ତର ଉଦ୍ୟମକୁ ବିରୋଧ: ବିରୋଧ କଲା ଜିଲା ଆଦିବାସୀ କଲ୍ୟାଣ ସଂଘ

ଅମରପାଲି,୧୭/୧୨(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ବହଲପଦର ପଞ୍ଚାୟତର ହୋତାପାଲି ( ସୁରଧାପାଲି) ଠାରେ ନିର୍ମାଣ ହେବାକୁ ଥିବା ଏକ କମ୍ୟୁନିଟି ସେଣ୍ଟର...

୧୨ ଘଣ୍ଟିଆ ଦେବଗଡ଼ ବନ୍ଦ: ଆନ୍ଦୋଳନକାରୀଙ୍କୁ ଉଠାଇନେଲା ପୋଲିସ…

ଦେବଗଡ,୧୭।୧୨(ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ପୁରୁଣା ଡାକ୍ତରଖାନାରେ ୨୪ ଘଣ୍ଟିଆ ସ୍ବାସ୍ଥ୍ୟସେବା ଦାବିରେ ବନ୍ଦ ଡାକରା ଦେଇଛି ଜିଲା ମହିଳା ଏକତା ମଞ୍ଚ। ସକାଳ ୬ରୁ...

୮ ଦିନ ମଧ୍ୟରେ କିଡନୀ ରୋଗରେ ୩ ଜଣଙ୍କ ମୃତ୍ୟୁ ଘଟଣା: ରକ୍ତ, ପାନୀୟ ଜଳ ନମୁନା ସଂଗ୍ରହ

ଅମରପାଲି,୧୭ା୧୨(ପୀତାମ୍ବର ସାହୁ):ସୁବର୍ଣ୍ଣପୁର ଜିଲଶ ବୀରମହାରାଜପୁର ବ୍ଲକର ଉପାନ୍ତ ଅଞ୍ଚଳରେ କିଡ଼ନୀ ରୋଗରେ ୮ ଦିନ ମଧ୍ୟରେ ୩ ଜଣଙ୍କ ମୃତ୍ୟୁ ଘଟିଥିଲା। ଏନେଇ ଧରିତ୍ରୀରେ ଖବର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri