Posted inଜାତୀୟ

ପୂର୍ବତନ ‘ର’ ଏଜେଣ୍ଟଙ୍କୁ ଖାଇବାକୁ ମିଳୁନି ଦୁଇମୁଠା !

ଲକ୍ଷ୍ନୌ,୧୪।୨: ଫିଲ୍ମରେ ଗୁପ୍ତଚର ସଂସ୍ଥା ସହିତ କାର୍ଯ୍ୟ କରୁଥିବା ବ୍ୟକ୍ତି ବିଶେଷଙ୍କ ପାଖରେ ସମସ୍ତ ପ୍ରକାର ଆଧୁନିକ ସୁବିଧା ସୁଯୋଗ ରହିବାର ଦେଖିବାକୁ ମିଳିଥାଏ। ହଲିଉଡ୍‌ର ଜେମ୍ସ୍‌ ବଣ୍ଡ୍‌ ଫିଲ୍ମରେ ଏଜେଣ୍ଟ୍‌ମାନଙ୍କ ଜୀବନ ଶୈଳୀ ବେଶ୍‌ ରୋଚକ ମନେ ହୋଇଥାଏ। ସେହିପରି ବଲିଉଡ୍‌ରେ ଏକ ଥା ଟାଇଗର୍‌ ଏବଂ ଟାଇଗର୍‌ ଜିନ୍ଦା ହୈ ଫିଲ୍ମରେ ‘ର’ ଏଜେଣ୍ଟଙ୍କ ପାଖରେ ସବୁ ସୁବିଧା ଦେଖିବାକୁ ମିଳୁଛି। ମାତ୍ର ରିୟଲ ଲାଇଫ୍‌ ଏବଂ ରିଲ୍‌ ଲାଇଫ୍‌ ମଧ୍ୟରେ ଅନେକ ଫରକ ରହିଥାଏ। ଏହା ପୂର୍ବତନ ‘ର’ ଏଜେଣ୍ଟ୍‌ ମନୋଜ ରଞ୍ଜନ ଦୀକ୍ଷୀତ୍‌ଙ୍କୁ ଦେଖିଲେ ସହଜରେ ଅନୁମାନ କରିହେବ। ଭାରତୀୟ ଗୁପ୍ତଚର ସଂସ୍ଥା ‘ର’ ସହିତ କାମ କରୁଥିବା ମନୋଜ ୧୯୯୨ରେ ଧରାପଡ଼ିଥିବା ନେଇ ଦାବି କରନ୍ତି। ଏହାପରେ ୨୦୦୫ରେ ତାଙ୍କୁ ଓ୍ବାଘା ବର୍ଡରରେ ଛାଡ଼ି ଦିଆଯାଇଥିଲା। ସେ ନଜିବାବାଦର ବାସସ୍ଥାନକୁ ଫେରି ୨୦୦୭ରେ ବିବାହ କରିଥିଲେ। ତେବେ ୨୦୧୩ରେ ସ୍ତ୍ରୀଙ୍କର କର୍କଟରେ ମୃତ୍ୟୁ ଘଟିଥିଲା। ସେ ଦୁଇମୁଠା ଖାଇବା ପାଇଁ ଗୋମତୀନଗରରେ ଷ୍ଟୋର କିପର ଭାବେ କାର୍ଯ୍ୟ କରୁଥିଲେ। ମାତ୍ର ଲକ୍‌ଡାଉନ୍‌ରେ ସେ ଚାକିରି ହରାଇ ବସିଲେ। ସ୍ଥାନୀୟ ଡିଏମ୍‌ କାର୍ଯ୍ୟାଳୟରେ ମନୋଜ ରହିବା ଲାଗି ଘର ଯୋଗାଇ ଦେବାକୁ ଅନୁରୋଧ କରିଛନ୍ତି। ୧୯୮୫ରେ ସେ ନଜିମାବାଦ୍‌ରୁ ‘ର’ ରେ ଯୋଗଦେଇ ଥିବାବେଳେ ୨ ଥର ସେନା ପ୍ରଶିକ୍ଷଣ ପରେ ତାଙ୍କୁ କାର୍ଯ୍ୟରେ ନିୟୋଜିତ କରାଯାଇଥିବା ଦାବି କରନ୍ତି। ଏବେ ସେ ଆର୍ଥିକ ସମସ୍ୟା ମଧ୍ୟରେ ରହିଥିବା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

LPGକୁ ନେଇ ସରକାରଙ୍କ ବଡ଼ ଘୋଷଣା, ଏଣିକି ତେଲ-ଗ୍ୟାସ ସପ୍ଲାଏରେ…

ନୂଆଦିଲ୍ଲୀ,୧୨।୪: ପଶ୍ଚିମ ଏସିଆରେ ଉତ୍ତେଜନା ମଧ୍ୟରେ, ଭାରତ ସରକାର ସମ୍ପୂର୍ଣ୍ଣ ସଜାଗ ଅଛନ୍ତି ଏବଂ ସାଧାରଣ ଜନତାଙ୍କୁ ଆଶ୍ୱସ୍ତି ପ୍ରଦାନ କରିବା ପାଇଁ ଅନେକ ପଦକ୍ଷେପ ନେଉଛନ୍ତି।…

‘ସବୁକିଛି ଶେଷ…’ ଲେବାନନ୍ ଉପରେ ବଡ଼ ଆକ୍ରମଣ କଲା ଇସ୍ତ୍ରାଏଲ, ସମ୍ପୂର୍ଣ୍ଣ ଗାଁ ଧ୍ୱଂସ

ନୂଆଦିଲ୍ଲୀ,୧୨।୪:  ଇରାନ ଏବଂ ଆମେରିକା ମଧ୍ୟରେ ଦୁଇ ସପ୍ତାହ ଧରି ଯୁଦ୍ଧବିରତି ହୋଇଥିବା ସତ୍ତ୍ୱେ, ଇସ୍ରାଏଲ ଲେବାନନ ଉପରେ ନିରନ୍ତର ଆକ୍ରମଣ ଆରମ୍ଭ କରିଛି । ଏହି ଆକ୍ରମଣରେ…

ନୀତୀଶ ରାଣାଙ୍କୁ ବଡ଼ ଜରିମାନା, କାହିଁକି ଜାଣନ୍ତୁ…

ଚେନ୍ନାଇ,୧୨ା୪:ଦିଲ୍ଲୀ କ୍ୟାପିଟାଲ୍ସ ବ୍ୟାଟର ନୀତୀଶ ରାଣାଙ୍କୁ ତାଙ୍କ ମ୍ୟାଚ୍‌ ଫି’ର ୨୫ ପ୍ରତିଶତ ଜରିମାନା କରାଯାଇଛି। ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ) ବିପକ୍ଷ ଇଣ୍ଡିଆନ ପ୍ରିମିୟର ଲିଗ୍‌…

କାଠ ବୋଝେଇ ପିକଅପ୍ ଭ୍ୟାନକୁ ଜବତ କଲା ପଦ୍ମପୁର ବନ ବିଭାଗ, ମିଳିଲା….

ପଦ୍ମପୁର,୧୨।୪(ପ୍ରଦୀପ୍ତ ଦାଶ): ପଦ୍ମପୁର ବନ ବିଭାଗକୁ ସଫଳତା । ଶନିବାର ଜଗଦଳପୁର ଥାନା ଅନ୍ତର୍ଗତ ଲୋହରା କୋଟ ଗ୍ରାମ ପାଖରୁ ଏକ ସାଗୁଆନ ଗଣ୍ଡି ବୋଝେଇ ମେକ୍ସ…

ବରଗଡରେ ୨ଟି ଫୁଲମାଳା ବିନିମୟରେ ବାଛିଲେ ଜୀବନସାଥୀ… ନା ଦେଖିଥିଲେ ଜାତି, ନା ଦେଇଥିଲେ ଯୌତୁକ

ବରଗଡ଼,୧୨।୪(ପ୍ରେମାନନ୍ଦ ଖମାରୀ): ବିବାହରେ ନ ଥିଲା ଯାନି ଯୌତୁକ । ନ ଥିଲା ଜାତି ଭେଦଭାବ। ବାହାରି ନ ଥିଲା ବରାତି ଶୋଭାଯାତ୍ରା। କେବଳ ୨ଟି ଫୁଲମାଳା…

ଦୋକାନରେ ଚାଲିଥିଲା ଗଞ୍ଜେଇ ବିକ୍ରି, ପୋଲିସ ଅତର୍କିତ ଚଢ଼ାଉ କରି…

ତିହିଡ଼ି,୧୨ା୪(ସଞ୍ଜିତ ବଳ): ଭଦ୍ରକ ଜିଲା ତିହିଡ଼ି ବଜାରରେ ଥିବା ଏକ ବେଆଇନ ଗଞ୍ଜେଇ ଦୋକାନ ଉପରେ ତିହିଡ଼ି ପୋଲିସ ଅତର୍କିତ ଚଢ଼ାଉ କରି ଜଣେ ଗଞ୍ଜେଇ ବିକ୍ରେତା…

US Iran Peace Talks In Pakistan: ବିଫଳ ହେଲା ଶାନ୍ତି ଆଲୋଚନା, କିନ୍ତୁ କାହିଁକି ପାକିସ୍ତାନକୁ ଧନ୍ୟବାଦ ଦେଲା ଇରାନ? ଜାଣନ୍ତୁ ଏହାର ବଡ଼ କାରଣ

ଇସଲାମାବାଦ,୧୨।୪: ପାକିସ୍ତାନର ରାଜଧାନୀ ଇସଲାମାବାଦରେ ଆମେରିକା ଏବଂ ଇରାନ ମଧ୍ୟରେ ଅନୁଷ୍ଠିତ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ସମ୍ପୂର୍ଣ୍ଣ ବିଫଳତାରେ ଶେଷ ହୋଇଥିଲା। ୨୧ ଘଣ୍ଟା ଧରି ଚାଲିଥିବା ଆଲୋଚନା…

୧୦ଦିନ କମିଗଲା ଖରାଛୁଟି! ସ୍କୁଲ ଖୋଲୁଖୋଲୁ ପରୀକ୍ଷା; ଜାଣନ୍ତୁ କେଉଁଠି…

ନୂଆଦିଲ୍ଲୀ,୧୨।୪: ଶିକ୍ଷା ବିଭାଗ 2026-27 ବର୍ଷର ନୂତନ ଶିକ୍ଷା ଅଧିବେଶନ ପାଇଁ ବହୁ ପ୍ରତୀକ୍ଷିତ ‘ଶିକ୍ଷା କ୍ୟାଲେଣ୍ଡର’ ପ୍ରକାଶ କରିଛି। ଏହି ନୂତନ ଅଧିବେଶନ ଏପ୍ରିଲ 1…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri