ଜାମିନରେ ଆସିଥିବା ପୂର୍ବତନ ସରପଞ୍ଚଙ୍କୁ ହାଣି ଦେଲେ

ବ୍ରହ୍ମପୁର ଅଫିସ,୫।୧୧: ଗଞ୍ଜାମ ଜିଲା କୁକୁଡ଼ାଖଣ୍ଡି ବ୍ଲକ ଅନନ୍ତେଇ ଗ୍ରାମର ପୂର୍ବତନ ସରପଞ୍ଚ ପ୍ରଦୀପ କୁମାର ବିଷୋୟୀଙ୍କୁ ଶୁକ୍ରବାର କିଛି ଦୁର୍ବୃତ୍ତ ଅତି ନିର୍ମମ ଭାବେ ହତ୍ୟା କରିଛନ୍ତି। ବ୍ରହ୍ମପୁର ବଡ଼ବଜାର ଥାନା ଅଧୀନ ସୁକୁଣ୍ଡା ରାସ୍ତାରେ ଦୁର୍ବୃତ୍ତମାନେ ଖଣ୍ଡା, କାତିରେ ପ୍ରଦୀପଙ୍କ ମୁଣ୍ଡକୁ ହାଣି ଦେବାରୁ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଛି। ରାସ୍ତାକଡ଼ରେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ମୃତଦେହ ପଡ଼ିଥିବା ଦେଖି ସ୍ଥାନୀୟ ଲୋକେ ପୋଲିସକୁ ଖବର ଦେଇଥିଲେ। ପୋଲିସ ପହଞ୍ଚି ସାଇଣ୍ଟିଫିକ୍‌ ଟିମ୍‌ ଓ ସନ୍ଧାନୀ କୁକୁର ସହାୟତାରେ ତଦନ୍ତ ଆରମ୍ଭ ରଖିଛି। ଘଟଣାସ୍ଥଳରୁ ପ୍ରଦୀପଙ୍କ ସ୍କୁଟି ଜବତ କରାଯାଇଛି। ସ୍କୁଟି ଚାବି ଡିକିରେ ଲାଗି ରହିଥିବା ଦେଖିବାକୁ ମିଳିଛି। ସେଠାରେ ପଡ଼ିଥିବା କିଛି କାଗଜପତ୍ରକୁ ପୋଲିସ ଜବତ କରିଛି। ବ୍ରହ୍ମପୁର ଟାଉନ୍‌ ଏସ୍‌ଡିପିଓ ବିଷ୍ଣୁପ୍ରସାଦ ପତି, ବଡ଼ବଜାର ଥାନା ଅଧିକାରୀ ପ୍ରଶାନ୍ତ ଭୂପତି ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଛନ୍ତି। ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଏହି ହତ୍ୟାକାଣ୍ଡ ଘଟିଥିବା ସନ୍ଦେହ କରାଯାଉଛି।

ପ୍ରଦୀପ ବ୍ରହ୍ମପୁର ଗେଟବଜାରରେ ପରିବାର ସହ ରହୁଥିଲେ। ସେ ଅନନ୍ତେଇ ପଞ୍ଚାୟତର ପୂର୍ବତନ ସରପଞ୍ଚ ଓ କୁକୁଡ଼ାଖଣ୍ଡି ବ୍ଲକର ପୂର୍ବତନ କଂଗ୍ରେସ ସଭାପତି ମଧ୍ୟ ଥିଲେ। ଶୁକ୍ରବାର ପ୍ରଦୀପ ସ୍କୁଟିରେ ଅନନ୍ତେଇ ଗ୍ରାମସ୍ଥିତ ତାଙ୍କ ଫାର୍ମକୁ ଯାଉଥିଲେ। ଦୁର୍ବୃତ୍ତମାନେ ତାଙ୍କୁ ଅଟକାଇବା ପରେ ସେ ସ୍କୁଟି ଡିକି ଖୋଲି କିଛି କାଗଜପତ୍ର ବାହାର କରିବା ସମୟରେ ପଛପଟୁ ଆକ୍ରମଣ କରିଥିବା ପୋଲିସ ଅନୁମାନ କରୁଛି। ପ୍ରଦୀପଙ୍କ ସ୍ତ୍ରୀ ଗୀତାଞ୍ଜଳଙ୍କ ଅଭିଯୋଗକୁ ଭିତ୍ତି କରି ପୋଲିସ ଏକ ହତ୍ୟା ମାମଲା(ନଂ.୨୨୭/୨୧) ରୁଜୁ କରଇଛି।

ସୂଚନାଯୋଗ୍ୟ, ପୂର୍ବରୁ ବନ୍ଥପଲ୍ଲୀରେ ହୋଇଥିବା ଏକ ହତ୍ୟା ମାମଲାରେ ପ୍ରଦୀପ ଗିରଫ ହୋଇ ଜେଲ୍‌ ଯାଇଥିଲେ। କିଛିଦିନ ହେଲା ସେ ଜାମିନରେ ଆସିଥିଲେ ବୋଲି ତାଙ୍କର ଓକିଲ କହିଛନ୍ତି। ପୋଲିସ ଏ ଦିଗରେ ଅଧିକ ତଦନ୍ତ ଜାରି ରଖିଛି ବୋଲି ଟାଉନ ଏସଡ଼ିପିଓ ବିଷ୍ଣୁପ୍ରସାଦ ପତି ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଖୁବଶୀଘ୍ର BSNL ବନ୍ଦ କରିଦେବ ଏହି ସର୍ଭିସ, ଲକ୍ଷଲକ୍ଷ ୟୁଜର୍ସଙ୍କ ଉପରେ ପଡିବ ପ୍ରଭାବ

ନୂଆଦିଲ୍ଲୀ,୨୬।୧୨: ଦେଶର ସରକାରୀ ଟେଲିକମ କମ୍ପାନୀ ଭାରତ ସଞ୍ଚାର ନିଗମ ଲିମିଟେଡ (BSNL) ଏହାର 3G ସେବା ବନ୍ଦ କରିବାକୁ ନିଷ୍ପତ୍ତି ନେଇଛି। ଆଗାମୀ କିଛି...

ସ୍କୁଲ୍‌ ପିଲାଙ୍କ ପାଇଁ ଖୁସିଖବର: ଏଣିକି ଆଉ ଦେବାକୁ ପଡିବନି ବସ୍‌ ଭଡ଼ା

ଭୁବନେଶ୍ୱର,୨୬।୧୨: ରାଜ୍ୟରେ ସ୍କୁଲ ପିଲାଙ୍କ ପାଇଁ ଆରମ୍ଭ ହେବ ମାଗଣା ବସ୍‌ ସେବା। ମୁଖ୍ୟମନ୍ତ୍ରୀ ବସ ସେବା ଯୋଜନାରେ ପିଲାଙ୍କୁ ମାଗଣା ବସ ସେବା ଯୋଗାଇ...

ମାତ୍ର ୫୬ ବଲରେ କମାଲ୍‌ କରିଦେଲେ ରିଙ୍କୁ ସିଂ: ଟି-୨୦ ବିଶ୍ୱକପ୍‌ ପୂର୍ବରୁ…

ନୂଆଦିଲ୍ଲୀ,୨୬।୧୨: ବିଜୟ ହଜାରେ ଟ୍ରଫିରେ ଚଣ୍ଡିଗଡ଼ ବିପକ୍ଷରେ ଉତ୍ତର ପ୍ରଦେଶର ଅଧିନାୟକ ରିଙ୍କୁ ସିଂହ ଏକ ଚମତ୍କାର ଶତକ ହାସଲ କରିଥିଲେ। ଏହା ପୂର୍ବରୁ, ୟୁପି...

୨୦୨୬ରେ ତୁଳା ରାଶିରେ ଶନିଙ୍କ ଗୋଚରରେ ହେବ ଧନହାନୀ, ସିଂହ ରାଶି ପାଇବେ ଚାକିରି, ମିଳିବ ବଡ଼ ପଦବୀ!

୨୦୨୬ ତୁଳା ରାଶି ପାଇଁ ସନ୍ତୁଳିତ, ବିଚକ୍ଷଣ ଏବଂ ଜ୍ଞାନୀ ନିଷ୍ପତ୍ତିର ବର୍ଷ ହେବ। ଏହି ବର୍ଷ ଆପଣଙ୍କୁ ଶିଖାଇବ ଯେ ସବୁବେଳେ ଶୀଘ୍ର ନିଷ୍ପତ୍ତି...

ଫେଲ ମାରିଲା ‘ମେଡ ଇନ ଚାଇନା’! ଥାଇଲ୍ୟାଣ୍ଡ ବିରୋଧରେ ପ୍ରୟୋଗ ସମୟରେ ଫାଟିଲା ରକେଟ ସିଷ୍ଟମ, ୮ ସେନା ମୃତ

ବ୍ୟାଙ୍କକ,୨୬।୧୨: ପାକିସ୍ତାନର ସେନା ମୁଖ୍ୟ ଅସୀମ ମୁନିର ଚାଇନାର JF-17 ଥଣ୍ଡର ଲଢୁଆ ବିମାନ ଲିବିଆକୁ ବିକ୍ରି କରିଥାଇପାରନ୍ତି, କିନ୍ତୁ ବାସ୍ତବତା ହେଉଛି ଚାଇନା ଅସ୍ତ୍ରଶସ୍ତ୍ରର...

ପ୍ରତି ମାସରେ ମହିଳାଙ୍କୁ ମିଳିବ ୧୦୦୦ଟଙ୍କା, ଜାଣନ୍ତୁ କେମିତି କରିବେ ଆବେଦନ

ନୂଆଦିଲ୍ଲୀ,୨୬।୧୨: ଆର୍ଥିକ ଦୃଷ୍ଟିରୁ ଦୁର୍ୱଳ ଏବଂ ବେକାର ମହିଳାମାନଙ୍କୁ ସୁରକ୍ଷିତ ଜୀବନ ପ୍ରଦାନ କରିବା ପାଇଁ, କେରଳ ସରକାର ସ୍ତ୍ରୀ ସୁରକ୍ଷା ଯୋଜନା ଆରମ୍ଭ କରିଛନ୍ତି।...

ଓମ୍‌ସା ଆନ୍ଦୋଳନ: ଘଣ୍ଟାଏ ବନ୍ଦ ରହିବ ରୋଗୀ ସେବା

ଛତ୍ରପୁର,୨୬ା୧୨(ଦିଲୀପ ସାମଲ): ରାଜ୍ୟରେ ମଞ୍ଜୁରୀପ୍ରାପ୍ତ ପଦ ଅପେକ୍ଷା ପାଖାପାଖି ଅଧାରୁ ଅଧିକ ଡାକ୍ତର ପଦବୀ ଖାଲି ରହିଛି। ଖାଲି ପଡିଥିବା ପଦବୀ ପୂରଣ ସହ ଡାକ୍ତରଙ୍କ...

୯ ଦିନ ହେବ ନିଖୋଜ ଥିଲେ ସ୍କୁଲ ପିଅନ: ଆଜି ମିଳିଲା…

ଭବାନୀପାଟଣା,୨୬।୧୨(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା କର୍ଲାପାଟ ଥାନା ନିକଟରେ ଥିବା ଏକ ପୋଖରୀରୁ ଶୁକ୍ରବାର ଜଣେ ପିଅନଙ୍କ ମୃତଦେହ ଉଦ୍ଧାର ହୋଇଛି। ମୃତ ପିଅନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri