ପୁଟିନଙ୍କୁ ଧୋକା: ରୁଷିଆର ପୂର୍ବତନ ପ୍ରତିରକ୍ଷା ମନ୍ତ୍ରୀ ଗିରଫ

ନୂଆଦିଲ୍ଲୀ,୨୯ା୮: ଜାଲିଆତି ଅଭିଯୋଗରେ ରୁଷିଆର ପୂର୍ବତନ ପ୍ରତିରକ୍ଷା ମନ୍ତ୍ରୀ ପାଭେଲ ପୋପୋଭ୍‌ଙ୍କୁ ଗୁରୁବାର ଗିରଫ କରାଯାଇଛି। ସେ ଦୋଷୀସାବ୍ୟସ୍ତ ହେଲେ ୧୦ ବର୍ଷ ଜେଲରେ ରହିପାରନ୍ତି ବୋଲି ରୁଷିଆ ସରକାରୀ ନ୍ୟୁଜ୍‌ ଏଜେନ୍ସି ପକ୍ଷରୁ କୁହାଯାଇଛି। ଗତ କିଛିମାସ ମଧ୍ୟରେ ଜାଲିଆତି, ଲାଞ୍ଚ କାରବାର ଏବଂ କ୍ଷମତାର ଦୁରୁପଯୋଗ ଅଭିଯୋଗରେ ଗିରଫ ହେବାରେ ପୋପୋଭ ହେଉଛନ୍ତି ରୁଷିଆର ଅଷ୍ଟମ ଶୀର୍ଷ ସାମରିକ ଅଧିକାରୀ। ଗତ ଏପ୍ରିଲରେ ଲାଞ୍ଚ ମାମଲାରେ ଉପପ୍ରତିରକ୍ଷା ମନ୍ତ୍ରୀ ଟିମୁର ଇଭାନୋଭଙ୍କୁ ଗିରଫ କରାଯିବା ସହ ପଦବୀରୁ ବହିଷ୍କୃତ କରାଯାଇଥିଲା। ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ ଦୀର୍ଘଦିନର ପ୍ରତିରକ୍ଷା ମନ୍ତ୍ରୀ ସର୍ଗେଇ ଶୋଇଗୁଙ୍କୁ ହଟାଇ ତାଙ୍କ ସ୍ଥାନରେ ଅର୍ଥନୀତିଜ୍ଞ ଆଣ୍ଡ୍ରେଇ ବେଲୁସୋଭ୍‌ଙ୍କୁ ଦାୟିତ୍ୱ ଦେବା ପରେ ଟିମୁର ଗିରଫ ହୋଇଥିଲେ।

ରୁଷିଆର ମିଲିଟାରୀ ଡିସ୍‌ନିଲ୍ୟାଣ୍ଡ ଭାବେ ଜଣାଶୁଣା ମସ୍କୋର ବିସ୍ତୃତ ପାଟ୍ରିଅଟ୍‌ ପାର୍କର ବ୍ୟବସାୟିକ କାରବାରରେ ଜାଲିଆତି ନେଇ ପୋପୋଭଙ୍କ ନାଁରେ ମାମଲା ରୁଜୁ ହୋଇଛି। ରୁଷିଆର ଯୁବପିଢ଼ିଙ୍କୁ ଦେଶପ୍ରେମ ପ୍ରତି ଅନୁପ୍ରାଣିତ କରିବା ଉଦ୍ଦେଶ୍ୟରେ ପୂର୍ବତନ ପ୍ରତିରକ୍ଷା ମନ୍ତ୍ରୀ ସର୍ଗେଇ ଶୋଇଗୁଙ୍କର ଏହା ପୋଷ୍ୟ ପ୍ରକଳ୍ପ ଥିଲା। ସୋଭିଏତ ଏବଂ ରୁଷିଆର ଅସ୍ତ୍ରଶସ୍ତ୍ର ସେଠାରେ ପ୍ରଦର୍ଶିତ ହୋଇଥାଏ। ସେଠାରେ ଫାୟାରିଂ ରେଞ୍ଜ, ଏୟାରବେସ୍‌, ମ୍ୟୁଜିୟମ, କନ୍‌ଫେରେନ୍ସ ସେଣ୍ଟର ଏବଂ ରୁଷିଆ ସଶସ୍ତ୍ର ବଳର କାଥେଡ୍ରାଲ ରହିଛି। ଉକ୍ତ ଚର୍ଚ୍ଚର ମୁଖ୍ୟ ପ୍ରତିମା ନିର୍ମାଣ ଲାଗି ପୁଟିନ୍‌ ବ୍ୟକ୍ତିଗତ ଭାବେ ଅର୍ଥ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

୩ ବର୍ଷର ଭାଣିଜୀଙ୍କୁ ସାଙ୍ଗଙ୍କ ସହ ମିଶି ଗଣବଳାତ୍କାର କଲେ ମାମୁ: ରକ୍ତ ଜୁଡୁବୁଡୁ ଅବସ୍ଥାରେ…

ପାଟନା,୭।୪: ବିହାରର ପାଟନାରେ ଏକ ହୃଦୟବିଦାରକ ଘଟଣା ଘଟିଛି। ଜଣେ ୨୨ବର୍ଷୀୟ ଯୁବକ ତାଙ୍କ ଦୁଇ ବନ୍ଧୁଙ୍କ ସହିତ ମିଶି ନିଜ ତିନି ବର୍ଷର ଭାଣିଜୀଙ୍କୁ ଗଣବଳାତ୍କାର…

ଶୁକ୍ର ନକ୍ଷତ୍ର ଗୋଚର: ମାଲାମାଲ ହେବେ ଏହି ୩ ରାଶି

ଦ୍ରିକ ପଞ୍ଚାଙ୍ଗ ଅନୁସାରେ, ସୋମବାର, ଏପ୍ରିଲ ୬, ୨୦୨୬ ରାତି ୧:୦୪ ସମୟରେ, ସୁଖ ଏବଂ ସମୃଦ୍ଧିର ଦାତା ଶୁକ୍ର ଅଶ୍ୱିନୀରୁ ଭରଣୀ ନକ୍ଷତ୍ରକୁ ଗମନ କରିଛନ୍ତି।…

ଏହି ଯୋଜନାରେ ଚାଷୀଙ୍କୁ ମିଳିବ ୩ ହଜାର ଟଙ୍କା ପେନସନ: କେବଳ କରିବାକୁ ପଡ଼ିବ ଏହି ଗୋଟିଏ କାମ

ନୂଆଦିଲ୍ଲୀ,୭।୪: ସାରା ଦେଶରେ ଚାଷୀମାନଙ୍କୁ ଆର୍ଥିକ ଭାବରେ ସଶକ୍ତ କରିବା ପାଇଁ, କେନ୍ଦ୍ର ଏବଂ ରାଜ୍ୟ ସରକାର ସେମାନଙ୍କୁ ଆର୍ଥିକ ସୁରକ୍ଷା ପ୍ରଦାନ କରିବା ପାଇଁ ବିଭିନ୍ନ…

ସ୍ବର୍ଗତ ତବଲା ବାଦକ ଲକ୍ଷ୍ମଣଙ୍କ ପରିବାରକୁ ଭେଟିଲେ ବିଧାୟକ

ଗଞ୍ଜାମ,୭।୪(ବିଦ୍ୟାଧର ସାହୁ ): ଗଞ୍ଜାମ ଏନଏସି ଅନ୍ତର୍ଗତ ପୁଇଁତୋଳା ଗ୍ରାମର ବିଶିଷ୍ଟ ତବଲା ବାଦକ ସ୍ବର୍ଗତ ଲକ୍ଷଣ କୁମାର ତରାଇଙ୍କ ପରିବାରଙ୍କୁ ଭେଟିଛନ୍ତି ଛତ୍ରପୁର ବିଧାୟକ କୃଷ୍ଣ…

ଯାଜପୁରରେ ଯୁବକଙ୍କୁ ଗୁଳିମାଡ଼, ଚିକିତ୍ସାଧୀନ ଅବସ୍ଥାରେ ଚାଲିଗଲା ଜୀବନ

ଯାଜପୁର ସଦର,୭।୪(ସମର ବିଜୟ ଶରଣ ): ଯାଜପୁର ଥାନା ଅନ୍ତର୍ଗତ କାଳୀମେଘା ନିକଟର ଫୁଟିଲା ଗୁଳି । ଏହି ଗୁଳିକାଣ୍ଡରେ ଜଣେ ଯୁବକଙ୍କର ମୃତ୍ୟୁ ହୋଇଛି ।…

ପ୍ରମିଳାଙ୍କ ଘରେ ହଠାତ୍‌ ପହଞ୍ଚିଲେ ଯାଜପୁର ନେତା, ଉପସ୍ଥିତ ଅଛନ୍ତି ଏମାନେ ସବୁ…

ଭୁବନେଶ୍ୱର,୭।୪: ପ୍ରମିଳାଙ୍କ ସରକାରୀ ବାସଭବନରେ ଯାଜପୁର ନେତାଙ୍କ ମେଳିକୁ ନେଇ ରାଜନୀତିରେ ହଇଚଇ। ଭଦ୍ରକ ମଣ୍ଡଳ ଦମ୍ପତିଙ୍କୁ ସସପେଣ୍ଡ ପରେ ଯାଜପୁର ସଂଗଠନକୁ ନେଇ ବୈଠକ ଚାଲିଥିବା…

ଏମିତି ଖେଳ ଖେଳିଲା ଇରାନ, ପବନରେ ଉଡ଼ିଯିବ ଟ୍ରମ୍ପଙ୍କ ମଙ୍ଗଳବାର ବାଲା ଧମକ

ତେହରାନ,୭।୪: ସମ୍ଭାବ୍ୟ ଆମେରିକୀୟ ଆକ୍ରମଣ ବିରୁଦ୍ଧରେ ଇରାନ ତାର ଶକ୍ତି କେନ୍ଦ୍ରଗୁଡ଼ିକୁ ସୁରକ୍ଷିତ ରଖିବା ପାଇଁ ଏକ ନୂତନ ରଣନୀତି ପ୍ରସ୍ତୁତ କରିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ…

ଗୋରୁ ବ୍ୟବସାୟୀଙ୍କ ଘରେ ଚଢାଉ: ଲକ୍ଷ ଲକ୍ଷ ଟଙ୍କା ସହ ଅଳଙ୍କାର ଜବତ

ଖଇରା,୭।୪(ଉତ୍କଳବନ୍ଧୁ ପଣ୍ଡା): ବାଲେଶ୍ବର ଜିଲା ବାହାନଗା ଅଞ୍ଚଳର ଜଣେ ଗୋରକ୍ଷକ କୃପାସିନ୍ଧୁ ବେହେରା ଗୋରୁ ବ୍ୟବସାୟୀଙ୍କ ଆକ୍ରମଣରେ ମୃତ୍ୟୁବରଣ କରିବା ପରେ ବାଲେଶ୍ବର ଏସପିଙ୍କ ଆକ୍ସନ ମୋଡ୍‌…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri