Posted inଖେଳ

ଫର୍ମୁଲା ଓ୍ବାନ୍‌ ମୋଟର ରେସିଂ ୨୦୨୩

ଫର୍ମୁଲା ଓ୍ବାନ୍‌ ମୋଟର ରେସିଂର ୭୪ତମ ସଂସ୍କରଣ ମାର୍ଚ୍ଚ ମାସରେ ଆରମ୍ଭ ହୋଇଛି। ଏହି ସିଜନରେ ବିଶ୍ୱର ବିଭିନ୍ନ ସର୍କିଟ୍‌ରେ ମୋଟ ୨୩ଟି ରେସ୍‌ ଅନୁଷ୍ଠିତ ହେବ। ଇତିମଧ୍ୟରେ ବାହାରିନ୍‌ ଓ ସାଉଦି ଆରବିୟାନ ଗ୍ରାଁ ପ୍ରି ଶେଷ ହୋଇଯାଇଥିବାବେଳେ ରେଡ୍‌ବୁଲ୍‌ ଡ୍ରାଇଭରମାନେ ବାଜି ମାରିଛନ୍ତି। ରେଡ୍‌ବୁଲ୍‌ର ମ୍ୟାକ୍ସ ଭର୍ଷ୍ଟାପେନ ଗତ ସଂସ୍କରଣର ଚାମ୍ପିୟନ ଥିଲେ…

ଫର୍ମୁଲା ଓ୍ବାନ୍‌ ମୋଟର ରେସିଂର ୭୪ତମ ସଂସ୍କରଣ ଆରମ୍ଭ ହୋଇଯାଇଛି। ୨୦୨୩ରେ ବିଶ୍ୱର ବିଭିନ୍ନ ସର୍କିଟ୍‌ରେ ମୋଟ ୨୩ଟି ରେସ୍‌ ହେବାର କାର୍ଯ୍ୟସୂଚୀ ଥିବାବେଳେ ଇତିମଧ୍ୟରେ ୨ଟି ରେସ୍‌ ସମ୍ପନ୍ନ ହୋଇଯାଇଛି। ଶେଷ ହୋଇଯାଇଥିବା ଗ୍ରାଁ ପ୍ରି ୨ଟି ହେଲା ବାହାରିନ୍‌ ଓ ସାଉଦି ଆରବିୟାନ। ମାର୍ଚ୍ଚରେ ଆରମ୍ଭ ହୋଇଥିବା ଏହି ପ୍ରତିଯୋଗିତା ନଭେମ୍ବର ପର୍ଯ୍ୟନ୍ତ ଚାଲିବ। ବିଭିନ୍ନ ଟିମ୍‌ର ଡ୍ରାଇଭରଙ୍କ ମଧ୍ୟରେ ଓ୍ବାଲର୍‌ଡ ଡ୍ରାଇଭର୍ସ ଚାମ୍ପିୟନ ଓ କନ୍‌ଷ୍ଟ୍ରକ୍ଟର୍ସ ଚାମ୍ପିୟନ ପାଇଁ ଲଢ଼େଇ ଆରମ୍ଭ ହୋଇଛି। ରେଡ୍‌ବୁଲ୍‌ର ମ୍ୟାକ୍ସ ଭର୍ଷ୍ଟାପେନ ଗତ ସଂସ୍କରଣର ଡ୍ରାଇଭର୍ସ ଚାମ୍ପିୟନ ହୋଇଥିଲେ। ଏଥର ମଧ୍ୟ ସେ ଆରମ୍ଭରୁ ପ୍ରଭାବୀ ପ୍ରଦର୍ଶନ କରିଛନ୍ତି। ତାଙ୍କ ଟିମ୍‌ ରେଡ୍‌ବୁଲ୍‌ କନ୍‌ଷ୍ଟ୍ରକ୍ଟର୍ସ ଚାମ୍ପିୟନ ହୋଇଥିଲା। ଏଥର ୩ ଡ୍ରାଇଭର ଫର୍ମୁଲା ଓ୍ବାନ୍‌ ଡେବ୍ୟୁ କରିଥିଲେ। ସେମାନେ ହେଲେ ଓସ୍କାର ପିଆଷ୍ଟ୍ରି (ମ୍ୟାକ୍‌ଲରେନ), ନିକ୍‌ ଡି ଭ୍ରିଜ୍‌ (ଆଲ୍‌ଫା ଟୌରି) ଓ ଲୋଗାନ ସର୍ଗାଣ୍ଟ (ଓ୍ବିଲିୟମ୍ସ)। ଅନୁଷ୍ଠିତ ହୋଇଯାଇଥିବା ୨ ରେସ୍‌ ଶେଷରେ ରେଡ୍‌ବୁଲ୍‌ର ଦୁଇ ଡ୍ରାଇଭର ମ୍ୟାକ୍ସ ଭର୍ଷ୍ଟାପେନ (ନେଦରଲାଣ୍ଡ୍ସ) ଓ ସର୍ଗିଓ ପେରେଜ (ମେକ୍ସିକୋ) ଡ୍ରାଇଭର୍ସ ଷ୍ଟାଣ୍ଡିଂରେ ଯଥାକ୍ରମେ ୪୪ ଓ ୪୩ ପଏଣ୍ଟ ସହିତ ପ୍ରଥମ ୨ ସ୍ଥାନ ଅଧିକାର କରିଛନ୍ତି।

ବାହାରିନ୍‌ ଗ୍ରାଁ ପ୍ରି
ସିଜନ ପ୍ରାରମ୍ଭ ବାହାରିନ୍‌ ଗ୍ରାଁ ପ୍ରି ସାଖିରସ୍ଥିତ ଅନ୍ତର୍ଜାତୀୟ ସର୍କିଟ୍‌ରେ ମାର୍ଚ୍ଚ ୩ରୁ ୫ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥିଲା। ପ୍ରଥମ ଦୁଇଦିନ ପ୍ରାକ୍ଟିସ ଓ କ୍ୱାଲିଫାଇଂ ଏବଂ ଅନ୍ତିମ ଦିବସରେ ଚୂଡ଼ାନ୍ତ ରେସ୍‌ରେ ଡ୍ରାଇଭରମାନେ କୌଶଳ ପ୍ରଦର୍ଶନ କରିଥିଲେ। ୫,୪୧୨ କିଲୋମିଟର (୩,୩୬୩ମାଇଲ)ର ଏହି ରେସ୍‌ ୫୭ ଲ୍ୟାପ୍‌ ବିଶିଷ୍ଟ ଥିଲା। ମ୍ୟାକଲରେନ, ଆଲ୍‌ଫା ଟୌରୀ ଓ ଓ୍ବିଲିୟମ୍ସ ସହିତ ଓସ୍କାର ପିଆଷ୍ଟ୍ରି, ନିକ୍‌ ଡି’ ଭ୍ରାଏଜ୍‌ ଓ ଲୋଗାନ ସର୍ଗାଣ୍ଟ ଜୀବନର ପ୍ରଥମ ରେସ୍‌ରେ ଅବତୀର୍ଣ୍ଣ ହୋଇଥିଲେ। ପୋଲ୍‌ ପୋଜିଶନରୁ ରେସ୍‌ ଆରମ୍ଭ କରିଥିବା ରେଡ୍‌ ବୁଲ୍‌ ଡ୍ରାଇଭର ମ୍ୟାକ୍ସ ଭର୍ଷ୍ଟାପେନ ଅଳ୍ପ କିଛି ସମୟ ଲିଡିଂରୁ ବିଚ୍ୟୁତ ହୋଇଥିଲେ ହେଁ ଶେଷରେ ବିଜେତା ସାବ୍ୟସ୍ତ ହୋଇଥିଲେ। ସେ ୧:୩୩:୫୬.୭୩୬ ସେକେଣ୍ଡ ସମୟ ନେଇ ପ୍ରଥମ ସ୍ଥାନ ଅଧିକାର କରିଥିଲେ। ତାଙ୍କ ଅପେକ୍ଷା ୧୧.୯୮୭ ସେକେଣ୍ଡ ସମୟ ଅଧିକ ନେଇଥିବା ଅନ୍ୟତମ ରେଡ୍‌ବୁଲ୍‌ ଚାଳକ ସର୍ଗିଓ ପେରେଜ ଦ୍ୱିତୀୟ ସ୍ଥାନରେ ରହିଥିଲେ। ଅର୍ଥାତ୍‌ ବର୍ଷ ପ୍ରାରମ୍ଭ ରେସ୍‌ରେ ରେଡ୍‌ବୁଲ ଓ୍ବାନ୍‌-ଟୁ ପୋଜିଶନ ସହିତ ରେସ୍‌ ଶେଷ କରିଥିଲା। ଅନ୍ୟମାନଙ୍କ ମଧ୍ୟରେ ଆଷ୍ଟନ ମାର୍ଟିନ ଡ୍ରାଇଭର ଫର୍ନାଣ୍ଡୋ ଆଲୋଁସୋ, ଫେରାରୀର କାର୍ଲୋସ ସିଞ୍ଜ ଜୁନିୟର, ମର୍ସିଡିଜ୍‌ର ଲୁଇସ ହାମିଲଟନ, ଆଷ୍ଟନ ମାର୍ଟିନର ଲାନ୍ସ ଷ୍ଟ୍ରୋଲ୍‌, ମର୍ସିଡିଜ୍‌ର ଜର୍ଜ ରସେଲ, ଆଲ୍‌ଫା ରୋମିଓର ଭାଲ୍‌ଟେରୀ ବୋଟ୍ଟାସ, ଆଲ୍‌ପିନେର ପିଏରେ ଗାସ୍‌ଲି ଏବଂ ଓ୍ବିଲିୟମ୍ସର ଆଲେକ୍‌ଜାଣ୍ଡର ଆଲବନ ଯଥାକ୍ରମେ ତୃତୀୟରୁ ୧୦ମ ସ୍ଥାନ ଅଧିକାର କରିଥିଲେ। ରେସିଂ ନିୟମ ଅନୁସାରେ ରେସ୍‌ର ବିଜେତାଙ୍କୁ ୨୫ ପଏଣ୍ଟ ପ୍ରଦାନ କରାଯାଇଥାଏ। ପରବର୍ତ୍ତୀ ୯ ଜଣ କ୍ରମାନ୍ବୟରେ ୧୮, ୧୫, ୧୨, ୧୦, ୮, ୬, ୪, ୨ ଓ ୧ ପଏଣ୍ଟ ହାସଲ କରିଥିଲେ। କେବଳ ଏହି ରେସ୍‌ରୁ ରେଡ୍‌ବୁଲ୍‌ ୪୩ ପଏଣ୍ଟ ହାସଲ କରିଥିବାରୁ କନ୍‌ଷ୍ଟ୍ରକ୍ଟର ଷ୍ଟାଣ୍ଡିଂରେ ସ୍ବାଭାବିକ ଭାବେ ପ୍ରଥମ ସ୍ଥାନ ଅଧିକାର କରିଥିଲା।

ଜେଦାରେ ପେରେଜଙ୍କ କମାଲ
ସିଜନର ଦ୍ୱିତୀୟ ରେସ୍‌ ଥିଲା ସାଉଦି ଆରବିୟାନ ଗ୍ରାଁ ପ୍ରି। ସାଉଦି ଆରବର ଜେଦାସ୍ଥିତ କର୍ନିକ ସର୍କିଟ୍‌ରେ ଏହି ରେସ୍‌ ମାର୍ଚ୍ଚ ୧୯ରେ ଅନୁଷ୍ଠିତ ହୋଇଥିଲା। ୬,୧୭୪ କିଲୋମିଟର (୩,୮୩୬ ମାଇଲ) ବିଶିଷ୍ଟ ଷ୍ଟ୍ରିଟ୍‌ ସର୍କିଟ ରେସ୍‌ ୫୦ ଲ୍ୟାପ୍‌ବିଶିଷ୍ଟ ଥିଲା। କ୍ୱାଲିଫିକେଶନ ସମୟରେ ପ୍ରଭାବୀ ପ୍ରଦର୍ଶନ କରି ପୋଲ୍‌ ପୋଜିଶନ ପାଇଥିବା ରେଡ୍‌ବୁଲ୍‌ ଡ୍ରାଇଭର ସର୍ଗିଓ ପେରେଜ ମୁଖ୍ୟ ରେସ୍‌ରେ ମଧ୍ୟ ପ୍ରଥମ ସ୍ଥାନ ଅଧିକାର କରିଥିଲେ। ସେ ୧:୨୧:୧୪.୮୯୪ ସେକେଣ୍ଡ ସମୟ ନେଇଥିଲେ। ପେରେଜଙ୍କ ସାଥୀ ଡ୍ରାଇଭର ମ୍ୟାକ୍ସ ଭର୍ଷ୍ଟାପେନ ୫.୩୫୫ ସେକେଣ୍ଡ ଅଧିକ ସମୟ ନେଇ ଦ୍ୱିତୀୟ ସ୍ଥାନ ଫିନିଶ୍‌ କରିଥିଲେ। ଫଳରେ ସିଜନ ପ୍ରାରମ୍ଭ ବାହାରିନ୍‌ ଗ୍ରାଁ ପ୍ରି ପରି ଏଠାରେ ମଧ୍ୟ ରେଡ୍‌ବୁଲ୍‌ ଓ୍ବାନ୍‌-ଟୁ ପୋଜିଶନ ପାଇଥିଲା। କେବଳ ଡ୍ରାଇଭରଦ୍ୱୟ ଉପରତଳ ହୋଇଥିଲେ। ଆଷ୍ଟନ ମାର୍ଟିନର ଫର୍ନାଣ୍ଡୋ ଆଲୋଁସୋ ତୃତୀୟ ସ୍ଥାନରେ ରହିଥିଲେ। ଅନ୍ୟମାନଙ୍କ ମଧ୍ୟରେ ମର୍ସିଡିଜ୍‌ର ଜର୍ଜ ରସେଲ ଓ ଲୁଇସ ହାମିଲଟନ, ଫେରାରୀର କାର୍ଲୋସ ସିଞ୍ଜ ଜୁନିୟର ଓ ଚାଲର୍‌ସ ଲେକ୍‌ରେକ, ଆଲ୍‌ପିନେର ଏଷ୍ଟାବନ ଓକନ ଓ ପିଏରେ ଗାସ୍‌ଲି ଏବଂ ହାସ୍‌ର କେଭିନ ମାଗ୍ନୁସେନ ଟପ୍‌-୧୦ ଫିନିଶ୍‌ କରିଥିଲେ। ଫଳରେ ଏହି ୧୦ ଡ୍ରାଇଭର ଯଥାକ୍ରମେ ୨୫, ୧୯, ୧୫, ୧୨, ୧୦, ୮, ୬, ୪, ୨ ଓ ୧ ପଏଣ୍ଟ ହାସଲ କରିଥିଲେ। ୨ ରେସ୍‌ ଶେଷରେ କନ୍‌ଷ୍ଟ୍ରକ୍ଟର ଷ୍ଟାଣ୍ଡିଂରେ ରେଡ୍‌ବୁଲ୍‌ ୮୭ ପଏଣ୍ଟ ସହ ଶୀର୍ଷରେ ନିଜ ସ୍ଥାନକୁ ମଜଭୁତ କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ସମ୍ପର୍କୀୟଙ୍କ ସହ ଘରୁ ବାହାରିଥିଲେ, ଗଛରେ ପିଟି ହୋଇ ଚାଲିଗଲା ଯୁବକଙ୍କ ଜୀବନ; ଏଯାଏ ମିଳୁନି…

ଭବାନୀପାଟଣା,୧୭।୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ଜିଲା ଜୁନାଗଡ଼ ଥାନା ଅନ୍ତର୍ଗତ ଜାରିଙ୍ଗ ଛକ ନିକଟରେ ମଙ୍ଗଳବାର ରାତି ପାୟ ସାଢ଼େ ୮ ଟାରେ ଗଛରେ ପିଟି ହୋଇ ଜଣେ…

ଗ୍ୟାସ ସିଲିଣ୍ଡର ଖୋଲି ଘରେ ନିଆଁ ଲଗାଇଦେଲେ ସ୍ବାମୀ, ଥାନାରେ ପହଞ୍ଚିଲେ ସ୍ତ୍ରୀ; ଗିରଫ ପରେ ଜେଲ…

ଦିଗପହଣ୍ଡି,୧୭|୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ୭ ନଂ ୱାର୍ଡ ବଜାର ସାହି ଗୁଣ୍ଡିଚା ଛକ ରେ ରହୁଥିବା ଏ.ରାଜୁଙ୍କୁ ମଙ୍ଗଳବାର ପୋଲିସ ଗିରଫ କରି…

ପାକିସ୍ତାନ ପାଇଁ BCCI ସହିବ କ୍ଷତି! ଭାରତରୁ ଛଡ଼ାଇ ନିଆଯାଇପାରେ ବଡ଼ ଟୁର୍ଣ୍ଣାମେଣ୍ଟ

ନୂଆଦିଲ୍ଲୀ,୧୭।୨: କ୍ରିକେଟ୍ ପ୍ରେମୀଙ୍କ ପାଇଁ ଏକ ଚିନ୍ତାଜନକ ଖବର। ଭାରତ ଓ ପାକିସ୍ତାନ ମଧ୍ୟରେ ଲାଗି ରହିଥିବା ସୀମା ବିବାଦର ପ୍ରଭାବ ଏବେ କ୍ରିକେଟ୍ ମୈଦାନ ଉପରେ…

ଦୁଇ ଦିନ ପରେ ଦେଇଥାନ୍ତେ ମାଟ୍ରିକ୍‌ ପରୀକ୍ଷା, ବାଇକ୍‌ ସହ ଦୁର୍ଘଟଣା ପରେ ଟ୍ରାକ୍ଟର ଚାପି ଦେବାରୁ ଚାଲିଗଲା ଛାତ୍ରଙ୍କ ଜୀବନ

ରାୟଗଡ଼ା,୧୭।୨(ଆଶିଷ ରଞ୍ଜନ ପଣ୍ଡା)- ରାୟଗଡ଼ା ସହରରେ ଚିନ୍ତାଜନକ ହୋଇପଡ଼ିଛି ଟ୍ରାଫିକ ସମସ୍ୟା । ସହର ଦେଇ ଯାଇଥିବା ୩୨୬ନଂ ଜାତୀୟ ରାଜପଥ କଡ଼ରେ ବେଆଇନ ପାର୍କିଂ ଯୋଗୁ…

ବ୍ରହ୍ମପୁର-ରେଢ଼ାଖୋଲ ରେଳ ପ୍ରକଳ୍ପ: ୩୩୨ କିମି ହେବ ରେଳ ଲାଇନ୍‌, ଅର୍ଥ ଅନୁମୋଦନ କେବେ…?

ଭଞ୍ଜନଗର,୧୭।୨(ବାବୁଲା ପ୍ରଧାନ)- ସରକାର ପରେ ସରକାର ବଦଳୁଛି, କିନ୍ତୁ ବ୍ରହ୍ମପୁର ଭାୟା ଭଞ୍ଜନଗର, ଫୁଲବାଣୀ ରେଢ଼ାଖୋଲ ରେଳ ପ୍ରକଳ୍ପ ଅଗ୍ରଗତି ହୋଇପାରୁନାହିଁ। କନ୍ଧମାଳ ଜିଲାବାସୀଙ୍କ ପାଇଁ ରେଳ…

କଲେଜ ଯାଇଥିବା ବେଳେ ଛାତ୍ରୀଙ୍କୁ ଅପହରଣ କରି ୫ ଦିନ ଧରି ବଳାତ୍କାର, ଜେଲ ହାଜତକୁ ଗଲେ …

ଦିଗପହଣ୍ଡି,୧୭।୨(ଅଶେଷ  ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଅଞ୍ଚଳର ଏକ କଲେଜରେ ଯୁକ୍ତ ୨ ଦିତୀୟ ବର୍ଷ କଳା ଶ୍ରେଣୀରେ ପଢୁଥିବା ୧୭ ବର୍ଷର ଛାତ୍ରୀଙ୍କୁ ଅପହରଣ…

‘ମୁଖ୍ୟମନ୍ତ୍ରୀ ମୋ ସାନ ଭାଇ, ବିଜେଡି ଫେରିବା ଆଶା ନାହିଁ’- ସନାତନ ମହାକୁଡ଼

ଭୁବନେଶ୍ୱର,୧୭l୨: ବିଜୁ ଜନତା ଦଳ (ବିଜେଡି) ରୁ ନିଲମ୍ବିତ ହେବା ପରେ ପ୍ରଥମ ଥର ପାଇଁ ମୁହଁ ଖୋଲିଛନ୍ତି ଚମ୍ପୁଆ ବିଧାୟକ ସନାତନ ମହାକୁଡ଼। ଦଳରୁ ନିଲମ୍ବନ…

ଦୁର୍ବ୍ୟବହାର ଅଭିଯୋଗ ଆଣିଥିଲେ ଅତିରିକ୍ତ ତହସିଲଦାର, ଆଖି ବୁଜିଲେ ବିଷ ପିଇଥିବା ଚିକିଟି ପିଇଓ 

ଚିକିଟି,୧୭।୨(ପ୍ରକାଶ ଚନ୍ଦ୍ର ସାହୁ): ଚିକିଟି ଅତିରିକ୍ତ ତହସିଲଦାରଙ୍କ ଦ୍ୱାରା ଦୁର୍ବ୍ୟବହାର କରିଥିବା ଅଭିଯୋଗ ଆସିବା ପରେ ଗଞ୍ଜାମ ଜିଲା ରାମଚନ୍ଦ୍ରପୁର ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ(ପିଇଓ) ଦଣ୍ଡପାଣି ପାତ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri