କଳିଙ୍ଗନଗର,୩୦ା୮(ଶୁଭାଶିଷ ରାଉତ): ୭ ଲକ୍ଷ ୩୫୦୦୦ ହଜାର ସରକାରୀ ଟଙ୍କା ହଡ଼ପ ଅଭିଯୋଗରେ ଯାଜପୁର ଜିଲା ସୁକିନ୍ଦା ବ୍ଲକର ପୂର୍ବତନ ପିଇଓ ସନ୍ତୋଷ କୁମାର ଜେନାଙ୍କୁ ଦାନଗଦୀ ବ୍ଲକରୁ ଗିରଫ କରିଛି କଟକ ଭିଜିଲାନ୍ସ ବିଭାଗ। କେସ୍ ନମ୍ବର ୨୬/୨୫ରେ ଏକ ମାମଲା ରୁଜୁ କରି ସଂପୃକ୍ତ ପିଇଓଙ୍କୁ ଶନିବାର କୋର୍ଟ ଚାଲାଣ କରାଯାଇଛି।
ସୂଚନାନୁଯାୟ କିଛିଦିନ ତଳେ ପୂର୍ବତନ ପିଇଓ ସନ୍ତୋଷ ଜେନା ସୁକିନ୍ଦା ବ୍ଲକର ପିମ୍ପୁଡିଆ ପଞ୍ଚାୟତରେ କାର୍ଯ୍ୟ କରୁଥିଲେ। ଏହି ସମୟରେ ବୃଦ୍ଧାବୃଦ୍ଧ ଓ ଲୋକଙ୍କ ଭତ୍ତା ଟଙ୍କା ବାବଦରେ ୭୩୫୦୦୦ ହଜାର ଟଙ୍କା ହଡ଼ପ କରିଥିବା ଅଭିଯୋଗ ହେଇଥିଲା। ଏହି ଅଭିଯୋଗ ପରେ ସନ୍ତୋଷକୁ ଜିଲା ପ୍ରଶାସନ ପକ୍ଷରୁ କାର୍ଯ୍ୟରୁ ନିଲମ୍ବିତ କରାଯିବା ସହିତ ଭିଜିଲାନ୍ସ ନିକଟରେ ଏତଲା ଦିଆଯାଇଥିଲା। ଏହି ଅଭିଯୋଗକୁ ଆଧାର କରି ଯାଜପୁର ଓ କଟକ ଭିଜିଲାନ୍ସର ମିଳିତ ଟିମ୍ ଦାନଗଦୀ ବ୍ଲକରୁ ସନ୍ତୋଷଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଯାଜପୁର ଭିଜିଲାନ୍ସ ବିଭାଗ ପକ୍ଷରୁ ସୂଚନା ମିଳିଛି।


