Posted inଖେଳ

ରାଗରେ ନିଆଁବାଣ ପାକିସ୍ତାନୀ କ୍ରିକେଟର, ଜୟ ଶାହାଙ୍କୁ ନେଇ କହିଦେଲେ ବଡ଼ କଥା…

ନୂଆଦିଲ୍ଲୀ,୨୩।୭: ଭାରତ ଏବଂ ପାକିସ୍ତାନ ମଧ୍ୟରେ ‘ଚାମ୍ପିଅନ୍ସ ଟ୍ରଫି’କୁ ନେଇ ବିବାଦ ବଢ଼ିବାରେ ଲାଗିଛି। ପାକିସ୍ତାନ ଏହାର ଆୟୋଜନକୁ ନେଇ ଖୁସି ଥିବା ବେଳେ ଟିମ୍‌ ଇଣ୍ଡିଆ ନ ଯିବା ଏକ ପ୍ରକାର ସ୍ପଷ୍ଟ ବୋଲି କୁହାଯାଉଛି। ଏମିତିରେ ପାକିସ୍ତାନର କ୍ରିକେଟର, ବୋର୍ଡ ଏବଂ ଅଧିକାରୀମାନେ ବିବାଦୀୟ ବୟାନ ଦେଉଛନ୍ତି। ଏହି କ୍ରମରେ ପାକିସ୍ତାନର ପୂର୍ବତନ କ୍ରିକେଟର ବାସିତ ଅଲି ବିସିସିଆଇ ସଚିବ ଜୟ ଶାହାଙ୍କ ସମାଲୋଚନା କରିବା ସହ ତାଙ୍କୁ ଟାର୍ଗେଟ କରି ଗମ୍ଭୀର ଅଭିଯୋଗ ଆଣିଛନ୍ତି।
ଚାମ୍ପିଅନ୍ସ ଟ୍ରଫି ଲାଗି ପିସିବି ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଗଲାଣି। ଏଥିରେ ଷ୍ଟାଡିୟମର ନବୀକରଣ ସାମିଲ ଅଛନ୍ତି। ହେଲେ ଭାରତ ପାକିସ୍ତାନ ଗସ୍ତ କରିବ କି ନାହିଁ ସେ ନେଇ ସ୍ପଷ୍ଟ ହେଉନାହିଁ। ଏହାକୁ ନେଇ ଟୁର୍ନାମେଣ୍ଟ ଯୋଜନା ଉପରେ ପ୍ରଭାବ ପଡ଼ିପାରେ ବୋଲି କୁହାଯାଉଛି।
ବିସିସିଆଇର ଚାମ୍ପିଅନ୍ସ ଟ୍ରଫିକୁ ନୂଆ ସ୍ଥାନରେ କରିବାକୁ ନେଇ ଅନୁରୋଧ କରାଯିବାକୁ ନେଇ ବାସିତ ଅଲି କହିଛନ୍ତି, ୫-୬ ବୋର୍ଡ ଅଛି, ଯିଏ ଜୟ ଶାହା କହିଥିବା କଥାକୁ ସହଜରେ ମାନି ନେବେ। ଯଦି ସେ କୁହନ୍ତି ଚାମ୍ପିଅନ୍ସ ଟ୍ରଫି ପାକିସ୍ତାନରେ ହେବ ତେବେ ସେ ସହମତ ହେବେ। ଯଦି ସେ କୁହନ୍ତି ଏହା ହାଇବ୍ରିଡ୍‌ ମଡେଲରେ ହେଉ ତେବେ ସେଥିରେ ମଧ୍ୟ ସେମାନେ ହଁ କହିବେ। ତେବେ ଏଥିଲାଗି ଶାହା ଆଇପିଏଲ୍‌ରେ ଖେଳାଳିଙ୍କୁ ଅଧିକ ଟଙ୍କା ଦେଇ ପ୍ରମୁଖ କ୍ରିକେଟ ବୋର୍ଡର ସମର୍ଥନ ହାସଲ କରିଥିବା ସେ କହିଛନ୍ତି।
ବାସିତ ଆହୁରି ମଧ୍ୟ କହିଛନ୍ତି, ଅନ୍ୟ ଦେଶର ଖେଳାଳି ଭାରତରେ ଆଇପିଏଲ୍‌ ଖେଳନ୍ତି, ବିସିସିଆଇ ସେମାନଙ୍କୁ ମୋଟା ପାଉଣା ଦେଇଥାଏ। ତେଣିକି ସେ ଇଂରେଜ ବୋର୍ଡ, ନ୍ୟୁଜିଲାଣ୍ଡ ବୋର୍ଡ, ଓ୍ବେଷ୍ଟଇଣ୍ଡିଜ୍‌ ବୋର୍ଡ ଅଥବା ଅଷ୍ଟ୍ରେଲିଆ ବୋର୍ଡ ହେଉ ନା କାହିଁକି?ବୋଲି ସେ କହିଛନ୍ତି। ଏବେ ତାଙ୍କର ଏଭଳି ବୟାନ ଭାଇରାଲ ହେଉଛି।

Enter your email to get our daily news in your inbox.

All Right Reserved By Dharitri.Com

ହୃଦୟ ଜିଣିଲେ ହାର୍ଦ୍ଦିକ ପାଣ୍ଡ୍ୟା: ଭାରତୀୟ ସୈନ୍ୟଙ୍କ ସହ…

ନୂଆଦିଲ୍ଲୀ,୫।୯: ଭାରତୀୟ କ୍ରିକେଟ ଦଳର ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଫଟୋ BSF (ସୀମା ସୁରକ୍ଷା ବଳ) କର୍ମଚାରୀଙ୍କ ସହ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ସେ…

ସ୍ତ୍ରୀ ପଛେ ପଛେ ସ୍ବାମୀଙ୍କ ମୃତ୍ୟୁ, ବ୍ୟବଚ୍ଛେଦ ପାଇଁ ମାଟି ତଳୁ ଖୋଳି ଆଣିଲେ ୨ ମୃତଦେହ, ସନ୍ଦେହରେ…

ଭଦ୍ରକ,୫ା୯(ସନାତନ ରାଉତ): ମୃତ୍ୟୁର ୨ ଦିନ ପରେ ବ୍ୟବଚ୍ଛେଦ ପାଇଁ ମାଟି ତଳୁ ଖୋଳା ହେଲା ଶବ। ସାପ କାମୁଡ଼ାରେ ମୃତ୍ୟୁ ହୋଇଥିବା ସନ୍ଦେହ କରି ପରିବାର…

‘ଯୁଗେ ଯୁଗେ ଗୁରୁ ହିଁ ଶ୍ରେଷ୍ଠ, ଗୁରୁ ହେଉଛନ୍ତି ସମାଜ ସଂସ୍କାରକ’

ଅମରପାଲି,୫ା୯(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଅମରପାଲି ହାଇସ୍କୁଲରେ ଗୁରୁଦିବସ ପାଳନ ଅବସରରେ ଛାତ୍ରୀମାନଙ୍କ ଦ୍ୱାରା ନାଟକ ତସ୍ମୈ ଶ୍ରୀ ଗୁରବେ ନମଃ ପରିବେଷଣ…

ଇରାନୀ ତୈଳ ଟ୍ୟାଙ୍କର ଉପରେ ଆକ୍ରମଣ କଲା ଆମେରିକା; ଖାର୍ଗ ଦ୍ୱୀପ ନିକଟରେ ୪ କ୍ଷେପଣାସ୍ତ୍ର ମାଡ଼

ତେହରାନ,୫।୯: ଆମେରିକା ଖାର୍ଗ ଦ୍ୱୀପ ନିକଟରେ ଏକ ଇରାନୀ ତୈଳ ଟ୍ୟାଙ୍କର ଉପରେ ଆକ୍ରମଣ କରିଛି। ଆମେରିକା ଜାହାଜ ଉପରେ ଲଗାତାର ଚାରୋଟି କ୍ଷେପଣାସ୍ତ୍ର ମାଡ଼ କରିଛି।…

ଫାଇନାଲ ମ୍ୟାଚ ପୂର୍ବରୁ ବୈଭବଙ୍କୁ ନେଇ ଏ କ’ଣ କହିଦେଲେ ଇଶାନ କିଶନ, ଚାରିଆଡେ ହେଲାଣି ଚର୍ଚ୍ଚା

ନୂଆଦିଲ୍ଲୀ, ୫।୯: ଇଷ୍ଟ ଜୋନ ଓ ସାଉଥ ଜୋନ ମଧ୍ୟରେ ରବିବାରଠାରୁ ଦୁଲୀପ ଟ୍ରଫି ୨୦୨୬ର ଫାଇନାଲ ମ୍ୟାଚ ଖେଳାଯିବ। ଚେନ୍ନାଇର ଏମଏ ଚିଦମ୍ବରମ ଷ୍ଟାଡିୟମରେ ଏହି…

ଶିକ୍ଷକ ସମ୍ମାନ ସମାରୋହ: ଆଦର୍ଶ ଶିକ୍ଷୟିତ୍ରୀ-ଶିକ୍ଷକ ସମ୍ବର୍ଦ୍ଧିତ

କଟକସଦର,୫ା୯(ସୁଶାନ୍ତ କୁମାର ଜେନା): ପବିତ୍ର ଗୁରୁଦିବସ ଉପଲକ୍ଷେ କଟକ ସଦର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବ୍ରହ୍ମପୁରଠାରେ ଶନିବାର ଶିକ୍ଷକ ସମ୍ମାନ ସମାରୋହ- ୨୦୨୬ର ଆୟୋଜନ କରାଯାଇଥିଲା। ଏହି…

ପୁଇଁତୋଳା ପରିଚାଳନା କମିଟି ପକ୍ଷରୁ ଗଣେଶ ପୂଜା ପ୍ରସ୍ତୁତି: ଯୋଗଦେବେ ଛତ୍ରପୁର ବିଧାୟକ, ଟପ୍ପର ବିଦ୍ୟାର୍ଥୀଙ୍କୁ …

୫।୯ (ବିଦ୍ୟାଧର ସାହୁ): ଆସନ୍ତା ୧୪ ତାରିଖରେ ଅଗ୍ରପୂଜ୍ୟ ଗଜାନନଙ୍କ ଶ୍ରୀଗଣେଶ ଚତୁର୍ଥୀ। ଏଥିପାଇଁ ଗାଁଠୁ ସହର ସବୁଠି ଉତ୍ସବର ମାହୋଲ ଦେଖାଦେଇଛି। ଆକର୍ଷଣୀୟ ମେଢ଼ ସାଙ୍ଗକୁ…

ବାଘୁଆମନ୍ଦିରରୁ ଚୋରି, ଦେଉଳରୁ ସୁନା, ରୁପା…

ଗୁଣୁପୁର, ୫।୯ (ସୁଜାତା ପାଢ଼ୀ): ରାୟଗଡ଼ା ଜିଲା ଗୁଣୁପୁର ସହରର ପୁରୁଣା ବସ୍‌ଷ୍ଟାଣ୍ଡ ନିକଟରେ ଥିବା ପୁରାତନ ଶୈବପୀଠ ବାଘୁଆ ମନ୍ଦିର ତଥା ଉମା ରାମଲିଙ୍ଗେଶ୍ୱର ମନ୍ଦିରରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri