Posted inଖେଳ

ଲୋକପ୍ରିୟ ଅମ୍ପାୟାର ଡିକି ବର୍ଡଙ୍କର ପରଲୋକ, କ୍ରିକେଟଜଗତରେ ଶୋକର ଛାୟା

ନୂଆଦିଲ୍ଲୀ,୨୩।୯: କ୍ରିକେଟ ଇତିହାସର ଅନ୍ୟତମ ଲୋକପ୍ରିୟ ଓ ଚମତ୍କାର ଅମ୍ପାୟାର ଇଂଲଣ୍ଡର ଡିକି ବର୍ଡଙ୍କର ୯୨ ବର୍ଷ ବୟସରେ ପରଲୋକ ଘଟିଛି। ଇଂଲଣ୍ଡର କାଉଣ୍ଟି କ୍ଲବ ୟର୍କଶାୟାର ଏକ ବୟାନ ଜାରି କରି ତାଙ୍କ ମୃତ୍ୟୁ ଖବର ପ୍ରକାଶ କରିଛି। ପ୍ରାୟ ୧୫୦ଟି ଆନ୍ତର୍ଜାତୀୟ ମ୍ୟାଚରେ ଅମ୍ପାୟାରିଂ କରିଥିବା ଡିକି ବର୍ଡ କ୍ରିକେଟ ଇତିହାସରେ ପ୍ରଥମ ଅମ୍ପାୟାର ଥିଲେ, ଯିଏ ଏହି ପେଶାରେ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ ଏବଂ ଏହାକୁ ଲୋକପ୍ରିୟ କରିଥିଲେ। ବର୍ଡଙ୍କ ମୃତ୍ୟୁକୁ ନେଇ ଇଂଲଣ୍ଡ କ୍ରିକେଟ ବୋର୍ଡ ମଧ୍ୟ ଶୋକ ପ୍ରକାଶ କରିଛି। ଅନ୍ତର୍ଜାତୀୟ ଅମ୍ପାୟାର ହେବା ପୂର୍ବରୁ ଡିକି ବର୍ଡ ଜଣେ ଫାର୍ଷ୍ଟ କ୍ଲାସ କ୍ରିକେଟର ଥିଲେ, କିନ୍ତୁ ୩୨ ବର୍ଷ ବୟସରେ ସେ ସନ୍ନ୍ୟାସ ନେଇ ଘୋଷଣା କରିଥିଲେ।

ମଙ୍ଗଳବାର, ୨୩ ସେପ୍ଟେମ୍ବର ୨୦୨୫ରେ ୯୨ ବର୍ଷ ବୟସରେ ବର୍ଡ ନିଜ ଘରେ ଶେଷ ନିଶ୍ଚାସ ତ୍ୟାଗ କରିଛନ୍ତି। ଯର୍କଶାୟାର ପାଇଁ ଫାର୍ଷ୍ଟ କ୍ଲାସ କ୍ରିକେଟ ଖେଳିଥିବା ବର୍ଡଙ୍କ ମୃତ୍ୟୁ ଖବର କାଉଣ୍ଟି କ୍ଲବ ପକ୍ଷରୁ ପ୍ରକାଶ ପାଇଛି। ଯର୍କଶାୟାର ଏକ ବିବୃତିରେ କହିଛି, “ଯର୍କଶାୟାର କାଉଣ୍ଟି କ୍ରିକେଟ କ୍ଲବ ଅତ୍ୟନ୍ତ ଦୁଃଖର ସହ ଜଣାଉଛି ଯେ କ୍ରିକେଟ ଜଗତର ଅତି ପ୍ରିୟ ବ୍ୟକ୍ତିତ୍ୱ ହାରୋଲ୍ଡ ଡେନିସ ‘ଡିକି’ ବର୍ଡଙ୍କର ଦେହାନ୍ତ ହୋଇଛି।”

୧୯୩୩ ଏପ୍ରିଲ ୧୯ରେ ଇଂଲଣ୍ଡର ଯର୍କଶାୟାର କାଉଣ୍ଟିର ବାର୍ନସ୍ଲେରେ ଜନ୍ମଗ୍ରହଣ କରିଥିବା ବର୍ଡଙ୍କ ପୂର୍ଣ୍ଣ ନାମ ଥିଲା ହାରୋଲ୍ଡ ଡେନିସ ବର୍ଡ, କିନ୍ତୁ ସେ ସାରା ବିଶ୍ୱରେ ‘ଡିକି ବର୍ଡ’ ନାମରେ ପରିଚିତ ଥିଲେ। ସେ ଯର୍କଶାୟାର ସହିତ ନିଜର ଫାର୍ଷ୍ଟ କ୍ଲାସ କ୍ରିକେଟ କ୍ୟାରିୟର ଆରମ୍ଭ କରିଥିଲେ, କିନ୍ତୁ ଏଥିରେ ତାଙ୍କୁ ବିଶେଷ ସଫଳତା ମିଳି ନ ଥିଲା। ଶେଷରେ ମାତ୍ର ୩୨ ବର୍ଷ ବୟସରେ ସେ କ୍ରିକେଟରୁ ସନ୍ନ୍ୟାସ ନେଇଥିଲେ। କିନ୍ତୁ ସେ ଅମ୍ପାୟାରିଂ କରିବା ପରେ ଭାଗ୍ୟ ବଦଳିଯାଇଥିଲା। ମାତ୍ର ୩୭ ବର୍ଷ ବୟସରେ ୧୯୭୦ରେ ସେ ପ୍ରଥମ ଥର ପାଇଁ କାଉଣ୍ଟି ଚାମ୍ପିୟନଶିପ ମ୍ୟାଚରେ ଅମ୍ପାୟାରିଂ କରିଥିଲେ ଏବଂ ଏହାପରେ ଅଳ୍ପ ସମୟରେ ସେ ଟେଷ୍ଟ କ୍ରିକେଟରେ ମଧ୍ୟ ଅମ୍ପାୟାରିଂ ଆରମ୍ଭ କରିଥିଲେ। ୧୯୭୩ରେ ଇଂଲଣ୍ଡ ଓ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ଲିଡ୍ସରେ ହୋଇଥିବା ଟେଷ୍ଟ ମ୍ୟାଚରେ ତାଙ୍କର ଟେଷ୍ଟ ଅମ୍ପାୟାରିଂ କ୍ୟାରିୟର ଆରମ୍ଭ ହୋଇଥିଲା ଏବଂ ୧୯୯୬ ପର୍ଯ୍ୟନ୍ତ ସେ ବିଶ୍ୱର ସବୁଠାରୁ ପ୍ରସିଦ୍ଧ ଅମ୍ପାୟାର ହୋଇଯାଇଥିଲେ।
୧୯୯୬ରେ ଭାରତ ଓ ଇଂଲଣ୍ଡ ମଧ୍ୟରେ ଲର୍ଡସରେ ହୋଇଥିବା ଟେଷ୍ଟ ମ୍ୟାଚରେ ସେ ଶେଷ ଥର ପାଇଁ ଅମ୍ପାୟାରିଂ କରିଥିଲେ। ଏହି ସମୟରେ ଉଭୟ ଦଳ ତାଙ୍କୁ ‘ଗାର୍ଡ ଅଫ ଅନର’ ପ୍ରଦାନ କରିଥିଲେ।ଡିକି ବର୍ଡ ପ୍ରଥମ ଅମ୍ପାୟାର ଥିଲେ, ଯିଏ ୩ଟି ବିଶ୍ୱକପ ଫାଇନାଲରେ ଅମ୍ପାୟାରିଂ କରିଥିଲେ। ସେ ୧୯୭୫, ୧୯୭୯ ଓ ୧୯୮୩ରେ ଖେଳାଯାଇଥିବା ପ୍ରଥମ ୩ଟି ବିଶ୍ୱକପ ଫାଇନାଲରେ ଅମ୍ପାୟାର ଥିଲେ। ତାଙ୍କର ଶେଷ ବିଶ୍ୱକପ ଫାଇନାଲ (୧୯୮୩)ରେ କପିଲ ଦେବଙ୍କ ନେତୃତ୍ୱରେ ଭାରତୀୟ ଦଳ ଦୁଇଥରର ଚାମ୍ପିୟନ ଓ୍ବେଷ୍ଟଇଣ୍ଡିଜକୁ ହରାଇ ପ୍ରଥମ ଥର ପାଇଁ ବିଶ୍ୱକପ ଟ୍ରଫି ଜିତିଥିଲା। ଡିକି ବର୍ଡ ମୋଟ ୬୬ଟି ଟେଷ୍ଟ ଓ ୬୯ଟି ଦିନିକିଆ ମ୍ୟାଚରେ ଅମ୍ପାୟାରିଂ କରିଥିଲେ ଏବଂ ଏହି ସମୟରେ ସେ ସବୁଠାରୁ ଉତ୍କୃଷ୍ଟ, ସଫଳ ଓ ଲୋକପ୍ରିୟ ଅମ୍ପାୟାର ଭାବେ ପରିଚିତ ହୋଇଥିଲେ।

Enter your email to get our daily news in your inbox.

All Right Reserved By Dharitri.Com

ଯୁଦ୍ଧ ଆରମ୍ଭ! ୪୮ ଘଣ୍ଟା ମଧ୍ୟରେ ୪ଟି ବଡ଼ ଆକ୍ରମଣ, ନେତାନ୍ୟାହୁ କହିଲେ ଇରାନ ବିରୋଧରେ ବିଶ୍ୱ…

ନୂଆଦିଲ୍ଲୀ,୨୨।୩: ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ ରବିବାର ଦିନ ଡିମୋନା ଏବଂ ଆରାଦ ସହରରେ ମିଶାଇଲ୍ ଆଟାକ୍ ହୋଇଥିବା ସ୍ଥାନ ପରିଦର୍ଶନ କରିଥିଲେ। ସେ କହିଥିଲେ ଯେ…

ଧରିତ୍ରୀ ପ୍ରଭାବ: ସଜଡା ହେଲା ବ୍ଲକ ଗେଟ୍‌, ମରାମତି ହେଲା ‘ମରଣଯନ୍ତା’

ଥୁଆମୂଳ ରାମପୁର,୨୨।୩(ଦୁର୍ଗା କୀର୍ତ୍ତି): ଜନସାଧାରଣଙ୍କ ସମସ୍ୟା ସମାଧାନର ପେଣ୍ଠସ୍ଥଳ କୁହାଯାଉଥିବା ଥୁଆମୂଳ ରାମପୁର ପଞ୍ଚାୟତ ସମିତି କାର୍ଯ୍ୟାଳୟର ମୁଖ୍ୟ ପ୍ରବେଶ ପଥ ଏବେ ସମ୍ପୂର୍ଣ୍ଣ ସୁରକ୍ଷିତ ହୋଇଛି…

ପାକିସ୍ତାନ ପରେ ଏହି ଦେଶରେ ତେଲ ସଙ୍କଟ, ପେଟ୍ରୋଲ-ଡିଜେଲ ମୂଲ୍ୟ ୨୫% ବଢ଼ାଇଲେ ସରକାର

ନୂଆଦିଲ୍ଲୀ,୨୨।୩: ଆମେରିକା, ଇସ୍ରାଏଲ ଏବଂ ଇରାନ ମଧ୍ୟରେ ଯୁଦ୍ଧ ଯୋଗୁଁ ବିଶ୍ୱବ୍ୟାପୀ ଶକ୍ତି ଯୋଗାଣ ବିପର୍ଯ୍ୟସ୍ତ ହୋଇପଡ଼ିଛି । ଅଶୋଧିତ ତୈଳ ମୂଲ୍ୟ ବୃଦ୍ଧି ପାଉଥିବାବେଳେ, ଗ୍ୟାସ୍…

ବିଶ୍ୱଶାନ୍ତି ପାଇଁ ପଞ୍ଚକୁଣ୍ଡୀୟ ରୁଦ୍ର ମହାଯଜ୍ଞ

ଦିଗପହଣ୍ଡି,୨୨।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ ବମକୋଇ ପଞ୍ଚାୟତ ମଦନମୋହନପୁର ଗ୍ରାମସ୍ଥିତ ଶ୍ରୀ ମହାକାଳେଶର ଶୈବପୀଠରେ ବଶ୍ୱଶାନ୍ତି ପଞ୍ଚକୁଣ୍ଡୀୟ ରୁଦ୍ର ମହାଯଜ୍ଞ ପାଇଁ ପ୍ରସ୍ତୁତି…

ଯାତ୍ରୀଙ୍କୁ ମୃତ୍ୟୁମୁଖରୁ ବଞ୍ଚାଇଲେ ଆରପିଏଫ୍ କନେଷ୍ଟବଳ, ଟ୍ରେନରେ….

ରାୟଗଡ଼ା,୨୨।୩(ଆଶିଷ ରଞ୍ଜନ ପଣ୍ଡା): ଆରପିଏଫ କନଷ୍ଟେବଳଙ୍କ ସତର୍କତା କାରଣରୁ ମୃତ୍ୟୁମୁଖରୁ ଅଳ୍ପକେ ବର୍ତ୍ତିଗଲେ ଯାତ୍ରୀ । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ରାୟଗଡ଼ା ରେଳ ଷ୍ଟେସନରେ ।…

ରାସ୍ତା କଡ଼ ତାର ବାଡ଼ରେ ପିଟିହେଲା ବାଇକ୍‌, ଆଉ ତା’ପରେ…

କଳିଙ୍ଗନଗର,୨୨।୩(ଶୁଭାଶିଶ ରାଉତ): ଯାଜପୁର ଜିଲା କୋରାଇ ଥାନା ଅଧୀନ ଖମିଗାଁ ନିକଟରେ ରବିବାର ଏକ ସଡ଼କ ଦୁର୍ଘଟଣା ଘଟିଛି। ଏକ ବାଇକ୍‌ ଭାରସାମ୍ୟ ହରାଇ ସ୍ଥାନୀୟ ପଛିକୋଟ…

କ୍ରସର ୟୁନିଟରୁ ଚୋରି, ବିଳମ୍ବିତ ରାତିରେ ପାଣି ମୋଟର…

ଦିଗପହଣ୍ଡି,୨୨।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ପଞ୍ଚାୟତ କେ.ସାମନ୍ତରାପୁର ଗ୍ରାମ ନିକଟ ଷ୍ଟୋନ କ୍ରସର ୟୁନିଟରୁ ଚୋରି ହୋଇଥିବା ନେଇ ଅଭିଯୋଗ ହୋଇଛି…

ଟ୍ରମ୍ପଙ୍କ ଧମକ ପରେ ଇରାନର ବଡ଼ ଘୋଷଣା, ଶତ୍ରୁ ରାଷ୍ଟ୍ରର ଜାହାଜ ବ୍ୟତୀତ ସମସ୍ତ ଜାହାଜକୁ…

ନୂଆଦିଲ୍ଲୀ,୨୨।୩: ଟ୍ରମ୍ପଙ୍କ ଧମକ ପରେ ଇରାନ ପାଲଟା ଜବାବ ଦେଇଛି । ଇରାନ ହର୍ମୁଜ୍ ଷ୍ଟ୍ରେଟ ସମ୍ପର୍କରେ ନିଜର ମତରେ ସାମାନ୍ୟ ନରମତା ଦେଖାଇଛି । ଏହା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri